ରିଉମାଟିକ ଜ୍ୱର

ଉଇକିପିଡ଼ିଆ ରୁ
Jump to navigation Jump to search
ରିଉମାଟିକ ଜ୍ୱର
Streptococcus pyogenes 01.jpg
ସ୍ଟ୍ରେପ୍ଟୋକୋକସ ପାୟୋଜେନିସ ଜୀବାଣୁ (ପାପେନହେମ ସ୍ଟେନ) ଏହି ରୋଗକୁ ଟ୍ରିଗର (trigger) କରେ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି cardiology[*]
ଆଇସିଡ଼ି-୧୦ I00.-I02.
ଆଇସିଡ଼ି-୯-ସିଏମ୍ 390392
ରୋଗ ଡାଟାବେସ 11487
ମେଡ଼ିସିନ-ପ୍ଲସ 003940
ଇ-ମେଡ଼ିସିନ med/3435 med/2922 emerg/509 ped/2006
Patient UK ରିଉମାଟିକ ଜ୍ୱର
MeSH D012213

ରିଉମାଟିକ ଜ୍ୱର, ବା ଆକ୍ୟୁଟ ରିଉମାଟିକ ଜ୍ୱର (ଏ.ଆର.ଏଫ.) ଏକ ପ୍ରଦାହକାରୀ ରୋଗ ଯାହା ହୃତ୍‌ପିଣ୍ଡ, ସମସ୍ତ ଗଣ୍ଠି, ଚର୍ମମସ୍ତିଷ୍କରେ ହୋଇପାରେ ।[୧] ସ୍ୱାଭାବିକ ଭାବେ ତଣ୍ଟି ସଂକ୍ରମଣର ୨ରୁ ୪ ସପ୍ତାହ ପରେ ଏହି ରୋଗ ଆରମ୍ଭ ହୁଏ ।[୨] ଏହାର ଲକ୍ଷଣ ଓ ଚିହ୍ନ ମଧ୍ୟରେ ଜ୍ୱର, ଏକାଧିକ ଗଣ୍ଠି ଯନ୍ତ୍ରଣା, ଅନିଚ୍ଛାକୃତ ମାଂସପେଶୀ ଚଳନ (chorea) ଓ ଅସାଧାରଣ କିନ୍ତୁ ଅଭିଲକ୍ଷଣିକ ଗଲୁ ବିହୀନ ଲାଲ ରାସ ଦେଖାଯାଏ ଯାହାର ନାମ ଏରିଥେମା ମାର୍ଜିନାଟମ (erythema marginatum) ଦିଆଯାଇଛି । ପ୍ରାୟ ଅର୍ଦ୍ଧକ ରୋଗୀଙ୍କର ଏ ରୋଗରେ ହୃତ୍‌ପିଣ୍ଡ ସାମିଲ ହୋଇଥାଏ । ହୃତ୍‌ପିଣ୍ଡର ଭଲ୍‌ଭ ସ୍ଥାୟୀ ଭାବରେ ନଷ୍ଟ ହେବାକୁ ରିଉମାଟିକ ହୃତ୍‌ପିଣ୍ଡ ରୋଗ (rheumatic heart disease ବା RHD)) କୁହାଯାଏ ଯାହା ସାଧାରଣତଃ ଅନେକ ଥର ରୋଗ ହେଲେ ବା କ୍ୱଚିତ ଥରେ ଏ.ଆର.ଏଫ. ଆକ୍ରମଣ କଲେ ହୁଏ । ଭଲ୍‌ଭ ନଷ୍ଟ ହୋଇଗଲେ ହୃଦ୍‌ପାତ (heart failure) ହୁଏ । ଅସ୍ୱାଭାବିକ ଭଲ୍‌ଭ ଯୋଗୁ ଆଟ୍ରିଆଲ ଫିବ୍ରିଲେସନ ରୋଗ ଓ ଭଲ୍‌ଭ ସଂକ୍ରମଣ (infective endocarditis) ହୁଏ । [୧]

ସ୍ଟ୍ରେପ୍ଟୋକୋକସ ପାୟୋଜେନିସ ଜୀବାଣୁଦ୍ୱାରା ତଣ୍ଟି ସଂକ୍ରମଣ ହେଲେ ଆକ୍ୟୁଟ ରିଉମାଟିକ ଜ୍ୱର ହୋଇପାରେ । [୧] ଅଣଚିକିତ୍ସିତ ହେଲେ ୩ % ରୋଗୀଙ୍କର ଏ.ଆର.ଏଫ. ହୁଏ ।[୩] ଏହି ରୋଗର ଅନ୍ତର୍ନିହିତ କାରଣ ମଧ୍ୟରେ ରୋଗୀର ନିଜ ତନ୍ତୁ ବିପକ୍ଷରେ ଆଣ୍ଟିବଡି ପ୍ରସ୍ତୁତ ହେବା ଜଣାଯାଏ । କେତେକ ଲୋକଙ୍କର ଜେନେଟିକ ତୃଟି ଯୋଗୁ ଜୀବାଣୁ ସଂସ୍ପର୍ଶରେ ଆସିଲେ ରୋଗ ହୁଏ । ଅନ୍ୟ ସଙ୍କଟଦାୟକ ଅବସ୍ଥା ମଧ୍ୟରେ କୁପୋଷଣଦାରିଦ୍ର୍ୟ ଉଲ୍ଲେଖ‌ଯୋଗ୍ୟ । [୧] ଚିହ୍ନ ଓ ଲକ୍ଷଣ ସ‌ହିତ ସାମ୍ପ୍ରତିକ ସ୍ଟ୍ରେପ୍ଟିକୋକାଲ ସଂକ୍ରମଣ ଇତିହାସ ଥିଲେ ଏ.ଆର.ଏଫ. ରୋଗ ନିର୍ଣ୍ଣୟ କରାଯାଏ । [୪]

ତଣ୍ଟି ପ୍ରଦାହ (strep throat) ଥିବା ରୋଗୀକୁ ପେନିସିଲିନ ଭଳି ଆଣ୍ଟିବାୟୋଟିକ ଦେଲେ ଏ.ଆର.ଏଫ. ସଙ୍କଟ କମିଯାଏ ।[୫] ଏ ଭଳି ରୋଗୀଙ୍କର ତଣ୍ଟି ପରୀକ୍ଷା କରି ଚିହ୍ନଟ କରିବାକୁ ପଡ଼େ ଯାହା ବିକାଶୀଳ ଦେଶମାନଙ୍କରେ ସମ୍ଭବ ନୁହେଁ । ଅନ୍ୟ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟେ ଉନ୍ନତ ପରିମଳ ବ୍ୟବସ୍ଥା ଯୋଗାଣ ଆବଶ୍ୟକ । ଏ.ଆର.ଏଫ. ଓ ଆର.ଏଚ.ଡି. ଥିଲେ ଦୀର୍ଘ ସମୟ ଧରି ଆଣ୍ଟିବାୟୋଟିକ ଦେବା ଆବଶ୍ୟକ ହୁଏ । ରୋଗ ଆକ୍ରମଣ ପରେ ଧୀରେ ଧୀରେ ନିଜ କାର୍ଯ୍ୟ କରିବାକୁ ସକ୍ଷମ ହୁଅନ୍ତି । ଆର.ଏଚ.ଡି. ଆରମ୍ଭ ହେଲେ ଚିକିତ୍ସା କଷ୍ଟସାଧ୍ୟ ହୁଏ । ବେଳେ ବେଳେ ଭଲ୍‌ଭ ବଦଳ ଅପରେସନ ଓ ମରାମତ ଆବଶ୍ୟକ ହୁଏ । ଅନ୍ୟଥା ଜଟିଳ ରୋଗୀକୁ ସାଧାରଣ ଭାବେ ଚିକିତ୍ସା କରିବାକୁ ହୁଏ । [୧]

ପ୍ରତି ବର୍ଷ ଏ.ଆର.ଏଫ. ରୋଗ ୩୨୫,୦୦୦ ପିଲାଙ୍କୁ ହୁଏ ଓ ଅଧୁନା ୧୮ ନିୟୁତ ଲୋକ ରିଉମାଟିକ ହୃତ୍‌ପିଣ୍ଡ ରୋଗ‌ଗ୍ରସ୍ତ ଅଛନ୍ତି । ୫ରୁ ୧୪ ବର୍ଷ ବୟସ ପିଲାଙ୍କୁ ଏ.ଆର.ଏଫ. ହୁଏ,[୧] ବୟସ୍କ ଲୋକ ମଧ୍ୟରୁ ୨୦ % ଲୋକଙ୍କୁ ପ୍ରଥମ ଥର ନିମନ୍ତେ ଏହି ରୋଗ ହୁଏ । [୬] ଏହି ରୋଗ ବିକାଶଶୀଳ ଦେଶମାନଙ୍କରେବିକଶିତ ଦେଶମାନଙ୍କରେ ଥିବା ଦେଶଜ ଲୋକଙ୍କୁ ଅଧିକ ହୁଏ ।[୧] ସନ ୧୯୯୦ରେ ଏହି ରୋଗ ଯୋଗୁ ୩୭୪,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୨୭୫,୦୦୦ ମୃତ୍ୟୁ ହୋଇଥିଲେ ।[୭] ବିକାଶଶୀଳ ଦେଶମାନଙ୍କରେ ପ୍ରତି ବର୍ଷ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨.୫ % ଲୋକ ମରନ୍ତି । [୧] ୫ମ ଶତାବ୍ଦୀରେ ହିପୋକ୍ରେଟ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [୮] କେତେକ ରିଉମାଟିକ ରୋଗର ଲକ୍ଷଣ ସ‌ହିତ ଏହି ରୋଗର ସାମଞ୍ଜସ୍ୟ ଥିବାରୁ ଏପରି ନାମକରଣ ହୋଇଛି । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Marijon, E; Mirabel, M; Celermajer, DS; Jouven, X (10 March 2012). "Rheumatic heart disease". Lancet. 379 (9819): 953–64. doi:10.1016/S0140-6736(11)61171-9. PMID 22405798. 
  2. Lee, KY; Rhim, JW; Kang, JH (March 2012). "Kawasaki disease: laboratory findings and an immunopathogenesis on the premise of a "protein homeostasis system"". Yonsei medical journal. 53 (2): 262–75. PMID 22318812. 
  3. Ashby, Carol Turkington, Bonnie Lee (୨୦୦୭). The encyclopedia of infectious diseases (୩rd ed. ed.). New York: Facts On File. p. ୨୯୨. ISBN ୯୭୮୦୮୧୬୦୭୫୦୭୨. 
  4. "Rheumatic Fever 1997 Case Definition". cdc.gov. 3 February 2015. Retrieved 19 February 2015. 
  5. Spinks, A; Glasziou, PP; Del Mar, CB (5 November 2013). "Antibiotics for sore throat". The Cochrane database of systematic reviews. 11: CD000023. doi:10.1002/14651858.CD000023.pub4. PMID 24190439. 
  6. Kumar, Vinay; Abbas, Abul K; Fausto, Nelson; Mitchell, Richard N (୨୦୦୭). Robbins Basic Pathology (୮th ed.). Saunders Elsevier. pp. ୪୦୩–୬. ISBN ୯୭୮-୧-୪୧୬୦-୨୯୭୩-୧. 
  7. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–171. doi:10.1016/S0140-6736(14)61682-2. PMID 25530442. 
  8. Quinn, RW (1991). "Did scarlet fever and rheumatic fever exist in Hippocrates' time?". Reviews of infectious diseases. 13 (6): 1243–4. PMID 1775859. 
  9. "rheumatic fever" at Dorland's Medical Dictionary