ଉଦର ମହାଧମନୀ ସ୍ପୀତି

ଉଇକିପିଡ଼ିଆ‌ରୁ
ଉଦର ମହାଧମନୀ ସ୍ପୀତି
ସିଟି (CT) ଚିତ୍ରର ପୁନର୍ନିମାଣରେ ଉଦର ଆଓର୍ଟିକ ଆନିଉରିନ୍ମ ଦେଖାଯାଉଛି (ଧଳା ତୀର ଥିବା ସ୍ଥାନ) ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିvascular surgery[*]
ଆଇସିଡ଼ି-୧୦I71.3, I71.4
ଆଇସିଡ଼ି-୯-ସିଏମ୍441.3, 441.4
ଓଏମ୍‌ଆଇଏମ୍100070
ରୋଗ ଡାଟାବେସ792
ମେଡ଼ିସିନ-ପ୍ଲସ000162
ଇ-ମେଡ଼ିସିନmed/3443 emerg/27 radio/1
MeSHD017544

ଉଦର ମହାଧମନୀ ସ୍ପୀତି, ଇଂରାଜୀରେ ଆବଡୋମିନାଲ ଆଓର୍ଟିକ ଆନିଉରିଜ୍‌ମ ବା ଏ.ଏ.ଏ. ବା ଟ୍ରିପଲ ଏ (Abdominal aortic aneurysm or AAA),[୧] ରୋଗରେ ଉଦର ମହାଧମନୀର ଗୋଟିଏ ସ୍ଥାନୀୟ ସ୍ଫୀତି ବା ଫୁଲା ହୁଏ ଯାହାର ବ୍ୟାସ ୩ ସେ.ମି.ରୁ ଅଧିକ କିମ୍ବା ସାଧାରଣ ବ୍ୟାସଠାରୁ ୫୦%ରୁ ଅଧିକ ।[୨] ଏହା ସ୍ଫୀତ ହୋଇ ଫାଟି କଲା ପରେ ଲକ୍ଷଣ ପ୍ରକାଶ ପାଏ, ପୂର୍ବରୁ ନୁହେଁ ।[୨] ବେଳେ ବେଳେ ପେଟରେ, ପିଠିରେ ଓ ଗୋଡ଼ରେ ଯନ୍ତ୍ରଣା ହୁଏ । [୩] ବଡ଼ ଆକାରର ସ୍ଫୀତି ଥିଲେ ପେଟକୁ ଭିତରକୁ ଚିପି ଦେଲେ ହାତକୁ ଫୁଲା ସ୍ପର୍ଶ ହୁଏ ।[୩] ଫାଟିବାଦ୍ୱାରା ପେଟ ଓ ପିଠିରେ କଷ୍ଟ ହୁଏ, ରକ୍ତଚାପ କମିଯାଏ କିମ୍ବା ସାମୟିକ ମୂର୍ଚ୍ଛା ହୁଏ । [୨][୪]

ଏ.ଏ.ଏ. ସାଧାରଣତଃ ୫୦ ବର୍ଷ ବୟସ ପରେ ହୁଏ; ପାରିବାରିକ ଇତିହାସ ଥିଲେ ଓ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଅଧିକ ହୁଏ । [୨] ସଙ୍କଟପ୍ରଦ ଅବସ୍ଥା ମଧ୍ୟରେ ଧୂମ୍ରପାନ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ହୃତ୍‌ପିଣ୍ଡ ରକ୍ତନଳୀ ରୋଗ ଉଲ୍ଲେଖନୀୟ ।[୫] ସଙ୍କଟପ୍ରଦ ଜେନେଟିକ ରୋଗ ମଧ୍ୟରେ ମାର୍ଫାନ ସିଣ୍ଡ୍ରୋମଏଲର୍ସ-ଡାନଲସ ସିଣ୍ଡ୍ରୋମ ନାମ ସର୍ବାଗ୍ରେ ଆସେ । ଆଓର୍ଟିକ ଆନିଉରିଜ୍‌ମ ରୋଗ ମଧ୍ୟରେ ଏ.ଏ.ଏ. ମୂଖ୍ୟ ସ୍ଥାନ ଅଧିକାର କରେ । [୬] ଏହି ରୋଗର ୫୦% ବୃକ୍‌କର ତଳକୁ ହୁଏ ଓ ବାକି ବୃକ୍‌କର ପାଖ ସ୍ଥାନରେ ବା ତା ଉପର ସ୍ଥାନରେ ହୁଏ ।[୨] ଧୁମ୍ରପାନ ଇତିହାସ ଥିବା ଆମେରିକାର ୬୫ରୁ ୭୫ ବର୍ଷ ବୟସ୍କ ଲୋକଙ୍କର ଅଲ୍‌ଟ୍ରାସାଇଣ୍ଡ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରାଯାଏ ।[୭] ଇଂଲଣ୍ଡରେ ୬୫ ବୟସ ଉପରେ ସବୁ ପୁରୁଷଙ୍କର ସ୍କ୍ରିନିଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯାଏ ।[୨] ଅଷ୍ଟ୍ରେଲିଆରେ ସେଭଳି ନିର୍ଦ୍ଦେଶ ନାହିଁ ।[୮] ଥରେ ଆନିଉରିଜ୍‌ମ ରୋଗ ନିର୍ଣ୍ଣୟ କଲେ ନିୟମିତ ଭାବରେ ତା'ପରେ ଅଲ୍‌ଟ୍ରାସାଇଣ୍ଡ କରିବା ଆବଶ୍ୟକ ହୁଏ । [୩]

ଏହି ରୋଗର ପ୍ରତିଷେଧ ନିମନ୍ତେ ସବୁଠାରୁ ସୁବିଧା ଉପାୟ ହେଲା ଧୁମ୍ରପାନ ତ୍ୟାଗ କରିବା । ଅନ୍ୟ ଉପାୟମାନଙ୍କ ମଧ୍ୟରେ ଉଚ୍ଚ ଉକ୍ତଚାପଉଚ୍ଚ ରକ୍ତ କୋଲେସ୍ଟେରଲ ଚିକିତ୍ସା କରିବା ସ‌ହିତ ଓଜନ‌ଦାର ନ ହେବା । ପୁରୁଷଙ୍କର ଏ.ଏ.ଏ. ମାପ ୫.୫ ସେମି ଓ ମହିଳାଙ୍କର ୫.0 ସେମିରୁ ଅଧିକ ହେଲେ ଅପରେଶନ କରିବାକୁ ଉପଦେଶ ଦିଆଯାଏ ।[୨] ଅନ୍ୟ ନିର୍ଦ୍ଦେଶନାମା ମଧ୍ୟରେ ଏ.ଏ.ଏ. ଶୀଘ୍ର ବୃଦ୍ଧିପ୍ରାପ୍ତ ହେଉଥିଲେ ଓ ଲକ୍ଷଣ‌ଯୁକ୍ତ ହୋଇଥିଲେ ଅପରେଶନ କରାଯାଏ ।[୩] ରୋଗ ହୋଇଥିବା ସ୍ଥାନ ଖୋଲିକରି (open surgery) ବା ଏଣ୍ଡୋଭାସ୍କୁଲାର/ଏଭାର (endovascular aneurysm repair/evar) ପଦ୍ଧତିରେ ଅପରେଶନ କରାଯାଏ । [୨] ଏଭାର ପଦ୍ଧତିରେ ଅନ୍ୟ ଅପରେଶନ ଅପେକ୍ଷା ମୃତ୍ୟୁ ସଙ୍କଟ କମ ଥାଏ, ଡାକ୍ତରଖାନାରେ ରହିବା ସମୟ କମ ହୁଏ କିନ୍ତୁ ସର୍ବଦା ଏହା ବିକଳ୍ପ ନୁହେଁ ।[୨][୯][୧୦] ଦୀର୍ଘକାଳୀନ ଭିତ୍ତିରେ ଏହି ଦୁଇ ପଦ୍ଧତିରେ କିଛି ଫରକ ଆସେନି । [୧୧] ଏଭାର ଅପରେଶନ ପରେ ପୁନଃ ପୁନଃ ଅପରେଶନ ଆବଶ୍ୟକ ହୋଇପାରେ । [୧୨]

ବୟସ ୬୫ ଉପରେ ଥିବା ପୁରୁଷଙ୍କ ମଧ୍ୟରେ ୨ରୁ ୮ % ଲୋକଙ୍କର ଏ.ଏ.ଏ. ହୁଏ । ପୁରୁଷଙ୍କ ରୋଗ ଅପେକ୍ଷା ମହିଳାମାନଙ୍କର ୧/୪ ଅଂଶ ହୁଏ । ୫.୫ ସେମିରୁ କମ ଆକାର ହୋଇଥିଲେ ଆନିଉରିଜ୍‌ମ ଫାଟିବା ସମ୍ଭାବନା ୧ %ରୁ କମ ଥାଏ । ଆନିଉରିଜ୍‌ମ ଆକାର ୫.୫ରୁ ୭ ସେମି ଥିଲେ ୧୦% ଲୋକଙ୍କର ଫାଟିବା ସମ୍ଭାବନା ଥାଏ, ୭ ସେମିରୁ ଅଧିକ ଥିଲେ ୩୩ % ସମ୍ଭାବନା ଥାଏ । ଫାଟିବା ପରେ ମୃତ୍ୟୁ ହାର ୮୫ରୁ ୯୦ % । [୨] ସନ ୧୯୯୦ରେ ଏହି ରୋଗ ଜନିତ ମୃତ୍ୟୁ ସଂଖ୍ୟା ୧୦୦,୦୦୦ ଥିବା ବେଳେ ସନ ୨୦୧୩ରେ ୧୫୨,୦୦୦ ଥିଲା ।[୧୩] କେବଳ ଆମେରିକାରେ ଏହା ଯୋଗୁ ୧୦,୦୦୦ରୁ ୧୮,୦୦୦ ମୃତ୍ୟୁ ହୋଇଥିଲା । [୬]

ଆଧାର[ସମ୍ପାଦନା]

  1. Logan, Carolynn M.; Rice, M. Katherine (1987). Logan's Medical and Scientific Abbreviations. Philadelphia: J. B. Lippincott Company. p. 3. ISBN 0-397-54589-4.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Kent KC (27 November 2014). "Clinical practice. Abdominal aortic aneurysms". The New England Journal of Medicine. 371 (22): 2101–8. doi:10.1056/NEJMcp1401430. PMID 25427112.
  3. ୩.୦ ୩.୧ ୩.୨ ୩.୩ Upchurch GR, Schaub TA (2006). "Abdominal aortic aneurysm". Am Fam Physician. 73 (7): 1198–204. PMID 16623206.
  4. Spangler R, Van Pham T, Khoujah D, Martinez JP (2014). "Abdominal emergencies in the geriatric patient". International journal of emergency medicine. 7 (1): 43. doi:10.1186/preaccept-3303381914150346. PMID 25635203.{{cite journal}}: CS1 maint: multiple names: authors list (link) CS1 maint: unflagged free DOI (link)
  5. Wittels K (November 2011). "Aortic emergencies". Emergency medicine clinics of North America. 29 (4): 789–800, vii. doi:10.1016/j.emc.2011.09.015. PMID 22040707.
  6. ୬.୦ ୬.୧ "Aortic Aneurysm Fact Sheet". cdc.gov. July 22, 2014. Retrieved 3 February 2015.
  7. LeFevre ML (19 August 2014). "Screening for abdominal aortic aneurysm: U.S. Preventive Services Task Force recommendation statement". Annals of internal medicine. 161 (4): 281–90. doi:10.7326/m14-1204. PMID 24957320.
  8. Robinson, D; Mees, B; Verhagen, H; Chuen, J (June 2013). "Aortic aneurysms - screening, surveillance and referral". Australian family physician. 42 (6): 364–9. PMID 23781541.
  9. Thomas DM, Hulten EA, Ellis ST, Anderson DM, Anderson N, McRae F, Malik JA, Villines TC, Slim AM (2014). "Open versus Endovascular Repair of Abdominal Aortic Aneurysm in the Elective and Emergent Setting in a Pooled Population of 37,781 Patients: A Systematic Review and Meta-Analysis". ISRN cardiology. 2014: 149243. doi:10.1155/2014/149243. PMID 25006502.{{cite journal}}: CS1 maint: multiple names: authors list (link) CS1 maint: unflagged free DOI (link)
  10. Biancari F, Catania A, D'Andrea V (November 2011). "Elective endovascular vs. open repair for abdominal aortic aneurysm in patients aged 80 years and older: systematic review and meta-analysis". European journal of vascular and endovascular surgery : the official journal of the European Society for Vascular Surgery. 42 (5): 571–6. doi:10.1016/j.ejvs.2011.07.011. PMID 21820922.{{cite journal}}: CS1 maint: multiple names: authors list (link)
  11. Paravastu SC, Jayarajasingam R, Cottam R, Palfreyman SJ, Michaels JA, Thomas SM (23 January 2014). "Endovascular repair of abdominal aortic aneurysm". The Cochrane database of systematic reviews. 1: CD004178. doi:10.1002/14651858.CD004178.pub2. PMID 24453068.{{cite journal}}: CS1 maint: multiple names: authors list (link)
  12. Ilyas S, Shaida N, Thakor AS, Winterbottom A, Cousins C (February 2015). "Endovascular aneurysm repair (EVAR) follow-up imaging: the assessment and treatment of common postoperative complications". Clinical radiology. 70 (2): 183–196. doi:10.1016/j.crad.2014.09.010. PMID 25443774.{{cite journal}}: CS1 maint: multiple names: authors list (link)
  13. "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. 17 December 2014. doi:10.1016/S0140-6736(14)61682-2. PMC 4340604. PMID 25530442.