ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍

ଉଇକିପିଡ଼ିଆ‌ରୁ
ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍
spastic colon, nervous colon, mucous colitis, spastic bowel[୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGastroenterology
ଆଇସିଡ଼ି-୧୦K58.
ଆଇସିଡ଼ି-୯-ସିଏମ୍564.1
ରୋଗ ଡାଟାବେସ30638
ମେଡ଼ିସିନ-ପ୍ଲସ000246
ଇ-ମେଡ଼ିସିନmed/1190
Patient UKଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍
MeSHD043183

ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ (ଆଇବିଏସ) ଏକ ଲକ୍ଷଣ ସମୂହ ଯେଉଁଥିରେ ପେଟ ଯନ୍ତ୍ରଣା, ଅନ୍ତର୍ନିହିତ ଅସୁବିଧା ନ ଥାଇ ମଳ ତ୍ୟାଗ ସମୟର ପରିବର୍ତ୍ତନ ପରିଲକ୍ଷିତ ହୁଏ ।[୧] ବ‌ହୁତ ସମୟ ଧରି ଏପରିକି ବର୍ଷ ବର୍ଷ ଧରି ଏହି ରୋଗ ଲକ୍ଷଣ ଦେଖାଯାଏ ।[୨] ରୋଗୀର ତରଳ ଝାଡ଼ା, କୋଷ୍ଠ କାଠିନ୍ୟ, ଉଭୟ ଥିବା ବା କିଛି ନ ଥିବାକୁ ନେଇ ଏହି ରୋଗକୁ ଯଥାକ୍ରମେ ଚାରି ଶ୍ରେଣୀରେ (ଆବିଏସ-ଡି, ଆବିଏସ-ସି, ଆବିଏସ-ଏମ୍ ବା ଆବିଏସ-ୟୁ) ବିଭକ୍ତ କରାଯାଇଛି ।[୧] ଏହି ରୋଗ ଜୀବନର ମାନ‌କୁ ପ୍ରଭାବିତ କରିବାରୁ କାମ ବା ସ୍କୁଲ ପାଠରେ ବ୍ୟାଘାତ ହୁଏ ।[୩] ଉତ୍କଣ୍ଠା, ମେଜର ଅବସାଦକ୍ରନିକ୍ ଫ୍ୟାଟିଗ୍ ସିଣ୍ଡ୍ରୋମ୍ ଆଦି ଲକ୍ଷଣ ଆଇବିଏସ୍‌ରେ ଦେଖାଯାଏ ।[୪][୧]

ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ।[୨] ବିଭିନ୍ନ ପରିକଳ୍ପନା ଅନୁଯାୟୀ ଅନ୍ତନଳୀ-ମସ୍ତିଷ୍କ ଆକ୍ସିସ୍ ସମସ୍ୟା, କ୍ଷୁଦ୍ରାନ୍ତ୍ର ଜୀବାଣୁ ସଂଖ୍ୟା ଅତିବୃଦ୍ଧି, ଜେନେଟିକ କାରକ, ଖାଦ୍ୟ ସମ୍ଭେଦନଶୀଳତା ଓ ଅନ୍ତନଳୀ ଚଳନ ସମସ୍ୟା ଯୋଗୁ ରୋଗ ହେଉଛି । [୨] ଅନ୍ତନଳୀ ସଂକ୍ରମଣ ଏହାକୁ ସକ୍ରିୟ କରୁଥାଇପାରେ,[୫] ବା ଚାପ‌ଯୁକ୍ତ ଜୀବନର ଭୂମିକା ଥାଇପାରେ ।[୬] ଏହି ରୋଗ ଏକ କାର୍ଯ୍ୟତ୍ମକ ବେମାରୀ ।[୧] ଚିନ୍ତା ଜନ‌କ ବୈଶିଷ୍ଟ୍ୟ ନ ଥିଲେ ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୭] ବୟସ ୫୦ରୁ ଉର୍ଦ୍ଧ୍ୱ, ଓଜନ ହ୍ରାସ, ମଳରେ ରକ୍ତ ଓ ପରିବାରରେ ଏହି ରୋଗ ଇତିହାସ ଥିଲେ ଚିନ୍ତା ଜନ‌କ ଅବସ୍ଥା ବୋଲି ଚିଚାର କରାଯାଏ ।[୭] ଅନୁରୂପ ଲକ୍ଷଣମାନ ସିଲିଆକ୍ ରୋଗ, ଅଣୁବୀକ୍ଷଣୀୟ କୋଲାଇଟିସ୍, ପ୍ରଦାହସମ୍ପନ୍ନ ଅନ୍ତନଳୀ ରୋଗ, ବାଇଲ ଏସିଡ ମାଲଆବସର୍ପସନ୍, ଓ କୋଲୋନ କର୍କଟ ଇତ୍ୟାଦି ରୋଗମାନଙ୍କରେ ଦେଖାଯାଏ ।[୭] ଅଦ୍ୟାବଧି ଏହି ରୋଗ ଆରୋଗ୍ୟ ହୁଏ ନାହିଁ ।[୮] ଲକ୍ଷଣ ଉପସମ ନିମନ୍ତେ ଚିକିତ୍ସା କରାଯାଏ ।[୮] ଖାଦ୍ୟ ପରିବର୍ତ୍ତନ, ଔଷଧ, ପ୍ରୋବାୟୋଟିକଉପଦେଶ ଇତ୍ୟାଦି ଉପଚାରଦ୍ୱାର ଚିକିତ୍ସା କରାଯାଏ ।[୮] ଦ୍ରବିଭୁତକ୍ଷମ ଫାଇବର ଥିବା ଖାଦ୍ୟ, ଗ୍ଲୁଟେନ ନ ଥିବା ଖାଦ୍ୟ ଓ କମ୍ ଫରମେଣ୍ଟ ହେଉଥିବା ଓଲିଗୋସାକାରାଇଡ, ଡାଇସାକାରାଇଡ, ମୋନୋସାକାରାଇଡ ଓ ପୋଲ୍ୟୋଲ ଖାଦ୍ୟ (FODMAP) ଦେବା ଆବଶ୍ୟକ ।[୯][୭] ତରଳ ଝାଡ଼ା ହେଉଥିଲେ ଲୋପେରାମାଇଡ, କୋଷ୍ଠ କାଠିନ୍ୟ ହେଉଥିଲେ ରେଚକ (laxative) ଦିଆଯାଏ ।[୭] ଅବସାଦରୋଧୀ ଔଷଧଦ୍ୱାରା ଯନ୍ତ୍ରଣା ଓ ଅନ୍ୟାନ୍ୟ ଲକ୍ଷଣରେ ଉନ୍ନତି ହୁଏ ।[୭] ଏହି ରୋଗୀର ଯତ୍ନରେ ରୋଗୀକୁ ଶିକ୍ଷାଡାକ୍ତର–ରୋଗୀ ସମ୍ପର୍କର ବ‌ହୁତ ମହତ୍ତ୍ୱ ଅଛି ।[୧୦][୭]

ବିକଶିତ ଦେଶମାନଙ୍କରେ ପ୍ରାୟ ୧୦ରୁ ୧୫% ଲୋକ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍‌ରେ ପୀଡ଼ିତ ହୁଅନ୍ତି ।[୧][୧୧] ଦକ୍ଷିଣ ଆମେରିକାରେ ଏହା ସାଧାରଣତଃ ଦେଖାଯାଏ ଓ ଦକ୍ଷିଣପୂର୍ବ ଏସିଆରେ ଅଳ୍ପ ସାଧାରଣ ଭାବେ ଦେଖାଯାଏ ।[୭] ବୟସ ୪୫ ପୂର୍ବରୁ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ୨ ଗୁଣ ଅଧିକ ହୁଏ । [୧] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ଅଳ୍ପ ଦେଖାଯାଏ ।[୭] ଏହି ରୋଗ ଆୟୁଷ କମାଏ ନାହିଁ ବା ସାଂଘାତିକ ରୋଗ ଦିଗକୁ ଗତି କରାଏ ନାହିଁ ।[୧୨] ଏହି ରୋଗର ପ୍ରଥମ ବର୍ଣ୍ଣନା ସନ ୧୮୨୦ରେ କରାଯାଇଥିଲେ ମଧ୍ୟ ଆଧୁନିକ ନାମ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ ସନ ୧୯୪୪ରେ ବ୍ୟବ‌ହାର କରାଗଲା ।[୧୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Definition and Facts for Irritable Bowel Syndrome". NIDDKD. 23 February 2015. Retrieved 29 March 2016.
  2. ୨.୦ ୨.୧ ୨.୨ "Symptoms and Causes of Irritable Bowel Syndrome". NIDDK. 23 February 2015. Retrieved 29 March 2016.
  3. Hulisz D (2004). "The burden of illness of irritable bowel syndrome: current challenges and hope for the future". J Manag Care Pharm. 10 (4): 299–309. PMID 15298528.
  4. Whitehead WE, Palsson O, Jones KR; Palsson; Jones (2002). "Systematic review of the comorbidity of irritable bowel syndrome with other disorders: what are the causes and implications?". Gastroenterology. 122 (4): 1140–56. doi:10.1053/gast.2002.32392. PMID 11910364.{{cite journal}}: CS1 maint: multiple names: authors list (link)
  5. Spiller R, Garsed K; Garsed (May 2009). "Postinfectious irritable bowel syndrome". Gastroenterology. 136 (6): 1979–88. doi:10.1053/j.gastro.2009.02.074. PMID 19457422.
  6. Chang L (March 2011). "The role of stress on physiologic responses and clinical symptoms in irritable bowel syndrome". Gastroenterology. 140 (3): 761–5. doi:10.1053/j.gastro.2011.01.032. PMC 3039211. PMID 21256129.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ ୭.୭ ୭.୮ Chey, WD; Kurlander, J; Eswaran, S (3 March 2015). "Irritable bowel syndrome: a clinical review". JAMA. 313 (9): 949–58. PMID 25734736.
  8. ୮.୦ ୮.୧ ୮.୨ "Treatment for Irritable Bowel Syndrome". NIDDK. 23 February 2015. Retrieved 29 March 2016.
  9. Moayyedi, P; Quigley, EM; Lacy, BE; Lembo, AJ; Saito, YA; Schiller, LR; Soffer, EE; Spiegel, BM; Ford, AC (September 2014). "The effect of fiber supplementation on irritable bowel syndrome: a systematic review and meta-analysis". The American journal of gastroenterology. 109 (9): 1367–74. doi:10.1038/ajg.2014.195. PMID 25070054.
  10. Mayer EA (April 2008). "Clinical practice. Irritable bowel syndrome". N. Engl. J. Med. 358 (16): 1692–9. doi:10.1056/NEJMcp0801447. PMC 3816529. PMID 18420501.
  11. Maxion-Bergemann S, Thielecke F, Abel F, Bergemann R; Thielecke; Abel; Bergemann (2006). "Costs of irritable bowel syndrome in the UK and US". PharmacoEconomics. 24 (1): 21–37. doi:10.2165/00019053-200624010-00002. PMID 16445300.{{cite journal}}: CS1 maint: multiple names: authors list (link)
  12. Quigley, Eamonn M.M. (2013). "Treatment level 1". Irritable bowel syndrome : diagnosis and clinical management (First edition. ed.). Chichester, West Sussex: Wiley-Blackwell. ISBN 9781118444740.
  13. Hatch, Maureen C. (2000). Women and health. San Diego, Calif: Academic Press. p. 1098. ISBN 9780122881459.