ଆଲର୍ଜି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଆଲର୍ଜି
Hives2010.JPG
Hives ସାଧାରଣ ଆଲର୍ଜି ଲକ୍ଷଣ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Q2861470[*]
ଆଇସିଡ଼ି-୧୦ T78.4
ଆଇସିଡ଼ି-୯-ସିଏମ୍ 995.3
ରୋଗ ଡାଟାବେସ 33481
ମେଡ଼ିସିନ-ପ୍ଲସ 000812
ଇ-ମେଡ଼ିସିନ med/1101
MeSH D006967

ଆଲର୍ଜି ସମୂହ ବା ଆଲର୍ଜି ରୋଗ ସମୂହ ଅନେକ ରୋଗମାନଙ୍କର ସମାହାର ଯେଉଁଥିରେ ପରିବେଶର କୌଣସି ଜିନିଷ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତିସୁଗ୍ରାହୀ ବା ଅତିସମ୍ବେଦନଶୀଳ ପ୍ରତିକ୍ରିୟା କରେ କିନ୍ତୁ ସାଧାରଣ ଅବସ୍ଥାରେ କୌଣସି ସମସ୍ୟା ହୁଏନି । [୧] ଏହିଭଳି ରୋଗମାନଙ୍କର ନାମ ହେ ଫିଭର, ଖାଦ୍ୟ ଆଲର୍ଜି, ଆଟୋପିକ ଡର୍ମାଟାଇଟିସ, ଆଲର୍ଜିକ ଆଜମା, ଓ ଆନାଫାଇଲାକସିସ ।[୨] ଏଭଳି ରୋଗରେ ଆଖି ଲାଲ ହୁଏ, ଗଲୁ ହେଉଥିବା ରାସ ହୁଏ, ନାକରୁ ପାଣିବୋହେ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଫୁଲିଯାଏ । [୩] ଖାଦ୍ୟ ଅସ‌ହ‌ନଶୀଳତାଖାଦ୍ୟ ବିଷାକ୍ତ‌ତା ରୋଗଦ୍ୱୟ ଏହାଠାରୁ ଅଲଗା ରୋଗ । [୪][୫]

ମୂଖ୍ୟ ସାଧାରଣ ଆଲର୍ଜେନ ନାମ [ପରାଗ]] ରେଣୁ ଓ ଖାଦ୍ୟ । ଧାତୁ ତ‌ଥା ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ ସମସ୍ୟା ସୃଷ୍ଟି କରନ୍ତି । [୧] ଖାଦ୍ୟ, କୀଟ ଶୁଣ୍ଢ ଓ ବିଭିନ୍ନ ଔଷଧ ଅତ୍ୟନ୍ତ ଅଧିକ ପ୍ରତିକ୍ରିୟା କରନ୍ତି । ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହୁଏ । [୬] ଶରୀରର ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡି (ଆଇଜିଇ) ଆଲର୍ଜେନ ସ‌ହିତ ସଂଯୁକ୍ତ ହୋଇ ପ୍ରଦାହୀ ରାସାୟନିକ ପଦାର୍ଥ ଯେପରିକି ହିସ୍ଟାମିନ କ୍ଷରଣ କରନ୍ତି । [୭] ରୋଗୀର ରୋଗ ଇତିହାସ ସଂଗ୍ରହ କରି ରୋଗ ନିର୍ଣ୍ଣୟ କରାଯାଏ । କେତେକ କେଶରେ ଚର୍ମ ଓ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । [୫] ଏକ ଯୁକ୍ତାତ୍ମକ ପରୀକ୍ଷା ଅର୍ଥ ନୁହେଁ ଯେ ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ଯଥେଷ୍ଟ ଆଲର୍ଜି ଅଛି । [୮]

ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାରମ୍ଭିକ ସଂସ୍ପର୍ଶ ରକ୍ଷାକାରୀ ହୋଇପାରେ । [୯] ଆଲର୍ଜେନ ଏଡ଼େଇବା, କର୍ଟିକୋସ୍ଟିରଏଡଆଣ୍ଟିହିସ୍ଟାମିନ ଭଳି ଓଷଧ ବ୍ୟବ‌ହାର କରି ଏହାର ଚିକିତ୍ସା କରାଯାଏ । [୧୦] ଅବସ୍ଥା ଗମ୍ଭୀର ହେଲେ ଆଡ୍ରାନାଲିନ ଇଞ୍ଜେକସନ ଦିଆଯାଏ । [୧୧] ହେ ଫିଭର ଓ କୀଟ ଦଂଶନ କେଶରେ ଆଲର୍ଜେନ ଇମ୍ମ୍ୟୁନୋଥେରାପି ଦିଆଯାଏ ଯାହା ଅଧିକରୁ ଅଧିକ ପରିମାଣର ଆଲର୍ଜେନ ସଂସ୍ପର୍ଷରେ ଆସିବାକୁ ଦିଏ । ଖାଦ୍ୟ ଆଲର୍ଜିରେ ଏହାର ଉପକାରୀତା ସ୍ପଷ୍ଟ ହୋଇନାହିଁ । [୧୦]

ଆଲର୍ଜି ଏକ ସାଧାରଣ ରୋଗ । [୧୨] ବିକଶିତ ଦେଶମାନଙ୍କରେ ୨୦ % ଲୋକଙ୍କର ଆଲର୍ଜିକ ନାକ ପ୍ରଦାହ ରୋଗ ଅଛି, [୧୩] ପ୍ରାୟ ୬ % ଲୋକଙ୍କର ଖାଦ୍ୟ ଆଲର୍ଜି ଅଛି, [୫][୯] ଓ ପ୍ରାୟ ୨୦ % ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ଅଛି । [୧୪] ଦେଶ ଅନୁଯାୟୀ ୧ ରୁ ୧୮ % ଲୋକଙ୍କର ଆଜମା ଥାଏ । [୧୫] 0.0୫–୨% ଲୋକଙ୍କର ଆନାଫାଇଲାକ୍‌ସିସ୍‌ ହୁଏ ।[୧୬] ବିଭନ୍ନ ଆଲର୍ଜିର ରୋଗ ସଂଖ୍ୟା ବଢ଼ିବାକୁ ଲାଗିଛି । [୧୧][୧୭] ଏହି ଆଲର୍ଜି ଶବ୍ଦଟି ପ୍ରଥମେ ସନ ୧୯୦୬ରେ କ୍ଲେମେନ୍ସ ଭନ ପିରକ୍ୟେଟ ବ୍ୟବ‌ହାର କରିଥିଲେ । [୬]


ଆଧାର[ସମ୍ପାଦନା]

  1. ୧.୦ ୧.୧ McConnell, Thomas H. (2007). The nature of disease : pathology for the health professions. Baltimore, Mar.: Lippincott Williams & Wilkins. p. 159. ISBN 9780781753173. 
  2. "Types of Allergic Diseases". NIAID. May 29, 2015. Retrieved 17 June 2015. 
  3. "Environmental Allergies: Symptoms". NIAID. April 22, 2015. Retrieved 19 June 2015. 
  4. Bahna SL (Dec 2002). "Cow's milk allergy versus cow milk intolerance.". Annals of allergy, asthma & immunology : official publication of the American College of Allergy, Asthma, & Immunology 89 (6 Suppl 1): 56–60. doi:10.1016/S1081-1206(10)62124-2. PMID 12487206. 
  5. ୫.୦ ୫.୧ ୫.୨ National Institute of Allergy and Infectious Diseases (July 2012). "Food Allergy An Overview" (pdf). 
  6. ୬.୦ ୬.୧ Kay AB (2000). "Overview of 'allergy and allergic diseases: with a view to the future'". Br. Med. Bull. 56 (4): 843–64. doi:10.1258/0007142001903481. PMID 11359624. 
  7. "How Does an Allergic Response Work?". NIAID. April 21, 2015. Retrieved 20 June 2015. 
  8. Cox L, Williams B, Sicherer S, Oppenheimer J, Sher L, Hamilton R, Golden D (December 2008). "Pearls and pitfalls of allergy diagnostic testing: report from the American College of Allergy, Asthma and Immunology/American Academy of Allergy, Asthma and Immunology Specific IgE Test Task Force". Annals of Allergy, Asthma & Immunology 101 (6): 580–92. doi:10.1016/S1081-1206(10)60220-7. PMID 19119701. 
  9. ୯.୦ ୯.୧ Sicherer, SH.; Sampson, HA. (Feb 2014). "Food allergy: Epidemiology, pathogenesis, diagnosis, and treatment.". J Allergy Clin Immunol 133 (2): 291–307; quiz 308. doi:10.1016/j.jaci.2013.11.020. PMID 24388012. 
  10. ୧୦.୦ ୧୦.୧ "Allergen Immunotherapy". April 22, 2015. Retrieved 15 June 2015. 
  11. ୧୧.୦ ୧୧.୧ Simons FE (October 2009). "Anaphylaxis: Recent advances in assessment and treatment" (PDF). The Journal of Allergy and Clinical Immunology 124 (4): 625–36; quiz 637–8. doi:10.1016/j.jaci.2009.08.025. PMID 19815109. 
  12. "Allergic Diseases". NIAID. May 21, 2015. Retrieved 20 June 2015. 
  13. Wheatley, LM; Togias, A (29 January 2015). "Clinical practice. Allergic rhinitis.". The New England Journal of Medicine 372 (5): 456–63. doi:10.1056/NEJMcp1412282. PMID 25629743. 
  14. Thomsen, SF (2014). "Atopic dermatitis: natural history, diagnosis, and treatment.". ISRN allergy 2014: 354250. doi:10.1155/2014/354250. PMID 25006501. 
  15. "Global Strategy for Asthma Management and Prevention" (PDF). Global Initiative for Asthma. 2011. pp. 2–5. 
  16. Leslie C. Grammer (2012). Patterson's Allergic Diseases (7 ed.). ISBN 9781451148633. 
  17. Anandan C, Nurmatov U, van Schayck OC, Sheikh A (February 2010). "Is the prevalence of asthma declining? Systematic review of epidemiological studies". Allergy 65 (2): 152–67. doi:10.1111/j.1398-9995.2009.02244.x. PMID 19912154.