ପୀତ ଜ୍ୱର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପୀତ ଜ୍ୱର
YellowFeverVirus.jpg
A TEM micrograph of the yellow fever virus (234,000X magnification)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି infectious disease[*]
ଆଇସିଡ଼ି-୧୦ A95.
ଆଇସିଡ଼ି-୯-ସିଏମ୍ 060
ରୋଗ ଡାଟାବେସ 14203
ମେଡ଼ିସିନ-ପ୍ଲସ 001365
ଇ-ମେଡ଼ିସିନ med/2432 emerg/645
MeSH D015004

ପୀତ ଜ୍ୱର (ଇଂରାଜୀରେ Yellow fever, ଐତିହାସିକ ନାମ ୟେଲୋ ଜ୍ୟାକ କିମ୍ବା ୟେଲୋ ପ୍ଲେଗ୍[୧] ଅଧିକାଂଶ ରୋଗୀଙ୍କର ଜ୍ୱର, ଶୀତ, କ୍ଷୁଧାହାନୀ, ଓକାଳ, ମାଂସପେଶୀ ଯନ୍ତ୍ରଣା (ବେଶୀ ପିଠିରେ) ଓ ମୁଣ୍ଡ ବଥା ଲକ୍ଷଣ ଦେଖାଯାଏ ।[୧] ଏହା ପ୍ରାୟ ୫ ଦିନ ମଧ୍ୟରେ ଉନ୍ନତି ଲାଭ କରେ ।[୧] କେତେ ରୋଗୀଙ୍କର ଉନ୍ନତି ଲାଭର ଗୋଟିଏ ଦିନ ପରେ ଜ୍ୱର, ପେଟ ଯନ୍ତ୍ରଣା ହୁଏ, ଯକୃତ ନଷ୍ଟ ଆରମ୍ଭ ହୋଇ ଜଣ୍ଡିସ ବା କାମଳ ରୋଗ ହୁଏ ।[୧] ଏହା ହେଲେ ରକ୍ତସ୍ରାବ ଓ ବୃକ୍‌କ ଫେଲ ହେବା ସଙ୍କଟ ବଢ଼ିଯାଏ ।[୧]

ପୀତ ଜର ଭୁତାଣୁ ଏହି ରୋଗ କରାଏ ଓ ମାଈ ମଶା କାମୁଡ଼ିବାଦ୍ୱାରା ପ୍ୟାପେ ।[୧] କେବଳ ମଣିଷ, ଅନେକ ପ୍ରାଇମେଟ ଓ ମଶାମାନେ ମଧ୍ୟ ଏ ରୋଗାକ୍ରାନ୍ତ ହୁଅନ୍ତି ।[୧] ସ‌ହରମାନଙ୍କରେ ଏଡିସଇଜିପ୍‌ଟି ମଶାଦ୍ୱାରା ଏହା ବ୍ୟାପେ ।[୧] ଏହି ଭୁତାଣୁ ଜେନସ୍ ଫ୍ଲାଭିଭାଇରସ୍ ଅନ୍ତର୍ଗତ ଆର.ଏନ.ଏ ଭୁତାଣୁ ଅଟେ ।[୨] ପ୍ରାଥମିକ ଅବସ୍ଥାରେ ଏହା ଅନ୍ୟ କେତେକ ରୋଗ ସ‌ହ ସମାନ ଲକ୍ଷଣ ଦେଖାଉଥିବାରୁ ରୋଗ ନିର୍ଣ୍ଣୟ କଷ୍ଟକର ହୁଏ ।[୧] ସନ୍ଦେହାତ୍ମକ କେଶ୍‌ରେ ରକ୍ତର ପଲିମରେଜ ଚେନ ରିଆକ୍‌ସନ୍ ପରୀକ୍ଷା ଆବଶ୍ୟକ ହୁଏ ।[୩]

ପୀର ଜର ନିମନ୍ତେ ଏକ ବିପଦମୁକ୍ତ ଓ ଫଳପ୍ରଦ ଟିକା ଅଛି ଯାହା କେତେକ ଦେଶରେ ଭ୍ରମଣକାରୀଙ୍କ ନିମନ୍ତେ ଆବଶ୍ୟକ ହୁଏ ।[୧] ଅନ୍ୟ ପ୍ରଚେଷ୍ଟା ମଧ୍ୟରେ ସଂଚାରକାରୀ ମଶା ସଂଖ୍ୟା କମେଇ ସଂକ୍ରମଣ ରୋକିବା ଆବଶ୍ୟକ ।[୧] ପୀତ ଜର ପ୍ରବଣ ଇଲାକାରେ ଟିକା ଦିଆ ନ ଯାଉଥିଲେ ଶୀଘ୍ରାତିଶୀଘ୍ର ରୋଗ ନିର୍ଣ୍ଣୟ କରି ଗୋଟାଏ ବିରାଟ ଏରିଆର ଲୋକଙ୍କୁ ଟିକା ଦେଇ ସଂକ୍ରମଣ ରୋକିବା ଦରକାର ।[୧] ରୋଗ ହୋଇଥିଲେ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ, ଯେହେତୁ ଏହି ଭୁତାଣୁ ମାରିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[୧] ରୋଗ ଉତ୍କଟ ଥିଲେ ବିନା ଚିକିତ୍ସାରେ ଅଧା ଲୋକ ମରିଯାଆନ୍ତି । [୧]

ପ୍ରତି ବର୍ଷ ୨୦୦୦୦୦ ଲୋକ ପୀତ ରୋଗରେ ସଂକ୍ରମିତ ହୁଅନ୍ତି ଓ ୩୦୦୦୦ ହଜାର ମୃତ୍ୟୁ ବରଣ କରନ୍ତି,[୧] ଏମାନଙ୍କ ମଧ୍ୟରୁ ୯୦% ଆଫ୍ରିକାର ଅଧିବାସୀ ।[୩] ଏହି ରୋଗ ଥିବା ସ୍ଥାନମାନଙ୍କରେ ପ୍ରାୟ ଏକ ବିଲିଅନ (ଆମେରିକା ହିସାବରେ ୧୦୦ କୋଟି) ଲୋକ ବାସ କରନ୍ତି ।[୧] ଗ୍ରଷ୍ମମଣ୍ଡଳୀୟ ସ୍ଥାନ ଯଥା ଦକ୍ଷିଣ ଆମେରିକା, ଆଫ୍ରିକାରେ ଏହା ଅତି ସାଧାରଣ କିନ୍ତୁ ଏସିଆରେ ନୁହେଁ ।[୪][୧] ସନ ୧୯୮୦ ପରଠାରୁ ଏହି ରୋଗ ସଂଖ୍ୟା ବଢ଼ିବାରେ ଲାଗିଛି ।[୫][୧] ବିଶ୍ୱସ କରାଯାଏ ଯେ ଅଳ୍ପ ଲୋକ ଇମ୍ମ୍ୟୁନ ଥିବାରୁ, ଅଧିକ ସ‌ହର ଅଧିବାସୀ ହୋଇଥିବାରୁ, ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ଓ ଜଳବାୟୁ ବଦଳୁଥିବାରୁ ଏହି ରୋଗ ହୁଏ ।[୧] ଆଫ୍ରିକାରୁ ଆରମ୍ଭ ହୋଇ ସପ୍ତଦଶ ଶତାବ୍ଦୀରେ ଦାସ ବ୍ୟବସାୟ ଯୋଗୁ ଆମେରିକାକୁ ବ୍ୟାପିଗଲା ।[୬] ସେହି ଶତାବ୍ଦୀଠାଅରୁ ଆମେରିକା, ଆଫ୍ରିକା ଓ ୟୁରୋପରେ ଅନେକ ପୀତ ଜର ମଡ଼କ ହେଲାଣି । [୬] ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ଏହି ରୋଗକୁ ଏକ ଭୟଙ୍କର ସଂକ୍ରମଣକାରୀ ରୋଗ ହିସାବରେ ବିବେଚନା କରାଯାଉଥିଲା ।[୬] ପ୍ରଥମ ମାନବ ଭୁତାଣୁ ଭାବେ ଏହା ଆବିଷ୍କୃତ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ "Yellow fever Fact sheet N°100". World Health Organization. May 2013. Retrieved 23 February 2014. 
  2. ୨.୦ ୨.୧ Lindenbach, B. D. et al. (୨୦୦୭). "Flaviviridae: The Viruses and Their Replication". In Knipe, D. M. and P. M. Howley. (eds.). Fields Virology (୫th ed.). Philadelphia, PA: Lippincott Williams &Wilkins. p. ୧୧୦୧. ISBN ୦-୭୮୧୭୬୦୬-୦-୭. 
  3. ୩.୦ ୩.୧ Tolle MA (April 2009). "Mosquito-borne diseases". CurrProblPediatrAdolesc Health Care 39 (4): 97–140. PMID 19327647. doi:10.1016/j.cppeds.2009.01.001. 
  4. "CDC Yellow Fever". Retrieved 2012-12-12. 
  5. Barrett AD, Higgs S (2007). "Yellow fever: a disease that has yet to be conquered". Annu. Rev. Entomol. 52: 209–29. PMID 16913829. doi:10.1146/annurev.ento.52.110405.091454. 
  6. ୬.୦ ୬.୧ ୬.୨ Oldstone, Michael (୨୦୦୯). Viruses, Plagues, and History: Past, Present and Future. Oxford University Press. pp. ୧୦୨–୪. ISBN ୯୭୮୦୧୯୯୭୫୮୪୯୪.