ସିଜୋଫ୍ରେନିଆ

ଉଇକିପିଡ଼ିଆ‌ରୁ
ସିଜୋଫ୍ରେନିଆ
A white cloth with seemingly random, unconnected text sewn into it using multiple colors of thread
ସିଜୋଫ୍ରେନିଆ ରୋଗୀର ଏମ୍ବ୍ରଏଡରୀ କାମ Cloth embroidered by a person diagnosed with schizophrenia
ଉଚ୍ଚାରଣ
ବିଭାଗମାନସିକ ରୋଗ ଚିକିତ୍ସା ବିଜ୍ଞାନ (Psychiatry)
ଲକ୍ଷଣହାଲ୍ୟୁସିନେସନ (Hallucination)s ( hearing voices), ଡେଲ୍ୟୁଜନ (delusion), ଦ୍ୱନ୍ଦାତ୍ମକ ଚିନ୍ତା (confused thinking)[୨][୩]
ଆକ୍ରାନ୍ତ ସମୟବୟସ ୧୬ରୁ ୩୦ [୩]
ଅବଧିସ୍ଥାୟୀ[୩]
କାରଣପରିବେଶ ଓ ଜେନେଟିକ କାରକ [୪]
ବିପଦ କାରକପାରିବାରିକ ଇତିହାସ (Family history), ଗଞ୍ଜେଇ ସେବନ (cannabis), ଗର୍ଭ ସମସ୍ୟା, ବୟସାଧିକ୍ୟ ପିତା, ସ‌ହରରେ ବିକାଶ ଓ ବସବାସ [୪][୫]
ରୋଗ ନିର୍ଣ୍ଣୟ ପଦ୍ଧତିବ୍ୟବ‌ହାର ଅନୁଶୀଳନ, ଅନୁଭୂତି ରିପୋର୍ଟ ଓ ରୋଗୀଙ୍କୁ ଜାଣିଥିବା ଲୋକଙ୍କ ରିପୋର୍ଟ [୬]
ସଠିକ ରୋଗ ନିର୍ଣ୍ଣୟSubstance abuse, Huntington's disease, mood disorders (bipolar disorder), autism,[୭] borderline personality disorder[୮]
ଔଷଧଆଣ୍ଟିସାଇକୋଟିକସ (Antipsychotics)[୪]
Prognosis୨୦ ବର୍ଷ କମ୍ ଆୟୁଷ (life expectancy)[୯][୧୦]
ପୁନଃପୌନିକ~୦.୫%[୧୧][୧୨]
ମୃତ୍ୟୁ ସାନ୍ଦ୍ରତା~୧୭,୦୦୦ (୨୦୧୫)[୧୩]
ସିଜୋଫ୍ରେନିଆ ଭିଡିଓ

ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ସାମାଜିକ ବ୍ୟବ‌ହାରବାସ୍ତବିକତା ବୁଝିବା ଅକ୍ଷମତା ଭଳି ଲକ୍ଷଣମାନ ଦେଖାଯାଏ ।[୧୪] ଏଥିରେ ସାଧାରଣତଃ ମିଥ୍ୟା ବିଶ୍ୱାସ, ଅସ୍ପଷ୍ଟ ଚିନ୍ତାଧାରା, ନ କୁହା କଥା ଶୁଣାଯିବା, ସାମାଜିକ ମିଳାମିଶା ଓ ଭାବୁକ ଅଭିବ୍ୟକ୍ତି କମିଯିବା ଓ ପ୍ରେରଣା ଅଭାବ ଆଦି ଲକ୍ଷଣମାନ ଦେଖାଯାଏ ।[୨][୩] ଅଧିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍କଣ୍ଠା, ଅଧିକ ଅବସାଦ ବେମାରୀ ବା ସବ୍‌ସ୍ଟାନ୍ସ ଡିଜଅର୍ଡ଼ର ଇତ୍ୟାଦି ଦେଖାଯାଏ ।[୧୫] ଲକ୍ଷଣମାନ ଧୀରେ ଧୀରେ ଆସେ,ଅଳ୍ପ ବୟସ୍କ ଯୁବାବସ୍ଥାରେ ଆରମ୍ଭ ହୁଏ ଓ ବ‌ହୁତ ଦିନ ପର୍ଯ୍ୟନ୍ତ ରହେ ।[୩][୧୬]

ସିଜୋଫ୍ରେନିଆ ଏକ ଅସାଧାରଣ ମାନସିକ ବ୍ୟାଧି ଯେଉଁଥିରେ ଚିନ୍ତା ଧାରା (Thought process) ବ୍ୟାହତ ହେବା ସହ ଭାବ ପ୍ରବଣତାର(Emotional response) ପ୍ରତିକ୍ରିୟା କମିଯାଏ[୧୭] । ରୋଗ ଲକ୍ଷଣ: ଅନୁଭବ ବିଭ୍ରମ (Hallucination), ମାନସିକ ବିକାର, ଅବାସ୍ତବ ବିଶ୍ୱାସ(Delusion), ଅସଞ୍ଜତ ବାର୍ତ୍ତଳାପଚିନ୍ତାଧାରା । ଏହା ସହ ସମାଜିକ କର୍ତ୍ତବ୍ୟ ଓ କର୍ମକ୍ଷେତ୍ରରେ ମଧ୍ୟ ଅବନତି ହୁଏ । ଏହା ସ୍ୱଳ୍ପ ଯୁବାବସ୍ଥାରେ ଆରମ୍ଭ ହୁଏ । ରୋଗୀର ବ୍ୟବହାର, ଅନୁଭୁତି ଏବଂ ସାମାଜିକ ଆଉ ବ୍ୟକ୍ତିଗତ ଅବସ୍ତାକୁ ସୁଚାରୁ ରୂପେ ଅଧୟନ କଲାପରେ ଏହି ରୋଗକୁ ନିର୍ଣ୍ଣୟ କରାଯାଏ ।
ଜେନେଟିକ୍, ପରିବେଶ, ସ୍ନାୟୁ-ଜୀବବିଜ୍ଞାନ (neurobiology), ମନସ୍ତତ୍ତ୍ୱ, ଓ ସାମାଜିକ ପ୍ରଭାବ ଯୋଗୁ ରୋଗ ହେଉଥିବା ବିଶ୍ୱାସ କରାଯାଏ ଓ କେତେକ ଔଷଧ ଖାଇଲେ ଏହି ରୋଗ ଆରମ୍ଭ ହୁଏ ବା ବଢିଯାଏ । ଏହା ଗୋତିଏ ରୋଗ ବା ଅନେକ ଲକ୍ଷଣର ସମାହାର, ଏ ବିଷୟରେ ମତ ଭେଦ ରହିଛି । ଏହି ନାମଟି ଏକ ଗ୍ରୀକ ଶବ୍ଦରୁ [skhizein (σχίζειν, "to split" and phrēn, phren- (φρήν, φρεν-; "mind"] ଅଣା ହୋଇଛି ଯାହାର ଆକ୍ଷରିକ ଅର୍ଥ 'ବିଭାଜିତ ମାନସ'(Split mind) କିନ୍ତୁ ଅଧୁନା ଏହି ଅର୍ଥକୁ ଗ୍ରହଣ କରାଯାଉନାହିଁ ଓ ଏହାକୁ ଡିସୋସେଏଟିଭ୍ ଆଇଡେଣ୍ଟିଟି (dissociative identity disorder) ନାମ ଦିଆଯାଇଛି[୧୮]
ଏହି ରୋଗ ନିମନ୍ତେ ଆଣ୍ଟିସାଇକୋଟିକ୍ ଔଷଧ ଦିଆଯାଏ ଯାହା ଡୋପାମିନ୍ ରିସେପ୍ଟର କାର୍ଯ୍ୟକୁ ଦବେଇ ଦିଏ । ମନୋବିଜ୍ଞାନ ଚିକିତ୍ସା ଓ ରୁଚି ଅନୁସାରେ କର୍ମ ସଂସ୍ଥାନ କଲେ ଉପକାର ମିଳେ । ଭୟାନକ ଏବଂ ତିବ୍ର ହାନୀ କାରକ ରୋଗୀମାନାଙ୍କୁ ଇଛା ବିରୁଦ୍ଧରେ ଡାକ୍ତରଖାନାରେ ରହଣି ଆବଶ୍ୟକ ହୁଏ । ଅଧୁନା ଡାକ୍ତରଖାନାରେ ସ୍ୱଳ୍ପ ରହଣି ଓ କାଳାନ୍ତର ରହଣି ଆବଶ୍ୟକ ହେଉଛି[୧୯]
ଏହି ରୋଗରେ ଚିନ୍ତା କରିବାର ଶକ୍ତିରେ (Cognition) ବାଧାପ୍ରାପ୍ତ ହୁଏ । ଧ୍ୟାନ, ସ୍ମରଣ ଶକ୍ତି, ଭାଷା ବୁଝିବା ତଥା ପ୍ରୟୋଗ କରିବା ଶକ୍ତି, ଶିଖିବା, ବୋଧଗମ୍ୟତା, ସମସ୍ୟା ସମାଧାନ ଓ ସିଦ୍ଧାନ୍ତ ଇତ୍ୟାଦିକୁ କଗନିସନ୍ କୁହାଯାଏ । ଏହି ରୋଗୀମାନେ ଅବସାଦଗ୍ରସ୍ତ ଓ ଆଶଙ୍କାକୁଳ ମଧ୍ୟ ହୋଇପାରନ୍ତି । ସାଧାରଣତଃ ଏହି ରୋଗୀମାନେ ସାମାଜିକ ସମସ୍ୟା, କାର୍ଯ୍ୟହୀନତା, ଓ ଗୃହଶୂନ୍ୟତାର ଶିକାର ହୁଅନ୍ତି ।

ଜନ୍ ନ୍ୟାଶ୍, ଜଣେ ଆମେରିକୀୟ ଗଣିତଜ୍ଞ ଏବଂ ୧୯୯୪ରେ ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା, ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିଲେ । ତାଙ୍କ ଜୀବନ କାହାଣୀ ୨୦୦୧ ମସିହାରେ ଏକାଡ଼େମୀ ପୁରସ୍କାର ପାଇଥିବା କଥାଚିତ୍ର ଏ ବିୟୁଟିଫୁଲ୍ ମାଇଣ୍ଡର ମୁଖ୍ୟ ବିଷୟବସ୍ତୁ ଥିଲା ।

ଆଧାର[ସମ୍ପାଦନା]

  1. Jones D (2003) [1917]. Roach P, Hartmann J, Setter J (eds.). English Pronouncing Dictionary. Cambridge: Cambridge University Press. ISBN 978-3-12-539683-8. {{cite book}}: Unknown parameter |name-list-format= ignored (|name-list-style= suggested) (help)
  2. ୨.୦ ୨.୧ "Schizophrenia Fact sheet". www.who.int (in ଇଂରାଜୀ). 4 October 2019. Retrieved 22 January 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "Schizophrenia". National Institute of Mental Health. January 2016. Retrieved 3 February 2016.
  4. ୪.୦ ୪.୧ ୪.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; Lancet2016 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. Gruebner O, Rapp MA, Adli M, et al. (February 2017). "Cities and mental health". Deutsches Arzteblatt International. 114 (8): 121–127. doi:10.3238/arztebl.2017.0121. PMC 5374256. PMID 28302261.
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; DSM5 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. Ferri FF (2010). Ferri's differential diagnosis : a practical guide to the differential diagnosis of symptoms, signs, and clinical disorders (2nd ed.). Philadelphia, PA: Elsevier/Mosby. p. Chapter S. ISBN 978-0-323-07699-9.
  8. Paris J (December 2018). "Differential Diagnosis of Borderline Personality Disorder". The Psychiatric Clinics of North America. 41 (4): 575–582. doi:10.1016/j.psc.2018.07.001. PMID 30447725.
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; SBU2012 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. ଆଧାର ଭୁଲ: ଅଚଳ <ref> ଚିହ୍ନ; Laursen ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  11. ଆଧାର ଭୁଲ: ଅଚଳ <ref> ଚିହ୍ନ; Lancet09 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. Addington J, Liu L, Buchy L, et al. (May 2015). "North American Prodrome Longitudinal Study (NAPLS 2): The Prodromal Symptoms". The Journal of nervous and mental disease. 203 (5): 328–35. doi:10.1097/NMD.0000000000000290. PMID 25919383.
  13. GBD 2015 Mortality and Causes of Death Collaborators (October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |author= has generic name (help)CS1 maint: numeric names: authors list (link)
  14. "Schizophrenia Fact sheet N°397". WHO. September 2015. Retrieved 3 February 2016.
  15. Buckley PF, Miller BJ, Lehrer DS, Castle DJ (March 2009). "Psychiatric comorbidities and schizophrenia". Schizophr Bull. 35 (2): 383–402. doi:10.1093/schbul/sbn135. PMC 2659306. PMID 19011234.{{cite journal}}: CS1 maint: multiple names: authors list (link)
  16. American Psychiatric Association. Diagnostic and Statistical Manual of Mental Disorders (5th ed.). Arlington: American Psychiatric Publishing. pp. 101–05. ISBN 978-0890425558.
  17. "Schizophrenia" Concise Medical Dictionary. Oxford University Press, 2010. Oxford Reference Online. Maastricht University Library Archived 2012-06-14 at the Wayback Machine.. 29 June 2010 prepaid subscription only
  18. Baucum, Don (2006). Psychology (2nd ed.). Hauppauge, N.Y.: Barron's. p. 182. ISBN 9780764134210.
  19. Becker T, Kilian R (2006). "Psychiatric services for people with severe mental illness across western Europe: what can be generalized from current knowledge about differences in provision, costs and outcomes of mental health care?". Acta Psychiatrica Scandinavica Supplement. 113 (429): 9–16. doi:10.1111/j.1600-0447.2005.00711.x. PMID 16445476.

ଅଧିକ ତଥ୍ୟ[ସମ୍ପାଦନା]