ପାକସ୍ଥଳୀ ପ୍ରଦାହ

ଉଇକିପିଡ଼ିଆ‌ରୁ

ପାକସ୍ଥଳୀ ପ୍ରଦାହ
ମାଓକ୍ରୋଗ୍ରାଫରେ ପାକସ୍ଥଳୀ ପ୍ରଦାହ । H&E stain.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGastroenterology
ଆଇସିଡ଼ି-୧୦K29.0-K29.7
ଆଇସିଡ଼ି-୯-ସିଏମ୍535.0-535.5
ରୋଗ ଡାଟାବେସ34500
ମେଡ଼ିସିନ-ପ୍ଲସ001150
ଇ-ମେଡ଼ିସିନemerg/820 med/852
MeSHD005756

ପାକସ୍ଥଳୀ ପ୍ରଦାହ (ଇଂରାଜୀରେ Gastritis) ଏକ ରୋଗ ଯେଉଁଥିରେ ପାକସ୍ଥଳୀର ଭିତର ସ୍ତରରେ ପ୍ରଦାହ ହୁଏ । ଓଡ଼ିଆ ଭାଷାରେ ଏହି ରୋଗକୁ ଜଠର ଶୋଥ, ପାକାଶୟ ଶୋଥ ଓ ପାକସ୍ଥଳୀ ଘାଆ ମଧ୍ୟ କ‌ହ‌ନ୍ତି । ଏହି ରୋଗ ଅଳ୍ପ ଦିନ ହୁଏ ବା ବ‌ହୁତ ଦିନ ଧରି ହୁଏ । ଏହାର ସାଧାରଣ ଲକ୍ଷଣ ହେଲା ଉପର ପେଟ ଯନ୍ତ୍ରଣା[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଅଇ ଉଠିବା, ବାନ୍ତି ହେବା, ଅରୁଚି ହେବା ଓ ଛାତି ଜ୍ୱାଳା ବା ହାର୍ଟ ବର୍ଣ୍ଣ ହୁଏ । [୧][୨] କିଛି ଲକ୍ଷଣ ମଧ୍ୟ ନ ଥାଇପାରେ । ଏହି ରୋଗର ଜଟିଳତା ମଧ୍ୟରେ ପାକସ୍ଥଳୀରେ ରକ୍ତସ୍ରାବ, ପାକସ୍ଥଳୀ ଘାଆପାକସ୍ଥଳୀ ଅର୍ବୁଦ ଉଲ୍ଲେଖ‌ଯୋଗ୍ୟ । [୧] ଅଟୋଇମ୍ମ୍ୟୁନ ଅସୁବିଧା ଥିଲେ ପର୍ନିସିୟସ ଆନିମିଆ ହୁଏ ଓ ଯଥେଷ୍ଟ ଭିଟାମିନ ବି୧୨ ଅଭାବ ଯୋଗୁ କମ ଲୋହିତ ରକ୍ତ କଣିକା ହୁଏ । [୩]

ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁ ଓ ଏନଏସଆଇଡିର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହି ରୋଗ ହୁଏ । ଅସାଧାରଣ କାରଣମାନଙ୍କ ନାମ ଆଲକୋହୋଲ, ଧୁମ୍ରପାନକୋକେନ ସେବନ, ଗମ୍ଭୀର ବେମାରୀ, ଅଟୋଇମ୍ମ୍ୟୁନ ସମସ୍ୟା, ରାଡିଏସନ ଥେରାପି ଓ କ୍ରନ ରୋଗ ଇତ୍ୟାଦି । [୧][୪] ରକ୍ତ, ମଳ ପରୀକ୍ଷା ଓ ଏଣ୍ଡୋସ୍କୋପିଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ । [୧] ହୃଦ୍‌ଘାତ ରୋଗର ଲକ୍ଷଣ ଓ ପାକସ୍ଥଳୀ ପ୍ରଦାହ ରୋଗ ଲକ୍ଷଣ ଅନେକ ସମୟରେ ସମାନ ଥାଏ । ସମାନ ଲକ୍ଷଣ ଥିବା ଅନ୍ୟ ରୋଗ ନାମ: ଅଗ୍ନାଶୟ ପ୍ରଦାହ, ବିଲିଆରି କଲିକପେପଟିକ ଅଲସର ରୋଗ[୨]

ଏହି ରୋଗ ଜନ୍ମାଉଥିବା ଅବସ୍ଥାମାନଙ୍କୁ ଆଡ଼େଇ ଗଲେ ପ୍ରତିଷେଧ ହୋଇଯିବ । [୫] ଆଣ୍ଟାସିଡ, ଏଚ୨ ବ୍ଲକର ବା ପ୍ରୋଟୋନ ପମ୍ପ ଇନହିବିଟର ଇତ୍ୟାଦି ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । [୧] ଆକ୍ୟୁଟ ଆକ୍ରମଣ ସମୟରେ ବ‌ହଳିଆ ଲୋଡୋକେନ ପିଇଲେ ଉପକାର ମିଳେ । [୬] ଏନଏସଆଇଡି ଖାଇ ଏହି ରୋଗ ହେଉଥିଲେ ତୁରନ୍ତ ଔଷଧ ଖାଇବା ବନ୍ଦ କରିବା ଉଚିତ । ଏଚ ପାଇଲୋରି ଜୀବାଣୁଯୋଗୁ ରୋଗ ହେଉଥିଲେ ଯୁଗ୍ମ ଆଣ୍ଟିବାୟୋଟିକ ଯେପରିକି ଆମୋକ୍ସିସିଲିନକ୍ଲାରିଥ୍ରୋମାଇସିନ ଦିଆଯାଏ । [୧] ପରନିସିୟସ ଆନିମିଆ ରୋଗ ଥିଲେ ଅଧିକ ଭିଟାମିନ ବି ପାଟିବାଟେ ବା ଇଞ୍ଜେକସନ ଆକାରରେ ଦିଆଯାଏ । [୩] ରୋଗ ଜନ୍ମାଉଥିବା ଖାଦ୍ୟ ବର୍ଜନ କରିବା ଉଚିତ । [୭]

ପାକସ୍ଥଳୀ ପ୍ରଦାହ ରୋଗ ପ୍ରାୟ ୫୦ % ଲୋକଙ୍କର ଥିବା ବିଶ୍ୱାସ କରାଯାଏ । [୫] ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ରୋଗ ସାଧାରଣତଃ ହୁଏ । [୫] ସନ ୨୦୧୩ରେ ଏହି ରୋଗ ସ‌ହିତ ଡୁଓଡେନାଇଟିସ ରୋଗ ମିଶି ୬୦,୦୦୦ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲେ । [୮] ବାରି ମାର୍ସାଲରବିକ ୱାରେନ ଦୁହେଁ ସନ ୧୯୮୧ରେ ଏଚ. ପାଇଲୋରି ଜୀବାଣୁ ଆବିଷ୍କାର କରିଥିଲେ । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Gastritis". www.niddk.nih.gov. November 27, 2013. Archived from the original on 6 March 2015. Retrieved 1 March 2015.
  2. ୨.୦ ୨.୧ Rosen & Barkin's 5-Minute Emergency Medicine Consult (4 ed.). Lippincott Williams & Wilkins. 2012. p. 447. ISBN 9781451160970.
  3. ୩.୦ ୩.୧ Varbanova, M.; Frauenschläger, K.; Malfertheiner, P. (Dec 2014). "Chronic gastritis - an update". Best Pract Res Clin Gastroenterol. 28 (6): 1031–42. doi:10.1016/j.bpg.2014.10.005. PMID 25439069.
  4. Stephen Hauser (2014). Mayo Clinic Gastroenterology and Hepatology Board Review. Oxford University Press. p. 49. ISBN 9780199373338.
  5. ୫.୦ ୫.୧ ୫.୨ Fred F. Ferri (2012). Ferri's Clinical Advisor 2013,5 Books in 1, Expert Consult - Online and Print,1: Ferri's Clinical Advisor 2013. Elsevier Health Sciences. p. 417. ISBN 9780323083737.
  6. James G. Adams (2012). "32". Emergency Medicine: Clinical Essentials. Elsevier Health Sciences. ISBN 9781455733941.
  7. Holdsworth, [edited by] Joan Gandy, Angela Madden, Michelle (2012). Oxford handbook of nutrition and dietetics (2nd ed.). Oxford: Oxford University Press, USA. p. 571. ISBN 9780199585823. {{cite book}}: |first1= has generic name (help)CS1 maint: multiple names: authors list (link)
  8. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  9. Wang, AY; Peura, DA (October 2011). "The prevalence and incidence of Helicobacter pylori-associated peptic ulcer disease and upper gastrointestinal bleeding throughout the world". Gastrointestinal endoscopy clinics of North America. 21 (4): 613–35. doi:10.1016/j.giec.2011.07.011. PMID 21944414.