ପର୍ନିସିଅସ୍ ଆନିମିଆ

ଉଇକିପିଡ଼ିଆ‌ରୁ
ପର୍ନିସିଅସ୍ ଆନିମିଆ
ବିଏରମର ଆନିମିଆ,[୧] ଆଡିସନ୍ ଆନିମିଆ,[୨] ଆଡିସନ୍-ବିଏରମର ଆନିମିଆ (Addison–Biermer anemia)[୩]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିHematology
ଆଇସିଡ଼ି-୧୦D51.0
ଆଇସିଡ଼ି-୯-ସିଏମ୍281.0
ରୋଗ ଡାଟାବେସ9870
ମେଡ଼ିସିନ-ପ୍ଲସ000569
ଇ-ମେଡ଼ିସିନmed/1799
MeSHD000752

ପର୍ନିସିଅସ୍ ଆନିମିଆ ବା ଜୀବସାର ଖ୧୨ ବା ଭିଟାମିନ ବି୧୨ ଅଭାବ ଜନିତ ଆନିମିଆ,[୪] ଏକ ରୋଗ ଯେଉଁଥିରେ ଜୀବସାର ଖ୧୨ ଅଭାବ ଯୋଗୁ ଯଥେଷ୍ଟ ଲୋହିତ ରକ୍ତ କଣିକା ନ ଥାଏ ।[୫] ଥକ୍କା ଲାଗିବା ଏହି ରୋଗର ପ୍ରଥମ ସାଧାରଣ ଲକ୍ଷଣ । ଛୋଟ ଶ୍ୱାସକ୍ରିୟା, ଶେତା ଚର୍ମ, ଛାତି ଯନ୍ତ୍ରଣା, ପାଦ ଓ ହାତ କାଲୁଆ ହେବା, ସନ୍ତୁଳନ ଅଭାବ, ପାଲିସ୍ ଲାଲ ଜିଭ, ଦରିଦ୍ର ରିଫ୍ଲେକ୍ସ ଓ ଚିନ୍ତା ଭ୍ରମ ଇତ୍ୟାଦି ଅନ୍ୟ ଲକ୍ଷଣମାନ ଦେଖାଯାଏ । [୬] ଚିକିତ୍ସା ବ୍ୟବସ୍ଥା ନ କଲେ କେତେକ ଲକ୍ଷଣ ସ୍ଥାୟୀ ହୋଇଯାଏ ।[୫]

ଟେକ୍‌ନିକାଲ ଦୃଷ୍ଟିରୁ ଯଥେଷ୍ଟ ଇଣ୍ଟ୍ରିଞ୍ଜିକ୍ ଫ୍ୟାକ୍ଟର ନଥିଲେ ପର୍ନିସିଅସ୍ ଆନିମିଆ ନାମ ଦିଆଯିବା କଥା କିନ୍ତୁ ସମସ୍ତ ଜୀବସାର ଖ୧୨ ଅଭାବ ଜନିତ ଆନିମିଆକୁ ଏହି ନାମ ଦିଆଯାଉଛି ।[୫] ପାକସ୍ଥଳୀରେ ଏହି ଇଣ୍ଟ୍ରିନ୍‌ଜିକ୍ ଫ୍ୟାକ୍ଟର ତିଆରି କରୁଥିବା ଜୀବକୋଷ ଅଟୋଇମ୍ମ୍ୟୁନ ଆକ୍ରାନ୍ତ ହେବା ଯୋଗୁ ଏହି ଅବସ୍ଥା ଉପୁଜେ । କୌଣସି କାରଣ ବଶତଃ ପାକସ୍ଥଳୀର ଏକ ଅଂଶ ବାହାର କରିଦେଲେ ଏହି ଅବସ୍ଥା ମଧ୍ୟ ଉପୁଜେ । ଅଳ୍ପ ଜୀବସାର ଖ୧୨ ହେବାର ଅନ୍ୟାନ୍ୟ କାରଣ ମଧ୍ୟରେ ଅଳ୍ପ ଖାଦ୍ୟ, ସିଲିଆକ ରୋଗ (celiac disease) ଓ ଫିତାକୃମି ସଂକ୍ରମଣ ଉଲ୍ଲେଖନୀୟ ।[୭] ରକ୍ତ ପରୀକ୍ଷା ଓ ବେଳେ ବେଳେ ଅସ୍ଥି ମଜ୍ଜା ପରୀକ୍ଷା କରି ଆବଶ୍ୟକ ସ୍ଥଳେ ରୋଗ ନିର୍ଣ୍ଣୟ କରାଯାଏ । ରୋଗୀର ରକ୍ତରେ ଅଳ୍ପ ସଂଖ୍ୟକ ବଡ଼ ଆକାରର ଲୋହିତ ରକ୍ତ କଣିକା, ଅଳ୍ପ ସଂଖ୍ୟକ ଯୁବ ଲୋହିତ ରକ୍ତ କଣିକା, କମ୍ ସ୍ତରର ଜୀବସାର ଖ୧୨ ଓ ଇଣ୍ଟ୍ରିଞ୍ଜିକ ଫ୍ୟାକ୍ଟର ପ୍ରତି ଥିବା ଆଣ୍ଟିବଡି ମିଳେ । [୮]

ଇଣ୍ଟ୍ରିଞ୍ଜିକ ଫ୍ୟାକ୍ଟର ଅଭାବ ଯୋଗୁ ହେଉଥିବା ପର୍ନିସିଅସ୍ ଆନିମିଆ ରୋଗର ପ୍ରତିଷେଧ ନାହିଁ । ଜୀବସାର ଖ୧୨ ଅଭାବ ଯୋଗୁ ଏହି ରୋଗ ହେଉଥିଲେ ସୁଷମ ଓ ଅନୁପୂରକ ଖାଦ୍ୟ ଦେଇ ପ୍ରତିରୋଧ କରାଯାଇପାରେ ।[୯] ଜୀବସାର ଖ୧୨ ବଟିକା ବା ଇଞ୍ଜେକସନ ଦେଇ ଏହି ରୋଗର ଚିକିତ୍ସା କରାଯାଏ । ଲକ୍ଷଣ ସାଂଘାତିକ ହୋଇଥିଲେ ପ୍ରଥମରୁ ଇଞ୍ଜେକସନ ଦିଆଯାଏ । ବଟିକା ଗିଳିବାରେ ଅସୁବିଧା ଥିଲେ ନାକ ସ୍ପ୍ରେ ବ୍ୟବ‌ହାର କରାଯାଇପାରେ ।[୧୦] ଜୀବନବ୍ୟାପୀ ଚିକିତ୍ସା ଆବଶ୍ୟକ ହୁଏ ।[୧୧]

ଅଟୋଇମ୍ମ୍ୟୁନ ଜନିତ ପର୍ନିସିଅସ୍ ଆନିମିଆ ୧୦୦୦ଜଣରେ ଜଣକୁ ହୁଏ । ଷାଠିଏ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୨% ଲୋକଙ୍କୁ ଏହି ରୋଗ ହୁଏ ।[୧] ଉତ୍ତର ୟୁରୋପ ଦେଶର ମୂଳ ବଂଶଧରମାନଙ୍କୁ ଏହି ରୋଗ ସାଧାରଣତଃ ହୁଏ ।[୨] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।[୧୨] ଉପ‌ଯୁକ୍ତ ଚିକିତ୍ସା ପାଇଲେ ଅଧିକାଂଶ ରୋଗୀ ସାଧାରଣ ଜୀବନ ଯାପନ କରନ୍ତି ।[୫] ପାକସ୍ଥଳୀ କର୍କଟ ରୋଗ ସମ୍ଭାବନା ଥିବାରୁ ନିୟମିତ ପରୀକ୍ଷଣ ଆବଶ୍ୟକ ହୁଏ ।[୧୧] ସନ ୧୮୪୯ରେ ଥୋମାସ୍ ଆଡିସନ ପ୍ରଥମେ ଏହି ରୋଗର ସ୍ପଷ୍ଟ ବର୍ଣ୍ଣନା କରିଥିଲେ ।[୧୩][୧୪] ପର୍ନିସିଅସ୍ ଅର୍ଥ ଘାତକ; ଚିକିତ୍ସା ନ ମିଳୁଥିବା ସମୟରେ ଏହି ରୋଗ ପ୍ରାଣ ଘାତକ ହୋଇଥିବା ଯୋଗୁ ଏହି ପର୍ନିସିଅସ୍ ନାମକରଣ କରାଯାଇଥିଲା ।[୫][୧୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ Andres E, Serraj K (2012). "Optimal management of pernicious anemia". Journal of Blood Medicine. 3: 97–103. doi:10.2147/JBM.S25620. PMC 3441227. PMID 23028239.{{cite journal}}: CS1 maint: unflagged free DOI (link)
  2. ୨.୦ ୨.୧ Professional guide to diseases (9 ed.). Philadelphia: Wolters Kluwer Health/Lippincott Williams & Wilkins. 2009. p. 502. ISBN 9780781778992.
  3. Forbis, Pat (2005). Stedman's medical eponyms (2nd ed. ed.). Baltimore, Md.: Lippincott Williams & Wilkins. p. 6. ISBN 9780781754439. {{cite book}}: |edition= has extra text (help)
  4. "ICD-10 Version:2015". apps.who.int. Retrieved 2015-11-13.
  5. ୫.୦ ୫.୧ ୫.୨ ୫.୩ ୫.୪ "What Is Pernicious Anemia?". NHLBI. April 1, 2011. Retrieved 14 March 2016.
  6. "What Are the Signs and Symptoms of Pernicious Anemia?". NHLBI. April 1, 2011. Retrieved 14 March 2016.
  7. "What Causes Pernicious Anemia?". NHLBI. April 1, 2011. Retrieved 14 March 2016.
  8. "How Is Pernicious Anemia Diagnosed?". NHLBI. April 1, 2011. Retrieved 14 March 2016.
  9. "How Can Pernicious Anemia Be Prevented?". NHLBI. April 1, 2011. Retrieved 14 March 2016.
  10. "How Is Pernicious Anemia Treated?". NHLBI. April 1, 2011. Retrieved 14 March 2016.
  11. ୧୧.୦ ୧୧.୧ "Living With Pernicious Anemia". NHLBI. April 1, 2011. Retrieved 14 March 2016.
  12. Greer, John P. (2009). Wintrobe's clinical hematology (12th ed. ed.). Philadelphia: Wolters Kluwer Health/Lippincott Williams & Wilkins. p. 1157. ISBN 9780781765077. {{cite book}}: |edition= has extra text (help)
  13. Wailoo, Keith (1999). "The Corporate "Conquest" of Pernicious Anemia". Drawing blood technology and disease identity in twentieth-century America (Johns Hopkins Paperbacks ed. ed.). Baltimore, Md.: Johns Hopkins University Press. p. Chapter 4. ISBN 9780801870293. {{cite book}}: |edition= has extra text (help)
  14. Dictionary of Medicine. Routledge. 2014. p. 404. ISBN 9781135928414.
  15. Tamparo, Carol (2016). Diseases of the Human Body. F.A. Davis. p. 295. ISBN 9780803657915.