ହାଡ଼ଫୁଟି
Chickenpox | |
---|---|
ବିଭାଗ | ସଂକ୍ରାମକ ରୋଗ[*], pediatrics[*] |
ଆଇସିଡ଼ି-୧୦ | B01. |
ଆଇସିଡ଼ି-୯-ସିଏମ୍ | 052 |
ରୋଗ ଡାଟାବେସ | 29118 |
ମେଡ଼ିସିନ-ପ୍ଲସ | 001592 |
ଇ-ମେଡ଼ିସିନ | ped/2385 derm/74, emerg/367 |
Patient UK | ହାଡ଼ଫୁଟି |
MeSH | C02.256.466.175 |
ହାଡ଼ଫୁଟି, (ଇଂରାଜୀରେ chickenpox ବା varicella), ଏକ ଅତ୍ୟଧିକ ସଂକ୍ରାମକ ରୋଗ (contagious) ବା ଛୁଆଁ ରୋଗ ଯାହା ଭାରିସେଲା ଜୋସ୍ଟର ଭୁତାଣୁଦ୍ୱାରା ହୁଏ ଓ ରୋଗୀ ସଂସ୍ପର୍ଶରେ ଆସିଲେ ହୁଏ । [୧] ଏହି ରୋଗର ବିଶେଷତା ହେଲା ଛୋଟ ଛୋଟ ଗଲୁକାରୀ ଫୋଟକା (small blisters) ହୋଇ ଅବଶେଷରେ ତା ଉପରେ ବକଳା ହୁଏ । [୨] ଏହା ମୁହଁ, ଛାତି ଓ ପିଠିରେ ଆରମ୍ଭ ହୋଇ ଦେହା ସାରା ମାଡ଼ିଯାଏ । [୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ଥକ୍କାଣ ଓ ମୁଣ୍ଡବଥା ହୁଏ । [୨] ଏହି ଲକ୍ଷଣ ଗୁଡ଼ିକ ୫ରୁ ୧୦ ଦିନ ପର୍ଯ୍ୟନ୍ତ ରହେ । [୨] ରୋଗ ଜଟିଳ ହେଲେ ନିମୋନିଆ, ଏନ୍କେଫାଲାଇଟିସ କିମ୍ବା ଚର୍ମରେ ଜୀବାଣୁ ସଂକ୍ରମଣ ହୁଏ । [୩] ପିଲାଙ୍କ ଅପେକ୍ଷା ବଡ଼ମାନଙ୍କୁ ଏହି ରୋଗ ଅଧିକ ମାରାତ୍ମକ ହୁଏ । [୪] ଭୁତାଣୁ ସଂସ୍ପର୍ଶରେ ଆସିବାର ୧୦ରୁ ୨୦ ଦିନ ପରେ ଲକ୍ଷଣ ଆରମ୍ଭ ହୁଏ । [୫]
ହାଡ଼ଫୁଟି ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ସହଜରେ ବିସ୍ତାର ଲାଭ କରେ । [୫] ଫୋଟକା ବା ରାସ ବାହାରିବାର ୨ ଦିନ ପୂର୍ବରୁ ଏହା ବ୍ୟାପିଯାଏ ଓ ସବୁ ଫୋଟକା ବକଳା ହୋଇସାରିବା ପର୍ଯ୍ୟନ୍ତ ସଂକ୍ରାମକ ହୋଇ ରହେ । [୫] ଫୋଟକାକୁ ଛୁଇଁଲେ ମଧ୍ୟ ଏହା ବ୍ୟାପିଯାଏ । [୫] ହର୍ପିସ ଜୋସ୍ଟର ରୋଗୀ ହାଡ଼ଫୁଟି ରୋଗକୁ ଫୋଟକା ଇମ୍ମୁନିଟି ନ ଥିବା ଲୋକଙ୍କୁ ବ୍ୟାପିବାରେ ସାହାଯ୍ୟ କରନ୍ତି । [୫] ରୋଗୀର ଲକ୍ଷଣ ଦେଖି ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ; [୬] ଯଦିଓ ଅସାଧାରଣ କେଶରେ ବକଳା ବା ଫୋଟକା ତରଳ ପଦାର୍ଥ ନେଇ ପଲିମରେଜ୍ ଚେନ ରିଆକ୍ସନ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୪] ରୋଗୀର ଇମ୍ମ୍ୟୁନିଟି ଅବସ୍ଥ ଯାଞ୍ଚ କରିବା ନିମନ୍ତେ ଆଣ୍ଟିବଡି ପରୀକ୍ଷା କରାଯାଏ । [୪] ଏହି ରୋଗ ସାଧାରଣତଃ ଲୋକଙ୍କୁ ଥରେ ମାତ୍ର ହୁଏ ।
ହାଡ଼ଫୁଟି ଟିକା ଦେବା ଫଳରେ ରୋଗ ସଂଖ୍ୟା ଓ ଜଟିଳତା କମିଯାଇଛି । [୭] ଟିକାଦ୍ୱାରା ଏହି ରୋଗରୁ ୭୦ରୁ ୯୦ % ଲୋକ ଉପକୃତ ହେଉଛନ୍ତି । [୪] ପିଲାମାନଙ୍କୁ ନିୟମିତ ହାଡ଼ଫୁଟି ଟିକା ଦେବାକୁ ଅନେକ ଦେଶରେ ସୁପାରିସ କରାଯାଏ ।[୮] ରୋଗୀ ସଂସ୍ପର୍ଶରେ ଆସିବାର ୩ ଦିନ ମଧ୍ୟରେ ପିଲାମାନେ ଟିକା ନେଲେ ଫଳାଫଳ ଉନ୍ନତି କରେ । [୯] ରୋଗ ହୋଇସାରିବା ପରେ ଗଲୁରୁ ରକ୍ଷା ପାଇବା ନିମନ୍ତେ କାଲାମିନ ଲୋସନ ଲଗେଇବାକୁ ଦିଆଯାଏ, ନଖ କାଟି ଛୋଟ କରିବାକୁ ଉପଦେଶ ଦିଆଯାଏ ଯାହା ଫଳରେ କୁଣ୍ଡେଇଲେ ଆଘାର ହେବ ନାହିଁ, ଜ୍ୱର ହେଲେ ଆସେଟାମିନୋଫେନ ବା ପାରାସେଟାମୋଲ ଦିଆଯାଏ । [୫] ରୋଗ ଜଟିଳ ହେବା ଆଶଙ୍କା ଥିଲେ ଆସାଇକ୍ଲୋଭିର ଭଳି ଭୁତାଣୁରୋଧୀ ଔଷଧ ଦିଆଯାଏ । [୫]
ପୃଥିବୀର ସବୁ ସ୍ଥାନରେ ହାଡ଼ଫୁଟି ହୁଏ । [୪] ନିୟମିତ ଟିକା ଦିଆଯିବା ପୂର୍ବରୁ ପ୍ରତି ବର୍ଷ ଜନ୍ମ ହେଉଥିବା ପିଲା ସଂଖ୍ୟା ସଙ୍ଗେ ହାଡ଼ଫୁଟି ରୋଗୀ ସଂଖ୍ୟା ସମାନ ରହୁଥିଲା । [୪] ଆମେରିକାରେ ଟିକା ଦିଆଯିବା ପରେ ଏହି ରୋଗ ସଂକ୍ରମଣ ୯୦% କମିଯାଇଛି । [୪] ପୃଥିବୀରେ ସନ ୧୯୯୦ରେ ଏହି ରୋଗମୃତ୍ୟୁ ସଂଖ୍ୟା ୮୯୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୭,୦୦୦ ମାତ୍ର ହୋଇଥିଲେ । [୧୦] ପ୍ରତି ୬୦,୦୦୦ ରୋଗୀ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରୁଥିଲା । [୪] ଊନବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଏହି ରୋଗ ବସନ୍ତ ରୋଗଠାରୁ ଅଲଗା ବୋଲି ଜଣା ନ ଥିଲା । [୪] ସନ ୧୮୮୮ରେ ହର୍ପିସ ଜୋସ୍ଟର ସହ ଏହାର ସମ୍ପର୍କ ନିରୂପଣ କରାଯାଇ ଥିଲା । [୪] ସନ ୧୬୮୪ରେ ପ୍ରଥମେ ଚିକେନପକ୍ସ ବା ହାଡ଼ଫୁଟି ନାମରେ ଏହି ରୋଗ ଲିପିବଦ୍ଧ ହୋଇଥିଲା । [୧୧] ଏହି ନାମ କାହିଁକି ବ୍ୟବହୃତ ହୋଇଥିଲା ତାହା ଜଣାନାହିଁ, ବୋଧହୁଏ ରୋଗ ଅପେକ୍ଷାକୃତ ମୃଦୁ ହୋଇଥିବାରୁ ଏହାର ନାମ ସାଥୀରେ ଚିକେନ ଯୋଡ଼ି ଦିଆଯାଇଥିଲା । [୧୧]
ଚିହ୍ନ ଓ ଲକ୍ଷଣ
[ସମ୍ପାଦନା]ହାଡ଼ଫୁଟି ହେବା ପୂର୍ବରୁ କିଛି ପ୍ରାକ୍ ଲକ୍ଷଣ (prodromal symptom) ଦେଖାଯାଏ । କିଶୋର ଓ ବୟସ୍କମାନଙ୍କଠାର ଭୋକ ଲାଗେନି, ବାନ୍ତି ବାନ୍ତି ଲାଗେ, ମାଂସପେଶୀରେ ଯନ୍ତ୍ରଣା ହୁଏ ଓ ମୁଣ୍ଡବଥା ହୁଏ । ପରେ ପରେ ରାସ୍ କିମ୍ବା ପାଟି ଘାଆ, ଘୋଳାବିନ୍ଧା ଓ ସାମାନ୍ୟ ଜ୍ୱର ହୁଏ । ପିଲାମାନଙ୍କର ପ୍ରାକ ଲକ୍ଷଣ ଲେଖାଯାଏ ନାହିଁ । ମୁହଁରେ, ମୁଣ୍ଡରେ, ଦେହରେ, ଅବୟବର ଉପର ଅଂଶରେ ଛୋଟ ଲାଲ ଦାଗ ଆକାରରେ ରାସ୍ ଦେଖାଯାଏ । ୧୦ରୁ ୧୨ ଘଣ୍ଟା ମଧ୍ୟରେ ଏହା ଫୁଲିଯାଇ ଫୋଟକା ଓ ପୂଜପୂର୍ଣ୍ଣ ହୋଇଯାଏ । ଏହା ପରେ ଏହା ଫୁଲା ସ୍ଥାନରେ ଗୋଟିଏ ଛୋଟ ଗାତ (umbilicton) ହୁଏ ଓ ଖୋଳପା ତିଆରି ହୁଏ [୧୨][୧୩]।
ପାପୁଲି, ପାଦତଳ ଓ ଯୌନାଙ୍ଗରେ ଫୋଟକା ହୋଇପାରେ । ଫୋଟକା ହେବା ବେଳେ ବହୁତ କୁଣ୍ଡେଇ ହୁଏ । ପାଟିରେ ଓ ଟନ୍ସିଲ ସ୍ଥାନରେ ଛୋଟ ଛୋଟ ଘାଆ ଦେଖାଯାଏ ଯାହା ବାହାରେ ରାସ୍ ହେବା ପୂର୍ବରୁ ଦେଖାଯାଏ । ରୋଗପୁଷ୍ଟି ସମୟ - ୧୦ରୁ ୨୧ ଦିନ । ବୟସ୍କମାନଙ୍କ ଦେହରେ ବିସ୍ତାରିତ ରାସ ହୁଏ ଓ ଅଧିକ ଜ୍ୱର ହୁଏ । ଏହା ସହ ଜଟିଳ ଭାରିସେଲା ନିମୋନିଆ ମଧ୍ୟ ହୁଏ [୧୨]।
ଲକ୍ଷଣ ଦେଖାଯିବା ଦୁଇ ଦିନ ପୂର୍ବରୁ ନାକରୁ ଭୁତାଣୁଯୁକ୍ତ ପାଣି ବହେ ଓ ରୋଗୀ ସଂକ୍ରମଣକ୍ଷମ ହୋଇଯାଏ । ଏହି ଅବସ୍ଥା ପାଚିବା ଓ ଶୁଖିଲା ଖୋଳପା ହେବା ନିମନ୍ତେ ପ୍ରାୟ ୪/୫ ଦିନ ଲାଗେ । ଏହା ପରେ ନାକରୁ ବାହାରୁଥିବା ପାଣି ଜୀବାଣୁମୁକ୍ତ ହୋଇଯାଏ ।
ଚିକିତ୍ସା
[ସମ୍ପାଦନା]ଏହି ରୋଗ ଆରୋଗ୍ୟ ହେବା ନିମନ୍ତେ କୌଣସି ଔଷଧ ନାହିଁ । ଏହାର ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ଦେହର ଇମ୍ମ୍ୟୁନିଟି ରୋଗକୁ ଦବେଇବା ସମୟରେ ଲକ୍ଷଣ ଉପସମ ନିମନ୍ତେ ଔଷଧ ଦିଆଯାଏ । ରୋଗ ନ ଡେଇଁବା ନିମନ୍ତେ ରୋଗୀକୁ ବାହାରକୁ ଯିବାକୁ ବାରଣ କରି ଘରେ ରଖାଯାଏ । ରୋଗୀର ନଖ କାଟିଦିଆଯାଏ ବା ଦସ୍ତାନା ପିନ୍ଧେଇ ଦିଆଯାଏ; ଫଳରେ କୁଣ୍ଡେଇବା ସମ୍ଭବ ହୁଏ ନାହିଁ ଓ ଅନ୍ୟ ଜୀବାଣୁ ସଂକ୍ରମଣ ହୋଇପାରେ ନାହିଁ ।
ରୋଗ ୨ ସପ୍ତାହରେ ଭଲ ହୋଇଯାଏ, କିନ୍ତୁ ସେହି ସମୟରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଆବଶ୍ୟକ ହୁଏ[୧୪] । ବେଳେ ବେଳେ ଭଲ ହେବାକୁ ମାସେ ସମୟ ଲାଗେ କିନ୍ତୁ ସଂକ୍ରମଣ କ୍ଷମତା ୧୫ ଦିନ ପରେ ରହେନାହିଁ [୧୫]।
ଜିଙ୍କ ଅକ୍ସାଇଡ ଥିବା କାଲାମିନ୍ ଲୋସନ କୌଣସି ଅନୁଶୀଳନଦ୍ୱାରା ପରୀକ୍ଷିତ ନ ହୋଇଥିଲେ ମଧ୍ୟ ଏହା ଏକ ବିପଦମୁକ୍ତ ଔଷଧ [୧୬]। ଚର୍ମକୁ ପ୍ରତିଦିନ ଉଷୁମ ପାଣିଦ୍ୱାରା ଧୋଇଲେ ସେକଣ୍ଡାରି ସଂକ୍ରମଣ ରୋକି ହୁଏ[୧୭] । କୁଣ୍ଡେଇଲେ ଅଧିକ ସେକଣ୍ଡାରି ସଂକ୍ରମଣ ସମ୍ଭାବନା ରହେ [୧୮]।
ଜ୍ୱର ଉପଶମ ନିମନ୍ତେ ପାରାସେଟାମଲ ଦିଆଯାଏ । ଆସ୍ପିରିନ ଦେଲେ ହାଡ଼ଫୁଟି ଅଧିକ ଜଟିଳ ହୋଇ କଲିଜା ଓ ମସ୍ତିଷ୍କର ଜଟିଳ ରୋଗ ରେୟେ ସିଣ୍ଡ୍ରୋମ (Reye syndrome) ହୁଏ । ଅଧିକ ସଂକ୍ରମଣ ସମ୍ଭାବନା ଥିଲେ ରୋଗ ନିବାରଣ ନିମନ୍ତେ ଭାରିସେଲା ଜୋସ୍ଟର ଇମ୍ମୁନ ଗ୍ଲୋବ୍ୟୁଲିନ ଇଞ୍ଜେକସନ ମାଂସପେଶୀରେ ଦିଆଯାଏ [୧୯][୨୦]
। ବେଳେ ବେଳେ ଆଣ୍ଟିଭାଇରାଲ ଦିଆଯାଏ [୨୧][୨୨]।
ଶିଶୁ ଚିକିତ୍ସା
[ସମ୍ପାଦନା]ରାସ୍ ଆରମ୍ଭ ହେବାର ୨୪ ଘଣ୍ଟା ମଧ୍ୟରେ ଆସାକ୍ଲୋଭିର (acyclovir) ଔଷଧ ଖାଇବାକୁ ଦେଲେ ଲକ୍ଷଣ ଗୋଟିଏ ଦିନ ନିମନ୍ତେ କମିଯାଏ, କିନ୍ତୁ ଏହା ଜଟିଳ ହେବାରେ ବାଧା ଦେଇପାରେନାହିଁ [୨୩][୨୪]। ଏଣୁ ଆସାକ୍ଲୋଭିର ଆଜିକାଲି ଦିଆଯାଉ ନାହିଁ । ଏକ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ ବୟସ ପିଲାମାନଙ୍କୁ ଆଣ୍ଟିଭାଇରାଲ ଔଷଧ ଦିଆଯାଉ ନାହିଁ ; ଏହାର କେବଳ ବ୍ୟତିକ୍ରମ ହେଉଛି ଯଦି ଅନ୍ୟ କୌଣସି ରୋଗ ଦେହରେ ଥାଇ ଜଟିଳ ହେବେ ସମ୍ଭାବନା ଥାଏ, ତାହାହେଲେ ଦିଆଯାଏ [୨୫]।
ଆସ୍ପିରିନ ୧୬ ବର୍ଷରୁ କମ ପିଲାମାନଙ୍କୁ ଦେଲେ ରେୟେ ସିଣ୍ଡ୍ରୋମ ହେବା ସମ୍ଭାବନା ଥିବାରୁ ଦିଆଯାଏ ନାହିଁ [୨୬]।
ଅନେକ ପିତାମାତା ଟିକା ନେବା ଅପେକ୍ଷା ହାଡ଼ଫୁଟି ହେବାକୁ ପସନ୍ଦ କରନ୍ତି, କିନ୍ତୁ ଡାକ୍ତରମାନେ ଟିକା ଦେବାକୁ ଉପଦେଶ ଦିଅନ୍ତି କାରଣ ହାଡ଼ଫୁଟି ଟିକା ଦୁର୍ବଳ ହାଡ଼ଫୁଟି ଭୁତାଣୁରୁ ତିଆରି ଓ ହାଡ଼ଫୁଟି ରୋଗ ସମୟେ ସମୟେ ବିପଦଜନକ ହୁଏ [୨୭]।
ଆଧାର
[ସମ୍ପାଦନା]- ↑ "Chickenpox (Varicella) Overview". cdc.gov. November 16, 2011. Retrieved 4 February 2015.
- ↑ ୨.୦ ୨.୧ ୨.୨ ୨.୩ "Chickenpox (Varicella) Signs & Symptoms". www.cdc.gov/. November 16, 2011. Retrieved 4 February 2015.
- ↑ "Chickenpox (Varicella) Complications". cdc.gov. November 16, 2011. Retrieved 4 February 2015.
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ Atkinson, William (2011). Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 301–323. ISBN 9780983263135. Retrieved 4 February 2015.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Chickenpox (Varicella) Prevention & Treatment". cdc.gov. November 16, 2011. Retrieved 4 February 2015.
- ↑ "Chickenpox (Varicella) Interpreting Laboratory Tests". cdc.gov. June 19, 2012. Retrieved 4 February 2015.
- ↑ "Routine vaccination against chickenpox?". Drug Ther Bull. 4 (50): 42–5. 2012. doi:10.1136/dtb.2012.04.0098. PMID 22495050.
- ↑ Flatt, A; Breuer, J (September 2012). "Varicella vaccines". British medical bulletin. 103 (1): 115–27. doi:10.1093/bmb/lds019. PMID 22859715.
- ↑ Macartney, K; Heywood, A; McIntyre, P (23 June 2014). "Vaccines for post-exposure prophylaxis against varicella (chickenpox) in children and adults". The Cochrane database of systematic reviews. 6: CD001833. doi:10.1002/14651858.CD001833.pub3. PMID 24954057.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୧୧.୦ ୧୧.୧ Oxford University Press (December 2014). "chickenpox, n." oed.com. Retrieved February 4, 2015.
- ↑ ୧୨.୦ ୧୨.୧ Anthony J Papadopoulos. Dirk M Elston (ed.). "Chickenpox Clinical Presentation". Medscape Reference. Retrieved 4 August 2012.
- ↑ "Symptoms of Chickenpox". Chickenpox. NHS Choices. Retrieved 14 March 2013.
- ↑ "Chickenpox (varicella)". Retrieved 2010-11-06.
- ↑ "Varicella Zoster Virus". Retrieved 2010-11-06.
- ↑ Tebruegge M, Kuruvilla M, Margarson I (2006). "Does the use of calamine or antihistamine provide symptomatic relief from pruritus in children with varicella zoster infection?" (Abstract). Arch. Dis. Child. 91 (12): 1035–6. doi:10.1136/adc.2006.105114. PMC 2082986. PMID 17119083.
{{cite journal}}
: CS1 maint: multiple names: authors list (link) - ↑ Domino, Frank J. (2007). The 5-Minute Clinical Consult. Lippincott Williams & Wilkins. p. 248. ISBN 978-0-7817-6334-9.
- ↑ Brannon, Heather (May 21, 2008). Chicken Pox Treatments. About.com.
- ↑ Parmet S, Lynm C, Glass RM (February 2004). "JAMA patient page. Chickenpox". JAMA. 291 (7): 906. doi:10.1001/jama.291.7.906. PMID 14970070.
{{cite journal}}
: CS1 maint: multiple names: authors list (link) - ↑ Naus M; et al. (15 October 2006). "Varizig™ as the Varicella Zoster Immune Globulin for the Prevention of Varicella In At-Risk Patients". Canada Communicable Disease Report. 32 (ACS-8).
- ↑ Huff JC (Jan 1988). "Antiviral treatment in chickenpox and herpes zoster". Journal of the American Academy of Dermatology. 18 (1 Pt 2): 204–6. doi:10.1016/S0190-9622(88)70029-8. PMID 3339143.
- ↑ Gnann Jr, John W.; et al. (2007). "Chapter 65Antiviral therapy of varicella-zoster virus infections". In Arvin, Ann (ed.). Human herpesviruses : biology, therapy, and immunoprophylaxis. Cambridge: Cambridge University Press. ISBN 978-0-521-82714-0. Retrieved 20 January 2014.
- ↑ Kay AB (2001). "Allergy and allergic diseases. First of two parts". The New England Journal of Medicine. 344 (1): 30–7. doi:10.1056/NEJM200101043440106. PMID 11136958.
{{cite journal}}
:|first2=
missing|last2=
(help);|first3=
missing|last3=
(help) - ↑ Kay AB (2001). "Allergy and allergic diseases. Second of two parts". The New England Journal of Medicine. 344 (2): 109–13. doi:10.1056/NEJM200101113440206. PMID 11150362.
{{cite journal}}
:|first2=
missing|last2=
(help);|first3=
missing|last3=
(help) - ↑ "Reye's Syndrome-Topic Overview". Retrieved 2011-03-27.
- ↑ "Chicken Pox parties do more harm than good, says doctor". KSLA News 12 Shreveport, Louisiana News Weather & Sports.