ହାର୍ନିଆ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ହାର୍ନିଆ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଗୋଟିଏ ପାର୍ଶ୍ୱରୁ ଇନ‌ଡାଇରେକ୍ଟ ହାର୍ନିଆର ଚିତ୍ର
ଆଇସିଡ଼ି-୧୦ K40.-K46.
ଆଇସିଡ଼ି- 550-553
ମେଡ଼ିସିନ-ପ୍ଲସ 000960
ଇ-ମେଡ଼ିସିନ emerg/251 ped/2559
MeSH D006547

ହାର୍ନିଆ ନାମ ଦିଆଯାଏ ଯେତେବେଳେ କୌଣସି ଅଙ୍ଗ, ଯେପରିକି ଖାଦ୍ୟନଳୀ, ତାହାର ସାଧାରଣ ରହିବା ଯାଗାରୁ ସ୍ଥାନ‌ଚ୍ୟୁତ ହୋଇ ଅନ୍ୟ ଯାଗାକୁ ପ୍ରସ୍ଥାନ କରେ । [୧] ବିଭିନ୍ନ ପ୍ରକାର ହାର୍ନିଆ ଦେହରେ ହୁଏ । ସାଧାରଣତଃ ଏହା ଗ୍ରଏନ (groin) ବା ଉଦରର ଉରୁମୂଳରେ ହୁଏ । [୨] ଉରୁମୂଳରେ ଦୁଇପ୍ରକାର ହାର୍ନିଆ ହୋଇପାରେ ଯଥା ଇଙ୍ଗୁଇନାଲ ହାର୍ନିଆ, ଯାହା ଅଧିକ ଅଧିକ ଦେଖାଯାଏ ଓ ଫିମୋରାଲ ହାର୍ନିଆ[୧] ଅନ୍ୟ କେତେକ ହାର୍ନିଆମାନଙ୍କର ନାମ: ହିଆଟସ ହାର୍ନିଆ, ଇନସିସନାଲ ହାର୍ନିଆ ଓ ଅମ୍ବିଲିକାଲ ହାର୍ନିଆ । [୨] ଗ୍ରଏନ ହାର୍ନିଆରେ ୬୬% ଲୋକଙ୍କର ଲକ୍ଷଣ ବାହାରେ । ଏହାର ଲକ୍ଷଣ ମଧ୍ୟରେ କାଶ, ବ୍ୟାୟାମ ଓ ମଳତ୍ୟାଗ ବେଳେ ହାର୍ନିଆ ଥିବା ସ୍ଥାନରେ ଯନ୍ତ୍ରଣା ହୁଏ । ଅଧିକାଂଶ ସମୟରେ ଦିନସାରା କଷ୍ଟ ହୁଏ ଓ ତଳେ ଗଡ଼ିପଡ଼ିଲେ କମିଯାଏ । ହାର୍ନିଆ ସ୍ଥାନରେ ଫୁଲା ଦେଖାଯାଏ ଯାହା ଯୋରରେ କୁନ୍ଥେଇଲେ ବଢ଼ିଯାଏ । ବାମ ପାଖ ଅପେକ୍ଷା ଡାହାଣ ପାଖରେ ବେଶୀ ଗ୍ରଏନ ହାର୍ନିଆ ହୁଏ । ଏହି ରୋଗରେ ମୂଖ୍ୟ ଚିନ୍ତାର ବିଷୟ ହେଉଛି ସ୍ଟ୍ରାଙ୍ଗୁଲେସନ; ଯେଉଁଥିରେ ଅଙ୍ଗର କିଛି ଅଂଶ ଚିପି ହୋଇଯାଏ ଓ ସେଥିଯୋଗୁ ରକ୍ତନଳୀ ଚିପି ହୋଇ ସେହି ଅଙ୍ଗକୁ ରକ୍ତ ସରବରାହ ହୋଇ ପାରେନାହିଁ । ସ୍ଟ୍ରାଙ୍ଗୁଲେସନ ହେଲେ ପ୍ରବଳ ଯନ୍ତ୍ରଣା ହୁଏ ଓ ଦରଜ ହୋଇଯାଏ । [୧] ହିଆଟସ ହାର୍ନିଆ ରୋଗ ହେଲେ ଛାତି ଜଳାପୋଡ଼ା ହୁଏ, ଛାତି ଯନ୍ତ୍ରଣା ହୁଏ ବା ଖାଇବା ବେଳେ କଷ୍ଟ ହୁଏ । [୩]

ହାର୍ନିଆ ସୃଷ୍ଟି ନିମନ୍ତେ ସଙ୍କଟ କାରକ ନାମ: ଧୁମ୍ରପାନ, କ୍ରନିକ ଅବସ୍ଟ୍ରକ୍ଟିଭ ପଲମୋନାରୀ ଡିଜିଜ, ମୋଟାପା, ଗର୍ଭାବସ୍ଥା, ପେରିଟୋନିଆଲ ଡାଏଲିସିସ, କୋଲାଜେନ ଭାସ୍କୁଲାର ଡିଜିଜ, ପୂର୍ବରୁ ହୋଇଥିବା ଆପେଣ୍ଡିକସ ଅପରେଶନ[୧][୩][୪] ଆଂଶିକ ଭାବରେ ଜେନେଟିକ ପ୍ରଭାବ ଓ ଅଧିକାଂଶ କେଶରେ ପାରିବାରିକ ହାର୍ନିଆ ଉପରେ ଥାଏ । ଓଜନିଆ ଜିନିଷ ଉଠାଇଲେ ଏହା ହେବା ନିଶ୍ଚିତ ନୁହେଁ । ଚିହ୍ନ ଓ ଲକ୍ଷଣ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ବେଳେ ବେଳେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏ ଓ ଏହାଦ୍ୱାରା ଅନ୍ୟ କୌଣସି ରୋଗ ସମ୍ଭାବନାକୁ ଦୂର କରାଯାଏ । [୧] ଏଣ୍ଡୋସ୍କୋପିଦ୍ୱାରା ହିଆଟସ ହାର୍ନିଆ ନିର୍ଣ୍ଣୟ କରାଯାଏ । [୩]

ପୁରୁଷଙ୍କର ଗ୍ରଏନ ହାର୍ନିଆ ଲକ୍ଷଣବିହୀନ ଥିବାରୁ ମରାମତି ଆବଶ୍ୟକ ହୁଏ ନାହିଁ । ମହିଳାଙ୍କର ଫିମୋରାଲ ହାର୍ନିଆ ଅଧିକ ହୁଏ ଓ ଜଟୀଳତା ଅଧିକ ଦେଖାଯାଉଥିବାରୁ ମରାମତି ଆବଶ୍ୟକ ହୁଏ । ସ୍ଟ୍ରାଙ୍ଗୁଲେସନ ହେଲେ ତୁରନ୍ତ ଅପରେଶନ କରାଯାଏ । ବିନା ଜେନେରାଲ ଆନେସଥେସିଆରେ ଲୋକାଲ ଆନେସଥେସିଆ ଦେଇ ଖୋଲା ଅପରେଶନ କରିହୁଏ । ଲାପାରୋସ୍କୋପିକ ଅପରେସନ ପଦ୍ଧତି ପରେ କମ ଯନ୍ତ୍ରଣା ହୁଏ । [୧] ହିଆଟସ ହାର୍ନିଆ ନିମନ୍ତେ ଯିବନ‌ଚର୍ଯ୍ୟାରେ ପରିବର୍ତ୍ତନ କରାଯାଏ ଯେପରିକି ବିଛଣାର ମୁଣ୍ଡପାଖ ଟେକି ଦିଆଯାଏ, ରୋଗୀର ଓଜନ ହ୍ରାସ କରାଯାଏ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଅଣାଯାଏ । ଏଚ୨ ବ୍ଲିକର କିମ୍ବା ପ୍ରୋଟୋନ ପମ୍ପ ଇନହିବିଟର ଭଳି ଔଷଧ ଦିଆଯାଏ ହିଆଟସ ହାର୍ନିଆ ନମନ୍ତେ ଦିଆଯାଏ । ଏତଦ୍ୱାରା କିଛି ଉନ୍ନତି ନ ହେଲେ ଲାପାରୋସ୍କୋପିକ ଫଣ୍ଡିପ୍ଲିକେସନ ଅପରେଶନ କରାଯାଏ । [୩]

ପ୍ରାୟ ୨୭% ପୁରୁଷ ଓ ୩ % ମହିଳାଙ୍କ ଜୀବନର କୌଣସି ନା କୌଣସି ସମୟରେ ହାର୍ନିଆ ହୁଏ । [୧] ଏକ ବର୍ଷ ପୂର୍ବରୁ ଓ ୫୦ ବର୍ଷ ପରେ ଗ୍ରଏନ ହାର୍ନିଆ ହୁଏ । [୪] ସନ ୧୯୯୦ରେ ହାର୍ନିଆ ଯୋଗୁ ୫୫,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ୫୧,୦୦୦ ମୃତ୍ୟୁ ହୋଇଥିଲା । [୫] ଉତ୍ତର ଆମେରିକାରେ ୧୦ ରୁ ୮୦ % ହିଆଟସ ହାର୍ନିଆ ହୁଏ କିନ୍ତୁ ଅନ୍ୟ ସ୍ଥାନରେ ଏହାର ହାର ଜଣାଯାଇନାହିଁ । [୩] ଏହି ରୋଗ ବିଷୟରେ ଇଜିପ୍ଟରେ ଏବରସ ପାପିରସ ଉପରେ ପ୍ରଥମେ ଲେଖାଯାଇଥିଲା । [୬]


କାରଣ[ସମ୍ପାଦନା]

ଅଧିକ ଚାପଗ୍ରସ୍ତ ହେଲେ ଗୋଟିଏ ଅଙ୍ଗ ସ୍ଥାନଚ୍ୟୁତ ହୁଏ । ଅତ୍ୟଧିକ କାଶ, ଜୋର କୁନ୍ଥାଣ, ପେଟକୁ ଅତି ଜୋରରେ ଆଘାତ, ଅସ୍ଵାଭାବିକ ଅଙ୍ଗଭଙ୍ଗିମା, ଅତ୍ୟଧିକ ଓଜନ ଉଠେଇବା ଯୋଗୁ ହାର୍ନିଆ ହୁଏ । ପରିସ୍ରା ଓ ଝାଡ଼ା ହେବାରେ କାଠିନ୍ୟ ହେଲେ ଲୋକ କୁନ୍ଥେଇବାକୁ ବାଧ୍ୟ ହୁଏ । ଏହା ଦ୍ଵାରା ପେଟ ଭିତରେ ଅଧିକ ଚାପ ପଡ଼େ । ପ୍ରୋଷ୍ଟେଟ ଗ୍ରନ୍ଥି ବଡ଼ ହେଲେ ସହଜରେ ପରିସ୍ରା କରି ହୁଏ ନାହିଁ ଓ ଚାପ ପ୍ରୟୋଗ କରିବାକୁ ହୁଏ । ସେହିଭଳି କଠିନ ମଳ ହେଲେ ଚାପ ଆବଶ୍ୟକ ହୁଏ । ସ୍ଥୌଲ୍ୟତା, ଫୁସଫୁସ ରୋଗ ଯଥା ଆଜମା ଓ ପେଟରେ ଆସାଇଟିସ (ପାଣି ଜମିବା) ହେଲେ ଚାପ ବଢେ [୭] । ଅତ୍ୟଧିକ ପରିଶ୍ରମ, ଦୂର୍ବଳ ସ୍ୱାସ୍ଥ୍ୟ ଓ ଧୂମ୍ରପାନ କଲେ ମଧ୍ୟ ହାର୍ନିଆ ଦେଖାଯାଏ । ଶରୀରତତ୍ଵବିତ ମତ ଅନୁସାରେ ଟ୍ରାନ୍ସଭର୍ସସ ଆବଡୋମିନିସର ଆପୋନିଉରୋସିସରେ କିଛି ଗଠନ ମୂଳକ ତ୍ରୁଟି ଥିବା ଯୋଗୁ ହାର୍ନିଆ ହୁଏ [୮]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ସାଧାରଣତଃ ପେଟରେ ଅଧିକ ହାର୍ନିଆ ଦେଖାଯାଏ । ପେଟରେ ଥିବା ବିଭିନ୍ନ ସ୍ତର କାନ୍ଥରେ ବେଳେ ବେଳେ କ୍ଷୁଦ୍ର ଦୁର୍ବଳତା ବା କଣା ରହିଯାଏ । ଚର୍ବି ବା ପେଟର ଅଙ୍ଗ ଯଥା ଅନ୍ତ ନଳୀ ତାହାର ପେରିଟୋନିଅମ ଘୋଡ଼ଣି ସହ ସେହି ଦୁର୍ବଳ ପଥ ଦେଇ ସ୍ଥାନଚ୍ୟୁତ ହୁଏ ଓ ପେଟ କାନ୍ଥର ଅନ୍ୟ ସ୍ତରମାନଙ୍କ ମଧ୍ୟରେ ରହେ । ସମୟକ୍ରମେ ଏହା ଅଧିକରୁ ଅଧିକ ନିଜ ସ୍ଥାନରୁ ବାହାରି ଆସେ । ଏହି ଭଳି ହାର୍ନିଆ ମେଡିଆସ୍ଟାଇନମଠାରେମେରୁଦଣ୍ଡରେ ମଧ୍ୟ ଦେଖାଯାଏ ।
ହାର୍ନିଆ ହୋଇଥିବା ଅଂଶ ନିଜ ସ୍ଥାନକୁ ଫେରିଯାଇପାରେ ଓ ଆଉଥରେ ବାହାରି ଆସିପାରେ । ହାର୍ନିଆ ହେବା ସ୍ଥାନରେ ସାମାନ୍ୟ କଷ୍ଟ ହୁଏ ଓ ଗୋଟିଏ ଫୁଲା ଦେଖାଯାଏ । ହାର୍ନିଆରେ ଅନ୍ତ ନଳୀ ଥିଲେ ଅଟକି ଯିବା ସମ୍ଭାବନା ଥାଏ ଓ ଏପରି ହେଲେ ତାହାର ଧମନୀ ଚିପି ହୋଇ ରକ୍ତ ସରବରାହ ବନ୍ଦ ହୋଇଯାଏ । ଏହାକୁ ସ୍ଟ୍ରାଙ୍ଗୁଲେଟେଡ ହାର୍ନିଆ କୁହାଯାଏ ଓ ଏତିକି ବେଳେ ଜର, ବାନ୍ତି ମଧ୍ୟ ହୁଏ । ଏତିକି ବେଳେ ଅତ୍ୟଧିକ ଯନ୍ତ୍ରଣା ଓ ଦରଜ ହୁଏ ଏବଂ ତନ୍ତୁ ମରିଯିବା ସମ୍ଭାବନା ସୃଷ୍ଟି ହୁଏ । ଇଙ୍ଗୁଇନାଲ ହାର୍ନିଆ ହେଲେ କୋଷର ଉପର ପାର୍ଶ୍ଵରେ ଫୁଲା ଦେଖାଯାଏ ଓ ସମୟକ୍ରମେ ତଳକୁ ଖସିବାକୁ ଲାଗେ । କୋଷ ମଧ୍ୟରେ ଉପରୁ ତଳକୁ ଗୋଟିଏ କିଛି ଟାଣି ହୋଇଯିବା ଭଳି ଲାଗେ[୯] । ହାର୍ନିଆ ନିଜ ସ୍ଥାନକୁ ଫେରି ନ ପାରିଲେ ତାହାକୁ ଇରୁଡିଇସିବ୍ଲ ହାର୍ନିଆ କୁହାଯାଏ । ଏହା ଏକ ଯାନ୍ତ୍ରଣାଦାୟକ ଅବସ୍ଥା ।
ଡାଏଫ୍ରାମାଟିକ୍ ହାର୍ନିଆ ଭଳି ହାର୍ନିଆ ଯାହା ହାତ ପାହାନ୍ତାରେ ନ ଥାଏ ତାହାକୁ ଜାଣିବା ନିମନ୍ତେ ମଲ୍ଟିଡିଟେକ୍ଟର ସି.ଟି. ଆବଶ୍ୟକ ହୁଏ । [୧୦]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଇଙ୍ଗୁଇନାଲ ହାର୍ନିଆ[ସମ୍ପାଦନା]

An incarcerated inguinal hernia as seen on CT
Hernia
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
X-ray of colonic herniation
ଆଇସିଡ଼ି-୧୦ K40.-K46.
ଆଇସିଡ଼ି- 550-553
ମେଡ଼ିସିନ-ପ୍ଲସ 000960
ଇ-ମେଡ଼ିସିନ emerg/251 ped/2559
MeSH D006547

ପେଟରେ ହେଉଥିବା ହାର୍ନିଆ ମଧ୍ୟରେ କୋଳସନ୍ଧି ହାର୍ନିଆ ସବୁଠାରୁ ଅଧିକ (୭୫ %) ଦେଖାଯାଏ । ଏଠାରେ ଦୁଇ ପ୍ରକାର ହାର୍ନିଆ ଦେଖାଯାଏ । ଇନ୍‌ଡାଇରେକ୍ଟ ହାର୍ନିଆ (୨/୩ ଭାଗ) ଓ ଡାଇରେକ୍ଟ ହାର୍ନିଆ । ଇଙ୍ଗୁଇନାଲ ସ୍ଥାନରେ ଗୋଟିଏ କେନାଲ ଥାଏ ଯାହାକୁ ଇଙ୍ଗୁଇନାଲ କେନାଲ କହନ୍ତି । ଏହି କେନାଲର ପଛ କାନ୍ଥରେ ଦୁର୍ବଳ ଅଂଶ ଥିଲେ ସେହି ଅଂଶ ମଧ୍ୟ ଦେଇ କେନାଲ ମଧ୍ୟକୁ କ୍ଷୁଦ୍ର ଅନ୍ତ ନଳୀ ପ୍ରବେଶ କରେ ଓ ଅଧିକ ପ୍ରବେଶ କଲେ କୋଷ ମଧ୍ୟକୁ ପ୍ରବେଶ କରେ । ଡାଇରେକ୍ଟ ହାର୍ନିଆ କେନାଲ ମଧ୍ୟରେ ପ୍ରବେଶ କରେ ନାହିଁ । ଉଭୟ ପୁରୁଷ ଓ ସ୍ତ୍ରୀଙ୍କର ହାର୍ନିଆ ହୁଏ । ଅନେକ ହାର୍ନିଆ ଅପରେଶନ ଆବଶ୍ୟକ କରେ ।

ଫିମୋରାଲ ହାର୍ନିଆ[ସମ୍ପାଦନା]

ଏହା ଇଙ୍ଗୁଇନାଲ ଲିଗାମେଣ୍ଟ ତଳ ଭାଗରେ ହୁଏ । ଫିମୋରାଲ କେନାଲ ପଛ କାନ୍ଥରେ ଦୁର୍ବଳ ସ୍ଥାନୀୟ ଅଂଶ ଥିଲେ ସେହି ପଥ ଦେଇ ପେଟର କୌଣସି ଅଂଶ ପ୍ରବେଶ କରେ । ଏହି ହାର୍ନିଆ ପ୍ରାୟ ଗୋଲାକାର ଥାଏ ଓ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ଏହି ହାର୍ନିଆରେ ସ୍ଟ୍ରାଙ୍ଗୁଲେସନ ବା ଚିପି ହୋଇଯିବା ଅଧିକ ଦେଖାଯାଏ ।

ନାଭି ହାର୍ନିଆ[ସମ୍ପାଦନା]

ଏହି ହାର୍ନିଆ ନାଭି ପଥ ଦେଇ ପ୍ରବେଶ କରେ । ମୋଟା ମଣିଷ ଓ ଗର୍ଭବତୀ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ ।

ଇନ୍‌ସିସନାଲ ହାର୍ନିଆ[ସମ୍ପାଦନା]

ପେଟ କଟା ହୋଇ ଅପରେଶନ ପରେ ଯଦି ଭଲ ଭାବରେ ରିପେୟାର କରା ନ ଯାଇଥାଏ ବା ଘାଆ ଭଲ ଭାବରେ ଶୁଖି ନ ଥାଏ ତାହାହେଲେ ଏହି ହାର୍ନିଆ ହେବା ସମ୍ଭାବନା ସୃଷ୍ଟି ହୁଏ ।

ଚିକିତ୍ସା[ସମ୍ପାଦନା]

Hernia repair being performed aboard the amphibious assault ship USS Bataan.

ଅନେକ ହାର୍ନିଆ ସ୍ଥାନଚ୍ୟୁତ ହୋଇ ଅଜାଗାରେ ଅଟକି ଯାଏ (Obstructed hernia) ଓ ଚିପି ହୋଇଯାଏ (Strangulated hernia) । ଏହା ନ ହେବା ନିମନ୍ତେ ଅପରେଶନ କରିଦିଆଯାଏ । କୋଳସନ୍ଧି ବା ଇଙ୍ଗୁଇନାଲ ସ୍ଥାନରେ ହାର୍ନିଆ ହେଲେ ଅପରେଶନ (Herniorrhaphy) କରେଇବା ଉଚିତ । ଏହି ସ୍ଥାନଟି ବାହାର କରି ହାର୍ନିଆ ଅଂଶଟିକୁ ତାର ନିଜ ସ୍ଥାନକୁ ଫେରେଇ ନେବା ପରେ ଦୁର୍ବଳ ସ୍ଥାନକୁ ମରାମତ (Repair) କରିଦିଆଯାଏ । ନାଭି ହାର୍ନିଆ ଓ ହାୟାଟସ୍ ହାର୍ନିଆ ନିମନ୍ତେ ଅପରେଶନ ଦରକାର ହୁଏ ନାହିଁ, ଆପେ ଆପେ ଔଷଧ ସାହାଯ୍ୟରେ ଭଲ ହୋଇଯାଏ[୧୧] । ଅଧୁନା ଅପରେଶନ ବଦଳରେ ଲାପାରୋସ୍କୋପିଦ୍ଵାରା (Laparoscopy or Minimal invasive surgery) ଅଳ୍ପ ସମୟରେ ଚିକିତ୍ସା କରାଯାଉଛି[୧୨] । ଅପରେଶନ ପରେ ପୁନର୍ବାର ହାର୍ନିଆ ନ ହେବା ନିମନ୍ତେ ସ୍ଵତନ୍ତ୍ର ବେଲ୍ଟ ଓ ଟ୍ରସ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ । ଅଧିକ ପରିଶ୍ରମ କରିବାକୁ ମନା କରାଯାଏ ।

ଜଟିଳତା[ସମ୍ପାଦନା]

  • ପ୍ରଦାହ
  • ସ୍ଵସ୍ଥାନ ଅପ୍ରତ୍ୟାବର୍ତ୍ତନ
  • ଅଟକ
  • ଚିପି ହୋଇଯିବା
  • ହାଇଡ୍ରୋସିଲ୍
  • ରକ୍ତସ୍ରାବ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Fitzgibbons RJ, Jr; Forse, RA (19 February 2015). "Clinical practice. Groin hernias in adults.". The New England journal of medicine 372 (8): 756–63. PMID 25693015. 
  2. ୨.୦ ୨.୧ "Hernia". 9 August 2014. http://www.nlm.nih.gov/medlineplus/hernia.html. Retrieved 12 March 2015. 
  3. ୩.୦ ୩.୧ ୩.୨ ୩.୩ ୩.୪ Roman, S; Kahrilas, PJ (23 October 2014). "The diagnosis and management of hiatus hernia.". BMJ (Clinical research ed.) 349: g6154. PMID 25341679. 
  4. ୪.୦ ୪.୧ Domino, Frank J. (2014). The 5-minute clinical consult 2014 (22nd ed. ed.). Philadelphia, Pa.: Wolters Kluwer Health/Lippincott Williams & Wilkins. p. 562. ISBN 9781451188509. 
  5. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet. doi:10.1016/S0140-6736(14)61682-2. PMID 25530442. 
  6. Nigam, VK (2009). Essentials of Abdominal Wall Hernias. I. K. International Pvt Ltd. p. 6. ISBN 9788189866938. 
  7. "Hernia Causes". http://www.emedicinehealth.com/hernia/page2_em.htm. Retrieved 2010-05-24. 
  8. Desarda MP (2003). "Surgical physiology of inguinal hernia repair—a study of 200 cases". BMC Surg 3: 2. doi:10.1186/1471-2482-3-2. PMC 155644. PMID 12697071. 
  9. "Symptoms". http://www.mayoclinic.com/health/inguinal-hernia/DS00364/DSECTION=symptoms. Retrieved 2010-05-24. 
  10. Lee HK, Park SJ, Yi BH (2010). "Multidetector CT reveals diverse variety of abdominal hernias". Diagnostic Imaging 32 (5): 27–31. 
  11. http://www.nhs.uk/conditions/hernia/Pages/Introduction.aspx
  12. "Hernia Surgery". Hernia Symptoms. http://herniasymptoms.blogsavy.com/hernia-surgery/. Retrieved 11 October 2011.