କ୍ଷୀଣ ଦୃଷ୍ଟି

ଉଇକିପିଡ଼ିଆ‌ରୁ
କ୍ଷୀଣ ଦୃଷ୍ଟି
A child wearing an adhesive eyepatch to correct amblyopia
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H53.0
ଆଇସିଡ଼ି-୯-ସିଏମ୍368.0
ରୋଗ ଡାଟାବେସ503
ମେଡ଼ିସିନ-ପ୍ଲସ001014
ଇ-ମେଡ଼ିସିନoph/316
Patient UKକ୍ଷୀଣ ଦୃଷ୍ଟି
MeSHD000550

କ୍ଷୀଣ ଦୃଷ୍ଟି, (ଇଂରାଜୀ ଭାଷାରେ ଆମ୍ବ୍ଲିଓପିଆ (Amblyopia) ବା lazy eye), ରୋଗ ଏକ ଦୃଷ୍ଟି ଶକ୍ତିର ବେମାରୀ ଯେଉଁଥିରେ ମସ୍ତିଷ୍କ ଓ ଆଖିର ମିଳିତ କାମରେ ତୃଟି ଥାଏ । ଏହା ଫଳରେ ଏକ ଆଖିରେ ନ୍ୟୁନ ଦୃଷ୍ଟି ହୁଏ ଯାହା ଦେଖିବାକୁ ସାଧାରଣ ଥାଏ । ପିଲା ଓ ଅଳ୍ପ ବୟସ୍କ ଯୁବକମାନଙ୍କର ଗୋଟିଏ ଆଖିରେ କ୍ଷୀଣ ଦୃଷ୍ଟି ହେବାର ଏହି ରୋଗ ଏକ ମୂଖ୍ୟ କାରଣ ।[୧]

ପ୍ରାକ୍ ଶୈଶବ କାଳରେ ଅନେକ କାରଣ ଯୋଗୁ ଦୃଷ୍ଟି ଫୋକସ୍ ବା କେନ୍ଦ୍ରିଭୁତ କରି ହୁଏନି ।[୧][୨] ସ୍ଟ୍ରାବିସମସ୍/ଟେରା ଦୋଷ ବା ଦୁଇ ଆଖି ଡୋଳା କେନ୍ଦ୍ରୀଭୁତ ନ ହେଲେ, ଗୋଟିଏ ଆଖିରେ ଆସ୍ଟିଗମାଟିଜ୍ମ/ଦୃଷ୍ଟି ବୈଷମ୍ୟ ଥିଲେ ଓ ଗୋଟିଏ ଆଖିର ଦୂରଦୃଷ୍ଟି ବା ସମୀପଦୃଷ୍ଟି ଥିଲେ ଓ ଗୋଟିଏ ଆଖିରେ ପରଳ ଥିଲେ ଏହି କ୍ଷୀଣ ଦୃଷ୍ଟି ରୋଗର ଅନ୍ତର୍ଭୁକ୍ତ ହୋଇଯାଏ ।[୧] ଦୃଷ୍ଟି ଦୋଷ ନିରାକରଣ ପରେ ମଧ୍ୟ ଦୃଷ୍ଟି ଶକ୍ତି ସମ୍ପୁର୍ଣ୍ଣ ଫେରିପାରେନି, କାରଣ ଏଥିରେ ମସ୍ତିଷ୍କର ସମ୍ବନ୍ଧ ଥାଏ ।[୨][୩] ଏଥି ନିମନ୍ତେ ସମସ୍ତ ପିଲାଙ୍କୁ୪ରୁ ୫ ବର୍ଷ ବୟସ ବେଳକୁ ଆଖି ପରୀକ୍ଷା କରି ଏହି ଦୋଷ ଚିହ୍ନଟ କରିବାକୁ ହୁଏ । [୪]

ଶୀଘ୍ର ଚିହ୍ନଟ କଲେ ଚିକିତ୍ସା ସଫଳ ହୁଏ ।[୪] କେତେକ ପିଲାଙ୍କର ଚଷମାଦ୍ୱାରା ଚିକିତ୍ସା ସଫଳ ହୋଇଯାଏ ।[୫][୪] ଏହା ଯଥେଷ୍ଟ ନ ହେଲେ ଦୁର୍ବଳ ଆଖି ବ୍ୟବ‌ହାର କରିବାକୁ ପଡ଼େ । ଭଲ ଆଖିରେ ପ୍ୟାଚ୍ (patch) ବ୍ୟବ‌ହାର କରି ବା ଆଟ୍ରୋପିନ ପକାଇ ଚିକିତ୍ସା କରାଯାଏ । ଚିକିତ୍ସିତ ନ କଲେ ବଡ଼ ହେଲେ ମଧ୍ୟ ରହିଯାଏ । ଯୁବକମାନଙ୍କର ଚିକିତ୍ସା ଫଳ ଭଲ ନୁହେଁ । [୧]

କ୍ଷୀଣ ଦୃଷ୍ଟି ପ୍ରଥମେ ସନ ୧୬୦୦ରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[୬] ପାଞ୍ଚ ବର୍ଷ ବୟସରେ ଏହି ରୋଗ ଆରମ୍ଭ ହୁଏ ।[୪] ଜନସଂଖ୍ୟାର ୧-୫% ଲୋକଙ୍କୁ ଏହି ରୋଗ ହେବାର ହିସାବ କରାଯାଇଛି ।[୭] ପ୍ରଭାବିତ ଆଖିର ଦୃଷ୍ଟି ଶକ୍ତି ଚିକିତ୍ସାଦ୍ୱାରା ଉନ୍ନତି ହୁଏ କିନ୍ତୁ ସାଧାରଣ ଅବସ୍ଥାକୁ ଆସିପାରେନାହିଁ ।[୪] ଏହି ରୋଗ ଯୋଗୁ ପାଇଲଟ ବା ପୋଲିସ ଅଫିସର ହେବାର ଯୋଗ୍ୟତା କଟିଯାଏ ।[୪] ଇଂରାଜୀ ଭାଷାର ଆମ୍ବ୍ଲିଓପିଆ ଶବ୍ଦଟି ଗ୍ରୀକ୍ ଭାଷାର αμβλυωπία ଶବ୍ଦରୁ ଆସିଛି ଯାହାର ଅର୍ଥ ସେହି ଭାଷାରେ ସ୍ଥୁଳ ଦୃଷ୍ଟି[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Facts About Amblyopia". National Eye Institute. September 2013. Retrieved 27 July 2016.
  2. ୨.୦ ୨.୧ Schwartz, editor, M. William (2002). The 5-minute pediatric consult (3rd ed.). Philadelphia: Lippincott Williams & Wilkins. p. 110. ISBN 9780781735391. {{cite book}}: |first1= has generic name (help)CS1 maint: multiple names: authors list (link)
  3. Levi, D. (2013). "Linking assumptions in amblyopia". Visual neuroscience. 30 (5–6): 277–287. doi:10.1017/S0952523813000023. PMID 23879956.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Jefferis, JM; Connor, AJ; Clarke, MP (12 November 2015). "Amblyopia". BMJ (Clinical research ed.). 351: h5811. PMID 26563241.
  5. Maconachie, GD; Gottlob, I (December 2015). "The challenges of amblyopia treatment". Biomedical journal. 38 (6): 510–6. PMID 27013450.
  6. ୬.୦ ୬.୧ "Chapter 2 - Visual development in childhood". Visual Impairments and Developmental Disorders: From diagnosis to rehabilitation Mariani Foundation Paediatric Neurology. John Libbey Eurotext. 2016. ISBN 9782742014828. Retrieved 27 July 2016.
  7. Webber, AL; Wood, Joanne (2005). "Amblyopia: Prevalence, Natural History, Functional Effects and Treatment". Clinical and Experimental Optometry. 88 (6): 365–375. doi:10.1111/j.1444-0938.2005.tb05102.x. PMID 16329744.