ବର୍ଣ୍ଣାନ୍ଧତା

ଉଇକିପିଡ଼ିଆ ରୁ
Jump to navigation Jump to search
ବର୍ଣ୍ଣାନ୍ଧତା
ଇଂରାଜୀ ନାମ: color deficiency, impaired color vision[୧]
Ishihara 9.png
ଇସିହାରା ରଙ୍ଗ ପ୍ଲେଟର (Ishihara color test plate) ଉଦାହରଣ । କମ୍ପ୍ୟୁଟର ପ୍ରଦର୍ଶନ ଅନୁସାରେ ସାଧାରଣ ଦୃଷ୍ଟି ସମ୍ପନ୍ନ ଲୋକ ଏହି ପ୍ଲେଟରେ ଇଂରାଜୀରେ ଲେଖାଥିବା ୭୪ ପଢ଼ିପାରିବ । ବର୍ଣ୍ଣାନ୍ଧତା ଥିଲେ ଅଧିକାଂଶ ଲୋକ ୨୧ ପଢ଼ନ୍ତି । ସମ୍ପୁର୍ଣ୍ଣ ବର୍ଣ୍ଣାନ୍ଧତା (total color blindness) ଥିଲେ କୌଣସି ସଂଖ୍ୟା ଦେଖାଯାଏ ନାହିଁ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଚକ୍ଷୁ ବିଭାଗ
ଆଇସିଡ଼ି-୧୦H53.5
ଆଇସିଡ଼ି-୯-ସିଏମ୍368.5
ରୋଗ ଡାଟାବେସ2999
ମେଡ଼ିସିନ-ପ୍ଲସ001002
MeSHD003117

ବର୍ଣ୍ଣାନ୍ଧତା, (ଇଂରାଜୀ ଭାଷାରେ color blindness or color vision deficiency), କ‌ହିଲେ ରଙ୍ଗ ଦେଖିବାର ଅକ୍ଷମତା (to see color) ବା ବିଭିନ୍ନ ରଙ୍ଗ ଚିହ୍ନିବା ଅକ୍ଷମତାକୁ ବୁଝାଏ ।[୨] ଏହି ଦୋଷଦ୍ୱାରା ଶିକ୍ଷାଲାଭରେ ଅସୁବିଧା ହୁଏ । ଫଳ କିଣିଲା ବେଳେ, ଲୁଗା ବାଛିଲା ବେଳେ, ଟ୍ରାଫିକ ଲାଇଟ ପଢ଼ିବାରେ ସମସ୍ୟା ହୁଏ । ଏହି ସମସ୍ୟା ସାମାନ୍ୟ ହୋଇଥିବାରୁ ଲୋକମାନେ ଚଳେଇ ନିଅନ୍ତି । ସମ୍ପୁର୍ଣ୍ଣ ବର୍ଣ୍ଣାନ୍ଧତା (total color blindness) ଥିବା ଲୋକର ତୀକ୍ଷ୍‌ଣ ଦୃଷ୍ଟି ଅଭାବ (decreased visual acuity) ଥାଇପାରେ ।[୨]

ଚକ୍ଷୁରେ ଥିବା ତିନି ସେଟ ବର୍ଣ୍ଣ ବା ରଙ୍ଗ ଚିହ୍ନଟକାରୀ ଜୀବକୋଷ କୋନ (cones) ମଧ୍ୟରୁ ଏକ ବା ଏକାଧିକ କୋନର ବିକାଶରେ ତୃଟି ଥିଲେ ଏହି ସମସ୍ୟା ହୁଏ । ସାଧାରଣ ବର୍ଣ୍ଣାନ୍ଧତା ନିମନ୍ତେ ଉତ୍ତରଦାୟୀ ଜିନ (genes) ଏକ୍ସ କ୍ରୋମୋଜୋମରେ (X chromosome) ଥିବା ହେତୁ ପରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ଏହି ସମସ୍ୟା ହୁଏ । ମହିଳାଙ୍କର ଦୁଇଟି ଏକ୍ସ କ୍ରୋମୋଜୋମ ଥିବା ହେତୁ ଗୋଟିକରେ ତୃଟି ଥିଲେ ଅନ୍ୟଟି ସେହି ତୃଟି ଭରଣା କରିଦିଏ, କିନ୍ତୁ ପୁରୁଷଙ୍କର ଗୋଟିଏ ଏକ୍ସ କ୍ରୋମୋଜୋମ ଥାଏ । ତେଣୁ ଏକ୍ସ କ୍ରୋମୋଜୋମଟି ଦୋଷଯୁକ୍ତ ଥିଲେ ପୁରୁଷଟି ବର୍ଣ୍ଣାନ୍ଧ ହୁଏ। ଅଧିକାଂଶ କ୍ଷେତ୍ରରେ ମହିଳାମାନେ ନିଜେ ବର୍ଣ୍ଣାନ୍ଧତା ରୋଗରେ ପିଡ଼ିତ ନହୋଇ ରୋଗର ବାହକ ଭାବରେ କାମ କରନ୍ତି। ଅନ୍ୟ କାରଣ: ଆଖି, ଅପ୍ଟିକ ସ୍ନାୟୁ (optic nerveମସ୍ତିଷ୍କର (brain) କିଛି ଅଂଶ ଉପରେ ରାସାୟନିକ ବା ଶାରୀରିକ ଆଘାତ ହେବା ଫଳରେ ଏହି ରୋଗ ହୁଏ । ଇସିହାରା ପରୀକ୍ଷାଦ୍ୱାରା (Ishihara color test) ଏହି ରୋଗ ନିର୍ଣ୍ଣୟ କରାଯାଏ; କିନ୍ତୁ ଅନ୍ୟ କେତେକ ପରୀକ୍ଷା ମଧ୍ୟ କରାଯାଇପାରେ ।[୨]

ବର୍ଣ୍ଣାନ୍ଧତା ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[୨] ରଙ୍ଗ ଚିହ୍ନିବା ନିମନ୍ତେ ପିଲାର ଶିକ୍ଷକ ପଢ଼େଇବା ପଦ୍ଧତି ବଦଳ କରି ଶିକ୍ଷାଦାନ କରିବାକୁ ପଡ଼େ ।[୧] ଉଜ୍ଜ୍ୱଳ ଆଲୋକରେ ଲାଲ-ଶାଗୁଆ ବର୍ଣ୍ଣାନ୍ଧତା ଚିହ୍ନଟ କରିବା ନିମନ୍ତେ ବିଶେଷ ଧରଣର ଲେନ୍ସ ସାହାଯ୍ୟ କରେ । ରଙ୍ଗ ଚିହ୍ନିବା ପାଇଁ ମୋବାଇଲ ଆପ ସାହାଯ୍ୟ କରିପାରେ ।[୨]ଏବେ କିଛି ଚଷମା ନିର୍ମାତା ବର୍ଣ୍ଣାନ୍ଧତାକୁ ଅନେକ ମାତ୍ରାରେ ଦୂର କରୁଥିବାର ଦାବି କରନ୍ତି। [୩] ବର୍ଣ୍ଣାନ୍ଧ ବ୍ୟକ୍ତି ମାନେ ବିଭିନ୍ନ ରଙ୍ଗ ଯେମିତି ସବୁଜ-ଲାଲ୍ ଭିତରେ ଫରକ ଜାଣି ପାରନ୍ତି ନାହିଁ ବିଶେଷତଃ କମ୍ ଆଲୋକରେ। ବର୍ଣ୍ଣାନ୍ଧତା ଚଷମା ପାଖାପାଖି ରଙ୍ଗମାନଙ୍କ ମଧ୍ୟବର୍ତ୍ତୀ କିଛି ଅଂଶକୁ ନିରୋଧ କରି ବର୍ଣ୍ଣାନ୍ଧତା ଦୂର କରିବାକୁ ଚେଷ୍ଟା କରେ।

ଲାଲ‌-ଶାଗୁଆ ବର୍ଣ୍ଣାନ୍ଧତା ସର୍ବାଧିକ ଦେଖାଯାଏ, ଏହା ପରେ ଆସେ ନୀଳ-ହଳଦିଆ ବର୍ଣ୍ଣାନ୍ଧତା ଓ ସମ୍ପୁର୍ଣ୍ଣ ବର୍ଣ୍ଣାନ୍ଧତା । ଉତ୍ତର ୟୁରୋପ ବଂଶଧର ୮% ପୁରୁଷଙ୍କର ଓ ୦.୫% ମହିଳାଙ୍କର ଲାଲ-ଶାଗୁଆ ବର୍ଣ୍ଣାନ୍ଧତା ଥାଏ । ବାର୍ଦ୍ଧକ୍ୟରେ ରଙ୍ଗ ଦେଖିବା କ୍ଷମତା କମିଯାଏ ।[୨] କେତେକ ଦେଶରେ କେତେକ ବୃତ୍ତି ନିମନ୍ତେ ବର୍ଣ୍ଣାନ୍ଧ ଲୋକ ଅଯୋଗ୍ୟ ହୁଅନ୍ତି । ପାଇଲଟ, ଟ୍ରେନ ଡ୍ରାଇଭର ଓ ସଶସ୍ତ୍ର ବଳମାନଙ୍କର ବର୍ଣ୍ଣ ଯୋଗ୍ୟତା ଆବଶ୍ୟକ ଥିବାରୁ ବର୍ଣ୍ଣାନ୍ଧତା ଥିଲେ ଅଯୋଗ୍ୟ ସାବ୍ୟସ୍ତ ହୁଅନ୍ତି । କଳ ଦକ୍ଷତା ଉପରେ ଏହାର ପ୍ରଭାବ ବିବାଦାତ୍ମକ ଅଛି । ଚିତ୍ରକଳା ଦକ୍ଷତାରେ ଏହାର ପ୍ରଭାବ ଥିବା ଜଣାଯାଏ ନାହିଁ ଓ ଅନେକ ପ୍ରସିଦ୍ଧ ଚିତ୍ରକର ବର୍ଣ୍ଣାନ୍ଧ ଥିବା ବିଶ୍ୱାସ କରାଯାଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Gordon, N (March 1998). "Colour blindness". Public health. 112 (2): 81–4. doi:10.1038/sj.ph.1900446. PMID 9581449.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Facts About Color Blindness". NEI. February 2015. Retrieved 29 July 2016.
  3. [enchroma.com enchroma.com] Check |url= value (help). Missing or empty |title= (help)