ଶର୍ଦ୍ଦି
ଶର୍ଦ୍ଦି | |
---|---|
nasopharyngitis, rhinopharyngitis, acute coryza, head cold[୧] | |
ବିଭାଗ | Infectious disease |
ଆଇସିଡ଼ି-୧୦ | J00.{{{3}}} |
ଆଇସିଡ଼ି-୯-ସିଏମ୍ | 460 |
ରୋଗ ଡାଟାବେସ | 31088 |
ମେଡ଼ିସିନ-ପ୍ଲସ | 000678 |
ଇ-ମେଡ଼ିସିନ | med/2339 |
Patient UK | ଶର୍ଦ୍ଦି |
MeSH | D003139 |
ଶର୍ଦ୍ଦି, ଇଂରାଜୀ ଭାଷାରେ ଏହାକୁ Common cold ବା cold, କୁହାଯାଏ ଓ ଉର୍ଦ୍ଧ୍ୱ ଶ୍ୱାସନଳୀର ଏହା ଏକ ଭୁତାଣୁ ଜନିତ ସଂକ୍ରମଣ ।[୨][୩] ଅନେକ ଏହାକୁ ନସମ ବା ନଶମ ବା ନସ୍ମ ନାମ ଦିଅନ୍ତି । ଭୁତାଣୁ ସଂସ୍ପର୍ଷରେ ଆସିବାର ୨ ଦିନ ମଧ୍ୟରେ ଏହାର ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ । [୨] ଏହି ରୋଗରେ ନାକରୁ ପାଣି ବୁହେ, କାଶ, ତଣ୍ଟି ଦରଜ, ଛିଙ୍କ, ମୁଣ୍ଡବଥା ଓ ଜର ହୁଏ ।[୪][୫] ସାଧାରଣତଃ ୭ରୁ ୧୦ ଦିନ ମଧ୍ୟରେ ରୋଗ ଉପଶମ ହୋଇଯାଏ ।[୪] କେତେକ ଲକ୍ଷଣ ୩ ସପ୍ତାହ ପର୍ଯ୍ୟନ୍ତ ରହେ ।[୬] ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନିମୋନିଆ ବାହାରିପାରେ ।[୪]
ଦୁଇ ଶହରୁ ଅଧିକ ଭୁତାଣୁ ପ୍ରଜାତି ଏହି ରୋଗ ସୃଷ୍ଟି କରୁଥିଲେ ମଧ୍ୟ ରାଇନୋ ଭୁତାଣୁ ଯୋଗୁ ଏହା ସାଧାରଣତଃ ହୁଏ ।[୭] ଏହା ବାୟୁ ମାଧ୍ୟମରେ ସଞ୍ଚାରିତ ହୁଏ ବା ଭୁତାଣୁ ଥିବା ଜିନିଷ ସ୍ପର୍ଶ କରିବା ପରେ ନାକ ବା ପାଟିରେ ସଞ୍ଚାରିତ ହୁଏ ।[୪] ଦିବାଯତ୍ନ, ନିଦ୍ରାହୀନତା ଓ ମାନସିକ ଚାପ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରେ ।[୨] ଶର୍ଦ୍ଦିର ଲକ୍ଷଣ ସଂକ୍ରମଣ ଜନିତ ତନ୍ତୁ କ୍ଷୟ ଯୋଗୁ ନ ହୋଇ ଇମ୍ମ୍ୟୁନ ପ୍ରତିକ୍ରିୟା ଯୋଗୁ ହୋଇଥାଏ ।[୮] ଇନଫ୍ଲୁଏଞ୍ଜା ରୋଗରେ ଶର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ଶର୍ଦ୍ଦିଠାରୁ ଅଧିକ ସାଂଘାତିକ ହୋଇଥାଏ । [୨]
ଶର୍ଦ୍ଦି ନିମନ୍ତେ କୌଣସି ଟିକା ନାହିଁ । ହସ୍ତ ପ୍ରକ୍ଷାଳନ, ଆଖି, ନାକ ଓ ପାଟିକୁ ହାତ ଧୋଇ ଛୁଇଁବା ଓ ରୋଗୀଠାରୁ ଦୂରରେ ରହିଲେ ଏହି ରୋଗରୁ ରକ୍ଷା ମିଳିପାରିବ ।[୪] ମୁଖା ପିନ୍ଧିଲେ ରକ୍ଷା ମିଳିବାର କିଛି ପ୍ରମାଣ ମିଳୁଛି ।[୯] ଏହି ଆରୋଗ୍ୟ ହୁଏ ନାହିଁ କିନ୍ତୁ ଲକ୍ଷଣ ସମୂହର ଚିକିତ୍ସା କରାଯାଏ ।[୪] କଷ୍ଟ ହେଉଥିଲେ ନନ୍ ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଔଷଧ, (ଏନଏସଏଆଇଡି) ଯେପରିକି ଆଇବୁପ୍ରୋଫେନ୍ ଉପକାର କରିପାରେ ।[୧୦] ଆଣ୍ଟିବାୟୋଟିକ ବ୍ୟବହାର କରିବା ଉଚିତ ନୁହେଁ ।[୧୧] କାଶ ଔଷଧ ସେବନରେ କୌଣସି ଉପକାରର ପ୍ରମାଣ ମିଳୁନାହିଁ ।[୨]
ମଣିଷ ଦେହରେ ଶର୍ଦ୍ଦି ରୋଗ ଏକ ଅତି ସାଧାରଣ ସଂକ୍ରମଣ ରୋଗ ।[୧୨] ବୟଃପ୍ରାପ୍ତ ଲୋକ ବର୍ଷରେ ୨ରୁ ୪ ଥର ଆକ୍ରନ୍ତ ହୁଏ ଓ ପିଲା ୬ରୁ ୮ଥର ଆକ୍ରନ୍ତ ହୁଏ ।[୧୩] ଶୀତ ଦିନେ ଏହି ରୋଗ ଅଧିକ ହୁଏ । [୪] ପୁରାକାଳରୁ ଏହି ରୋଗ ମାନବ ସହ ରହିଆସିଛି ।[୧୪]
ଚିହ୍ନ ଓ ଲକ୍ଷଣ
[ସମ୍ପାଦନା]ଶର୍ଦ୍ଦିର ସାଧାରଣ ଲକ୍ଷଣ: ନାକରୁ ଅନବରତ ପାଣି ବୁହେ, ନାକ ଭିତର ରକ୍ତିମ ହୁଏ, ତଣ୍ଟି ଦରଜ ହୁଏ, କାଶ ହୁଏ ଓ ବେଳେ ବେଳେ ମାଂସପେଶୀ ଯନ୍ତ୍ରଣା, ଥକ୍କା ଲାଗିବା, ମୁଣ୍ଡ ବଥା ଓ ଭୋକ ମରିଯିବା[୧୫] । ୪୦ % ଲୋକଙ୍କର ତଣ୍ଟି ଦରଜ ହୁଏ, ୫୦ % ଲୋକଙ୍କର କାଶ ହୁଏ ଓ ୫୦% ଲୋକଙ୍କର ପେଶୀ ଯନ୍ତ୍ରଣା ହୁଏ[୫] । ବଡ଼ ମଣିଷଙ୍କର ଜର ହୁଏ ନାହିଁ କିନ୍ତୁ ପିଲାମାନଙ୍କର ହୁଏ [୫]। ଇନଫ୍ଲୁଏଞ୍ଜା ତୁଳନାରେ କାଶ ବହୁତ ଅଳ୍ପ ହୁଏ । ବଡ଼ ମଣିଷମାନଙ୍କର ଜର ଓ କାଶ ହେଲେ ଇନଫ୍ଲୁଏଞ୍ଜା ନିର୍ଣ୍ଣୟ କରାଯାଏ । ଖଙ୍କାର ରଙ୍ଗ ପରିସ୍କାର, ହଳଦିଆ ବା ଶାଗୁଆ ଦେଖାଯାଏ[୧୬] ।
ଅଗ୍ରଗତି(Progress)
[ସମ୍ପାଦନା]କାରଣ
[ସମ୍ପାଦନା]ବିଭିନ୍ନ ପ୍ରକାରର ଭୁତାଣୁ ଯୋଗୁ ଶର୍ଦ୍ଦି ରୋଗ ହୁଏ । ରାଇନୋ ଭୁତାଣୁ (୩୦-୩୮ %), ୯୯ ରକମର ପିକୋର୍ନା ଭୁତାଣୁ[୧୭][୧୮] । କୋରାନୋ (୧୦-୧୫%), ଆଡେନୋ (୫ %), ହ୍ୟୁମ୍ୟନ୍ ପାରାଇନଫ୍ଲୁଏଞ୍ଜା ଇତ୍ୟାଦି । ଅନେକ ସମୟରେ ଏକାଧିକ ଭୁତାଣୁ ଏକ ସମୟରେ ଆକ୍ରମଣ କରନ୍ତି ।
ସଞ୍ଚାରଣ
[ସମ୍ପାଦନା]ବାୟୁ ମଣ୍ଡଳରେ ଉଡି ବୁଲୁଥିବା ନାସିକା ନିର୍ଗତ ଅଜସ୍ର କଫ/ଖଙ୍କାର କଣିକାରେ ଥିବା ଭୁତାଣୁଦ୍ୱାରା ଏହି ରୋଗ ସଞ୍ଚାରଣ ହୁଏ [୧୯] । ଏହା ଛଡା ସଂସ୍ପର୍ଷରେ ଆସିଲେ ରୋଗ ହୁଏ । ବାୟୁ ମଣ୍ଡଳରେ ପ୍ରାୟ ୧୮ ଘଣ୍ଟା ପର୍ଯ୍ୟନ୍ତ ଭୁତାଣୁ ରହି ପାରନ୍ତି ।
ରୋଗ ନିର୍ଣ୍ଣୟ
[ସମ୍ପାଦନା]ଏହି ରୋଗ ନିଜେ ରୋଗୀ ନିର୍ଣ୍ଣୟ କରେ । ଏହା ଏକ ନାସିକା ପ୍ରଦାହ ରୋଗ । ଭାଇରସ ଚିହ୍ନଟ ଅନାବଶ୍ୟକ ।
ଚିକିତ୍ସା
[ସମ୍ପାଦନା]ଅଧୁନା ଡାକ୍ତରୀ ଶାସ୍ତ୍ରରେ ବା ଅନ୍ୟ କୌଣସି ଶାସ୍ତ୍ରରେ ଶର୍ଦ୍ଦି ରୋଗ ଭୋଗର ସମୟ ସୀମା କମେଇବା ନିମନ୍ତେ ଔଷଧ ନାହିଁ [୨୦]। କଷ୍ଟ ଲାଘବ ନିମନ୍ତେ ଔଷଧ ଦିଆଯାଏ । ବିଶ୍ରାମ, ଜଳ ପାନ, ଉଷୁମ ଲୁଣ ପାଣିରେ କୁଳି କରିବା ଭଳି ସଧାରଣ ଚିକିତ୍ସା କରାଯାଏ । ଏହାର ଯାହାବି ଉପକାର ମିଳେ ତାହାର କୌଣସି ବିଜ୍ଞାନ ସମ୍ମତ ତଥ୍ୟ ନାହିଁ ଓ ଏହାକୁ ପ୍ଲାସେବୋ ଇଫେକ୍ଟ କୁହାଯାଏ [୨୧]।
ଲକ୍ଷଣ ଅନୁଯାୟୀ
[ସମ୍ପାଦନା]ଲକ୍ଷଣ ଉପସମ ନିମନ୍ତେ ଆଇବୁପ୍ରୋଫେନ[୨୨] ଓ ପାରାସେଟାମଲ୍[୨୩] ଭଳି ଔଷଧ ଦେଲେ ଯନ୍ତ୍ରଣା ଲାଘବ ହୁଏ । କାଶ ଔଷଧଦ୍ୱାରା ଯନ୍ତ୍ରଣା ଉପସମକାରୀ ଔଷଧ ଅପେକ୍ଷା ଅଧିକ ଉପକାର ମିଳିବାର କୌଣସି ତଥ୍ୟ ନାହିଁ [୨୪] ବରଂ ପିଲାମାନଙ୍କର ହାନିକାରକ ହେବା ପ୍ରମାଣ ଅଛି[୨୫][୨୬] । ବୟସ୍କମାନଙ୍କୁ ନାକରେ ପକେଇବା ଔଷଧ ଦିଆଯାଇ ପାରେ ।
ପୂର୍ବାନୁମାନ
[ସମ୍ପାଦନା]ଏହି ରୋଗ ଆପେ ଆପେ ୭ ଦିନରେ ଭଲ ହୋଇଯାଏ । ଅତି ବୟଷ୍କ, ଅତି ଛୋଟ ପିଲା ଓ ଇମ୍ମ୍ୟୁନିଟି କମ ଥିଲେ ଭୟାବହ ସଂକ୍ରାମକ ରୋଗ ହୁଏ । ଜଟୀଳତା ମଧ୍ୟରେ ଜୀବାଣୁ ଜନିତ ରୋଗ ଯଥା ସାଇନୁସାଇଟିସ୍, ଫାରିଞ୍ଜାଇଟିସ୍ ଓ କାନରେ ପ୍ରଦାହ ହୁଏ ।
ଆଧାର
[ସମ୍ପାଦନା]- ↑ John, Pramod R. John (2008). Textbook of Oral Medicine. Jaypee Brothers Publishers. p. 336. ISBN 9788180615627.[permanent dead link]
- ↑ ୨.୦ ୨.୧ ୨.୨ ୨.୩ ୨.୪ Allan, GM; Arroll, B (18 February 2014). "Prevention and treatment of the common cold: making sense of the evidence". CMAJ : Canadian Medical Association journal = journal de l'Association medicale canadienne. 186 (3): 190–9. doi:10.1503/cmaj.121442. PMC 3928210. PMID 24468694.
{{cite journal}}
: Missing pipe in:|journal=
(help) - ↑ Arroll B (March 2011). "Common cold". Clinical evidence. 2011 (3): 1510. PMC 3275147. PMID 21406124.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Common Colds: Protect Yourself and Others". CDC. 6 October 2015. Retrieved 4 February 2016.
- ↑ ୫.୦ ୫.୧ ୫.୨ Eccles R (November 2005). "Understanding the symptoms of the common cold and influenza". Lancet Infect Dis. 5 (11): 718–25. doi:10.1016/S1473-3099(05)70270-X. PMID 16253889.
- ↑ Heikkinen T, Järvinen A (January 2003). "The common cold". Lancet. 361 (9351): 51–9. doi:10.1016/S0140-6736(03)12162-9. PMID 12517470.
- ↑ "Common Cold and Runny Nose" (17 April 2015). CDC. Retrieved 4 February 2016.
- ↑ Eccles p. 112
- ↑ Eccles p. 209
- ↑ Kim, SY; Chang, YJ; Cho, HM; Hwang, YW; Moon, YS (21 September 2015). "Non-steroidal anti-inflammatory drugs for the common cold". The Cochrane database of systematic reviews. 9: CD006362. doi:10.1002/14651858.CD006362.pub4. PMID 26387658.
- ↑ Harris, AM; Hicks, LA; Qaseem, A; High Value Care Task Force of the American College of Physicians and for the Centers for Disease Control and, Prevention (19 January 2016). "Appropriate Antibiotic Use for Acute Respiratory Tract Infection in Adults: Advice for High-Value Care From the American College of Physicians and the Centers for Disease Control and Prevention". Annals of Internal Medicine. doi:10.7326/M15-1840. PMID 26785402.
- ↑ Eccles p. 1
- ↑ Simasek M, Blandino DA (2007). "Treatment of the common cold". American Family Physician. 75 (4): 515–20. PMID 17323712. Archived from the original on 2007-09-26. Retrieved 2016-04-08.
- ↑ Eccles, Ronald; Weber, Olaf (2009). Common cold. Basel: Birkhäuser. p. 3. ISBN 978-3-7643-9894-1.
- ↑ Eccles Pg. 24
- ↑ Eccles Pg.30
- ↑ Palmenberg AC, Spiro D, Kuzmickas R, Wang S, Djikeng A, Rathe JA, Fraser-Liggett CM, Liggett SB (2009). "Sequencing and Analyses of All Known Human Rhinovirus Genomes Reveals Structure and Evolution". Science. 324 (5923): 55–9. doi:10.1126/science.1165557. PMID 19213880.
{{cite journal}}
: CS1 maint: multiple names: authors list (link) - ↑ Eccles Pg.77
- ↑ editors, Ronald Eccles, Olaf Weber, (2009). Common cold (Online-Ausg. ed.). Basel: Birkhäuser. p. 197. ISBN 978-3-7643-9894-1.
{{cite book}}
:|last=
has generic name (help)CS1 maint: extra punctuation (link) CS1 maint: multiple names: authors list (link) - ↑ "Common Cold: Treatments and Drugs". Mayo Clinic. Retrieved 9 January 2010.
- ↑ Eccles Pg.261
- ↑ Kim SY, Chang YJ, Cho HM, Hwang YW, Moon YS (2009). Kim, Soo Young (ed.). "Non-steroidal anti-inflammatory drugs for the common cold". Cochrane Database Syst Rev (3): CD006362. doi:10.1002/14651858.CD006362.pub2. PMID 19588387.
{{cite journal}}
: CS1 maint: multiple names: authors list (link) - ↑ Eccles R (2006). "Efficacy and safety of over-the-counter analgesics in the treatment of common cold and flu". Journal of Clinical Pharmacy and Therapeutics. 31 (4): 309–319. doi:10.1111/j.1365-2710.2006.00754.x. PMID 16882099.
- ↑ Smith SM, Schroeder K, Fahey T (2008). Smith, Susan M (ed.). "Over-the-counter (OTC) medications for acute cough in children and adults in ambulatory settings". Cochrane Database Syst Rev (1): CD001831. doi:10.1002/14651858.CD001831.pub3. PMID 18253996.
{{cite journal}}
: CS1 maint: multiple names: authors list (link) - ↑ Shefrin AE, Goldman RD (2009). "Use of over-the-counter cough and cold medications in children" (PDF). Can Fam Physician. 55 (11): 1081–3. PMC 2776795. PMID 19910592.
{{cite journal}}
: Unknown parameter|month=
ignored (help) - ↑ Vassilev ZP, Kabadi S, Villa R (2010). "Safety and efficacy of over-the-counter cough and cold medicines for use in children". Expert opinion on drug safety. 9 (2): 233–42. doi:10.1517/14740330903496410. PMID 20001764.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link)