Jump to content

ମେଲାନୋମା

ଉଇକିପିଡ଼ିଆ‌ରୁ
ମେଲାନୋମା
ମେଲାନୋମା ଆକାର ପ୍ରାୟ ୨.୫ ସେମି X ୧.୫ ସେମି
ଉଚ୍ଚାରଣ
ବିଭାଗOncology and dermatology
ଆଇସିଡ଼ି-୧୦C43.
ଆଇସିଡ଼ି-୯-ସିଏମ୍172.9
ଆଇସିଡ଼ି-ଓଛାଞ୍ଚ:ICDO
ଓଏମ୍‌ଆଇଏମ୍155600
ରୋଗ ଡାଟାବେସ7947
ମେଡ଼ିସିନ-ପ୍ଲସ000850
ଇ-ମେଡ଼ିସିନderm/257 med/1386 ent/27 plastic/456
MeSHD008545

ମେଲାନୋମା ବା ମାଲିଗନାଣ୍ଟ ମେଲାନୋମା (ଇଂରାଜୀ ଭାଷାରେ melanoma, ବା malignant melanoma) ଏକ ପ୍ରକାର କର୍କଟ ରୋଗ ଯାହା ବର୍ଣ୍ଣ କଣିକା ଥିବା ମେଲାନୋସାଇଟ ଜୀବକୋଷରୁ ସୃଷ୍ଟି ହୁଏ । [] ସ୍ୱାଭାବିକ ଭାବରେ ଏହି ରୋଗ ଚର୍ମରେ ହେଉଥିବା ବେଳେ ପାଟି, ଅନ୍ତନଳୀଆଖିରେ କ୍ୱଚିତ ହୁଏ । [][] ସାଧାରଣତଃ ମହିଳାମାନଙ୍କର ଗୋଡ଼ରେ ଓ ପୁରୁଷମାନଙ୍କର ପିଠିରେ ହୁଏ । [] ବେଳେ ବେଳେ ଏହା ଦେହର ତିଳରୁ (mole) ଆରମ୍ଭ ହୁଏ ଯାହାର ଆକାର, ଧାର, ରଙ୍ଗ ପରିବର୍ତ୍ତିତ ହୁଏ, ଗଲୁ କରେ ଓ ଚମ ଫାଟିଯାଇ ଘାଆ ସୃଷ୍ଟି ହୁଏ । []

ଦେହରେ ସ୍ୱଳ୍ପ ମାତ୍ରାରେ ଚର୍ମ ବର୍ଣ୍ଣ କଣିକା ଥିବା ଲୋକ ଅଲଟ୍ରାଭାୟୋଲେଟ (ୟୁଭି) ରଶ୍ମି ସଂସ୍ପର୍ଶରେ ଆସିଲେ ଏହି ରୋଗ ହୁଏ । [][] ୟୁଭି ରଶ୍ମୀ ସୂର୍ଯ୍ୟରୁ ବା ଟାନିଙ୍ଗ ଡିଭାଇସରୁ ନିର୍ଗତ ହୁଏ । ପ୍ରାୟ ୨୫ % ରୋଗ ତିଳରୁ ସୃଷ୍ଟି ହୁଏ । [] ଅନେକ ତିଳ ଥିଲେ, ପରିବାରରେ ଆଗରୁ ଏହି ରୋଗ ଥିଲେ ଓ ଇମ୍ମ୍ୟୁନିଟି କମ ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ । [] ଅନେକ ପ୍ରକାର ଜେନେଟିକ ତୃଟି ଯେପରିକି ଜେରୋଡର୍ମା ପିଗମେଣ୍ଟୋସା ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ । [] ବାୟୋପ୍ସି ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । []

ୟୁଭି ରଶ୍ମିଠାରୁ ଦୂରେଇ ରହି ଓ ସନସ୍କ୍ରିନ ବ୍ୟବ‌ହାର କରି ଏହି ରୋଗକୁ ପ୍ରତିରୋଧ କରିହୁଏ । [] ଅପରେଶନ କରି ମେଲାନୋମାକୁ ବାହାର କରିଦିଆଯାଏ । ବିସ୍ତାର ହୋଇଛି କି ନାହିଁ ଜାଣିବା ନିମନ୍ତେ ରୋଗ ହୋଇଥିବା ସ୍ଥାନର ନିକଟବର୍ତ୍ତୀ ଲସିକା ଗ୍ରନ୍ଥି ପରୀକ୍ଷା କରାଯାଏ । ବିସ୍ତାର ଲାଭ ନ କରିଥିଲେ ଅଧିକାଂଶ ମେଲାନୋମା ଆରୋଗ୍ୟ ହୋଇଯାଏ । ବିସ୍ତାରିତ ହୋଇସାରିଥିଲେ ଇମ୍ମ୍ୟୁନୋଥେରାପି, ବାୟୋଲୋଜିକାଲ ଥେରାପି, ରାଡିଏସନ ଥେରାପି ବା କେମୋଥେରାପି ଦିଆଯାଏ ଓ ଆୟୁଷ ବୃଦ୍ଧି ହୁଏ । [] ଆମେରିକାରେ ଚିକିତ୍ସା ସାହାଯ୍ୟରେ ପାଞ୍ଚ ବର୍ଷ ବଞ୍ଚିବା ହାର ସ୍ଥାନିୟ ରୋଗର ୯୮ % ଓ ବିସ୍ତାରିତ ରୋଗର ୧୭ % । [] ମେଲାନୋମା କେତେ ମୋଟା (thickness of the melanoma) ଅଛି, କେତେ ଶିଘ୍ର ଦ୍ୱିଖଣ୍ଡିତ (dividing) ହେଉଛି ଓ ଚମ ଫାଟିଛି କି ନାହିଁ, ଏହି ସମସ୍ତ ତ‌ଥ୍ୟ ଉପରେ ଏହି ରୋଗ ଲେଉଟିବ କି ନାହିଁ ନିର୍ଭର କରେ । []

ଚର୍ମ କର୍କଟ ମଧ୍ୟରେ ମେଲାନୋମା ସର୍ବାଧିକ ବିପଦଜନ‌କ ରୋଗ । ସନ ୨୦୧୨ରେ ପୃଥିବୀରେ ଏହି ରୋଗ ୨୩୨,୦୦୦ ଲୋକଙ୍କୁ ହୋଇଥିଲା ଓ ୫୫,୦୦୦ ଲୋକ ମରିଥିଲେ । ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ସର୍ବାଧିକ ମେଲାନୋମା ରୋଗ ହୁଏ । ୟୁରୋପ ଓ ଉତ୍ତର ଆମେରିକାରେ ଏହି ରୋଗ ହାର ଅଧିକ ଅଛି ଓ ଏସିଆ, ଆଫ୍ରିକା ତ‌ଥା ଲାଟିନ ଆମେରିକାରେ ଏହାର ହାର କମ ଅଛି । [] ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଅଧିକ ହୁଏ । [] ଗୋରା ଲୋକ (କ‌କେସିଆନ) ରହୁଥିବା ସ୍ଥାନମାନଙ୍କରେ ସନ ୧୯୬୦ରୁ ଏହି ରୋଗ ଅତି ସାଧାରଣ ହୋଇଛି । [][]

  1. 1 2 3 4 5 6 "Melanoma Treatment–for health professionals (PDQ®)". National Cancer Institute. June 26, 2015. Retrieved 30 June 2015.
  2. 1 2 3 4 5 6 7 8 World Cancer Report 2014. World Health Organization. 2014. pp. Chapter 5.14. ISBN 9283204298.
  3. Kanavy HE, Gerstenblith MR (December 2011). "Ultraviolet radiation and melanoma". Semin Cutan Med Surg. 30 (4): 222–8. doi:10.1016/j.sder.2011.08.003. PMID 22123420.
  4. 1 2 3 Azoury, SC; Lange, JR (October 2014). "Epidemiology, risk factors, prevention, and early detection of melanoma". The Surgical clinics of North America. 94 (5): 945–62, vii. doi:10.1016/j.suc.2014.07.013. PMID 25245960.
  5. "SEER Stat Fact Sheets: Melanoma of the Skin". NCI. Retrieved June 2015. {{cite web}}: Check date values in: |accessdate= (help)