ଗ୍ରେଭସ ରୋଗ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗ୍ରେଭସ ରୋଗ
Proptosis and lid retraction from Graves' Disease.jpg
The classic finding of exophthalmos and lid retraction in Graves' disease
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Endocrinology
ଆଇସିଡ଼ି-୧୦ E05.0
ଆଇସିଡ଼ି-୯-ସିଏମ୍ 242.0
ଓଏମ୍‌ଆଇଏମ୍ 275000
ରୋଗ ଡାଟାବେସ 5419
ମେଡ଼ିସିନ-ପ୍ଲସ 000358
ଇ-ମେଡ଼ିସିନ med/929 ped/899
MeSH D006111

ଗ୍ରେଭସ ରୋଗ, (ଇଂରାଜୀରେ Graves' disease, ବା toxic diffuse goiter ବା Flajani-Basedow-Graves disease, ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଯାହା ଥାଇରଏଡ ଗ୍ରନ୍ଥିକୁ ଆକ୍ରମଣ କରେ । ଏହି ଆକ୍ରମଣ ଫଳରେ ହାଇପରଥାଇରଏଡିଜମ ଓ ବର୍ଦ୍ଧିତ ଥାଇରଏଡ ଗ୍ରନ୍ଥି ବା ଗଏଟର ହୁଏ । ଏହି ରୋଗର ଚିହ୍ନ ଓ ଲକ୍ଷଣ: ଚିଡ଼ଚିଡ଼ା ସ୍ୱଭାବ, ମାଂସପେଶୀ ଦୁର୍ବଳତା, ଶୋଇବା ଅସୁବିଧା, ଦୃତ ହୃତ ସ୍ପନ୍ଦନ, ତରଳ ଝାଡ଼ା ଓ ଓଜନ ହ୍ରାସ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଆଣ୍ଠୁରୁ ବଳାଗଣ୍ଠି ପର୍ଯ୍ୟନ୍ତ ଲମ୍ବି‌ଥିବା ଅସ୍ଥିସାମନା ଚର୍ମ ମୋଟା ହୋଇଯାଏ ଯାହାକୁ ପ୍ରିଟିବିଆଲ ମିକସିଡିମା କୁହାଯାଏ ଓ ଆଖି ଡୋଳା ତା ଯାଗାରୁ ପଦାକୁ ବାହାରି ଆସେ ଯାହାକୁ ଏକ୍ସୋଫଥାଲମସ ବା ଗ୍ରେଭସ ଅଫଥାଲମୋପାଥି କୁହାଯାଏ । [୧] ୨୫ %ରୁ ୮୦ % ଲୋକଙ୍କର ଆଖି ଅସୁବିଧା ଦେଖାଯାଏ । [୧][୨]

ଏହି ରୋଗର ସଠିକ କାରଣ ସ୍ପଷ୍ଟ ନ ଥିଲେ ମଧ୍ୟ ଜେନେଟିକ ଓ ପରିବେଶର ମିଶ୍ରିତ ପ୍ରଭାବ ଯୋଗୁ ହେଉଥିବା ବିଶ୍ୱସା କରାଯାଏ । [୩] ପରିବାରରେ ଯଦି କାହାର ଏହି ରୋଗ ଥାଏ ତେବେ ସେହି ପରିବାରର ଅନ୍ୟମାନଙ୍କୁ ରୋଗ ହେବା ସମ୍ଭାବନା ଥାଏ । [୧] ଜମଜ ସନ୍ତାନ ମଧ୍ୟରୁ ଜଣକର ଥିଲେ ଆଉ ଜଣେ ୩୦ % ରୋଗ ଭୋଗିବା ସମ୍ଭାବନା ଥାଏ । [୪] ମାନସିକ ଚାପ, ସଂକ୍ରମଣ ଓ ଶିଶୁ ଜନ୍ମ କଲାବେଳେ ଏହା ଟ୍ରିଗର ଭଳି କାମ କରେ । [୨] ଟାଇପ ୧ ଡାଏବେଟିସରିଉମାଟଏଡ ଆର୍ଥ୍ରାଇଟିସ ଭଳି ଅଟୋଇମ୍ମ୍ୟୁନ ରୋଗ ଥିଲେ ଏହି ରୋଗ ସମ୍ଭାବନା ରହେ । [୧] ଧୂମ୍ରପାନ କଲେ ଏହି ରୋଗ ସଙ୍କଟ ବଢ଼େ ଓ ଚକ୍ଷୁ ଅସୁବିଧା ଆହୁରି ଖରାପ ହୁଏ । [୧] ଥାଇରଏଡ ସ୍ଟିମୁଲେଟିଙ୍ଗ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଟିଏସଆଇ) ନାମକ ଏକ ଆଣ୍ଟିବଡି ଯୋଗୁ ଏହି ରୋଗ ହୁଏ ଓ ଏହାର ଶରୀରରେ ଥିବା ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ‌ସ‌ହ ସମ‌ପ୍ରଭାବ ଥାଏ । ଏହି ଆଣ୍ଟିବଡି ପ୍ରଭାବ ଯୋଗୁ ଥାଇରଏଡ ଗ୍ରନ୍ଥି ଅଧିକ ଥାଇରଏଡ ହରମୋନ ନିର୍ଗତ କରେ । [୧] ରୋଗ ଲକ୍ଷଣ ଓ ରକ୍ତ ପରୀକ୍ଷା କରି ସନ୍ଦେହ କରାଯାଏ କିନ୍ତୁ ରେଡିଓଆୟୋଡିନ ଅପଟେକ ପରୀକ୍ଷା କରି ନିଧାର୍ଯ୍ୟ କରାଯାଏ । [୧][୨] ରକ୍ତ ପରୀକ୍ଷାରେ ଅଧିକ [ଟ୍ରାଇଆୟୋଡୋଥାଇରୋନିନ|ଟି]] ଓ ଟି, କମ ଟିଏସଏଚ, ଥାଇରଏଡ ଗ୍ରନ୍ଥିର ସମସ୍ତ ସ୍ଥାନରେ ଅଧିକ ରେଡୋଆୟୋଡିନ ଅପଟେକ ଓ ଟିଏସଆଇ ଆଣ୍ଟିବଡି ମିଳେ । [୨]

ତିନି ପ୍ରକାର ଚିକିତ୍ସା ସୁବିଧା ମିଳେ: ଔଷଧ, ଥାଇରଏଡ ଅପରେଶନ ଓ ରେଡିଓଆୟୋଡିନ ଥେରାପି । ରେଡିଓଆୟୋଡିନ ଥେରାପିରେ ପାଟିବାଟେ ଆୟୋଡିନ-୧୩୧ ଦିଆଯାଏ ଯାହା ସପ୍ତାହ ବା ମାସାଧିକ କାଳ ଧରି ଥାଇରଏଡ ଗ୍ରନ୍ଥିକୁ ନଷ୍ଟ କରିଦିଏ । ଏତଦ୍ୱାରା ଜାତ ହେଉଥିବା ହାଇପୋଥାଇରଏଡିଜ୍ମକୁ କୃତ୍ରିମ ଥାଇରଏଡ ହରମୋନ ଦେଇ ଚିକିତ୍ସା କରାଯାଏ । ଏହାର ଲକ୍ଷଣ‌ଗୁଡ଼ିକୁ ବିଟାବ୍ଲକର ନିୟନ୍ତ୍ରଣ କରେ ଓ ମେଥିମାଜୋଲ ଭଳି ଆଣ୍ଟିଥାଇରଏଡ ଔଷଧ ସାମୟିକ ଭାବେ ଅନ୍ୟ ଔଷଧମାନଙ୍କର କ୍ରିୟା ଆରମ୍ଭ ହେବା ପର୍ଯ୍ୟନ୍ତ ରୋଗୀକୁ ସାହାଯ୍ୟ କରେ । ଅପରେଶନ କରି ଥାଇରଏଡ ବାହାର କରିଦେବା ଆଉ ଏକ ପନ୍ଥା । ଆଖି ଅସୁବିଧା ନିମନ୍ତେ ଅଧିକ ଚିକିତ୍ସା ଆବଶ୍ୟକ ହୁଏ । [୧]

ଗ୍ରେଭସ ରୋଗ ଜନସଂଖ୍ୟାର ୫ % ଲୋକଙ୍କୁ ଆକ୍ରମଣ କରେ । [୨] ପୁରୁଷ ରୋଗୀ ସଂଖ୍ୟା ଅପେକ୍ଷା ମହିଳା ରୋଗୀ ସଂଖ୍ୟା ପ୍ରାୟ ୭.୫ ଗୁଣ ଅଧିକ ହୁଏ । [୧] ଏହାର ଆରମ୍ଭ ବୟସ ୪୦ରୁ ୬୦ ମଧ୍ୟରେ ଥାଏ । [୪] ଆମେରିକାରେ ହାଇପରଥାଇରଏଡିଜମର ଏହା ଏକ ମୂଖ୍ୟ କାରଣ (ପ୍ରାୟ ୫୦ %ରୁ ୮୦ %) । [୧][୨] ସନ ୧୮୩୫ରେ ଏହି ରୋଗ ବିଷୟରେ ପ୍ରଥମେ ରବର୍ଟ ଜେମସ ଗ୍ରେଭସ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା । ପୂର୍ବରୁ ଏହା ବିଷୟରେ ମଧ୍ୟ ଅନେକ ଲୋକ ବର୍ଣ୍ଣନା କରିଛନ୍ତି । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ "Graves' Disease". www.niddk.nih.gov. August 10, 2012. Retrieved 2015-04-02. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Brent, Gregory A. (Jun 12, 2008). "Clinical practice. Graves' disease". The New England Journal of Medicine 358 (24): 2594–2605. ISSN 1533-4406. PMID 18550875. doi:10.1056/NEJMcp0801880. 
  3. Menconi, F; Marcocci, C; Marinò, M (2014). "Diagnosis and classification of Graves' disease.". Autoimmunity reviews 13 (4-5): 398–402. PMID 24424182. doi:10.1016/j.autrev.2014.01.013. 
  4. ୪.୦ ୪.୧ ୪.୨ Nikiforov, Yuri E.; Biddinger, Paul W.; Nikiforova, Lester D.R; Biddinger, Paul W. (୨୦୧୨). Diagnostic pathology and molecular genetics of the thyroid (୨nd ed.). Philadelphia: Wolters Kluwer Health/Lippincott Williams & Wilkins. p. ୬୯. ISBN ୯୭୮୧୪୫୧୧୧୪୫୫୩.  Missing &#୧୨୪;last୧= in Authors list (help)