Jump to content

ମଧୁମେହ

ଉଇକିପିଡ଼ିଆ‌ରୁ
ମଧୁମେହ
Universal blue circle symbol for diabetes.[]
ବିଭାଗdiabetology[*], endocrinology[*]
ଆଇସିଡ଼ି-୧୦E10.E14.
ଆଇସିଡ଼ି-୯-ସିଏମ୍250
ମେଡ଼ିସିନ-ପ୍ଲସ001214
ଇ-ମେଡ଼ିସିନmed/546 emerg/134
Patient UKମଧୁମେହ
MeSHC18.452.394.750

ମଧୁମେହ (ଇଂରାଜୀରେ Diabetes mellitus, ସଂକ୍ଷେପରେ DM, ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ ।[] ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । [] ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସନନ୍‌କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା[] ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍‌ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍‌କ ଫେଲ୍, ପାଦ ଘାଆଡାଏବେଟିସ ଜନିତ ରେଟିନୋପାଥି []

ଅଗ୍ନାଶୟରୁ (ଇଂରାଜୀରେ Pancreas) ଇନ୍‌ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍‌ସୁଲିନ୍ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ ।[] ମୂଖ୍ୟତଃ ତିନି ପ୍ରକାର ମଧୁମେହ ରୋଗ ଦେଖାଯାଏ ।

  • ମଧୁମେହ ଟାଇପ ୧ (ଇଂରାଜୀରେ Type 1 DM) - ଯଥେଷ୍ଟ ଇନ୍‌ସୁଲିନ୍ ସ୍ରାବ ନ ହେବାରୁ ଏହି ରୋଗ ହୁଏ । ଏହି ରୋଗକୁ ପୂର୍ବେ ଇନ୍‌ସୁଲିନ୍ ଡିପେଣ୍ଡେଣ୍ଟ ଡାଏବେଟିସ୍ ମେଲିଟସ୍ କିମ୍ବା ଜୁଭେନାଅଇଲ ଡାଏବେଟିସ୍ (insulin-dependent diabetes mellitus" (IDDM) or "juvenile diabetes") କୁହାଯାଉଥିଲା । କେଉଁ କାରଣରୁ ଏହି ସ୍ରାବ ହୁଏ ନାହିଁ ତାହା ଜଣା ନାହିଁ । []
  • ମଧୁମେହ ଟାଇପ ୨ (ଇଂରାଜୀରେ Type 2 DM) ରୋଗରେ ଇନ୍‌ସୁଲିନ ପ୍ରତି ଜୀବକୋଷ ପ୍ରତିକ୍ରିୟାହୀନ ହୁଏ । [] ରୋଗ ଆଗେଇଲେ ଇନ୍‌ସୁଲିନ ଅଭାବ ମଧ୍ୟ ଦେଖାଯାଏ ।[] ପୂର୍ବେ ଏହାକୁ ନନ୍ ଇନ୍‌ସୁଲିନ୍ ଡେପେଣ୍ଡେଣ୍ଟ ଡାଏବେଟିସ୍ (NIDDM) ବା ଆଡଲ୍ଟ ଅନସେଟ ଡାଏବେଟିସ୍ କୁହାଯାଉଥିଲା । ଏହି ରୋଗର ମୂଖ୍ୟ କାରଣ ମଧ୍ୟରେ ଅତ୍ୟଧିକ ଓଜନ ଓ ବ୍ୟାୟାନ ଅଭାବ ପରିଲକ୍ଷିତ ହୋଇଛି । []
  • ଗର୍ଭାବସ୍ଥା ଡାଏବେଟିସ୍‌ - କେତେକ ମହିଳାମାନଙ୍କର ପୁର୍ବରୁ ଅଧିକ ରକ୍ତ ଶର୍କରା ନ ଥାଇ ମଧ୍ୟ ଡାଏବେଟିସ ହୁଏ । []

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦ‌ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଇନ୍‌ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗ ଚିକିତ୍ସା କରାଯାଏ ।[] ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍‌ସୁଲିନ୍ର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ ।[] କେତେକ ଔଷଧ ପାଟିବେଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ ।[] ମୋଟାପଣ ଥିଲେ ଓଜନ କମେଇବା ଅପରେଶନ (Weight loss surgery) କରି ଟାଇପ ୨ର ଚିକିତ୍ସା କରାଯାଏ ।[] ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ । [୧୦]

ସନ ୨୦୧୪ର ହିସାବ ଅନୁସାରେ ପୃଥିବୀରେ ପ୍ରାୟ ୩୮୭ ନିୟୁତ ଲୋକଙ୍କର ମଧୁମେହ ରୋଗ ଅଛି,[୧୧] ଯାହା ମଧ୍ୟରୁ ୯୦ % କେବଳ ଟାଇପ୍ ୨ ମଧୁମେହ ।[୧୨][୧୩] ଏହା ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୮।୩ % ହେବେ,[୧୩] ଓ ପୁରୁଷ ଓ ମହିଳା ହାର ସମାନ ।[୧୪] ସନ ୨୦୧୨ରୁ ୨୦୧୪ ମଧ୍ୟରେ ଏହି ରୋଗ ଯୋଗୁ ବାର୍ଷିକ ୧.୫-୪.୯ ନିୟୁତ ମୃତ୍ୟୁ ହୋଇଥିଲା ।[][୧୧] ମୃତ୍ୟୁ ସଙ୍କଟ ଡାଏବେଟିସ୍ ଯୋଗୁ ଦୁଇ ଗୁଣ ହୋଇଯାଏ ।[] ସନ ୨୦୩୫ ସୁଦ୍ଧା ଏହି ରୋଗୀ ସଂଖ୍ୟା ୫୯୨ ନିୟୁତ ହେବା ଆଶଙ୍କା କରାଯାଏ । [୧୧] ପୃଥିବୀରେ ଏହି ରୋଗ ଯୋଗୁ ୨୦୧୨ରେ ଆର୍ଥିକ କ୍ଷତି ପ୍ରାୟ ୬୨୧ ବିଲିଅନ ଆମେରିକା ଡଲାର ।[୧୫] କେବଳ ଆମେରିକାରେ ୨୦୧୨ରେ ୨୪୫ ବିଲିଅନ ଡଲାର କ୍ଷତି ହୋଇଥିଲା । [୧୬]

ଶରୀରରେ ସ୍ୱାଭାବିକ ରକ୍ତ ଶର୍କରା ମାତ୍ରା ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ । ରକ୍ତ ଶର୍କରା ମାତ୍ରା ବୃଦ୍ଧିପାଇ ଖାଲି ପେଟରେ ୧୨୬ ମିଲିଗ୍ରାମ ଓ ଖାଇବାର ଦୁଇଘଣ୍ଟା ପରେ ୨୦୦ ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ (ଡାଇବେଟିସ) ହୋଇଛି ବୋଲି କୁହାଯାଏ । ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ । ଶର୍କରାକୁ ଇଂରାଜୀରେ ଗ୍ଲୁକୋଜ କୁହାଯାଏ।ଫଳରେ ଡାକ୍ତରମାନେ ରକ୍ତ ଗ୍ଲୁକୋଜ ଓ ପରିସ୍ରା ଗ୍ଲୁକୋଜ ମାପିଥାନ୍ତି ।

ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି ।

୧୯୨୦ ମସିହା ପରଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି । ୨୦୧୧ରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ଛଅ କୋଟି ଚାଳିଶ ଲକ୍ଷ । ୧୯୭୦-୮୦ ମସିହାରେ ଭାରତରେ ଶହେଜଣରେ ଦୁଇଜଣଙ୍କୁ ଡାଇବେଟିସ ହୋଇଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଶହେଜଣରେ ଦଶଜଣ ଓ ସହରାଞ୍ଚଳରେ ୨୦ଜଣଙ୍କୁ ଡାଇବେଟିସ ହେଉଛିବୋଲି ଗଣନାରୁ ଜଣା ପଡ଼ିଛି ।

କାହାକୁ ଅଧିକ ହେବାର ଆଶଙ୍କା

[ସମ୍ପାଦନା]
Overview of the most significant symptoms of diabetes
  • ପରିବାରରେ ବାପା,ମା,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ ।
  • ୩୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆଶଙ୍କା ଅଧିକ ଥାଏ ।
  • ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।ଏହା ବ୍ୟତିତ ଅନେକ କାରଣ ଅଛି ।

ଲକ୍ଷଣ

[ସମ୍ପାଦନା]
  • ଅଧିକ ଶୋଷ
  • ଅଧିକ ପରିସ୍ରା
  • ଓଜନ କମିଯିବା
  • ଅଧିକ ଭୋକ
  • ଅଧିକ ଥକା
  • ମାନ୍ଦା ଦୁର୍ବଳ ଲାଗିବା
  • ଆଖିକୁ ଝାପସା ଦିଶିବା
  • ଯୌନାଙ୍ଗରେ ଘା' ହେବା
  • ଯୌନଶକ୍ତି କମିଯିବା
  • ଗୋଡ଼ ଝିମ୍ ଝିମ୍ ହେଇ କାଦୁଅ ଲାଗିବା ପରି ହେବା
  • ଘା' ନ ଶୁଖିବା
  • ଗୁପ୍ତାଙ୍ଗ ପ୍ରବାହ, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି ।
  • କେତେକଙ୍କର ଗୋଟିଏ ଗୋଟିଏ ଲକ୍ଷଣ ପ୍ରକାଶ ପାଇଲେବି ଅନେକଙ୍କର ଏକାଧିକ ଲକ୍ଷଣ ପ୍ରକାଶ ପାଇଥାଏ । ଆଉ କେତେକଙ୍କର ମଧୁମେହ ଲକ୍ଷଣ ପ୍ରକାଶ ନ ପାଇ ମଧ୍ୟ ଏହି ରୋଗ ହେଇଥାଏ । ହୃଦ ରୋଗ, କିଡନୀ ରୋଗ, ଆଖି ରୋଗ ତଥା ଅନ୍ୟାନ୍ୟ ରୋଗ ପରିକ୍ଷା କଲା ବେଳେ ଏହି ରୋଗ ଧରାପଡ଼ିଥାଏ । [୧୭][୧୮]

ପ୍ରକାର ଭେଦ

[ସମ୍ପାଦନା]
  • ଟାଇପ୍ -୧ ଡାଇବେଟିସ(ମଧୁମେହ )
  • ଟାଇପ୍-୨ ଡାଇବେଟିସ(ମଧୁମେହ )
  • ଗର୍ଭାବସ୍ଥାରେ ଡାଇବେଟିସ
  • ଅନ୍ୟାନ୍ୟ କାରଣରୁ ଡାଇବେଟିସ
  • ଶହେ ଜଣ ଡାଇବେଟିସ ରୋଗୀଙ୍କ ମଧ୍ୟରେ ପ୍ରାୟ ୯୮ ଜଣ ଟାଇପ୍-୨ ଡାଇବେଟିସ । ଏମାନଙ୍କ ବୟସ ୩୫ ବର୍ଷରୁ ଉର୍ଦ୍ଧ । ଟାଇପ୍ -୧ ଡାଇବେଟିସ ସାଧାରଣତଃ ପିଲା,କିଶୋର ଓ ଯୌବନର ଆଦ୍ୟାବସ୍ଥାରେ ହେଇଥାଏ ।
  • ଶହେ ଜଣ ଗର୍ଭବତୀ ମହିଳାଙ୍କ ଶର୍କରା ପରୀକ୍ଷାକଲେ ପାଞ୍ଚ-ସାତଜଣ ଡାଇବେଟିସ ରୋଗ ଭୋଗ କରୁଥିବା ଜଣାଯାଏ । ଗର୍ଭାବସ୍ଥାରେ ଡାଇବେଟିସ ପରିକ୍ଷାନ କଲେ ଗର୍ଭସ୍ଥ ପିଲାର ଓଜନ ବଢିଯାଏ । ଜନ୍ମ ହେଲା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟହୁଏ ଏବଂ ଜନ୍ମ ସମୟରେ ପିଲା ମୃତ୍ୟୁବରଣ କରିବାର ସମସ୍ୟା ଅଧିକ । ଏହି ସମୟରେ ଇନସୁଲିନ୍ ଚିକିତ୍ସା ଆବଶ୍ୟକ ହେଇଥାଏ । ପ୍ରସବପରେ ବହୁ ପ୍ରସୂତିଙ୍କର ଡାଇବେଟିସ ଭଲ ହୋଇଯାଇଥାଏ । [୧୯][୨୦]
ମଧୁମେହ ଟାଇପ ୧ ଓ ୨ ମଧ୍ୟରେ ତୁଳନା ।[୧୨]
ଲକ୍ଷଣଟାଇପ ୧ ମଧୁମେହଟାଇପ ୨ ମଧୁମେହ
ଆରମ୍ଭ ହଠାତ୍କ୍ରମଶଃ
ଆରମ୍ଭ ବୟସ ଅଧିକାଂଶ ପିଲା ବୟସରେଅଧିକାଂଶ ବୟସ୍କ ଲୋକ
ଶାରୀରିକ ଆକାର ପତଳା ବା ସାଧାରଣ ସ୍ୱାସ୍ଥ୍ୟ[୨୧]ଅଧିକାଂଶ ସମୟରେ ମୋଟା
କିଟୋଏସିଡୋସିସ ସାଧାରଣକ୍ୱଚିତ
ଅଟୋଆଣ୍ଟିବଡି (Autoantibodies) ସାଧାରଣତଃ ଥାଏନ ଥାଏ
ଅନ୍ତସ୍ରାବୀ ଇନସୁଲିନ
ଏକ ରୂପ ଯମଜରେ (identical twin) ସାମଞ୍ଜସ୍ୟ (Concordance)
୫୦%୯୦%
ପ୍ରଚଳନ ~୧୦%~୯୦%

ଚିକିତ୍ସା

[ସମ୍ପାଦନା]

ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ । ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସର ମୂଳ ଚିକିତ୍ସା।ଜୀବନଶୈଳୀରେ ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢ଼ିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ୱପୂର୍ଣ୍ଣ । ଏଥିରେ ଯଦି ଡାଇବେଟିସ ମାତ୍ରା ଅନୁସାରେ ନିୟନ୍ତ୍ରିତ ନ ହୁଏ ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ ।

ଆୟୁର୍ବେଦିକ ଚିକିତ୍ସା

[ସମ୍ପାଦନା]

ଆୟୁର୍ବେଦ ଅନୁସାରେ, ମଧୁମେହ ବାତ, ପିତ୍ତକଫର ସନ୍ତୁଳନ ଅଭାବରୁ ହୋଇଥାଏ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଔଷଧ ସ‌ହ ଜୀବନଶୈଳୀରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଥାଏ । ମଧୁମେହର ପ୍ରଭାବ କମ୍ କରିବା ପାଇଁ ଦୈନିକ ପରିଶ୍ରମ ଓ ବ୍ୟାୟାମ ସ‌ହିତ ଧୂମ‌ପାନ ଏବଂ ମଦ୍ୟପାନରୁ ବିରତ ରହିବା ଆବଶ୍ୟକ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଚକ୍ଷୁପାଦର ଯତ୍ନ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଖାଦ୍ୟରେ ଭାତ, ଆଳୁ, ଚିନି ଛାଡ଼ିଦେବାକୁ କୁହାଯାଏ ଏବଂ କଲରା, ନିମ୍ବ, ବେଲ, ଜାମୁକୋଳି ଏତ୍ୟାଦି ପିତା ଓ କଷା ଖାଦ୍ୟ ନିୟମିତ ଖାଇବାକୁ କୁହାଯାଏ । ଆୟୁର୍ବେଦରେ ମଧୁମେହ ପାଇଁ ମେଥି, ହଳଦୀ ଆଦି ଚୁନା କରି ଖାଇବା, ଦାରୁ ହରିଦ୍ରା ଚୁନା, ତୁଳସୀ ପତ୍ର ପାଣି ଆଦି ପିଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଚିକିତ୍ସାରେ ଔଷଧରେ ବସନ୍ତକୁସୁପାକର ରସ, ଶିଳାଜିତ୍, ଚନ୍ଦ୍ରକଳା ବଟି, ମଧୁନାଶିନୀ ଆଦି ଖାଇବାକୁ ଦିଆଯାଏ । ଯୋଗ, ଯଥା: ସୂର୍ଯ୍ୟ ନମସ୍କାର, ମତ୍ସ୍ୟନ୍ଦ୍ରାସନ, ହଳାସନ, ମଣ୍ଡୁକାସନ, ଭୁଜଗାସନ ଆଦି ମଧୁମେହ ପାଇଁ ବ‌ହୁତ ଉପକାରୀ । ତମ୍ବା ପାତ୍ରରେ ଏକ କପ୍ ପାଣି ରାତିରେ ରଖି ସକାଳୁ ପିଇଲେ ମଧ୍ୟ ଲାଭ ମିଳିଥାଏ । ତେବେ ଏ ସବୁ ଚିକିତ୍ସା ଆୟୁର୍ବେଦିକ ଡାକ୍ତରଙ୍କ ତ‌ତ୍ତ୍ୱାବଧାନରେ କରିବା ଉଚିତ୍ ।[୨୨]

ଏ ପ୍ରକାର ଚିକିତ୍ସା କଲାବେଳେ ପ୍ରତି ସପ୍ତାହରେ ରକ୍ତ ଶର୍କରା ଓ ପ୍ରତି ତିନି ମାସରେ ଥରେ ରକ୍ତର ଏଚ୍‌ବିଏ ୱାନ୍ ସି ପରୀକ୍ଷା କରିବା ଉଚିତ୍ । ରକ୍ତ ଶର୍କରା ଖାଲି ପେଟରେ ୧୨୦ ମିଗ୍ରା ଓ ଖାଇବା ପରେ ୧୪୦ ମିଗ୍ରା ମଧ୍ୟରେ ରହିବା ଦରକାର । ପ୍ରତି ତିନି ମାସରେ ଥରେ ଏୱାନ୍‌ସି ପରୀକ୍ଷା କଲେ, ଏହା ୬.୩ ତଳେ ରହିବା ଦରକାର ।[୨୨]

ଆୟୁର୍ବେଦିକ ଚିକିତ୍ସା ବେଳେ ଯଦି ମଧୁମେହ ରୋଗ ଜଟିଳ ହୁଏ, ତେବେ ବୃକ‌କ୍, ହୃତ୍‌ପିଣ୍ଡ, ଆଖି, ସ୍ନାୟୁ ଆଦି ଆକ୍ରାନ୍ତ ହୋଇଥାଏ । ଏପରି ହେଲେ ଆୟୁର୍ବେଦିକ ଚିକିତ୍ସା ବନ୍ଦ କରି ମଧୁମେହ ବିଶେଷଜ୍ଞ ଓ ଏଲୋପାଥିକ୍ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ତ‌ଥା ଜଟିଳତା ଚିହ୍ନଟ କରିବା ପାଇଁ ରକ୍ତ ପରୀକ୍ଷା କରିବା ମଧୁମେହ ରୋଗୀଙ୍କ ପକ୍ଷେ ନିହାତି ଦରକାର ।[୨୨]

ଡାଇବେଟିସର କେତେକ ସ୍ୱତନ୍ତ୍ର ପରୀକ୍ଷା

[ସମ୍ପାଦନା]

ଏଚ୍ ବି ଏ ୱ୍ଆନ୍ ସି

[ସମ୍ପାଦନା]

ଦୁଇ ତିନି ମାସ ଧରି ରକ୍ତ ଶର୍କରା ନିୟନ୍ତ୍ରିତ ଅଛି କି ନାହିଁ ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥାଏ । ଯେଉଁମାନେ ଦୀର୍ଘ ଦିନ ଧରି ଡାଇବେଟିସ ଚିକିତ୍ସାରେ ଅଛନ୍ତି, ସେମାନେ ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ନ କରି ପ୍ରତିବର୍ଷ ଦୁଇଥର କରି ପାରନ୍ତି । ଏହାର ମାତ୍ରା ସର୍ବଦା ଶତକଡା ସାତ ତଳେ ରହିବା ଦରକାର । ଶତକଡା ସାତ ଛ ହେଲା ଆଦର୍ଶ ଡାଇବେଟିସ କଣ୍ଟ୍ରୋଲ । ବର୍ଷ ସାରା ଏହି ସଂଖ୍ୟା ସାତ ଛ ରହିଲେ ଡାଇବେଟିସ ରୋଗ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି ଏବଂ ସୁସ୍ଥଲୋକ ସହିତ ସମାନ । [୨୩]

ଉଚ୍ଚ ରକ୍ତଚାପ ପରୀକ୍ଷା

[ସମ୍ପାଦନା]

ସବୁ ଡାଇବେଟିସ ରୋଗୀଙ୍କର ରକ୍ତଚାପ ୧୧୫-୩୦/୭୫-୮୫ ମିଲିମିଟର ପାରଦ ମଧ୍ୟରେ ରହିଲେ ହୃଦ ରୋଗ, କିଡନୀ ରୋଗ, ଚକ୍ଷୁ ରୋଗ ହୋଇନ ଥାଏ । ସେଥିପାଇଁ ଆବଶ୍ୟକ ହେଲେ ସ୍ୱତନ୍ତ୍ର ଔଷଧ ଖାଇ ନିୟନ୍ତ୍ରଣ କରିବା ଉଚିତ । ବର୍ଷରେ ଚାରିଥର ଉଚ୍ଚ ରକ୍ତଚାପ ପରୀକ୍ଷାକରି ନିୟନ୍ତ୍ରଣରେ ରହିବା ଭଲ ।

ରକ୍ତର ଚର୍ବି ଅଂଶ

[ସମ୍ପାଦନା]

ରକ୍ତର ଚର୍ବି ଅଂଶକୁ ଡାକ୍ତରୀ ଭାଷାରେ ସିରମ୍ ଲିପିଡ୍ କୁହାଯାଏ । ସେଥିରେ ଭଲ କଲେଷ୍ଟରଲ, ଖରାପ କଲେଷ୍ଟରଲ, ଟ୍ରାଇ ଗ୍ଲିସେରାଇଡ ମପାଯାଏ । ଏହାର ମାପ ବଢିଯାଇଥିଲେ ଷ୍ଟାଟିନ୍ ଔଷଧ ଖାଇବା ଦରକାର ହୁଏ । ଏହାକୁ ଠିକ ସୀମାରେ ରଖିଲେ ହାର୍ଟ୍ ଆଟାକ୍,ବ୍ରେନ ଆଟାକ୍ ବହୁତ କମିଯାଏ । [୨୪]

ଓଜନ ପରୀକ୍ଷା ଓ ପେଟ ମାପ

[ସମ୍ପାଦନା]

ବୟସ,ଉଚ୍ଚତା ଅନୁସାରେ ଓଜନ ଠିକ ରଖିବା ଉଚିତ । ନାହି ଉପରେ ପେଟର ମାପ କେବେ ନବେ ସେଣ୍ଟିମିଟରରୁ ଅଧିକ ନ କଲେ ଭଲ ।

  1. "Diabetes Blue Circle Symbol". International Diabetes Federation. 17 March 2006. Archived from the original on 5 August 2007. Retrieved 11 August 2012.
  2. "About diabetes". World Health Organization. Retrieved 4 April 2014.
  3. 1 2 3 4 5 6 7 8 "Diabetes Fact sheet N°312". WHO. October 2013. Retrieved 25 March 2014.
  4. Kitabchi, AE; Umpierrez, GE; Miles, JM; Fisher, JN (Jul 2009). "Hyperglycemic crises in adult patients with diabetes". Diabetes Care. 32 (7): 1335–43. doi:10.2337/dc09-9032. PMC 2699725. PMID 19564476.
  5. Shoback, edited by David G. Gardner, Dolores (2011). "Chapter 17". Greenspan's basic & clinical endocrinology (9th ed.). New York: McGraw-Hill Medical. ISBN 0-07-162243-8. {{cite book}}: |first= has generic name (help)CS1 maint: multiple names: authors list (link)
  6. RSSDI textbook of diabetes mellitus (Rev. 2nd ed.). New Delhi: Jaypee Brothers Medical Publishers. 2012. p. 235. ISBN 9789350254899.
  7. 1 2 "The top 10 causes of death Fact sheet N°310". World Health Organization. Oct 2013.
  8. Rippe, edited by Richard S. Irwin, James M. (2010). Manual of intensive care medicine (5th ed.). Philadelphia: Wolters Kluwer Health/Lippincott Williams & Wilkins. p. 549. ISBN 9780781799928. {{cite book}}: |first1= has generic name (help)CS1 maint: multiple names: authors list (link)
  9. Picot, J; Jones, J; Colquitt, JL; Gospodarevskaya, E; Loveman, E; Baxter, L; Clegg, AJ (September 2009). "The clinical effectiveness and cost-effectiveness of bariatric (weight loss) surgery for obesity: a systematic review and economic evaluation". Health technology assessment (Winchester, England). 13 (41): 1–190, 215–357, iii–iv. doi:10.3310/hta13410. PMID 19726018.
  10. Cash, Jill (2014). Family Practice Guidelines (3rd ed.). Springer. p. 396. ISBN 9780826168757.
  11. 1 2 3 "Update 2014". IDF. International Diabetes Federation. Archived from the original on 30 May 2015. Retrieved 29 November 2014.
  12. 1 2 Williams textbook of endocrinology (12th ed.). Philadelphia: Elsevier/Saunders. pp. 1371–1435. ISBN 978-1-4377-0324-5.
  13. 1 2 Shi, Yuankai; Hu, Frank B. "The global implications of diabetes and cancer". The Lancet. 383 (9933): 1947–8. doi:10.1016/S0140-6736(14)60886-2. PMID 24910221.
  14. Vos T, Flaxman AD, Naghavi M, Lozano R, Michaud C, Ezzati M, Shibuya K, Salomon JA, Abdalla S, Aboyans V,; et al. (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990–2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  15. IDF DIABETES ATLAS (PDF) (6th ed.). International Diabetes Federation. 2013. p. 7. ISBN 2930229853. Archived from the original (PDF) on 2014-06-09. Retrieved 2015-03-22.
  16. American Diabetes, Association (Apr 2013). "Economic costs of diabetes in the U.S. in 2012". Diabetes Care. 36 (4): 1033–46. doi:10.2337/dc12-2625. PMC 3609540. PMID 23468086.
  17. "ଆର୍କାଇଭ୍ କପି". Archived from the original on 2011-11-24. Retrieved 2012-08-12. {{cite web}}: Cite has empty unknown parameter: |1= (help)
  18. http://diabetesinformationhub.com/
  19. http://www.ncbi.nlm.nih.gov/pubmed/406527
  20. http://www.nejm.org/doi/full/10.1056/NEJMp078030
  21. doi:10.1383/medc.30.1.1.28264
    This citation will be automatically completed in the next few minutes. You can jump the queue or expand by hand
  22. 1 2 3 "ଆୟୁର୍ବେଦ, ଯୋଗ ଓ ମଧୁମେହ". ସମାଜ. Retrieved 30 August 2016.
  23. http://pedsinreview.aappublications.org/content/29/11/374
  24. "ଆର୍କାଇଭ୍ କପି". Archived from the original on 2011-11-24. Retrieved 2012-08-12. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ

[ସମ୍ପାଦନା]