ସ୍ତନ୍ୟପାନ

ଉଇକିପିଡ଼ିଆ‌ରୁ
ସ୍ତନ୍ୟପାନ କରୁଥିବା ଏକ ଶିଶୁ

ସ୍ତନ୍ୟପାନ, (ଇଂରାଜୀ ଭାଷାରେ ବ୍ରେଷ୍ଟଫିଡ/breastfeed ବା ନର୍ସିଙ୍ଗ/nursing) ଶବ୍ଦ ମହିଳା ସ୍ତନରୁ ଶିଶୁ ଦୁଗଧ ପାନ କରିବାକୁ ବୁଝାଏ । [୧] ଶିଶୁ ଜନ୍ମ ପରେ ପରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ ଓ ଶୁଶୁର ଇଚ୍ଛା ଅନୁଯାୟୀ ଦେବା ଉଚିତ । [୨][୩] ଜୀବନର ପ୍ରଥମ କିଛି ସପ୍ତାହ ପର୍ଯ୍ୟନ୍ତ ଛୁଆକୁ ଦିନ‌କୁ ୮ରୁ ୧୨ ଥର ପିଏଇବା ଉଚିତ । ପ୍ରତ୍ୟେକ ସ୍ତନରୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ପିଆଯାଏ । [୪] ଶିଶୁର ବୟସ ବୃଦ୍ଧି ସ‌ହିତ ସ୍ତନ୍ୟପାନର ଆବୃତ୍ତି କମିଯାଏ । [୫] କେତେକ ମାତା ସ୍ତନରୁ ପମ୍ପ ସାହାଯ୍ୟରେ ଦୁଧ ପରବର୍ତ୍ତୀ ବ୍ୟବ‌ହାର ନିମନ୍ତେ ବା ଅନ୍ୟମାନଙ୍କ ନିମନ୍ତେ ବାହାର କରି ଗଚ୍ଛିତ କରି ରଖନ୍ତି । [୧] ସ୍ତନ୍ୟପାନ ଉଭୟ ମାତା ଓ ଶିଶୁର ଉପକାର କରେ । [୩][୬] ଇନଫ୍ୟାଣ୍ଟ ଫର୍ମୁଲା ଏକ ବ୍ୟବସାୟ ପ୍ରସ୍ତୁତ ଶିଶୁ ଖାଦ୍ୟ ଯାହାର ଅନେକ ଉପକାରୀତା ନାହିଁ । [୩]

ହିସାବ କରି ଦେଖାଯାଇଛି ସାରା ପୃଥିବୀରେ ପ୍ରତି ବର୍ଷ ଏକ ନିୟୁତରୁ ଅଧିକ ଶିଶୁ ସ୍ତନ୍ୟପାନକରି ବଞ୍ଚି ପାରିବେ । ସ୍ତନ୍ୟପାନ‌ଦ୍ୱାରା ଶ୍ୱାସ‌କ୍ରିୟା ନଳୀ ସଂକ୍ରମଣତରଳ ଝାଡ଼ା ରୋଗ ସଙ୍କଟ କମିଯାଏ । [୩] ଏହି ସତ୍ୟ ଉଭୟ ବିକଶିତବିକାଶଶୀଳ ଦେଶମାନଙ୍କ ନିମନ୍ତେ ପ୍ର‌ଯୁଜ୍ୟ । [୨] ଅନ୍ୟ ଉପକାର ମଧ୍ୟରେ ଆଜମା, ଖାଦ୍ୟ ଆଲର୍ଜି, ସିଲିଆକ ରୋଗ, ଟାଇପ ୧ ଡାଏବେଟିସଲିଉକେମିଆ ରୋଗମାନଙ୍କ ସଙ୍କଟ କମିଯାଏ । [୩] ସ୍ତନ୍ୟପାନ କଲେ ବୋଧଶକ୍ତି ଉନ୍ନତ ହୁଏ ଓ ବଡ଼ ହେଲେ ମୋଟାପା ସମ୍ଭାବନା କମିଯାଏ । [୨] କେତେକ ମାତା ସ୍ତନ୍ୟପାନ ନିମନ୍ତେ ଚାପ ଅନୁଭବ କରନ୍ତି, କିନ୍ତୁ ସ୍ତନ୍ୟପାନ ନ କରି ମଧ୍ୟ ପିଲାମାନେ ଉଲ୍ଲେଖନୀୟ କ୍ଷତି ବିନା ସାଧାରଣ ଭାବେ ବଢ଼ିପାରନ୍ତି । [୭]

ସ୍ତନ୍ୟପାନ କରେଇଲେ ପ୍ରସବ ପରେ ମାଆର ରକ୍ତସ୍ରାବ କମ ହୁଏ, ଜରାୟୁ ସଙ୍କୋଚନ ଭଲ ହୁଏ, ଓଜନ ହ୍ରାସ କମ ହୁଏ ଓ ପ୍ରସବ ପରବର୍ତ୍ତୀ ଅବସାଦ କମ ହୁଏ । ପରବର୍ତ୍ତୀ ଋତୁସ୍ତାବ ସମୟ ବଢ଼ିଯାଏ ଓ ଏହି ଦୁଗ୍ଧ ସ୍ରବଣ ଋତୁରୋଧ (lactational amenorrhea) ଫଳରେ ପ୍ରଜନନ କ୍ଷମତା ବିଳମ୍ବରେ ଆସେ । ଦୀର୍ଘକାଳୀନ ଉପକାର ମଧ୍ୟରେ ସ୍ତନ କର୍କଟ, ହୃତପିଣ୍ଡରକ୍ତନଳୀ ରୋଗରିଉମାଟଏଡ ରୋଗ ସଙ୍କଟ କମିଯାଏ । [୩] ବଜାର ଶିଶୁଖାଦ୍ୟ ଅପେକ୍ଷା ସ୍ତନ୍ୟପାନ ନିଃଶୁଳ୍କ ଅଟେ । [୮][୯]

ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରୁଛି । [୨][୧୦] ଏହାର ଅର୍ଥ ଭିଟାମିନ ଡି ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ବା ପାନୀୟ ଦିଆଯାଏ ନାହିଁ । [୧୧] ଏକ ବର୍ଷ ବୟସ ପର୍ଯ୍ୟନ୍ତ ନିରନ୍ତର ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । [୩] ସାରା ପୃଥିବୀରେ ପ୍ରାୟ ୩୮ % ଶିଶୁ ପ୍ରଥମ ୬ ମାସ ଧରି କେବଳ ସ୍ତନ୍ୟପାନ କରନ୍ତି । [୨] ଆମେରିକାରେ ୭୫ % ମହିଳା ସ୍ତନ୍ୟପାନ ଆରମ୍ଭ କରନ୍ତି ଓ ୪୩ % ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାନ୍ତି । [୩] ସ୍ତନ୍ୟପାନ ବନ୍ଦ କରିବାକୁଥିବା ଡାକ୍ତରୀ ଉପଦେଶ ଅତି ଅସାଧାରଣ । [୩] ସ୍ତନ୍ୟପାନ ସମୟରେ ଅନେକ ଔଷଧ ଖାଇବାକୁ ମନା କରାଯାଏ । [୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Breastfeeding and Breast Milk: Condition Information". 2013-12-19. Retrieved 27 July 2015.
  2. ୨.୦ ୨.୧ ୨.୨ ୨.୩ ୨.୪ "Infant and young child feeding Fact sheet N°342". WHO. February 2014. Retrieved February 8, 2015.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ American Academy of Pediatrics Section on Breastfeeding. (March 2012). "Breastfeeding and the use of human milk". Pediatrics. 129 (3): 827–841. doi:10.1542/peds.2011-3552. PMID 22371471.
  4. "How do I breastfeed? Skip sharing on social media links". 2014-04-14. Retrieved 27 July 2015.
  5. "What is weaning and how do I do it?". 2013-12-19. Retrieved 27 July 2015.
  6. Ip, S; Chung, M; Raman, G; Trikalinos, TA; Lau, J (October 2009). "A summary of the Agency for Healthcare Research and Quality's evidence report on breastfeeding in developed countries". Breastfeeding medicine : the official journal of the Academy of Breastfeeding Medicine. 4 Suppl 1: S17-30. PMID 19827919.
  7. Lawrence, Ruth A.; Lawrence, Robert Michael (2011-01-01). Breastfeeding: A Guide for the Medical Profession. Elsevier Health Sciences. pp. 227–228. ISBN 1437707882.
  8. "Breastfeeding and the use of human milk. American Academy of Pediatrics. Work Group on Breastfeeding". Pediatrics. 100 (6): 1035–9. Dec 1997. PMID 9411381.
  9. "What are the benefits of breastfeeding?". 2014-04-14. Retrieved 27 July 2015.
  10. Kramer, MS; Kakuma, R (15 August 2012). "Optimal duration of exclusive breastfeeding". The Cochrane database of systematic reviews. 8: CD003517. PMID 22895934.
  11. "What are the recommendations for breastfeeding?". 2014-04-14. Retrieved 27 July 2015.
  12. "Are there any special conditions or situations in which I should not breastfeed?". 2013-12-19. Retrieved 27 July 2015.