ଅଗ୍ନାଶୟ କର୍କଟ

ଉଇକିପିଡ଼ିଆ‌ରୁ
ଅଗ୍ନାଶୟ କର୍କଟ
ଅଗ୍ନାଶୟର ଅବସ୍ଥାନ ଚିତ୍ରରେ ଦେଖାଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*], gastroenterology[*]
ଆଇସିଡ଼ି-୧୦C25.
ଆଇସିଡ଼ି-୯-ସିଏମ୍157
ଓଏମ୍‌ଆଇଏମ୍260350
ରୋଗ ଡାଟାବେସ9510
ମେଡ଼ିସିନ-ପ୍ଲସ000236
ଇ-ମେଡ଼ିସିନmed/1712
MeSHD010190

ଅଗ୍ନାଶୟ କର୍କଟ (ଇଂରାଜୀରେ Pancreatic cancer) ପାକସ୍ଥଳୀ ପୃଷ୍ଠଭାଗରେ ଥିବା ଏକ ଗ୍ରନ୍ଥିମୟ ଅଗ୍ନାଶୟର ଜୀବକୋଷମାନଙ୍କର ଅନିୟନ୍ତ୍ରିତ ଅଭିବୃଦ୍ଧି ହୋଇ ସୃଷ୍ଟି ହୁଏ । ଏହି କର୍କଟ ଜୀବକୋଷଗୁଡ଼ିକର ଅନ୍ୟ ଅଙ୍ଗକୁ ବ୍ୟାପିବାର କ୍ଷମତା ଥାଏ ।[୧] ଏହ ଅନେକ ପ୍ରକାର ହୋଇ ବାହାରେ । ଅତି ସାଧାରଣଭାବେ ୮୫% ଆଡେନୋକାର୍ସିନୋମା ଦେଖାଯାଏ । ହଜମକାରୀ ଏନ୍‌ଜାଇମ ପ୍ରସ୍ତୁତକାରୀ ଅଂଶରୁ ଏହି ଆଡେନୋକାର୍ସିନୋମା ସୃଷ୍ଟି ହୁଏ । ସମୁଦାୟ ଅଗ୍ନାଶୟ କର୍କଟ ସଂଖ୍ୟାର ୧ରୁ ୨ % ନିଉରୋଏଣ୍ଡୋକାର୍‌ସିନୋମା ଥାଏ ଯାହା ହରମୋନ ତିଆରି କରୁଥିବା ନିଉରୋଏଣ୍ଡୋକ୍ରାଇନ ଜୀବକୋଷରୁ ବାହାରେ । ଏହା ଅଳ୍ପ ଆକ୍ରମଣକାରୀ ଅଟେ । ଏହି ରୋଗରେ କାମଳ ବା ଜଣ୍ଡିସ(ହଳଦିଆ ଚମ), ପେଟ ଯନ୍ତ୍ରଣା, କଟି ଯନ୍ତ୍ରଣା ଓ ଅଣସ୍ପଷ୍ଟିକୃତ ଓଜନ ହ୍ରାସ, ଫିକା ଝାଡ଼ା, ଗାଢ଼ ପରିସ୍ରା ଓ କ୍ଷୁଧାହୀନତା ହୁଏ । ଆରମ୍ଭ ଅବସ୍ଥାରେ କୌଣସି ଲକ୍ଷଣ ନ ଥାଏ, ଏହି କର୍କଟ ଅତି ଆଗେଇ ନ ଯିବା ପର୍ଯ୍ୟନ୍ତ ଅଗ୍ନାଶୟ କର୍କଟ ବୋଲି ନିଧାର୍ଯ୍ୟ ଭାବେ କ‌ହିହେବନାହିଁ ।[୨] ଏହାର ରୋଗ ନିର୍ଣ୍ଣୟ ହେବା ବେଳକୁ ଅନ୍ୟ ଅଙ୍ଗମାନଙ୍କୁ ବ୍ୟାପିଯାଇଥାଏ ।[୩][୪]

ଚାଳିଶ ବର୍ଷ ବୟସ ପୂର୍ବରୁ ଏହି ରୋଗ କ୍ୱଚିତ ଦେଖାଯାଏ, ଓ ୭୦ ବର୍ଷ ପରେ ଅଧାରୁ ଅଧିକ ଅଗ୍ନାଶୟ ଆଡେନୋକାର୍ସିନୋମା ଦେଖାଯାଏ । [୫] ଧୁମ୍ରପାନ, ମୋଟାପଣ, ଡାଏବେଟିସ ଓ କେତେକ ବିରଳ ଜେନେଟିକ ଅବସ୍ଥା ଏହି ରୋଗ ସଙ୍କଟ ଆଣିଥାଏ ।[୫] ପ୍ରାୟ ୨୫ % ରୋଗର ଧୁମ୍ରପାନ ସ‌ହ ଯୋଗସୁତ୍ର ଥାଏ,[୬] ଓ ୫ରୁ ୧୦ % ଜୀନସ‌ହ ଯୋଗସୁତ୍ର ଥାଏ । [୫] ସି.ଟି.ସ୍କାନ, ଅଲ୍‌ଟ୍ରାସାଉଣ୍ଡ, ରକ୍ତ ପରୀକ୍ଷା ଓ ତନ୍ତୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୨] ଏହି କର୍କଟ ରୋଗକୁ ପ୍ରଥମରୁ ଆରମ୍ଭ କରି ଚତୁର୍ଥ ସୋପାନ ଯାଏ ୪ଟ ସୋପାନରେ ବିଭକ୍ତ କରାଯାଏ । [୩] ସାଧାରଣ ଜନତାଙ୍କର ସ୍କ୍ରିନିଙ୍ଗ କରି ବିଶେଷ ଫଳ ମିଳେନାହିଁ ।[୭]

ଅଗ୍ନାଶୟ କର୍କଟ ରୋଗର ପ୍ରତିଷେଧ ନିମନ୍ତେ ଏକ ସ୍ୱାସ୍ଥ୍ୟପ୍ରଦ ଓଜନ ରଖିବା ଓ ଲାଲ ତ‌ଥା ପ୍ରକ୍ରିୟାସମ୍ପର୍ଣ୍ଣ ମାଂସ ନ ଖାଇବା ନିମନ୍ତେ ସୁପାରିଶ କରାଯାଏ । [୮] ଧୁମ୍ରପାୟୀମାନଙ୍କର ଏହି ରୋଗ ଆଶା କମିଯାଏ ଯଦି ୨୦ ବର୍ଷ ପରେ ବି ଧୁମ୍ରପାନ ତ୍ୟାଗ କରନ୍ତି ।[୪] ଏହି ରୋଗକୁ ଅପରେଶନ, ରାଡିଏସନ, କେମୋଥେରାପି, ପାଲିଏଟିଭ୍ ଥେରାପି ଓ ଏମାନଙ୍କର ସମ୍ମିଳିତ ଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ । କର୍କଟ ସୋପାନ ଉପରେ ଏହାର ଚିକିତ୍ସା ନିର୍ଭର କରେ । ଅପରେସନ ହେଉଛି ଏକମାତ୍ର ଉପାୟ ଯାହା ସାହାଯ୍ୟରେ ରୋଗମୁକ୍ତ କରିହେବ ବା ଉନ୍ନତ ଜୀବନ‌ଯାତ୍ରା ନିର୍ବାହ କରିହେବ । [୨] ଅନେକ ସମୟରେ ଯନ୍ତ୍ରଣା ନିବାରଣ ଓ ହଜମକାରୀ ଔଷଧ ଆବଶ୍ୟକ ହୁଏ ।[୩] ଆରୋଗ୍ୟ ଚିକିତ୍ସା ସ‌ହ ପ୍ରାକ୍-ପାଲିଏଟିଭ ଚିକିତ୍ସା ଆରମ୍ଭ କରିବାକୁ ସୁପାରିଶ କରାଯାଏ । [୯][୧୦]

କର୍କଟ ମୃତ୍ୟୁ କାରଣମାନଙ୍କ ମଧ୍ୟରେ ୨୦୧୨ ମସିହାରେ ଅଗ୍ନାଶୟ କର୍କଟ ସପ୍ତମ ସ୍ଥାନ ଅଧିକାର କରିଥିଲା, ଓ ପୃଥିବୀରେ ୩୩୦,୦୦୦ ମୃତ୍ୟୁ ହୋଇଥିଲା । [୪] ଆମେରିକାରେ ଏହା କର୍କଟ ମୃତ୍ୟୁର ଚତୁର୍ଥ ସ୍ଥାନ ଅଧିକାର କରିଛି ।[୧୧][୧୨] ଅଧିକାଂଶ ସମୟରେ ଏହି ରୋଗ ବିକଶିତ ଦେଶମାନଙ୍କରେ ହୁଏ ଓ ୨୦୧୨ ମସିହାରେ ଏହି ସ୍ଥାନମାନଙ୍କରେ ୭୦ % ନୂଆ କେସ ଦେଖାଯାଇଥିଲା । [୪] ଆଡେନୋକାର୍ସିନୋମାର ଫଳାଫଳ ଅତି ନିରୁତ୍ସାହ ଜନ‌କ; ରୋଗ ନିର୍ଣ୍ଣୟ ପରେ ୨୫% ଏକ ବର୍ଷ ବଞ୍ଚନ୍ତି ଓ କେବଳ ୫ % ପାଞ୍ଚ ବର୍ଷ ବଞ୍ଚନ୍ତି ।[୪][୧୩] ଶୀଘ୍ର ନିର୍ଣ୍ଣିତ ହୋଇଥିବା ରୋଗ ପାଞ୍ଚ ବର୍ଷ ବଞ୍ଚିବା ହାର ୨୦ %କୁ ବଢ଼ିଛି । [୧୪] ଅନ୍ୟ ପକ୍ଷରେ ନିଉରୋଏଣ୍ଡୋକ୍ରାଇନ କର୍କଟ ରୋଗୀଙ୍କ କ୍ଷେତ୍ରରେ ଫଳାଫଳ ଉତ୍ସାହ ଜନ‌କ; ପାଞ୍ଚ ବର୍ଷ ବଞ୍ଚିବା ହାର ୬୫ % । [୪]

ଆଧାର[ସମ୍ପାଦନା]

  1. "What is Cancer? Defining Cancer". National Cancer Institute. National Institutes of Health. 7 March 2014. Retrieved 5 December 2014.
  2. ୨.୦ ୨.୧ ୨.୨ "Pancreatic Cancer Treatment (PDQ®) Patient Version". National Cancer Institute. National Institutes of Health. 17 April 2014. Retrieved 8 June 2014.
  3. ୩.୦ ୩.୧ ୩.୨ Bond-Smith G, Banga N, Hammond TM, Imber CJ (2012). "Pancreatic adenocarcinoma" (PDF). BMJ (Clinical research ed.). 344: e2476. doi:10.1136/bmj.e2476. PMID 22592847. Archived from the original (PDF) on 2015-01-09. Retrieved 2015-03-13.{{cite journal}}: CS1 maint: multiple names: authors list (link)
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ World Cancer Report 2014. World Health Organization. 2014. Chapter 5.7. ISBN 92-832-0429-8.
  5. ୫.୦ ୫.୧ ୫.୨ Ryan DP, Hong TS, Bardeesy N (September 2014). "Pancreatic adenocarcinoma" (PDF). N. Engl. J. Med. 371 (11): 1039–49. doi:10.1056/NEJMra1404198. PMID 25207767.{{cite journal}}: CS1 maint: multiple names: authors list (link)
  6. Wolfgang CL, Herman JM, Laheru DA,; et al. (September 2013). "Recent progress in pancreatic cancer". CA: a Cancer Journal for Clinicians. 63 (5): 318–48. doi:10.3322/caac.21190. PMC 3769458. PMID 23856911.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  7. Bussom S, Saif MW (5 March 2010). "Methods and rationale for the early detection of pancreatic cancer. Highlights from the "2010 ASCO Gastrointestinal Cancers Symposium". Orlando, FL, USA. January 22–24, 2010". JOP : Journal of the pancreas. 11 (2): 128–30. PMID 20208319.
  8. "Can pancreatic cancer be prevented?". American Cancer Society. 11 June 2014. Archived from the original on 13 November 2014. Retrieved 13 November 2014.
  9. Shahrokni A, Saif MW (10 July 2013). "Metastatic pancreatic cancer: the dilemma of quality vs. quantity of life". JOP : Journal of the pancreas. 14 (4): 391–4. doi:10.6092/1590-8577/1663. PMID 23846935.
  10. Bardou M, Le Ray I (December 2013). "Treatment of pancreatic cancer: A narrative review of cost-effectiveness studies". Best practice & research. Clinical gastroenterology. 27 (6): 881–92. doi:10.1016/j.bpg.2013.09.006. PMID 24182608.
  11. Hariharan D, Saied A, Kocher, HM (2008). "Analysis of mortality rates for pancreatic cancer across the world". HPB. 10 (1): 58–62. doi:10.1080/13651820701883148. PMC 2504856. PMID 18695761.{{cite journal}}: CS1 maint: multiple names: authors list (link)
  12. "Lifetime Risk of Developing or Dying From Cancer". American Cancer Society. 1 October 2014. Archived from the original on 25 November 2016. Retrieved 1 December 2014.
  13. "Cancer Facts & Figures 2010" (PDF). American Cancer Society. 2010. Archived from the original (PDF) on 14 January 2015. Retrieved 5 December 2014. See p. 4 for incidence estimates, and p. 19 for survival percentages.
  14. "Pancreatic Cancer Treatment (PDQ®) Health Professional Version". National Cancer Institute. National Institutes of Health. 21 February 2014. Retrieved 24 November 2014. "The highest cure rate occurs if the tumor is truly localized to the pancreas; however, this stage of disease accounts for less than 20% of cases. In cases with localized disease and small cancers (<2 cm) with no lymph node metastases and no extension beyond the capsule of the pancreas, complete surgical resection is associated with an actuarial five-year survival rate of 18% to 24%."