ଅଗ୍ନାଶୟ ପ୍ରଦାହ

ଉଇକିପିଡ଼ିଆ‌ରୁ
ଅଗ୍ନାଶୟ ପ୍ରଦାହ
ଅଗ୍ନାଶୟ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଙ୍ଗସମୂହ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦K85., K86.0K86.1
ଆଇସିଡ଼ି-୯-ସିଏମ୍577.0-577.1
ଓଏମ୍‌ଆଇଏମ୍167800
ରୋଗ ଡାଟାବେସ24092
ମେଡ଼ିସିନ-ପ୍ଲସ001144
ଇ-ମେଡ଼ିସିନemerg/354
MeSHD010195

ଅଗ୍ନାଶୟ ପ୍ରଦାହ (ଇଂରାଜୀରେ Pancreatitis) ରୋଗ ଦେହରେ ଥିବା ଅଗ୍ନାଶୟର ପ୍ରଦାହକୁ ବୁଝାଏ । ପାକସ୍ଥଳୀର ପଛପଟେ ଅଗ୍ନାଶୟ ନାମକ ଏକ ବଡ଼ ଗ୍ରନ୍ଥି ବା ଗ୍ଲାଣ୍ଡ ଥାଏ ଯେଉଁଥିରୁ ପାଚକ ଏଞ୍ଜାଇମ ନିର୍ଗତ ହୁଏ । ଏହାର ଦୁଇ ପ୍ରକାର ପ୍ରଦାହ ହୋଇପାଏ ଯଥା ଆକ୍ୟୁଟ ଅଗ୍ନାଶୟ ପ୍ରଦାହକ୍ରନିକ ଅଗ୍ନାଶୟ ପ୍ରଦାହ । ଏହି ରୋଗର ଲକ୍ଷଣ ହେଲା ଉପର ପେଟର ମଧ୍ୟଭାଗରେ ବା ଏପିଗ୍ୟାସ୍ଟ୍ରିଅମରେ ଯନ୍ତ୍ରଣା, ଓକାଳବାନ୍ତି । ଅଧିକାଂଶ ସମୟରେ ଏହି ଯନ୍ତ୍ରଣା ପିଠିରେ ହୁଏ ଓ ଅତି ତୀବ୍ର ହୁଏ । ଆକ୍ୟୁଟ ଅଗ୍ନାଶୟ ପ୍ରଦାହରେ ଜ୍ୱର ହୋଇପାରେ ଯାହା କିଛିଦିନ ପରେ ଉପଶମ ହୋଇଯାଏ । କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗରେ ଓଜନ ହ୍ରାସ, ଚର୍ବିଳ ମଳ ଓ ତରଳ ଝାଡ଼ା ହୁଏ । ଏହି ରୋଗ ଜଟିଳ ହେଲେ ସଂକ୍ରମଣ, ରକ୍ତସ୍ରାବ, ଡାଏବେଟିସ ମେଲିଟସ କିମ୍ବା ଏହା ସ‌ହିତ ଅନ୍ୟ ଅଙ୍ଗମାନଙ୍କର ଅସୁବିଧା ହୁଏ ।[୧]

ଅତ୍ୟଧିକ ମଦ୍ୟପାନ ଓ ଅଗ୍ନାଶୟରେ ପିତ୍ତାସ୍ମରୀ ବା ପିତ୍ତକୋଷ ପଥର ଏହି ଅଗ୍ନାଶୟରେ ରହିଲେ ସାଧାରଣତଃ ଅଗ୍ନାଶୟ ପ୍ରଦାହ ହୁଏ । ଅନ୍ୟାନ୍ୟ କାରଣ ମଧ୍ୟରେ ଏହି ଅଙ୍ଗରେ ସିଧା ଆଘାତ, କେତେକ ଔଷଧ, ମମ୍ପରୋଗ ସଂକ୍ରମଣ ଭଳି ସଂକ୍ରମଣ ଓ ଅର୍ବୁଦ ଇତ୍ୟାଦି । ଅତ୍ୟଧିକ ମଦ୍ୟପାନ ଅନେକ ବର୍ଷ ଧରି ସେବନ କଲେ ସାଧାରଣତଃ ଏହି ରୋଗ ହୁଏ । ଅନ୍ୟ କାରଣ ମଧ୍ୟରେ ରକ୍ତରେ ଚର୍ବି ଅଂଶର ଆଧିକ୍ୟ, ରକ୍ତରେ ଅଧିକ ପରିମାଣର କ୍ୟାଲସିୟମ, କେତେକ ଔଷଧ ସେବନ, ଜେନେଟିକ ଅସୁବିଧା ଯେପରିକି ସିସ୍ଟିକ ଫାଇବ୍ରୋସିସ ରୋଗ ପ୍ରମୂଖ ଅଟନ୍ତି ।[୧] ଧୁମ୍ରପାନ ଯୋଗୁ ଆକ୍ୟୁଟ ଅଗ୍ନାଶୟ ଓ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗ ସଙ୍କଟ ସୃଷ୍ଟି ହୁଏ ।[୨][୩] ରକ୍ତରେ ଆମିଲେଜ (amylase) କିମ୍ବା ଲାଇପେଜ (lipase) ପରିମାଣ ତିନିଗୁଣ ଅଧିକ ଥିଲେ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ନିର୍ଣ୍ଣୟ କରାଯାଏ । କ୍ରନିକ ଅଗ୍ନାଶୟ ପ୍ରଦାହ ଥିଲେ ଏହି ପରୀକ୍ଷାରେ ସେଭଳି କିଛି ମିଳେନାହିଁ । ରୋଗ ନିର୍ଣ୍ଣୟରେ ମେଡିକାଲ ଇମେଜିଙ୍ଗ ଯେପରିକି ଅଲଟ୍ରାସାଉଣ୍ଡସିଟି ସ୍କାନ ସାହାଯ୍ୟ କରିପାରେ ।[୧]

ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହେଲେ ଶୀରାମାଧ୍ୟମ ତରଳ ପଦାର୍ଥ, ଯନ୍ତ୍ରଣା ଔଷଧ ଓ ବେଳେ ଆଣ୍ଟିବାୟୋଟିକ ଦିଆଯାଏ । ପାଟିରେ କୌଣସି ଖାଦ୍ୟ ଦିଆଯାଏ ନାହିଁ ଓ ନାସାପାକସ୍ଥଳୀ ନଳୀ ମାଧ୍ୟମରେ ଦିଆଯାଏ । ଅଗ୍ନାଶୟ ନଳିକା ବାଟ ବନ୍ଦ ଥିଲେ ଗୋଟିଏ ପ୍ରଥା ଅବଲମ୍ବନ କରାଯାଏ ଯାହାର ନାମ ଏଣ୍ଡୋସ୍କୋପିକ ରେଟ୍ରୋଗ୍ରେଡକୋଲାଞ୍ଜିଓପାଙ୍କ୍ରିଆଟୋଗ୍ରାଫି (ERCP) । ପିତ୍ତକୋଷରେ ପିତ୍ତପଥର ଥିଲେ ଅପରେଶନ କରି ପିତ୍ତକୋଷ ବାହାର କରିଦିଆଯାଏ । କ୍ରନିକ ଅଗ୍ନାଶୟ ପ୍ରଦାହ ହୋଇଥିଲେ ଉପରଲିଖିତ ଉପଚାର ସ‌ହିତ ସାମୟିକ ନାସାପାକସ୍ଥଳୀ ନଳୀ ମାଧ୍ୟମରେ ଯଥେଷ୍ଟ ପୋଷକ ଖାଦ୍ୟ ଦିଆଯାଏ । ଦୀର୍ଘସ୍ଥାୟୀ ଖାଦ୍ୟ ପରିବର୍ତ୍ତନ ଓ ଅଗ୍ନାଶୟ ଏଞ୍ଜାଇମ ପୁନଃସ୍ଥାପନ କରାଯାଏ । ବେଳେ ବେଳେ ଅପରେଶନ କରି ଅଗ୍ନାଶ‌ୟର କିଛି ଅଂଶ ବାହାର କରାଯାଏ ।[୧]

ବାର୍ଷିକ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩୦ ଜଣକୁ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହୁଏ ।[୨] ପ୍ରତି ଏକ ଲକ୍ଷ ଲୋକରେ ନୂଆ କ୍ରନିକ ଅଗ୍ନାଶୟ ପ୍ରଦାହ ୮ ଜଣକୁ ହୁଏ ଓ ଆମେରିକାରେ ଅଧୁନା ଏକ ଲକ୍ଷ ଲୋକରେ ୫୦ ଜଣ ଏହି ରୋଗରେ ପୀଡ଼ିତ ଅଛନ୍ତି ।[୪] ସନ ୧୯୯୦ରେ ପୃଥିବୀରେ ଅଗ୍ନାଶୟ ପ୍ରଦାହ ରୋଗରେ ୮୩,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହି ସଂଖ୍ୟା ବଢ଼ିଯାଏ ୧୨୩,୦୦୦ ହୋଇଥିଲା ।[୫] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠରେ ଏହି ରୋଗ ଅଧିକ ହୁଏ । ଅଧିକାଂଶ ସମୟରେ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗ ୩୦ରୁ ୪୦ ବର୍ଷ ବୟସରେ ଆରମ୍ଭ ହୁଏ ଓ ପିଲାଙ୍କର କ୍ୱଚିତ ଏହି ରୋଗ ହୁଏ ।[୧] ଶବ ବ୍ୟବଚ୍ଛେଦ କରି ୧୮୮୨ ମସିହାରେ ପ୍ରଥମେ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ଓ ୧୯୪୬ ମସିହାରେ ପ୍ରଥମେ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗର ବର୍ଣ୍ଣନା କରାଯାଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Pancreatitis". www.niddk.nih.gov. August 16, 2012. Archived from the original on 7 March 2015. Retrieved 1 March 2015.
  2. ୨.୦ ୨.୧ Lankisch, PG; Apte, M; Banks, PA (20 January 2015). "Acute pancreatitis". Lancet. PMID 25616312.
  3. Yadav, D; Lowenfels, AB (June 2013). "The epidemiology of pancreatitis and pancreatic cancer". Gastroenterology. 144 (6): 1252–61. doi:10.1053/j.gastro.2013.01.068. PMID 23622135.
  4. ୪.୦ ୪.୧ Muniraj, T; Aslanian, HR; Farrell, J; Jamidar, PA (December 2014). "Chronic pancreatitis, a comprehensive review and update. Part I: epidemiology, etiology, risk factors, genetics, pathophysiology, and clinical features". Disease-a-month : DM. 60 (12): 530–50. doi:10.1016/j.disamonth.2014.11.002. PMID 25510320.
  5. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)