ହର୍ପିସ୍ ସିମ୍ପ୍ଲେକ୍‌ସ୍

ଉଇକିପିଡ଼ିଆ‌ରୁ
ହର୍ପିସ୍ ସିମ୍ପ୍ଲେକ୍‌ସ୍
Herpes labialis of the lower lip. Note the blisters in a group marked by an arrow.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], dermatology[*]
ଆଇସିଡ଼ି-୧୦A60., B00., G05.1, P35.2
ଆଇସିଡ଼ି-୯-ସିଏମ୍054.0, 054.1, 054.2, 054.3, 771.2
ରୋଗ ଡାଟାବେସ5841 33021
ଇ-ମେଡ଼ିସିନmed/1006
MeSHD006561

ହର୍ପିସ୍ ସିମ୍ପ୍ଲେକ୍‌ସ୍ (ଗ୍ରୀସ୍ ଭାଷାରେ ἕρπηςର ଅର୍ଥ ଘୁସୁରିବା ବା ଲୁକ୍କାୟିତ) ଏକ ଭୁତାଣୁ ଜନିତ ରୋଗ ଯାହା ହର୍ପିସ୍ ସିମ୍ପ୍ଲେକ୍‌ସ୍ ଭୁତାଣୁଦ୍ୱାରା ହୁଏ ।[୧] ସଂକ୍ରମିତ ହୋଇଥିବା ଶରୀରର ଅଂଶ ଅନୁସାରେ ଏହାର ନାମ ଦିଆଯାଇଥାଏ । ଓରାଲ୍ ହର୍ପିସ୍ ମୁହଁ ଓ ପାଟିରେ ହୁଏ । ଏହି ଭୁତାଣୁଦ୍ୱାରା ଛୋଟ ଫୋଟକା ଦଳବଦ୍ଧ ଭାବରେ ହୁଏ ଯାହାକୁ ଥଣ୍ଡା ଘାଆ ବା ଜରଷଣ୍ଢା[୨] କୁହାଯାଏ ଓ ତଣ୍ଟି ସଂକ୍ରମଣ ମଧ୍ୟ ହୁଏ ।[୩][୪] ଯୌନ ହର୍ପିସ୍‌ରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଏ ବା ଫୋଟକା ହୋଇ ଫାଟିଯାଇ ଛୋଟ ଘାଆ ହୁଏ । ଏହା ୨ରୁ ୪ ସପ୍ତାହରେ ଶୁଖିଯାଏ । ଫୋଟକା ହେବା ପୂର୍ବରୁ ଝିମ୍ ଝିମ୍ ହୁଏ ବା ତୀବ୍ର ଯନ୍ତ୍ରଣା (shooting pain) ହୁଏ । ହର୍ପିସ୍ ସାଇକ୍ଲରେ ସାମୟିକ ଲକ୍ଷଣ ପ୍ରକାଶ ପାଏ ଓ ସାମୟିକ ଲକ୍ଷଣହୀନ ହୁଏ । ପ୍ରଥମରେ ଜ୍ୱର, ମାଂସପେଶୀ ଯନ୍ତ୍ରଣା, ଲସିକା ଗ୍ରନ୍ଥି ଫୁଲିବା ଓ ମୁଣ୍ଡବଥା ହୁଏ । ସମୟ କ୍ରମେ ଏହାର ଭୟାବ‌ହତା ଓ ସମୟ କମିଯାଏ । ଏହାଦ୍ୱାରା ହେଉଥିବା ଅନ୍ୟ ରୋଗମାନଙ୍କର ନାମ: ଅଙ୍ଗୁଳିରେ ହେଲେ ହର୍ପେଟିକ୍ ହୁଇଟ୍‌ଲୋ[୫], ଚକ୍ଷୁ ହର୍ପିସ୍[୬], ମସ୍ତିଷ୍କ ହର୍ପିସ୍[୭], ଓ ନବଜାତ ହର୍ପିସ୍[୮]

ଦୁଇ ପ୍ରକାର ହର୍ପିସ୍ ସିମ୍ପ୍ଲେକ୍‌ସ୍ ଭୁତାଣୁଦ୍ୱାରା ଏହି ରୋଗ ହୁଏ ।[୧] ଟାଇପ ୧ ଭୁତାଣୁ (HSV-1) ପାଟିସଂକ୍ରମଣ କରେ, ଟାଇପ ୨ ଭୁତାଣୁ (HSV-2) ସାଧାରଣତଃ ଯୌନ ସଂକ୍ରମଣ କରେ ।[୩] ଶରୀରରୁ ନିର୍ଗତ ତରଳ ପଦାର୍ଥ ଓ କ୍ଷତମାନଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଷରେ ଆସିଲେ ଏହି ରୋଗ ସଂକ୍ରମିତ ହୁଏ । ଲକ୍ଷଣ ପ୍ରକାଶ ନ ହେଉ ଥିଲେ ମଧ୍ୟ ରୋଗ ଡେଇଁ ପାରେ । ଯୌନ ସଂକ୍ରମିତ ରୋଗ ଦଳରେ ଏହି ଯୌନ ହର୍ପିସ୍ ରୋଗ ସ୍ଥାନିତ ହୁଏ । ଶିଶିଟିଏ ଜନ୍ମ ହେବା ସମୟରେ ମଧ୍ୟ ଏହି ସଂକ୍ରମଣ ହୋଇପାରେ ।[୧] ସଂକ୍ରମଣ ହେବା ପରେ ଏହି ଜୀବାଣୁ ସ୍ନାୟୁ ପଥ ମାଧ୍ୟମରେ ଗତି କରି ସ୍ନାୟୁକୋଷରେ ଆଜୀବନ ରହେ ।[୩] ଇମ୍ମ୍ୟୁନିଟି କମିଗଲେ, ମାନସିକ ଚାପ ବଢ଼ିଲେ, ସୂର୍ଯାଲୋକ ପ୍ରଭାବିତ ହେଲେ ପୁନଃ ସଂକ୍ରମଣ ହୁଏ ।[୯][୩] ଲକ୍ଷଣ ଅନୁଧ୍ୟାନ କରି ପାଟି ଓ ଯୌନ ହର୍ପିସ୍ ରୋଗ ନିର୍ଣ୍ଣୟ କରାଯାଏ । [୩] ଫୋଟକାର ତରଳ ପଦାର୍ଥରେ ଡି ଏନ୍ ଏ ଚିହ୍ନଟ କରି ଓ ଭୁତାଣୁ କଲ୍‌ଚର୍ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ରକ୍ତରେ ଆଣ୍ଟିବଡି ମିଳିଲେ ପୂର୍ବରୁ ହୋଇଥିବା ରୋଗ ଚିହ୍ନଟ ହୁଏ କିନ୍ତୁ ନୂଆ ସଂକ୍ରମଣରେ ଏହା ଫଳପ୍ରଦ ହୁଏନି ।[୧]

ସମସ୍ତ ପ୍ରକାର ଯୌନ ସମ୍ପର୍କ ବର୍ଜନ କଲେ ଏହି ରୋଗ ହେବ ନାହିଁ । କଣ୍ଡୋମ ବ୍ୟବ‌ହାର କଲେ ଏହି ସଙ୍କଟ କିଛି କମିଯାଏ । ରୋଗୀ ଦୈନିକ ଏହାର ଔଷଧ ସେବନ କଲେ ସଂକ୍ରମଣ କମିଯାଏ । ଏଥି ନିମନ୍ତେ କୌଣସି ଟିକା ନାହିଁ, ତେଣୁ ଥରେ ରୋଗ ହେଲେ ଆରୋଗ୍ୟ ନାହିଁ । [୧] ପାରାସେଟାମୋଲ (ଆସେଟାମିନୋଫେନ) ଖାଇବାଦ୍ୱାର ଓ କ୍ଷତ ସ୍ଥାନରେ ଲୋଡିକେନ୍ ଲଗାଇଲେ ଲକ୍ଷଣ ଉପସମ ହୁଏ ।[୩] ଆସିକ୍ଲୋଭିର ବା ଭାଲାସିକ୍ଲୋଭିର ଆଣ୍ଟିଭାଇରସ୍ ଔଷଧ ବ୍ୟବ‌ହାର କଲେ ଲକ୍ଷଣ ଭୟାବ‌ହାତା କମିଯାଏ । [୧][୩]


ସାରା ପୃଥିବୀରେ ବୟସ୍କଲୋକ ସଂଖ୍ୟାର ୬୦ %ରୁ ୯୫ % ଯେ କୌଣସି ଗୋଟିଏ ପ୍ରକାର ହର୍ପିସ ହୁଏ । [୧୦] ପିଲାଦିନେ ଏଚ.ଏସ.ଭି.-୧ ସଂକ୍ରମଣ ହୁଏ । [୧] ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ରୋଗ ହାର ବଢ଼େ । [୧୦] ନିମ୍ନ ସାମାଜିକ-ଅର୍ଥନୈତିକ ଶ୍ରେଣୀର ଲୋକଙ୍କ ମଧ୍ୟରେ ଏଚ.ଏସ.ଭି.-୧ର ହାର ୪୦ରୁ ୬୦ % ଓ ଉନ୍ନତ ଶ୍ରେଣୀର ଲୋକଙ୍କ ମଧ୍ୟରେ ଏହାର ହାର ୪୦ %ରୁ ୬୦ % । [୧୦] ସନ ୨୦୦୩ର ହିସାବରେ ବିକାଶଶୀଳ ଦେଶମାନଙ୍କରେ ପୃଥିବୀର ପ୍ରାୟ ୫୩୬ ନିୟୁତ (୧୬ %) ଲୋକ ଏଚ.ଏସ.ଭି.-୨ ରୋଗରେ ପଡ଼ିତ ଥିଲେ ଯାହା ମଧ୍ୟରୁ ମହିଳାମାନଙ୍କ ସଂଖ୍ୟା ଅଧିକ ଥିଲା । [୧୧] ଅଧିକାଂଶ ଲୋକ ଏଚ.ଏସ.ଭି.-୨ ରୋଗରେ ପଡ଼ିତ ହୋଇଥିବା ଅନୁଭବ କରିପାରନ୍ତି ନାହିଁ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Genital Herpes - CDC Fact Sheet". cdc.gov. December 8, 2014. Retrieved 31 December 2014.
  2. କର, ପଣ୍ଡିତ କୃଷ୍ଣଚନ୍ଦ୍ର (August 1985). ତରୁଣ ଶବ୍ଦକୋଷ. ବିନୋଦ ବିହାରୀ, କଟକ-୨: ଗ୍ରନ୍ଥ ମନ୍ଦିର. pp. ୨୨୫.{{cite book}}: CS1 maint: location (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Balasubramaniam, R; Kuperstein, AS; Stoopler, ET (April 2014). "Update on oral herpes virus infections". Dental clinics of North America. 58 (2): 265–80. doi:10.1016/j.cden.2013.12.001. PMID 24655522.
  4. Mosby (2013). Mosby's Medical Dictionary (9 ed.). Elsevier Health Sciences. pp. 836–837. ISBN 9780323112581.
  5. Wu, IB; Schwartz, RA (March 2007). "Herpetic whitlow". Cutis. 79 (3): 193–6. PMID 17674583.
  6. Rowe, AM; St Leger, AJ; Jeon, S; Dhaliwal, DK; Knickelbein, JE; Hendricks, RL (January 2013). "Herpes keratitis". Progress in retinal and eye research. 32: 88–101. doi:10.1016/j.preteyeres.2012.08.002. PMID 22944008.
  7. Steiner, I; Benninger, F (December 2013). "Update on herpes virus infections of the nervous system". Current neurology and neuroscience reports. 13 (12): 414. doi:10.1007/s11910-013-0414-8. PMID 24142852.
  8. Stephenson-Famy, A; Gardella, C (December 2014). "Herpes Simplex Virus Infection During Pregnancy". Obstetrics and gynecology clinics of North America. 41 (4): 601–614. doi:10.1016/j.ogc.2014.08.006. PMID 25454993.
  9. Elad S; Zadik Y; Hewson I; et al. (August 2010). "A systematic review of viral infections associated with oral involvement in cancer patients: a spotlight on Herpesviridea". Support Care Cancer. 18 (8): 993–1006. doi:10.1007/s00520-010-0900-3. PMID 20544224. Archived from the original on 2019-09-15. Retrieved 2015-04-13. {{cite journal}}: Unknown parameter |author-separator= ignored (help)
  10. ୧୦.୦ ୧୦.୧ ୧୦.୨ Chayavichitsilp P, Buckwalter JV, Krakowski AC, Friedlander SF (April 2009). "Herpes simplex". Pediatr Rev. 30 (4): 119–29, quiz 130. doi:10.1542/pir.30-4-119. PMID 19339385.{{cite journal}}: CS1 maint: multiple names: authors list (link)
  11. Looker, KJ; Garnett, GP; Schmid, GP (October 2008). "An estimate of the global prevalence and incidence of herpes simplex virus type 2 infection". Bulletin of the World Health Organization. 86 (10): 805–12, A. doi:10.2471/blt.07.046128. PMC 2649511. PMID 18949218.