ନିମ୍ନ ରକ୍ତ ଶର୍କରା

ଉଇକିପିଡ଼ିଆ‌ରୁ
ନିମ୍ନ ରକ୍ତ ଶର୍କରା
Glucose test.JPG
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E16.0-E16.2
ଆଇସିଡ଼ି-୯-ସିଏମ୍250.8, 251.0, 251.1, 251.2, 270.3, 775.6, 962.3
ରୋଗ ଡାଟାବେସ6431
ମେଡ଼ିସିନ-ପ୍ଲସ000386
ଇ-ମେଡ଼ିସିନemerg/272 med/1123 med/1939 ped/1117
Patient UKசர்க்கரைக் குறைவு ନିମ୍ନ ରକ୍ତ ଶର୍କରା
MeSHD007003

ନିମ୍ନ ରକ୍ତ ଶର୍କରା ବା ହାଇପୋଗ୍ଲାଇସେମିଆ ବା ସ୍ୱଳ୍ପ ରକ୍ତ ଗ୍ଲୁକୋଜ (ଇଂରାଜୀ ଭାଷାରେ hypoglycemia ବା low blood sugar or low blood glucose) ଏକ ଅବସ୍ଥା ଯେଉଁଥିରେ ରକ୍ତ ଶର୍କରା ବା ରକ୍ତ ଗ୍ଲୁକୋଜ ସ୍ତର ସାଧାରଣ ସ୍ତରଠାରୁ କମ ହୋଇଯାଏ । ଏହା ଯୋଗୁ ପ୍ରକାଶିତ ହେଉଥିବା ଲକ୍ଷଣମାନଙ୍କର ନାମ: କଥା କ‌ହିବାରେ ଅସୁବିଧା, ଅସମଞ୍ଜସ ଚାଲିଚଳଣ, ଘାବରେଇଯିବା, ଅଚେତା ହେବା, ବାତ (seizures) ମାରିବା ଓ ମୃତ୍ୟୁ । ଭୋକ ଅନୁଭବ, ଝାଳ ବୋହିବା, ଥରିବା ଓ ଦୂର୍ବଳ ଲାଗିବା ଭଳି ଲକ୍ଷଣ ମଧ୍ୟ ପ୍ରକାଶ ପାଏ । ଏହି ଲକ୍ଷଣମାନ ଶୀଘ୍ର ପ୍ରକାଶ ପାଏ । [୧]

ନିମ୍ନ ରକ୍ତ ଶର୍କରା ହେବାର ସବୁଠରୁ ସାଧାରଣ କାରଣ ହେଲା ଡାଏବେଟିସ ମେଲିଟସର ଔଷଧ ସେବନ ଯେଉଁମାନଙ୍କର ନାମ ଇନସୁଲିନ, ସଲଫୋନିଲୁରିଆବାଇଗୁଆନାଇଡ[୨][୩] ଡାଏବେଟିସ ଥିବା ଲୋକ ଅଳ୍ପ ଆହାର କଲେ, ଅତ୍ୟଧିକ ବ୍ୟାୟାମ କଲେ ଓ ଅଧିକ ଆଲକୋହୋଲ ପାନ କଲେ ଏହି ସଙ୍କଟ ବୃଦ୍ଧି ପାଏ । [୧] ଅନ୍ୟାନ୍ୟ କାରଣମାନଙ୍କର ନାମ: ବୃକ୍‌କ ଫେଲ ମାରିବା, କେତେକ ଅର୍ବୁଦ, ଯକୃତ ରୋଗ, ହାଇପୋଥାଇରଏଡିଜମ, ଭୋକିଲା, ଜନ୍ମଗତ ମେଟାବୋଲିଜମ ତୃଟି, ଅତ୍ୟଧିକ ସଂକ୍ରମଣ, ରିଆକଟିଭ ହାଇପୋଗ୍ଲାଇସେମିଆ ଓ ଆଲକୋହୋଲ ସ‌ହିତ ଅନେକ ଔଷଧ । [୩][୧] ସୁସ୍ଥ ଶିଶୁ କିଛି ଘଣ୍ଟା ଧରି ଖାଦ୍ୟ ନ ଖାଇଥିଲେ ନିମ୍ନ ରକ୍ତ ଗ୍ଲୁକୋଜ ହୋଇଯାଏ । [୪]

ରକ୍ତ ଶର୍କରା ସ୍ତର କେତେ ହେଲେ ହାଇପୋଗ୍ଲାଇସେମିଆ ବା ନିମ୍ନ ରକ୍ତଶର୍କରା କୁହାଯିବ ସେଥିରେ ତାରତମ୍ୟ ଅଛି । ଡାଏବେଟିସ ରୋଗୀର ଗ୍ଲୁକୋଜ ସ୍ତର ୭୦ ମିଗ୍ରା/ଡେ.ଲି.ରୁ କମ ଥିଲେ ନିର୍ଣ୍ଣୟାତ୍ମକ ହାଇପୋଗ୍ଲାଇସେମିଆ ହୁଏ । [୧] ଡାଏବେଟିସ ନ ଥିବା ଲୋକର ଲକ୍ଷଣ ଲେଖି, ଲକ୍ଷଣ ଦେଖାଯାଉଥିବା ବେଳେ ରକ୍ତ ଗ୍ଲୁକୋଜ ସ୍ତର ଓ ରକ୍ତ ଗ୍ଲୁକୋଜ ସଠିକ ହେଲେ ଲକ୍ଷଣ ଉନ୍ନତି ଇତ୍ୟାଦି ଥିଲେ ହାଇପୋଗ୍ଲାଇସେମିଆ ନିର୍ଣ୍ଣୟାତ୍ମକ ହୁଏ । [୫] ଅନ୍ୟଥା ଖାଦ୍ୟ ନ ଖାଇ ବା ବ୍ୟାୟାମ ପରେ ରକ୍ତ ଗ୍ଲୁକୋଜ ସ୍ତର ୫୦ମିଗ୍ରାରୁ କମ ଥିଲେ ନିର୍ଣ୍ଣୟ କରାଯାଏ । [୧] ନବଜାତ ଶିଶୁର ୪୦ ମିଗ୍ରାରୁ (୨.୨ ମିମୋଲ/ଲି) କମ ଥିଲେ ଓ ଲକ୍ଷଣ ସ‌ହିତ ଥିଲେ ୬୦ ମିଗ୍ରାରୁ (୩.୩ ମିମୋଲ/ଲି) କମ ଥିଲେ ହାଇପୋଗ୍ଲାଇସେମିଆ ନିର୍ଣ୍ଣୟ କରାଯାଏ । [୪] ରକ୍ତରେ ଇନସୁଲିନ ଓ ସି ପେପଟାଇଡ ସ୍ତର ଓ ଅନ୍ୟାନ୍ୟ ପରୀକ୍ଷା ଉପକାରୀ ହୋଇପାରେ । [୩] ହାଇପରଗ୍ଲାଇସେମିଆ ଏହାର ଠିକ ବିପରିତ ଅବସ୍ଥା ।

ଡାଏବେଟିସ ରୋଗୀଙ୍କର ଖାଦ୍ୟ ପରିମାଣ, ବ୍ୟାୟାମ ପରିମାଣ ଓ ଔଷଧ ନିୟନ୍ତ୍ରଣ କରି ରୋଗ ପ୍ରତିରୋଧ କରିହୁଏ । ଲୋକ ଯଦି ଅନୁଭବ କରେ ଯେ ତାହାର ରକ୍ତ ଶର୍କରା ସ୍ତର କମ ଅଛି ତାହେଲେ ଗ୍ଲୁକୋଜ ମନିଟର ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ । ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଉଥିବା ଲୋକଙ୍କର ବାରମ୍ବାର ରୁଟିନ ପରୀକ୍ଷା କରାଯାଏ । ହାଇପୋଗ୍ଲାଇସେମିଆ ଥିଲେ ସାମାନ୍ୟ ଶର୍କରା ବା ଡେକ୍ସଟ୍ରୋଜ ଦିଆଯାଏ । ପାଟିରେ ଖାଇବାକୁ ଅକ୍ଷମ ଥିଲେ ଗ୍ଲୁକାଗନ ଇଞ୍ଜେକସମ ଦେଲେ ଉପକାର ମିଳେ । ଡାଏବେଟୋସ ନ ଥିବା ଲୋକ‌କୁ କାରଣ ଅନୁସାରେ ଚିକିତ୍ସା କରାଯାଏ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦିଆଯାଏ । [୧] ବେଳେ ବେଳେ ଇଡିଓପାଥିକ ପୋଷ୍ଟପ୍ରାଣ୍ଡିଆଲ ସିଣ୍ଡ୍ରୋମକୁ (ରକ୍ତ ଶର୍କରା ଠିକ ଥାଇ ମଧ୍ୟ ଲକ୍ଷଣ ପ୍ରକାଶିତ ହୁଏ) ଭୂଲ କ୍ରମେ ହାଇପୋଗ୍ଲାଇସେମିଆ ନିର୍ଣ୍ଣୟ କରାଯାଏ । [୬][୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hypoglycemia". National Institute of Diabetes and Digestive and Kidney Diseases. October 2008. Retrieved 28 June 2015.
  2. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  3. ୩.୦ ୩.୧ ୩.୨ Schrier, Robert W. (2007). The internal medicine casebook real patients, real answers (3 ed.). Philadelphia: Lippincott Williams & Wilkins. p. 119. ISBN 9780781765299.
  4. ୪.୦ ୪.୧ Perkin, Ronald M. (2008). Pediatric hospital medicine : textbook of inpatient management (2 ed.). Philadelphia: Wolters Kluwer Health/Lippincott Williams & Wilkins. p. 105. ISBN 9780781770323.
  5. Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
  6. Talreja, Roshan S. (2005). The internal medicine peripheral brain. Philadelphia, Pa. [u.a.]: Lippincott Williams & Wilkins. p. 176. ISBN 9780781728065.
  7. Dorland's illustrated medical dictionary (32 ed.). Philadelphia: Elsevier/Saunders. 2012. p. 1834. ISBN 9781455709854.