ଋତୁଶୂଳ

ଉଇକିପିଡ଼ିଆ‌ରୁ
ଋତୁଶୂଳ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGynecology
ଆଇସିଡ଼ି-୧୦N94.4-N94.6
ଆଇସିଡ଼ି-୯-ସିଏମ୍625.3
ରୋଗ ଡାଟାବେସ10634
ମେଡ଼ିସିନ-ପ୍ଲସ003150
ଇ-ମେଡ଼ିସିନarticle/253812
Patient UKଋତୁଶୂଳ
MeSHD004412

ଋତୁଶୂଳ ବା କଷ୍ଟପ୍ରଦ ଋତୁସ୍ରାବ ବା ରଜକୃଚ୍ଛ ବା ଋତୁସ୍ରାବ ଯନ୍ତ୍ରଣା (ଇଂରାଜୀ ଭାଷାରେ Dysmenorrhea, ବା dysmenorrhoea ବା painful periods ବା menstrual cramps) ନାମ ଦିଆଯାଏ ଯେତେବେଳେ ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ । [୧][୨] ଋତୁସ୍ରାବ ଆରମ୍ଭ ହେବା ସମୟରେ ଏହା ଆରମ୍ଭ ହୁଏ । ଏହି ଯନ୍ତ୍ରଣା ୩ ଦିନରୁ କମ ସମୟ ରହେ । ପେଲଭିସ ବା ତଳ ପେଟରେ ଏହି କଷ୍ଟ ହୁଏ । ଅଣ୍ଟାବିନ୍ଧା, ତରଳ ଝାଡ଼ା ବା ଅଇ ଉଠିବା ଭଳି ଲକ୍ଷଣ ଦେଖାଯାଏ । [୧]

ଅଳ୍ପ ବୟସ୍କା ଯୁବତୀଙ୍କର କୌଣସି ଅନ୍ତର୍ନିହିତ ସମସ୍ୟା ନ ଥାଇ କଷ୍ଟପ୍ରଦ ଋତୁସ୍ରାବ ହୁଏ । ବୟସ୍କା ମହିଳାଙ୍କର କ୍ଷେତ୍ରରେ ଜରାୟୁ ଫାଇବ୍ରଏଡ, ଆଡେନୋମାଇକୋସିସ ବା ଏଣ୍ଡୋମେଟ୍ରିଓସିସ ଯୋଗୁ ଏହି କଷ୍ଟ ହୁଏ । [୩] ଯେଉଁମାନଙ୍କର ଅତ୍ୟଧିକ ଋତୁସ୍ରାବ, ଅନିୟମିତ ଋତୁସ୍ରାବ, ୧୨ ବର୍ଷ ବୟସ ପୂର୍ବରୁ ଋତୁସ୍ରାବ ଆରମ୍ଭ ହୋଇଥାଏ ଓ ଅଳ୍ପ ଓଜନ ବିଶିଷ୍ଟ ମହିଳା ହୋଇଥାନ୍ତି ସେମାନଙ୍କର ଏହି କଷ୍ଟ ସାଧାରଣତଃ ଅଧିକ ହୋଇଥାଏ । [୧] ଯୌନ ସକ୍ରିୟ ମହିଳାଙ୍କର ପେଲଭିସ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୪] ଅସ୍ଥାନିକ ଗର୍ଭ, ପେଲଭିସ ପ୍ରଦାହ ରୋଗ, ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସକ୍ରନିକ ପେଲଭିକ ଯନ୍ତ୍ରଣା ଇତ୍ୟାଦି ରୋଗମାନଙ୍କର ଅନୁପସ୍ଥିତି ସିଦ୍ଧ କରି ତାପରେ ଋତୁଶୂଳ ନିର୍ଣ୍ଣୟ କରାଯାଏ । [୧]

ଶିଘ୍ର ପିଲା ଜନ୍ମ କରିଥିବା ଓ ବ୍ୟାୟାମ କରୁଥିବା ମହିଳାଙ୍କର ଋତୁଶୂଳ କମ ହୁଏ । [୧] ଏହାର ଚିକିତ୍ସାର ସେକର ଭୂମିକା ଅଛି । [୩] ଆଇବୁପ୍ରୋଫେନ, ହରମୋନାଲ ଜନ୍ମ ନିରୋଧପ୍ରଜେସ୍ଟେରନ ମିଶ୍ରତ ଆୟୁଡି ଇତ୍ୟାଦି ଆବଶ୍ୟକ ସ୍ଥଳେ ଦିଆଯାଏ । [୩][୧] ଭିଟାମିନ ବିମ୍ୟାଗନେସିୟମ ସାହାଯ୍ୟ କରିପାରେ । [୨] ଯୋଗ, ଆକୁପଙ୍କଚରମାଲିସ ଇତ୍ୟାଦି ଚିକିତ୍ସାର ଉପକାରୀତା ଯଥେଷ୍ଟ ପ୍ରମାଣିତ ହୋଇନାହିଁ । [୧] ଅନ୍ତର୍ନିହିତ ରୋଗ ଥିଲେ ଅପରେଶନ କରାଯାଏ । [୨]

ପ୍ରଜନନକ୍ଷମ ବୟସରେ ୨୦ରୁ ୯୦ % ମହିଳାଙ୍କର ଋତୁଶୂଳ ହୁଏ । [୧] ଏହା ଅତି ସାଧାରଣ ଋତୁସ୍ରାବ ବିକାର । [୨] ପ୍ରଥମ ଋତୁସ୍ରାବ (ମେନାର୍କି) ହେବାର ଏକ ବର୍ଷ ମଧ୍ୟରେ ଏହା ଆରମ୍ଭ ହୁଏ । [୧] ଏହାର କୌଣସି କାରଣ ଜଣାଯାଏ ନାହିଁ ଓ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଓ ପିଲା ହେବା ପରେ କଷ୍ଟ ହେବା କମିଯାଏ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Osayande, AS; Mehulic, S (1 March 2014). "Diagnosis and initial management of dysmenorrhea". American family physician. 89 (5): 341–6. PMID 24695505.
  2. ୨.୦ ୨.୧ ୨.୨ ୨.୩ ୨.୪ American College of Obstetricians and Gynecologists (Jan 2015). "FAQ046 Dynsmenorrhea: Painful Periods" (PDF). Retrieved 26 June 2015.
  3. ୩.୦ ୩.୧ ୩.୨ "Menstruation and the menstrual cycle fact sheet". Office of Women's Health. December 23, 2014. Retrieved 25 June 2015.
  4. Osayande, AS; Mehulic, S (1 March 2014). "Diagnosis and initial management of dysmenorrhea". American family physician. 89 (5): 341–6. PMID 24695505.