Jump to content

ବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର

ଉଇକିପିଡ଼ିଆ‌ରୁ
ବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର
emotionally unstable personality disorder – impulsive or borderline type, emotional intensity disorder[][]
ଆତ୍ମ-ହାନୀ ଯେପରିକି ନିଜକୁ କାଟିବା, ଏହାର ଏକ ସାଧାରଣ ଲକ୍ଷଣ ।[]
ବିଭାଗମାନସିକ ବେମାରୀ
ଆଇସିଡ଼ି-୧୦F60.3
ଆଇସିଡ଼ି-୯-ସିଏମ୍301.83
ମେଡ଼ିସିନ-ପ୍ଲସ000935
ଇ-ମେଡ଼ିସିନarticle/913575
Patient UKବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର
MeSHD001883

ବର୍ଡରଲାଇନ ପର୍ସନାଲିଟି ଡିଜଅର୍ଡ଼ର (ବିପିଡି/BPD) ବା ଭାବାତ୍ମକ ଅସ୍ଥିର ବ୍ୟକ୍ତିତ୍ୱ ଡିଜଅର୍ଡ଼ର ଏକ ଦୀର୍ଘକାଳୀନ ଅସ୍ୱାଭାବିକ ବ୍ୟବ‌ହାରିକ ଢାଞ୍ଚା ଯେଉଁଥିରେ ଅସ୍ଥିର ପାରଷ୍ପରିକ ସମ୍ପର୍କ, ଅସ୍ଥିର ନିଜସ୍ୱ ମାନସିକ ସନ୍ତୁଳନ ଓ ଅସ୍ଥିର ଭାବୁକତା ଦେଖାଯାଏ ।[][] ଅନେକ ସମୟରେ ଅତ୍ୟଧିକ ପରିତ୍ୟାଗ ଭୟ, ବିପଦ ଜନ‌କ ବ୍ୟବ‌ହାର, ଶୂନ୍ୟତାପଣ ଅନୁଭବ ଓ ଆତ୍ମ-ଆଘାତ ଇତ୍ୟାଦି ଦେଖାଯାଏ । ସାଧାରଣ ଦେଖାଯାଉଥିବା ଘଟଣାରୁ ଏହି ଲକ୍ଷଣ ପ୍ରକାଶ ପାଏ [] ବୟଃପ୍ରାପ୍ତ ଆରମ୍ଭ ସମୟରୁ ଏହି ବ୍ୟବ‌ହାର ପରିବର୍ତ୍ତନ ହୁଏ ଓ ଅନେକ ରକମର ଘଟଣାରେ ହୁଏ । [] ମାଦକ ଦ୍ରବ୍ୟ ସେବନ, ଅବସାଦଖାଇବା ଡିଜଅର୍ଡ଼ର ଇତ୍ୟାଦି ଏହି ରୋଗ ସ‌ହିତ ଦେଖାଯାଏ ।[] ଏହି ରୋଗୀମାନଙ୍କ ମଧ୍ୟରୁ ୬ରୁ ୧୦% ଲୋକ ଆତ୍ମହତ୍ୟା ଯୋଗୁ ମୃତ୍ୟୁ ବରଣ କରନ୍ତି । [][]

ଏହି ରୋଗର କାରଣ ଅସ୍ପଷ୍ଟ କିନ୍ତୁ ଉଭୟ ଜେନେଟିକ ଓ ପରିବେଶ କାରକମାନଙ୍କ ଭୂମିକା ଥିବା ବିଶ୍ୱାସ କରାଯାଏ । ଯମ‌ଜ ଅନୁଶୀଳନର ପ୍ରସ୍ତାବ ଅନୁସାରେ ଏହା ଆଂଶିକ ଭାବରେ ପିତାମାତାଙ୍କ ମଧ୍ୟରୁ ଜଣକଠାରୁ ବଂଶାନୁକ୍ରମିକ ଭାବରେ ଆସେ [] ଏହି ରୋଗରେ ଲିମ୍ବିକ ସିସ୍ଟମର ସ୍ନାୟୁ ନେଟ‌ୱର୍କର ସଂମ୍ପୃକ୍ତି ଥିବା ଜଣାଯାଏ ।[] ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ର ଅନୁସାରେ ଏହି ଏକ ପ୍ରକାର ବ୍ୟକ୍ତିତ୍ୱ ବେମାରୀ ଓ ଏହିଭଳୀ ୯ଟି ଅନ୍ୟ ବେମାରୀ ଅଛି ।[] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ କିନ୍ତୁ ତାହା ପୂର୍ବରୁ ଡାକ୍ତରୀ ପରୀକ୍ଷା କରି ଅନ୍ୟ ସମସ୍ୟା ନ ଥିବା ସିଦ୍ଧ କରିବାକୁ ହୁଏ । [] ଆଇଡେଣ୍ଟିଟି ଡିଜଅର୍ଡ଼ରସବ୍‌ସ୍ଟାନ୍ସ ୟୁଜ ଡିଜଅର୍ଡ଼ର ରୋଗ ଦ୍ୱୟରୁ ଅନ୍ତର କରିବାକୁ ହୁଏ []

ଏହି ରୋଗକୁ କଗନିଟିଭ ବିହେଭିଅରାଲ ଥେରାପି ଭଳି ସାଇକୋଥେରାପି ଦିଆଯାଏ । ଡାଏଲେକ୍ଟିକାଲ ବିହେଭିଅର ଥେରାପି ଦେଲେ ଆତ୍ମହତ୍ୟା ପ୍ରବଣତା କମିଯାଏ । ଥେରାପି ଜଣ ପିଛା ବା ସମଷ୍ଟି ଭାବରେ ଦିଆଯାଇପାରେ । ଏହି ରୋଗ ଆରୋଗ୍ୟସାଧ୍ୟ ନ ହେଲେ ମଧ୍ୟ ଚିକିତ୍ସାଦ୍ୱାରା ଲକ୍ଷଣ ଉପଶମ କରାଯାଏ । କେତେକ ରୋଗୀଙ୍କର ଡାକ୍ତରଖାନା ଆଡମିଶନ ଆବଶ୍ୟକ ହୁଏ । []

ବାର୍ଷକ ପ୍ରାୟ ୧.୬% ଲୋକ ଏହି ବିପିଡି ରୋଗର ଶିକାର ହୁଅନ୍ତି । [] ପୁରୁଷ ରୋଗୀ ସଂଖ୍ୟା ଅପେକ୍ଷା ମହିଳା ରୋଗୀ ସଂଖ୍ୟା ୩ଗୁଣ ଅଧିକ । ବୟସାଧିକ୍ୟ ଲୋକଙ୍କୁ ଏହି ରୋଗ କମ୍ ହୁଏ । ଅଧା ରୋଗୀଙ୍କର ୧୦ ବର୍ଷ ମଧ୍ୟରେ ଉନ୍ନତି ପରିଲକ୍ଷିତ ହୁଏ । ଏହି ରୋଗୀମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜିନିଷ ଅଧିକ ବ୍ୟବ‌ହାର କରିବା ଦେଖାଯାଏ ।[] ବର୍ଡ଼ରଲାଇନ ନାମର ଯଥାର୍ଥତା ଉପରେ ଅନେକ ବିଚାର ବିମର୍ଷ ଚାଲିଛି ।[]

  1. Blom, Jan Dirk (2010). A dictionary of hallucinations (1 ed.). New York: Springer. p. 74. ISBN 9781441912237.
  2. Maj, Mario (2005). Personality disorders. Chichester: J. Wiley & Sons. p. 126. ISBN 9780470090367.
  3. 1 2 3 4 5 6 7 8 9 10 "Borderline Personality Disorder". NIMH. Retrieved 16 March 2016.
  4. 1 2 3 4 5 6 Diagnostic and statistical manual of mental disorders : DSM-5 (5th ed.). Washington [etc.]: American Psychiatric Publishing. 2013. pp. 645, 663–6. ISBN 9780890425558.
  5. Leichsenring, F; Leibing, E; Kruse, J; New, AS; Leweke, F (1 January 2011). "Borderline personality disorder". Lancet (London, England). 377 (9759): 74–84. doi:10.1016/s0140-6736(10)61422-5. PMID 21195251.