ପ୍ରମୁଖ ଅବସାଦ ବେମାରୀ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରମୁଖ ଅବସାଦ ବେମାରୀ
ଇଂରାଜୀ ନାମ: clinical depression, major depression, unipolar depression, unipolar disorder, recurrent depression
Vincent Willem van Gogh 002.jpg
ସନ ୧୮୯୦ରେ ଅଙ୍କିତ ଭିନସେଣ୍ଟ ଭାନ ଗ‌ଗ୍‌ଙ୍କର (Vincent van Gogh's) ଚିତ୍ର
ଦୁଃଖିତ ବୃଦ୍ଧ ଲୋକ ('ଇଟରନିଟି ଗେଟ‌ଠାରେ')
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F32., F33.
ଆଇସିଡ଼ି-୯-ସିଏମ୍296.2, 296.3
ଓଏମ୍‌ଆଇଏମ୍608516
ରୋଗ ଡାଟାବେସ3589
ମେଡ଼ିସିନ-ପ୍ଲସ003213
ଇ-ମେଡ଼ିସିନmed/532
Patient UKପ୍ରମୁଖ ଅବସାଦ ବେମାରୀ
MeSHD003865

ପ୍ରମୁଖ ଅବସାଦ ବେମାରୀ (ଇଂରାଜୀ ଭାଷାରେ Major depressive disorder/ MDD) ବା ସାଧାରଣ ଅବସାଦ ରୋଗ ଏକ ମାନସିକ ବେମାରୀ ଯେଉଁଥିରେ ଅତି କମ୍‌ରେ ଦୁଇ ସପ୍ତାହ ଧରି ଅଧିକାଂଶ ସ୍ଥଳରେ ଜଣେ ଲୋକର ଅବସାଦ ରହେ ।[୧] ଏହା ସ‌ହିତ ନିଜର ହୀନମନ୍ୟତା (low self-esteem), ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ (loss of interest ), ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ ।[୧] ଏହା ସ‌ହିତ ବେଳେବେଳେ ଡିଲ୍ୟୁଜନ/ ମିଥ୍ୟା ବିଶ୍ୱାସ (false beliefs) ବା ହାଲ୍ୟୁସିନେସନ/ ଅନ୍ୟକୁ ଦେଖା ନ ଯାଉଥିବା କଥା (see or hear things that others cannot) ଦେଖାଯାଏ ।[୧] କେତେକ ଲୋକଙ୍କର ବର୍ଷ ବର୍ଷର ସାଧାରଣ ଅବସ୍ଥା ଅନ୍ତରରେ ଅବସାଦ ହୁଏ ଓ ଅନ୍ୟ କେତେକଙ୍କର ସର୍ବଦା ଅବସାଦ ରହେ ।[୨] ଏହି ରୋଗ ଯୋଗୁ ଲୋକର ପାରିବାରିକ ଜୀବନ, କର୍ମ ଜୀବନ ଓ ସ୍କୁଲ ଜୀବନ, ଶୋଇବା, ଖାଇବା ଓ ସାଧାରଣ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ ।[୧][୨] ଏହା ଯୋଗୁ ୨-୭% ବୟଃପ୍ରାପ୍ତ ଲୋକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରନ୍ତି,[୩] ଓ ସମସ୍ତ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୬୦% ଲୋକର ଅବସାଦ ଅଥବା ଅନ୍ୟ କୌଣସି ମିଜାଜ ବେମାରୀ/ (mood disorder) ଥାଏ । [୪]

ଜେନେଟିକ (genetic), ପରିବେଶ ଓ ମନସ୍ତ‌ତ୍ତ୍ୱ କାରକମାନଙ୍କ ମିଶ୍ରିତ ପ୍ରଭାବ ଏହି ରୋଗର କାରଣରୁପେ ବିବେଚନା କରାଯାଏ ।[୧] ଏହି ରୋଗ ଭୋଗର ପାରିବାରିକ ଇତିହାସ, ମୂଖ୍ୟ ଜୀବନ‌ଧାରାର ପରିବର୍ତ୍ତନ, କେତେକ ଔଷଧ, ସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା (chronic health problem) ଓ ଡ୍ରଗ ଅପବ୍ୟବ‌ହାର ଇତ୍ୟାଦି ଏହି ରୋଗର ସଙ୍କଟଦାୟକ ଅବସ୍ଥା । [୧][୨] ପ୍ରାୟ ୪୦% ସଙ୍କଟର ଜେନେଟକ ସ‌ହିତ ସମ୍ପର୍କ ଥିବା ଜଣାଯାଏ ।[୨] ଲୋକର ବ୍ୟକ୍ତିଗତ ଅନୁଭୁତି ରିପୋର୍ଟ ଓ ମାନସିକ ସ୍ଥିତି ପରୀକ୍ଷା (mental status examination) କରି ରୋଗ ନିର୍ଣ୍ଣୟ କରାଯାଏ ।[୫] ଏହି ରୋଗ ନିମନ୍ତେ କୌଣସି ଲାବୋରେଟରି ପରୀକ୍ଷା ନାହିଁ । [୨] ପରୀକ୍ଷା କଲାବେଳେ ଏକା ଭଳି ଲକ୍ଷଣ ଦେଖାଉଥିବା ଅନ୍ୟ ରୋଗ ବିଷୟରେ ସଚେତନ ରହି ସେହି ରୋଗ ନ ଥିବା ନିର୍ଣ୍ଣୟ କରାଯାଏ ।[୫] ପ୍ରମୁଖ ଅବସାଦ ବେମାରୀଠାରୁ ଜୀବନର ଏକ ଅଂଶ ଓ ଏହାଠାରୁ ଅଳ୍ପ ସାଂଘାତିକ ରୋଗ ଦୁଃଖକୁ (sadness) ପୃଥକ୍ କରିବାକୁ ପଡ଼େ ।[୨] ୟୁନାଇଟେଡ ସ୍ଟେଟ୍ସ ପ୍ରିଭେଣ୍ଟିଭ ସର୍ଭିସ ଟାସ୍କ ଫୋର୍ସ ୧୨ ବର୍ଷ ବୟସରୁ ଉର୍ଦ୍ଧ୍ୱ ପିଲାଙ୍କୁ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରେ,[୬][୭] କିନ୍ତୁ କ‌କ୍ରେନ ଅନୁଶୀଳନ (Cochrane review) ଅନୁସାରେ ସ୍କ୍ରିନିଙ୍ଗ ସପକ୍ଷରେ ପ୍ରମାଣ ନାହିଁ । [୮]

ପ୍ରମୁଖ ଅବସାଦ ରୋଗୀଙ୍କୁ କାଉନସେଲିଙ୍ଗ (counselling) ଓ ଆଣ୍ଟିଡିପ୍ରେସାଣ୍ଟ ଔଷଧ (antidepressant medication) ଦେଇ ଚିକିତ୍ସା କରାଯାଏ ।[୧] ସାଂଘାତିକ ଅବସାଦଗ୍ରସ୍ତ ରୋଗୀ ଉପରେ ଔଷଧର ପ୍ରଭାବ ଅଧିକ ପଡ଼େ ଯଦିଓ ଏହା ସମସ୍ତ ରୋଗୀ ଉପରେ ପ୍ରଭାବ ପଡ଼ିଲା ଭଳି ଜଣାଯାଏ ।[୯][୧୦] ଆତ୍ମହତ୍ୟା ସଙ୍କଟକୁ ପ୍ରଭାବିତ କରିବା ସ୍ପଷ୍ଟ ଜଣାଯାଏ ନାହିଁ । [୧୧] କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) (CBT) ଓ ଇଣ୍ଟରପର୍ସନାଲ ଥେରାପି (interpersonal therapy) କାଉନସେଲିଙ୍ଗ କରାଯାଏ ।[୧][୧୨] କୌଣସି ଚିକିତ୍ସା ପ୍ରଭାବଶାଳୀ ନ ହେଲେ ଅବଶେଷରେ ଇଲେକ୍ଟ୍ରୋକନଭଲସିଭ ଥେରାପି (electroconvulsive therapy ବା ECT)ପରୀକ୍ଷା କରାଯାଇ ପାରେ ।[୧] ରୋଗୀର ନିଜ ଉପରେ ସଙ୍କଟ ଆଣିବା ସମ୍ଭାବନା ଥିଲେ ଡାକ୍ତରଖାନାରେ ଆଡମିଶନ କରିବା ଆବଶ୍ୟକ ହୁଏ ଓ ତାହା ରୋଗୀର ଇଚ୍ଛା ବିରୁଦ୍ଧରେ କରାଯାଏ ।[୧୩]

ସନ ୨୦୧୩ରେ ପ୍ରାୟ ୨୫୩ ନିୟୁତ (୩.୬%) ଲୋକଙ୍କୁ ପ୍ରମୁଖ ଅବସାଦ ବେମାରୀ ହୋଇଥିଲା ।[୧୪] ଜାପାନରେ ୭% ଓ ଫ୍ରନସରେ ୨୧% ଲୋକଙ୍କୁ ଏହି ରୋଗ ହୁଏ ।[୧୫] ବିକଶିତ ଦେଶମାନଙ୍କରେ ଏହାର ଜୀବନବ୍ୟାପି ହାର (୧୫%) ବିକାଶଶୀଳ ଦେଶମାନଙ୍କ (୧୧%) ଅପେକ୍ଷା ଅଧିକ । [୧୫] କଟି ଯନ୍ତ୍ରଣା ରୋଗ ପରେ ଏହା ଦ୍ୱିତୀୟ ସର୍ବାଧିକ ଜୀବନବ୍ୟାପି ଅକ୍ଷମ କରୁଥିବା (years lived with disability) ରୋଗ ।[୧୬] ୨୯ରୁ ୪୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଏହି ରୋଗ ହୁଏ । ପୁରୁଷଙ୍କ ଅପେକ୍ଷା ମହିଳାମାନେ ୨ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । [୨][୧୫] ଆମେରିକାନ ସାଇକିଆଟ୍ରିକ ଆସୋସିଏସନ (American Psychiatric Association) ସନ ୧୯୮୦ରେ ଏହି ରୋଗକୁ ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ରରେ (Diagnostic and Statistical Manual of Mental Disorders ବା DSM-III) ସଂଯୁକ୍ତ କରିଛି ।[୧୭] ପୂର୍ବରୁ ପ୍ରଚଳିତ ଡିପ୍ରେସିଭ ନିଉରୋସିସ (depressive neurosis) ରୋଗ ବିଭକ୍ତ ହୋଇ ଏହା ସ‌ହିତ ଡିସଥାଇମିଆ (dysthymia) ଓ ଆଡଜସ୍ଟମେଣ୍ଟ ଡିଜଅର୍ଡ଼ର ଉଇଥ ଡିପ୍ରେସ୍ଡ ମୁଡ (adjustment disorder with depressed mood) ରୋଗ ସୃଷ୍ଟି ହୋଇଛି । [୧୭] ଏହି ରୋଗ ସବୁକୁ ସାମାଜିକ କଳଙ୍କ (stigmatized) ରୁପେ ବିବେଚନା କରାଯାଉଥିଲା ।[୧୮]

Video explanation of depression

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Depression". NIMH. May 2016. Retrieved 31 July 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 160–168, ISBN 978-0-89042-555-8, retrieved 22 July 2016
  3. Richards, C. Steven; O'Hara, Michael W. (2014). The Oxford Handbook of Depression and Comorbidity (in ଇଂରାଜୀ). Oxford University Press. p. 254. ISBN 9780199797042.
  4. Lynch, Virginia A.; Duval, Janet Barber (2010). Forensic Nursing Science (in ଇଂରାଜୀ). Elsevier Health Sciences. p. 453. ISBN 0323066380.
  5. ୫.୦ ୫.୧ Patton, Lauren L. (2015). The ADA Practical Guide to Patients with Medical Conditions (in ଇଂରାଜୀ) (2 ed.). John Wiley & Sons. p. 339. ISBN 9781118929285.
  6. Siu, AL; US Preventive Services Task Force, (USPSTF); Bibbins-Domingo, K; Grossman, DC; Baumann, LC; Davidson, KW; Ebell, M; García, FA; Gillman, M; Herzstein, J; Kemper, AR; Krist, AH; Kurth, AE; Owens, DK; Phillips, WR; Phipps, MG; Pignone, MP (26 January 2016). "Screening for Depression in Adults: US Preventive Services Task Force Recommendation Statement". JAMA. 315 (4): 380–7. doi:10.1001/jama.2015.18392. PMID 26813211.
  7. Siu, AL; U.S. Preventive Services Task, Force (1 March 2016). "Screening for Depression in Children and Adolescents: U.S. Preventive Services Task Force Recommendation Statement". Annals of Internal Medicine. 164 (5): 360–6. doi:10.7326/M15-2957. PMID 26858097.
  8. Gilbody S, House AO, Sheldon TA (2005). "Screening and case finding instruments for depression". Cochrane Database of Systematic Reviews (4): CD002792. doi:10.1002/14651858.CD002792.pub2. PMID 16235301.
  9. Fournier JC, DeRubeis RJ, Hollon SD, Dimidjian S, Amsterdam JD, Shelton RC, Fawcett J (January 2010). "Antidepressant drug effects and depression severity: a patient-level meta-analysis". JAMA. 303 (1): 47–53. doi:10.1001/jama.2009.1943. PMC 3712503. PMID 20051569.CS1 maint: Uses authors parameter (link)
  10. Kirsch I, Deacon BJ, Huedo-Medina TB, Scoboria A, Moore TJ, Johnson BT (February 2008). "Initial severity and antidepressant benefits: a meta-analysis of data submitted to the Food and Drug Administration". PLoS Med. 5 (2): e45. doi:10.1371/journal.pmed.0050045. PMC 2253608. PMID 18303940.CS1 maint: Uses authors parameter (link)
  11. Braun, C; Bschor, T; Franklin, J; Baethge, C (2016). "Suicides and Suicide Attempts during Long-Term Treatment with Antidepressants: A Meta-Analysis of 29 Placebo-Controlled Studies Including 6,934 Patients with Major Depressive Disorder". Psychotherapy and psychosomatics. 85 (3): 171–9. doi:10.1159/000442293. PMID 27043848.
  12. Driessen Ellen; Hollon Steven D (2010). "Cognitive Behavioral Therapy for Mood Disorders: Efficacy, Moderators and Mediators". Psychiatric Clinics of North America. 33 (3): 537–55. doi:10.1016/j.psc.2010.04.005. PMC 2933381. PMID 20599132.
  13. Association, American Psychiatric. American Psychiatric Association Practice Guidelines for the Treatment of Psychiatric Disorders: Compendium 2006 (in ଇଂରାଜୀ). American Psychiatric Pub. p. 780. ISBN 9780890423851.
  14. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. doi:10.1016/S0140-6736(15)60692-4. PMID 26063472.
  15. ୧୫.୦ ୧୫.୧ ୧୫.୨ Kessler, RC; Bromet, EJ (2013). "The epidemiology of depression across cultures". Annual review of public health. 34: 119–38. doi:10.1146/annurev-publhealth-031912-114409. PMID 23514317.
  16. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. doi:10.1016/S0140-6736(15)60692-4. PMID 26063472.
  17. ୧୭.୦ ୧୭.୧ Hersen, Michel; Rosqvist, Johan (2008). Handbook of Psychological Assessment, Case Conceptualization, and Treatment, Volume 1: Adults (in ଇଂରାଜୀ). John Wiley & Sons. p. 32. ISBN 9780470173565.
  18. Strakowski, Stephen M.; Nelson, Erik. "Introduction". Major Depressive Disorder (in ଇଂରାଜୀ). Oxford University Press. p. Chapter 1. ISBN 9780190206185.