ଗର୍ଭାଶୟ ଅନ୍ତଃସ୍ତର କର୍କଟ

ଉଇକିପିଡ଼ିଆ‌ରୁ
Endometrial cancer
A diagram of the location and development of endometrial cancer
The location and development of endometrial cancer.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOncology
ଆଇସିଡ଼ି-୧୦C54.1
ଆଇସିଡ଼ି-୯-ସିଏମ୍182.0
ଓଏମ୍‌ଆଇଏମ୍608089
ରୋଗ ଡାଟାବେସ4252
ମେଡ଼ିସିନ-ପ୍ଲସ000910
ଇ-ମେଡ଼ିସିନmed/674 radio/253
Patient UKଗର୍ଭାଶୟ ଅନ୍ତଃସ୍ତର କର୍କଟ
MeSHD016889

ଗର୍ଭାଶୟ ଅନ୍ତଃସ୍ତର କର୍କଟ ଇଂରାଜୀରେ ଏଣ୍ଡୋମେଟ୍ରିଆଲ କର୍କଟ (Endometrial cancer) ଏକ ପ୍ରକାର କର୍କଟ ରୋଗ ଯାହା ଗର୍ଭାଶୟ କାନ୍ଥର ସବୁଠାରୁ ଭିତର ସ୍ତରର(ଏଣ୍ଡୋମେଟ୍ରିଅମ୍) ଝିଲ୍ଲିରୁ ଜାତ ହୁଏ । [୧] ଏଠାରେ ଥିବା ଜୀବକୋଷ ଅନିୟନ୍ତ୍ରିତ ଓ ଅସ୍ୱାଭାବିକ ଭାବରେ ସଂଖ୍ୟା ବୃଦ୍ଧି କରି ନିକଟବର୍ତ୍ତୀ ସ୍ଥାନ‌କୁ ମାଡ଼ିଯାଆନ୍ତି ଓ ଦେହର ଅନ୍ୟ ଅଙ୍ଗମାନଙ୍କୁ ମଧ୍ୟ ବିସ୍ତାର ଲାଭ କରନ୍ତି । [୨] ଏହି ରୋଗରେ ଅଧିକାଂଶ ସମୟରେ ଯୋନୀପଥରୁ ମାସିକ ଋତୁସ୍ରାବ ବ୍ୟତୀତ ରକ୍ତସ୍ରାବ ହୁଏ । ଏହାର ଅନ୍ୟାନ୍ୟ ଲକ୍ଷଣ: ମୁତ୍ର ତ୍ୟାଗରେ ଯନ୍ତ୍ରଣା]], ଯୌନ କ୍ରିଡ଼ାରେ ଯନ୍ତ୍ରଣା କିମ୍ବା ପେଲ୍‌ଭିସ୍ ବା ବସ୍ତିଦେଶରେ ଯନ୍ତ୍ରଣା ହୁଏ । [୧] ମୂଖ୍ୟତଃ ଋତୁବନ୍ଦ ପରେ ଏହି ରୋଗ ହୁଏ । [୩]

ପ୍ରାୟ ୪୦ % କେଶ୍‌ରେ ଏହି ରୋଗ ସ‌ହ ମୋଟାପଣ ବା ସ୍ଥୌଲ୍ୟତାର ସମ୍ପର୍କ ଥିବା ଦେଖାଯାଏ । [୪] ଆନୁସଙ୍ଗିକ ଭାବରେ ଏହା ସାଥିରେ ଅଧିକ ଏସ୍ଟ୍ରୋଜେନ୍ ପ୍ରଭାବ, ଉଚ୍ଚ ରକ୍ତଚାପଡାଏବେଟିସ୍ ଦେଖାଯାଏ । [୧] କେବଳ ଏସ୍ଟ୍ରୋଜେନ ଗ୍ରହଣ କଲେ ଏହି ରୋଗ ସଙ୍କଟ ଅଧିକ ଥିବାବେଳେ ଏସ୍ଟ୍ରୋଜେନ ସ‌ହ ପ୍ରୋଜେସ୍ଟେରନ୍ (ଜନ୍ମ ନିରୋଧକ ବଟିକା) ସେବନ କଲେ ଏହି ସଙ୍କଟ କମ୍ ରହେ । [୧][୪] ୨ରୁ ୫ % ରୋଗୀଙ୍କର ପିତାମାତାଙ୍କ ଜିନ ସ‌ହ ବଂଶଗତ ସମ୍ପର୍କ ଥିବା ଦେଖାଯାଏ । [୪] ଏହି ରୋଗକୁ ଅନେକ ସମୟରେ ଗର୍ଭାଶୟ କର୍କଟ କୁହାଗଲେ ମଧ୍ୟ ଏହା ସେହି କର୍କଟ ନୁହେଁ ଓ ଗର୍ଭାଶୟ ଗ୍ରୀବା କର୍କଟ, ଗର୍ଭାଶୟ ସାର୍କୋମାଟ୍ରୋଫୋବ୍ଲାସ୍ଟିକ ରୋଗଠାରୁ ସମ୍ପୁର୍ଣ୍ଣ ଅଲଗା ।[୫] ଶତକଡ଼ା ୮୦ ଭାଗ କେଶ୍‌ରେ ଉତ୍ତକ ତ‌ତ୍ତ୍ୱ(histopathology) ଅନୁସାରେ ଏହାର ନାମ ଏଣ୍ଡୋମେଟ୍ରିଅଏଡ଼ କର୍କଟ[୪] ଡାଇଲାଟେସନ୍ ଓ କ୍ୟୁରେଟେଜ ସମୟରେ ନମୁନା ନେଇ ବା ଏଣ୍ଡୋମେଟ୍ରିଆଲ ବାୟୋପ୍ସି ନେଇ ରୋଗ ନିର୍ଣ୍ଣୟ କରାଯାଏ । ଗୋଟିଏ ପାପ୍ ସ୍ମିଅର୍ (pap smear) ଏହି ରୋଗ ନିର୍ଣ୍ଣୟ କରିବାକୁ ଯଥେଷ୍ଟ ନୁହେଁ । [୬] ସାଧାରଣ ସଙ୍କଟାବସ୍ଥା ଥିଲେ ମଧ୍ୟ ନିୟମିତ ସ୍କ୍ରିନିଙ୍ଗ ଅନାବଶ୍ୟକ । [୭]

ଏହି ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ନିମନ୍ତେ ଚିକିତ୍ସାର ଅଗ୍ରଣୀ ପସନ୍ଦ ହେଉଛି ଆବ୍‌ଡୋମିନାଲ୍ ହିସ୍ଟେରେକ୍‌ଟୋମି ଅପରେଶନ୍ ଯେଉଁଥିରେ ସମୁଦାୟ ଜରାୟୁ କଢ଼ାଯାଏ ଓ ଫାଲୋପିଆନ ଟ୍ୟୁବ୍ ସ‌ହ ଦୁଇ ପାଖର ଓଭାରି ବା ଡିମ୍ବକୋଷ ବାହାର କରିଦିଆଯାଏ ଯାହାକୁ ବାଇଲାଟେରାଲ ସାଲ୍‌ପିଙ୍ଗୋ-ଉଫୋରେକ୍‌ଟୋମି କୁହାଯାଏ । ରୋଗ ଅତି ଆଗେଇଥିଲେ ରାଡିଏସନ୍ ଥେରାପି, କେମୋଥେରାପି କିମ୍ବା ହର୍‌ମୋନ୍ ଥେରାପି ଦିଆଯାଏ । ଆଶୁ ସ୍ଟେଜ୍‌ରେ ରୋଗ ନିର୍ଣ୍ଣୟ ହୋଇଥିଲେ ଫଳାଫଳ ଅନୁକୂଳ ହୁଏ,[୬] ଓ ପାଞ୍ଚବର୍ଷିଆ ଆୟୁଷ ଆମେରିକାରେ ୮୦%ରୁ ଅଧିକ ହୁଏ । [୮]

ସନ ୨୦୧୨ରେ ୩୨୦,୦୦୦ ମହିଳାଙ୍କୁ ଏଣ୍ଡୋମେଟ୍ରିଆଲ କର୍କଟ ହୋଇଥିଲା ଓ ସେହି କାରଣରୁ ୭୬,୦୦୦ ମୃତ୍ୟୁ ହୋଇଥିଲା । [୪] ମହିଳା କର୍କଟ ରୋଗରେ ଏହା ତୃତୀୟ ସ୍ଥାନ ଅଧିକାର କରିଛି; ଡିମ୍ବାଶୟ କର୍କଟ ଓ ପ୍ପଜରାୟୁ ଗ୍ରୀବା କର୍କଟ[[ ପରେ ଏହାର ସ୍ଥାନ ରହିଛି । ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ [୪] ଓ ମହିଳା ପ୍ରଜନନ ଶ୍ରେଣୀର ରୋଗମାନଙ୍କ ମଧ୍ୟରେ ଅତିଶୟ ସାଧାରଣ ରୋଗ । [୬] ସନ ୧୯୮୦ରୁ ୨୦୧୦ ମଧ୍ୟରେ ଏହି ରୋଗ ହେବାର ହାର ବଢ଼ିଚାଲିଛି । [୪] ଅଧିକ ବୟସ୍କ ଲୋକ ଥିବାରୁ ଓ ଅଧିକ ମୋଟା ହେଉଥିବାରୁ ଏହା ବଢ଼ିବା ବିଶ୍ୱାସ କରାଯାଉଛି । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "General Information About Endometrial Cancer". National Cancer Institute. 22 April 2014. Retrieved 3 September 2014.
  2. "Defining Cancer". National Cancer Institute. Retrieved 10 June 2014.
  3. Kong, A; Johnson, N; Kitchener, HC; Lawrie, TA (18 April 2012). "Adjuvant radiotherapy for stage I endometrial cancer". The Cochrane database of systematic reviews. 4: CD003916. PMID 22513918.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ International Agency for Research on Cancer (2014). World Cancer Report 2014. World Health Organization. Chapter 5.12. ISBN 978-92-832-0429-9.
  5. "What You Need To Know: Endometrial Cancer". NCI. National Cancer Institute. Archived from the original on 8 August 2014. Retrieved 6 August 2014.
  6. ୬.୦ ୬.୧ ୬.୨ "Endometrial Cancer Treatment (PDQ®)". National Cancer Institute. 23 April 2014. Retrieved 3 September 2014.
  7. Hoffman, BL; Schorge, JO; Schaffer, JI; Halvorson, LM; Bradshaw, KD; Cunningham, FG, eds. (2012). "Endometrial Cancer". Williams Gynecology (2nd ed.). McGraw-Hill. p. 823. ISBN 978-0-07-171672-7.
  8. "SEER Stat Fact Sheets: Endometrial Cancer". National Cancer Institute. Retrieved 18 June 2014.
  9. Hoffman, BL; Schorge, JO; Schaffer, JI; Halvorson, LM; Bradshaw, KD; Cunningham, FG, eds. (2012). "Endometrial Cancer". Williams Gynecology (2nd ed.). McGraw-Hill. p. 817. ISBN 978-0-07-171672-7.