ମଦ୍ୟାତ୍ୟୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମଦ୍ୟାତ୍ୟୟ
King Alcohol and his Prime Minister.jpg
"ମଦ୍ୟ ରାଜା ଓ ତାଙ୍କର ପ୍ରଧାନ ମନ୍ତ୍ରୀ" c. ୧୮୨୦
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି psychiatry[*]
ଆଇସିଡ଼ି-୧୦ F10..2
ଆଇସିଡ଼ି-୯-ସିଏମ୍ 303
ମେଡ଼ିସିନ-ପ୍ଲସ 000944
MeSH D000437

ମଦ୍ୟାତ୍ୟୟ (ଇଂରାଜୀ ଭାଷାରେ ଆଲକୋହୋଲିଜ୍ମ ବା ଆଲକୋହୋଲ ୟୁଜ ଡିଜଅର୍ଡର ବା ଆଲକୋହୋଲ ଡିପେଣ୍ଡେନ୍ସ ସିଣ୍ଡ୍ରୋମ ଯଥାକ୍ରମେ Alcoholism, ବା alcohol use disorder (AUD) ବା alcohol dependence syndrome), ଏକ ବିସ୍ତାରିତ ଶବ୍ଦ ଯାହା ଅତ୍ୟଧିକ ଆଲକୋହୋଲ ବା ମଦ୍ୟପାନ କରିବା ପରେ ହେଉଥିବା ଅସୁବିଧା ସମୂହକୁ ବୁଝାଏ । [୧] ପୂର୍ବରୁ ଏହା ଆଲକୋହୋଲ ଆବ୍ୟୁଜଆଲକୋହୋଲ ଡିପେଣ୍ଡେନ୍ସ ନାମରେ ଦୁଇଭାଗରେ ବିଭକ୍ତ କରାଯାଉଥିଲା । [୨][୩] ଚିକିତ୍ସା ବିଜ୍ଞାନରେ ନିମ୍ନ ଲିଖିତ ଅସୁବିଧାମାନଙ୍କ ମଧ୍ୟରୁ ଦୁଇ ବା ତତୋଧିକ ଅସୁବିଧା ଥିଲେ ମଦ୍ୟାତ୍ୟୟ ବା ଆଲକୋହୋଲିଜ୍ମ ନାମ ଦିଆଯାଏ ଯଥା:- ଜଣେ ବ୍ୟକ୍ତି ବହୁତ ଦିନଧରି ଅତ୍ୟଧିକ ମଦ୍ୟପାନ କରୁଥିବ, ମଦ୍ୟପାନ ନିମନ୍ତେ ଅନେକ ସମୟ ବ୍ୟୟ କରୁଥିବ, ଅତ୍ୟଧିକ ମଦ୍ୟପାନ ଇଚ୍ଛା କରୁଥିବ, ମଦ୍ୟପାନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁନଥିବ, ସାମାଜିକ ସମସ୍ୟା ସୃଷ୍ଟି କରୁଥିବ, ସ୍ୱାସ୍ଥ୍ୟ ସମସ୍ୟା ହେଉଥିବ, ସଙ୍କଟଜନକ ଅବସ୍ଥା ସୃଷ୍ଟି କରୁଥିବ, ମଦ୍ୟପାନ ବନ୍ଦକଲେ ନିରୋଧନ ବା ଉଇଥଡ୍ରୟାଲ ଲକ୍ଷଣ ବାହାରୁଥିବ ଓ ଏହାର ବ୍ୟବହାର- ଅସହନଶୀଳତା ହେଉଥିବ । [୩] ଆଲକୋହୋଲ ସେବନ କଲେ ଶରୀରର ସମସ୍ତ ଅଙ୍ଗ ପ୍ରଭାବିତ ହୁଅନ୍ତି ଯେପରିକି ମସ୍ତିଷ୍କ, ହୃତପିଣ୍ଡ, ଯକୃତ, ଅଗ୍ନାଶୟ ଓ ଇମ୍ମ୍ଯୁନିଟି ବିଭାଗ । ଏହା ଫଳରେ ମାନସିକ ରୋଗ, ୱେର୍ଣିକ କୋର୍ସାକୋଫ ସିଣ୍ଡ୍ରୋମ, ଅନିୟମିତ ହୃତ୍‌ସ୍ପନ୍ଦନ, ସିରୋସିସ୍କର୍କଟ ସମ୍ଭାବନା ଦେଖାଯାଏ । [୪][୫] ଗର୍ଭାବସ୍ଥାରେ ମଦ୍ୟପାନ କଲେ ଗର୍ଭସ୍ଥ ଶିଶୁର ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡର ହୁଏ । [୬] ମଦର ବିପଦଜନ‌କ ଶାରୀରିକ ଓ ମାନସିକ ପ୍ରଭାବ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଉପରେ ଅଧିକ ପଡ଼େ । [୭]

ଉଭୟ ଜେନେଟିକ ଓ ପରିବେଶ ଉପାଦାନ ଯୋଗୁ ଆଲକୋହୋଲିଜ୍ମ ହେବା ବିଶ୍ଵାସ କରାଯାଏ ଓ ଉଭୟ ସମପରିମାଣରେ ଏଥି ନିମନ୍ତେ ଦାୟୀ । ଆଲକୋହୋଲିକ ଥିବା ଜଣେ ପିତାମାତା ବା ଭାଇ ଭଉଣୀ ଥିଲେ ୩ ରୁ ୪ ଗୁଣ ଅଧିକ ସଙ୍କଟ ରହେ । [୪] ସାମାଜିକ, ସାଂସ୍କୃତିକ ଓ ବ୍ୟବହାରିକ ପ୍ରଭାବ ମଧ୍ୟ ରହେ । [୮] ଉଚ୍ଚ ଧରଣର ମାନସିକ ଚାପ, ଉତ୍କଣ୍ଠା ଓ ସହଜ ଲବ୍ଧ ଆଲକୋହୋଲ ଏହି ରୋଗ ସଙ୍କଟ ବଢେଇ ଦିଏ । [୪][୯] ରୋଗ ଲକ୍ଷଣ କମେଇବା ନିମନ୍ତେ ବା ପ୍ରତିରୋଧ କରିବା ନିମନ୍ତେ ଆଂଶିକ ଭାବେ ଆଲକୋହୋଲ ପିଆଯାଇପାରେ । ମଦ୍ୟ ପାନ ସଂପୂର୍ଣ୍ଣ ବନ୍ଦ କଲେ ମଧ୍ୟ କିଛି ମାସ ଧରି ଲକ୍ଷଣ ଚାଲୁ ରହେ । [୪] ଚିକିତ୍ସା ବିଜ୍ଞାନ ଅନୁସାରେ ଆଲକୋହୋଲିଜ୍ମ ଉଭୟ ଶାରୀରିକ ଓ ମାନସିକ ରୋଗ ରୂପେ ବିବେଚନା କରାଯାଏ । [୧୦][୧୧] ପ୍ରଶ୍ନାବଳୀ ଓ ରକ୍ତ ପରୀକ୍ଷା କରି ସନ୍ଦେହାତ୍ମକ ରୋଗ ନିର୍ଣ୍ଣୟ କରାଯାଏ । ରୋଗ ନିଧାର୍ଯ୍ୟ ନିମନ୍ତେ ଅଧିକ ତଥ୍ୟ ସଂଗ୍ରହ କରାଯାଏ । [୪]

ଆଲକୋହୋଲ ବା ମଦର ସୀମିତ ବିକ୍ରି ଓ ନିୟନ୍ତ୍ରଣ, ଆଲକୋହୋଲ ଟିକସ ବୃଦ୍ଧି ଓ ଶସ୍ତା ଚିକିତ୍ସା ଉପଲବ୍ଧ କଲେ ମଦ୍ୟାତ୍ୟୟ ଦୂର କରିବା ସମ୍ଭବପର ହେବ । [୧୨] କେତେ ଗୁଡ଼ିଏ ସୋପାନ ଦେଇ ଚିକିତ୍ସା କରାଯାଏ । ମଦ ହଠାତ ତ୍ୟାଗ କଲେ ସ୍ୱାସ୍ଥ୍ୟ ସଙ୍କଟ ଦେଖାଯାଏ, ତେଣୁ ନିୟନ୍ତ୍ରିତ ଆଲକୋହୋଲ ଡିଟକ୍ସିଫିକେସନ କରାଯାଏ । ଏଥି ନିମନ୍ତେ ବେଞ୍ଜୋଡାଏଜେପିନ ଦଳର ଡାଏଜେପାମ ସାଧାରଣତଃ ବ୍ୟବହାର କରାଯାଏ । ଏହି ଚିକିତ୍ସା ଡାକ୍ତରଖାନାରେ ଆଡମିସନ ନେଇ କରାଯାଏ କିମ୍ବା କ୍ଵଚିତ ଘରେ ସ୍ଵତନ୍ତ୍ର ନିରୀକ୍ଷାରେ କରାଯାଏ । [୧୩] ଏହାର ଚିକିତ୍ସାରେ ମାନସିକ ବ୍ୟାଧି ଓ ଅନ୍ୟ ନିଶା ଜଟିଳତା ସୃଷ୍ଟି କରିବା ସମ୍ଭାବନା ଥାଏ । [୧୪] ଡିଟକ୍ସିଫିକେସନ ପରେ ଦଳଗତ ଥେରାପିସାହାଯ୍ୟକାରୀ ଦଳ ରୋଗୀକୁ ପୁନର୍ବାର ନିଶାଗ୍ରସ୍ତ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରନ୍ତି । [୧୫][୧୬] ଅନାମଧେୟ ମଦ୍ୟାସକ୍ତ ଦଳ ସାଧାରଣତଃ ସାହାଯ୍ୟ କରନ୍ତି । [୧୭] ଆକାମ୍ପ୍ରୋସେଟ, ଡାଇସଲଫିରାମ ବା ନାଲଟ୍ରେକସୋନ ଭଳି ଔଷଧ ପୁନର୍ବାର ମଦ୍ୟପାନ କରିବାରୁ ରକ୍ଷାକରିବାକୁ ଦିଆଯାଏ । [୧୮]

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁସାରେ ସନ ୨୦୧୦ ରେ ସାରା ପୃଥିବୀରେ ୨୦୮ ନିୟୁତ (୧୫ ବର୍ଷ ବୟସ ଉପରେ ୪. ୧ % ଲୋକ) ଲୋକ ଏହି ରୋଗରେ ପୀଡ଼ିତ ଥିଲେ । [୭][୧୯] ଆମେରିକାରେ ୧୭ ନିୟୁତ ବୟସ୍କ (୭ %) ଲୋକ ଓ ୦.୭ ନିୟୁତ (୦.୭) ବଡ଼ ପିଲା (୧୨ ରୁ ୧୭ ବୟସ) ମଦ୍ୟାତ୍ୟୟର ଶୀକାର ହୁଅନ୍ତି । [୨୦] ଅଳ୍ପ ବୟସ୍କ ଯୁବକଙ୍କୁ ଅଧିକ ରୋଗ ହୁଏ ଓ ମଧ୍ୟ ବୟସ ତଥା ବୃଦ୍ଧ ବୟସରେ ଏହା କମ ଦେଖାଯାଏ । [୪] ଏହା ସବୁଠାରୁ କମ (୧.୧ %) ଆଫ୍ରିକାରେ ଓ ସର୍ବାଧିକ (୧୧ %) ପୂର୍ବ ୟୁରୋପରେ ଦେଖାଯାଏ । [୪] ସାନା ୧୯୯୦ ରେ ମଦ୍ୟାତ୍ୟୟ ମୃତ୍ୟୁ ୧୧୨,୦୦୦ ଥିବା ବେଳେ ସନ ୨୦୧୩ ରେ ଏହା ବଢିଯାଇ ୧୩୯,୦୦୦ ହୋଇଥିଲା । [୨୧] ସମୁଦାୟ ମୃତ୍ୟୁ ସଂଖ୍ୟାର ୫.୯ % ବା ୩.୩ ନିୟୁତ ଲୋକ କେବଳ ମଦ୍ୟାଶକ୍ତି ଯୋଗୁ ହୁଏ । [୨୦] ମଣିଷର ଆୟୁଷ ଏହା ଯୋଗୁ ୧୦ ବର୍ଷ କମିଯାଏ । [୨୨] ଆମେରିକାରେ ଏହା ଯୋଗୁ ସନ ୨୦୦୬ରେ ଆର୍ଥିକ କ୍ଷତି $୨୨୪ ବିଲିଅନ ଡଲାର ହୋଇଥିଲା । [୨୦] ମଦ୍ୟାସକ୍ତ ଲୋକଙ୍କୁ ଲୋକମାନେ ଅସମ୍ମାନ ଜନକ ଟ୍ରିପଲର, ମଦୁଆ, ଡିପଶୋମାନିଆକ ଇତ୍ୟାଦି ନାମରେ ଡାକୁଥିଲେ । [୨୩] ସନ ୧୯୭୯ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏଭଳି ନାମକୁ ନାପସନ୍ଦ କରି ଆଲକୋହୋଲ ଡିପେଣ୍ଡେନ୍ସ ସିଣ୍ଡ୍ରୋମ ନାମକରଣ କରିଥିଲେ । [୨୪]


ଆଧାର[ସମ୍ପାଦନା]

  1. Jill Littrell (2014). Understanding and Treating Alcoholism Volume I: An Empirically Based Clinician's Handbook for the Treatment of Alcoholism:volume Ii: Biological, Psychological, and Social Aspects of Alcohol Consumption and Abuse. Hoboken: Taylor and Francis. p. 55. ISBN 9781317783145. The World Health Organization defines alcoholism as any drinking which results in problems 
  2. Hasin, Deborah (December 2003). "Classification of Alcohol Use Disorders". http://pubs.niaaa.nih.gov/. Retrieved 28 February 2015. 
  3. ୩.୦ ୩.୧ "Alcohol Use Disorder: A Comparison Between DSM–IV and DSM–5". November 2013. Retrieved 9 May 2015. 
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Association, American Psychiatric (2013). Diagnostic and statistical manual of mental disorders : DSM-5. (5 ed.). Washington, D.C.: American Psychiatric Association. pp. 490–497. ISBN 9780890425541. 
  5. "Alcohol's Effects on the Body". Retrieved 9 May 2015. 
  6. "Fetal Alcohol Exposure". Retrieved 9 May 2015. 
  7. ୭.୦ ୭.୧ Global status report on alcohol and health 2014 (PDF). World Health Organization. 2014. p. s8,51. ISBN 9789240692763. 
  8. Agarwal-Kozlowski K, Agarwal DP (April 2000). "[Genetic predisposition for alcoholism]". Ther Umsch 57 (4): 179–84. doi:10.1024/0040-5930.57.4.179. PMID 10804873. 
  9. Moonat, S; Pandey, SC (2012). "Stress, epigenetics, and alcoholism.". Alcohol research : current reviews 34 (4): 495–505. PMID 23584115. 
  10. Mersy, DJ (1 April 2003). "Recognition of alcohol and substance abuse.". American family physician 67 (7): 1529–32. PMID 12722853. 
  11. "HEALTH AND ETHICS POLICIES OF THE AMA HOUSE OF DELEGATES" (PDF). June 2008. p. 33. Retrieved 10 May 2015. H-30.997 Dual Disease Classification of Alcoholism: The AMA reaffirms its policy endorsing the dual classification of alcoholism under both the psychiatric and medical sections of the International Classification of Diseases. (Res. 22, I-79; Reaffirmed: CLRPD Rep. B, I-89; Reaffirmed: CLRPD Rep. B, I-90; Reaffirmed by CSA Rep. 14, A-97; Reaffirmed: CSAPH Rep. 3, A-07) 
  12. World Health Organization (January 2015). "Alcohol". Retrieved 10 May 2015. 
  13. Blondell RD (February 2005). "Ambulatory detoxification of patients with alcohol dependence". Am Fam Physician 71 (3): 495–502. PMID 15712624. 
  14. DeVido, JJ; Weiss, RD (December 2012). "Treatment of the depressed alcoholic patient.". Current psychiatry reports 14 (6): 610–8. PMID 22907336. 
  15. Morgan-Lopez AA, Fals-Stewart W (May 2006). "Analytic complexities associated with group therapy in substance abuse treatment research: problems, recommendations, and future directions". Exp Clin Psychopharmacol 14 (2): 265–73. doi:10.1037/1064-1297.14.2.265. PMID 16756430. 
  16. Albanese, AP (November 2012). "Management of alcohol abuse.". Clinics in liver disease 16 (4): 737–62. PMID 23101980. 
  17. Tusa, AL; Burgholzer, JA (2013). "Came to believe: spirituality as a mechanism of change in alcoholics anonymous: a review of the literature from 1992 to 2012.". Journal of addictions nursing 24 (4): 237–46. PMID 24335771. 
  18. Testino, G; Leone, S; Borro, P (December 2014). "Treatment of alcohol dependence: recent progress and reduction of consumption.". Minerva medica 105 (6): 447–66. PMID 25392958. 
  19. "Global Population Estimates by Age, 1950–2050". Retrieved 10 May 2015. 
  20. ୨୦.୦ ୨୦.୧ ୨୦.୨ "Alcohol Facts and Statistics". Retrieved 9 May 2015. 
  21. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013.". Lancet 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. 
  22. Schuckit, MA (27 November 2014). "Recognition and management of withdrawal delirium (delirium tremens).". The New England journal of medicine 371 (22): 2109–13. PMID 25427113. 
  23. Chambers English Thesaurus. Allied Publishers. p. 175. ISBN 9788186062043. 
  24. WHO. "Lexicon of alcohol and drug terms published by the World Health Organization". World Health Organisation.