ପ୍ଲାଣ୍ଟାର ଫାସାଇଟିସ

ଉଇକିପିଡ଼ିଆ‌ରୁ
ପ୍ଲାଣ୍ଟାର ଫାସାଇଟିସ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOrthopedics, sports medicine
ଆଇସିଡ଼ି-୧୦M72.2
ଆଇସିଡ଼ି-୯-ସିଏମ୍728.71
ରୋଗ ଡାଟାବେସ10114
ମେଡ଼ିସିନ-ପ୍ଲସ007021
ଇ-ମେଡ଼ିସିନpmr/107
Patient UKପ୍ଲାଣ୍ଟାର ଫାସାଇଟିସ
MeSHD036981

ପ୍ଲାଣ୍ଟାର ଫାସାଇଟିସ, ବା ପ୍ଲାଣ୍ଟାର ଫାସିଓସିସ ବା ଜୋଗେରସ ହିଲ, ଯଥାକ୍ରମେ (ଇଂରାଜୀ ଭାଷାରେ Plantar fasciitis, ବା plantar fasciosis ବା jogger's heel), ଏକ ବେମାରୀ ଯେଉଁଥିରେ ଗୋଇଠି ତଳେ ଓ ପାଦତଳେ ଯନ୍ତ୍ରଣା ହୁଏ । [୧] ଦିବସର ପ୍ରଥମ କେତେ ପାଦ ଚାଲିଲାବେଳେ ବା ବିଶ୍ରାମ ପରେ ଚାଲିବା ବେଳେ ଅତି କଷ୍ଟ ହୁଏ । [୨] ପାଦ ଗୋଇଠିଠାରୁ ଉପରକୁ ମୋଡ଼ିବା ସମୟରେ କଷ୍ଟ ଆରମ୍ଭ ହୁଏ ଓ ଆକିଲେସ ଟେଣ୍ଡନ ଟାଇଟ କଲେ ଅଧିକ କଷ୍ଟ ହୁଏ । [୨][୩] The condition typically comes on slowly.[୩] ଏକ ତୃତୀୟାଂଶ କେଶରେ ଉଭୟ ପାଦରେ କଷ୍ଟ ହୁଏ । [୧] ସ୍ୱାଭାବିକ ଭାବରେ ଏହା ସ‌ହିତ ଜ୍ୱର ନ ଥାଏ ଓ ରାତିରେ ଝାଳ ବହେନାହଁ । [୩]

ପ୍ଲାଣ୍ଟାର ଫାସାଇଟିସ ରୋଗର କାରଣ ବିଷୟରେ ସ୍ପଷ୍ଟ କିଛି ଜଣାଯାଇନାହିଁ । ଏହି ସଙ୍କଟ ଆସିବା କାରଣ ମଧ୍ୟରେ ପାଦର ଅତି ବେଶୀ ବ୍ୟବ‌ହାରହିଁ ମୁଖ୍ୟ କାରଣ ଯେପରିକି ବ‌ହୁତ ସମୟ ଠିଆହେବା, ଅଧିକ ବ୍ୟାୟାମମୋଟାପଣ[୧] ପାଦ ଭିତରପଟକୁ ମୋଡ଼ିବା ଓ ଆଦୌ ବ୍ୟାୟାମ ନ କରିବା ସ‌ହିତ ଏହା ଜଡ଼ିତ ଥାଏ । [୧][୨] ଏହି ରୋଗୀଙ୍କର କାଲକାନିଆଲ ସ୍ପର ଥିଲେ ମଧ୍ୟ ତାହାର ଏହି ରୋଗ ସୃଷ୍ଟିକାରୀ ଭୂମିକା ବିଷୟ ସ୍ପଷ୍ଟ ନୁହେଁ । ଟେଣ୍ଡନ (ପେଶୀରଜ୍ଜୁ) ଓ ହାଡ଼ର ମିଳନ ସ୍ଥଳରେ ଏହି ରୋଗ ହୁଏ ଯାହାକୁ ଏନ୍ଥେସୋପାଥି କୁହାଯାଏ ଓ ଏହି ସ୍ଥଳରେ ସୁକ୍ଷ୍ମ ଫାଟ, ଭଗ୍ନ କୋଲାଜେନ ଓ ସ୍କାର ଦେଖାଯାଏ । [୧] ଏହି ରୋଗରେ ପ୍ରଦାହ କମ ଦେଖାଯାଉଥିବାରୁ ଫାସାଇଟିସ ବଦଳରେ ଫାସିଓସିସ ବ୍ୟବ‌ହାର କରି ଏହାକୁ ପ୍ଲାଣ୍ଟାର ଫାସିଓସିସ ନାମ ଦେବାକୁ ମତ ପ୍ରକାଶ ପାଇଛି । [୧][୪] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ବେଳେବେଳେ ଅଲଟ୍ରାସାଉଣ୍ଡ ସାହାଯ୍ୟ ନିଆଯାଏ । [୧] ପ୍ରାୟ ସମାନ ଲକ୍ଷଣ ଥିବା ଅନ୍ୟ ରୋଗମାନଙ୍କର ନାମ:- ଓଷ୍ଟିଓଆର୍ଥ୍ରାଇଟିସ, ଆଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ, ହିଲ ପ୍ୟାଡ ସିଣ୍ଡ୍ରୋମରିଆକ୍ଟିଭ ଆର୍ଥ୍ରାଇଟିସ[୫][୬]

ଅଧିକାଂଶ ପ୍ଲାଣ୍ଟାର ଫାସାଇଟିସ ରୋଗ ସମୟକ୍ରମେ ସାଧାରଣ ଚିକିତ୍ସାଦ୍ୱାରା ଉପସମ ହୋଇଯାଏ । [୨][୭] ପ୍ରଥମ କିଛି ସପ୍ତାହ ବିଶ୍ରାମ କରିବାକୁ, ନିଜ କାର୍ଯ୍ୟକ୍ରମ ବଦଳେଇବାକୁ ଓ ପ୍ରସାରଧର୍ମି (Stretching) ବ୍ୟାୟାମ ସ‌ହିତ କଷ୍ଟଲାଘବକାରୀ ଔଷଧ ଖାଇବାକୁ ଦିଆଯାଏ । ଏହି ଚିକିତ୍ସା ଯଥେଷ୍ଟ ନ ହେଲେ ଫିଜିଓଥେରାପି, ଓର୍ଥୋଟିକ, ସ୍ପ୍ଲିଣ୍ଟ ଓ ଦରକାର ବେଳେ ସ୍ଟିରଏଡ ଇଞ୍ଜେକସନ ଦିଆଯାଏ । ଅନ୍ୟ ଉପଚାର କାମ ନ କଲେ ଅବଶେଷରେ ଶରୀର ବ‌ହିର୍ଭୁତ ସକ‌ୱେଭ ଥେରାପି ବା ଅପରେଶନ ଆବଶ୍ୟକ ହୋଇପାରେ । [୨]

ପ୍ରତି ମୁହୂର୍ତ୍ତରେ ୪ରୁ ୭ % ଲୋକ ଗୋଇଠି ଯନ୍ତ୍ରଣା ଭୋଗୁଛନ୍ତି ଓ ତା ମଧ୍ୟରୁ ୮୦% କେବଳ ପ୍ଲାଣ୍ଟାର ଫାସାଇଟିସ ରୋଗାକ୍ରାନ୍ତ ଥାଆନ୍ତି । [୧][୫] ଜନସଂଖ୍ୟାର ୧୦ % ଲୋକ ଜୀବନର କୌଣସି ନା କୌଣସି ସମୟରେ ଏହି ରୋଗ ଭୋଗନ୍ତି । [୮] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ସମ୍ଭାବମା ଅଧିକ ହୁଏ । ଲିଙ୍ଗ‌ଗତ ପାର୍ଥକ୍ୟ ସ୍ପଷ୍ଟ ହୋଇନାହିଁ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Beeson P (September 2014). "Plantar fasciopathy: revisiting the risk factors". Foot and ankle surgery: official journal of the European Society of Foot and Ankle Surgeons. 20 (3): 160–5. doi:10.1016/j.fas.2014.03.003. PMID 25103701.
  2. ୨.୦ ୨.୧ ୨.୨ ୨.୩ ୨.୪ Goff JD, Crawford R (September 2011). "Diagnosis and treatment of plantar fasciitis". Am Fam Physician. 84 (6): 676–82. PMID 21916393.
  3. ୩.୦ ୩.୧ ୩.୨ Rosenbaum AJ, DiPreta JA, Misener D (March 2014). "Plantar Heel Pain". Med Clin North Am. 98 (2): 339–52. doi:10.1016/j.mcna.2013.10.009. PMID 24559879.{{cite journal}}: CS1 maint: multiple names: authors list (link)
  4. Lareau CR, Sawyer GA, Wang JH, DiGiovanni CW (June 2014). "Plantar and Medial Heel Pain: Diagnosis and Management". The Journal of the American Academy of Orthopaedic Surgeons. 22 (6): 372–80. doi:10.5435/JAAOS-22-06-372. PMID 24860133.{{cite journal}}: CS1 maint: multiple names: authors list (link)
  5. ୫.୦ ୫.୧ Cutts S, Obi N, Pasapula C, Chan W (November 2012). "Plantar fasciitis". Ann R Coll Surg Engl. 94 (8): 539–42. doi:10.1308/003588412X13171221592456. PMC 3954277. PMID 23131221.{{cite journal}}: CS1 maint: multiple names: authors list (link)
  6. Tu P, Bytomski JR (October 2011). "Diagnosis of heel pain". Am Fam Physician. 84 (8): 909–16. PMID 22010770.
  7. Tahririan MA, Motififard M, Tahmasebi MN, Siavashi B (August 2012). "Plantar fasciitis". J Res Med Sci. 17 (8): 799–804. PMC 3687890. PMID 23798950.{{cite journal}}: CS1 maint: multiple names: authors list (link)
  8. Zhiyun L, Tao J, Zengwu S (July 2013). "Meta-analysis of high-energy extracorporeal shock wave therapy in recalcitrant plantar fasciitis". Swiss Med Wkly. 143: w13825. doi:10.4414/smw.2013.13825. PMID 23832373. Archived from the original on 2014-01-02. Retrieved 2016-01-11.{{cite journal}}: CS1 maint: multiple names: authors list (link)