ଅର୍ଶ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅର୍ଶ ରୋଗ
Internal and external hemorrhoids.png
Diagram demonstrating the anal anatomy of both internal and external hemorrhoids
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି general surgery[*]
ଆଇସିଡ଼ି-୧୦ I84.
ଆଇସିଡ଼ି-୯-ସିଏମ୍ 455
ରୋଗ ଡାଟାବେସ 10036
ମେଡ଼ିସିନ-ପ୍ଲସ 000292
ଇ-ମେଡ଼ିସିନ med/2821 emerg/242
Patient UK ଅର୍ଶ
MeSH D006484

ଅର୍ଶ (ଇଂରାଜୀରେ ହେମୋରଏଡ୍ Hemorrhoids (US English) ବା haemorrhoids UK /ˈhɛmərɔɪdz/), ଏକ ପ୍ରକାର ରୋଗ ଯେଉଁଥିରେ ମଳଦ୍ୱାରଠାରେ ଥିବା ଶୀରା ସମୂହ[୧][୨] ସ୍ଫିତ ହୋଇଯାଏ [୩][୨]ସାଧାରଣ ଅବସ୍ଥାରେ ଏହି ଶୀରାଗୁଡ଼ିକ କୁସନ୍ ଭଳି କାମ କରି ମାନବ ମଳ ନିଷ୍କାସନ ନିୟନ୍ତ୍ରଣ କରେ । [୪] ଏଥିରେ ଯେତେବେଳେ ପ୍ରଦାହ ହୁଏ ବା ଏହା ସ୍ଫୀତ ହୁଏ[୫] । ଏତିକିବେଳେ ଏହାକୁ ଅର୍ଶ ରୋଗ ନାମ ଦିଆଯାଏ ।[୪] ଉପସ୍ଥାପନ ଅନୁସାରେ ଲକ୍ଷଣ ଦେଖାଯାଏ । ଅନ୍ତଃ ଅର୍ଶ ହେଲେ କଷ୍ଟ‌ହୀନ ହୁଏ କିନ୍ତୁ ମଳତ୍ୟାଗ ସମୟରେ ରକ୍ତସ୍ରାବ ହୁଏ ।]].[୬][୭] କିନ୍ତୁ ବାହ୍ୟ ଅର୍ଶ ହେଲେ ମଳଦ୍ୱାରପାର୍ଶ୍ୱ ସ୍ଥାନ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ରକ୍ତସ୍ରାବ ହେଲେ ରକ୍ତ ସାଧାରଣତଃ ଗାଢ଼ ରଙ୍ଗ ହୁଏ ।[୭] କିଛି ଦିନ ମଧ୍ୟରେ ଏହା ଉପଶମ ହୋଇଯାଏ ।[୬] ସୁସ୍ଥ ହେବା ପରେ ମଧ୍ୟ ଏକ ଚର୍ମ ମୁଣ୍ଡା ରହିଯାଏ ।[୭] ଏହି ରୋଗ ନିର୍ଦ୍ଦଷ୍ଟ କାରଣ ଜଣା ନ ଥିଲେ ମଧ୍ୟ ପେଟ ମଧ୍ୟସ୍ଥ ଅତ୍ୟଧିକ ଚାପ ବା କୋଷ୍ଠକାଠିନ୍ୟର ରୋଗ ହେବାରେ ଭୂମିକା ଥାଏ ।

ଅର୍ଶର କାରଣ ଅଜଣା ଥିଲେ ମଧ୍ୟ କେତେକ ପେଟର ଚାପ ବୃଦ୍ଧି କରୁଥିବା କାରକମାନଙ୍କର ଏଥିରେ ଭୂମକା ଥିବା ବିଶ୍ୱାସ କରାଯାଏ ।[୭] ଏହି କାରଣ ଗୁଡ଼ିକର ନାମ କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ଓ [ପାଇଖାନା]]ରେ ଦୀର୍ଘ ସମୟ ଧରି ବସିରହିବା । ଗର୍ଭାବସ୍ଥାରେ ଏହି ରୋଗ ଅଧିକ ହେବା ଦେଖାଯାଏ ।. ରୋଗାକ୍ରାନ୍ତ ସ୍ଥାନ‌ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୬] ଅନେକ ଲୋକ ଯେ ମଳଦ୍ୱାର ପାଖରେ ଯେ କୌଣସି ଲକ୍ଷଣ ହେଲେ ଅର୍ଶ ନାମ ଦିଅନ୍ତି କିନ୍ତୁ ଅନ୍ୟ ଏହାର କାରଣମାନଙ୍କୁ ଖୋଜି ବାହାର କରିବାକୁ ହୁଏ ।[୪] କୋଲୋନୋସ୍କୋପି ବା ସିଗ୍‌ମୋଏଡସ୍କୋପି କରି ଏହି ରୋଗ ନିଧାର୍ଯ୍ୟ କରାଯିବା ସ‌ହିତ ଅନ୍ୟ ସାଂଘାତିକ ଅବସ୍ଥାର ଅନୁପସ୍ଥିତି ଖୋଜିବାକୁ ହୁଏ ।[୮]

ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନାହିଁ ।[୮] ପ୍ରାରମ୍ଭିକ ଉପଚାର ମଧ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ଗ୍ରହଣ, ଜଳ‌ଯୋଜନ ନିମନ୍ତେ ଅଧିକ ଜଳ ଗ୍ରହଣ, କଷ୍ଟ ଲାଘବ ନିମନ୍ତେ ଏନ.ଏସ୍.ଆଇ.ଡି ଓ ବିଶ୍ରାମ ଆବଶ୍ୟକ ।[୫] ଔଷଧ ଯୁକ୍ତ ମଲମର ଉପକାରୀତା ପ୍ରମାଣିତ ହୋଇନାହିଁ ।[୮] ସାଧାରଣ ଚିକିତ୍ସାରେ ଲକ୍ଷଣ ଉପଶମ ନ ହେଲେ ବା ସାଂଘାତିକ ହେଲେ ଅନେକ ପ୍ରକାର ଉପଚାର କରାଯାଏ । ବିଭିନ୍ନ ଉପଚାର ସତ୍ତ୍ୱେ କିଛି ଉପଶମ ନ ହେଲେ ଅପରେଶନ କରାଯାଏ ।[୯]

ଜୀବନର କୌଣସି ନା କୌଣସି ସମୟରେ ଅର୍ଦ୍ଧେକ ଦୁଇ ତୃତୀୟାଂଶ ଲୋକଙ୍କର ଏହି ରୋଗ ହୁଏ ।[୫][୬] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୫] ଅଧିକାଂଶ ରୋଗୀଙ୍କ ବୟସ ୪୫ରୁ ୬୫ ବର୍ଷ ହୋଇଥାଏ ।[୧୦]ଧନୀମାନଙ୍କର ଏହି ରୋଗ ଅଧିକ ହୁଏ ।[୭] ଏହାର ଫଳାଫଳ ସାଧାରଣତଃ ଭଲ ଥାଏ ।[୬][୮] ଖ୍ରୀ:ପୂ: ୧୭୦୦ରେ ମିଶରର ପାପିରସରେ ଏହା ଲିଖିତ ହୋଇଛି । [୧୧]

ଆଧାର[ସମ୍ପାଦନା]

  1. Chen, Herbert (2010). Illustrative Handbook of General Surgery. Berlin: Springer. p. 217. ISBN 1-84882-088-7. 
  2. ୨.୦ ୨.୧ Schubert, MC; Sridhar, S; Schade, RR; Wexner, SD (July 2009). "What every gastroenterologist needs to know about common anorectal disorders". World J Gastroenterol 15 (26): 3201–9. doi:10.3748/wjg.15.3201. ISSN 1007-9327. PMC 2710774. PMID 19598294. 
  3. Chen, Herbert (2010). Illustrative Handbook of General Surgery. Berlin: Springer. p. 217. ISBN 1-84882-088-7. 
  4. ୪.୦ ୪.୧ ୪.୨ Beck, David E. (2011). The ASCRS textbook of colon and rectal surgery (2nd ed. ed.). New York: Springer. p. 175. ISBN 9781441915818. 
  5. ୫.୦ ୫.୧ ୫.୨ ୫.୩ Lorenzo-Rivero, S (August 2009). "Hemorrhoids: diagnosis and current management". Am Surg 75 (8): 635–42. PMID 19725283. 
  6. ୬.୦ ୬.୧ ୬.୨ ୬.୩ ୬.୪ "Hemorrhoids". National Institute of Diabetes and Digestive and Kidney Diseases. November 2013. Retrieved 15 February 2016. 
  7. ୭.୦ ୭.୧ ୭.୨ ୭.୩ ୭.୪ Sun, Z; Migaly, J (March 2016). "Review of Hemorrhoid Disease: Presentation and Management.". Clinics in colon and rectal surgery 29 (1): 22–9. PMID 26929748. 
  8. ୮.୦ ୮.୧ ୮.୨ ୮.୩ Hollingshead, JR; Phillips, RK (January 2016). "Haemorrhoids: modern diagnosis and treatment.". Postgraduate medical journal 92 (1083): 4–8. PMID 26561592. 
  9. Rivadeneira, DE; Steele, SR; Ternent, C; Chalasani, S; Buie, WD; Rafferty, JL; Standards Practice Task Force of The American Society of Colon and Rectal, Surgeons (September 2011). "Practice parameters for the management of hemorrhoids (revised 2010)". Diseases of the colon and rectum 54 (9): 1059–64. doi:10.1097/DCR.0b013e318225513d. PMID 21825884. 
  10. Kaidar-Person, O; Person, B; Wexner, SD (January 2007). "Hemorrhoidal disease: A comprehensive review" (PDF). Journal of the American College of Surgeons 204 (1): 102–17. doi:10.1016/j.jamcollsurg.2006.08.022. PMID 17189119. 
  11. Ellesmore, Windsor (2002). "Surgical History of Haemorrhoids". In Charles MV. Surgical Treatment of Haemorrhoids. London: Springer.