ଚାଗାସ୍ ରୋଗ

ଉଇକିପିଡ଼ିଆ‌ରୁ
ଚାଗାସ୍ ରୋଗ
Photomicrograph of Giemsa-stained Trypanosomacruzi
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], parasitology[*]
ଆଇସିଡ଼ି-୧୦B57.
ଆଇସିଡ଼ି-୯-ସିଏମ୍086
ରୋଗ ଡାଟାବେସ13415
ମେଡ଼ିସିନ-ପ୍ଲସ001372
ଇ-ମେଡ଼ିସିନmed/327
Patient UKଚାଗାସ୍ ରୋଗ
MeSHD014355

ଚାଗାସ୍ ରୋଗ, ଇଂରାଜୀରେ Chagas disease /ˈɑːɡəs/, ବା ଆମେରିକାନ୍ ଟ୍ରିପାନୋସୋମିଆସିସ୍ (American trypanosomiasis), ଏକ ଗ୍ରୀଷ୍ମ ମଣ୍ଡଳୀୟପରଜୀବୀ ରୋଗ ଯାହା ଟ୍ରିପାନୋସୋମାକୃଜି ନାମକ ଏକ ପ୍ରୋଟୋଜୋଆଦ୍ୱାରା ହୁଏ । [୧] କିସିଙ୍ଗ ବଗ୍ ନାମକ ଏକ ପ୍ରକାର କୀଟଦ୍ୱାରା ଏହା ବ୍ୟାପେ । [୧] ଏ ରୋଗରେ ସମୟାନୁକ୍ରମେ ଲକ୍ଷଣ ପରିବର୍ତ୍ତୀତ ହୁଏ । ଆରମ୍ଭରେ କିଛି ଲକ୍ଷଣ ନ ଥାଏ ବା ସାମାନ୍ୟ ରହେ, ସେଗୁଡ଼ିକ; ଜ୍ୱର, ଲସିକା ଗ୍ରନ୍ଥି ଫୁଲା, ମୁଣ୍ଡବଥା ଓ କାମୁଡ଼ା ସ୍ଥାନରେ ଫୁଲିବା ।[୧] ୮ରୁ ୧୨ ସପ୍ତାହ ପରେ ରୋଗ କ୍ରନିକ ସ୍ତରକୁ ଯାଏ ଓ ଏମାନଙ୍କ ମଧ୍ୟରୁ ୬୦-୭୦% କୌଣସି ଲକ୍ଷଣ ଦେଖାନ୍ତି ନାହିଁ ।[୨][୩] ବଳକା ୩୦-୪୦% ରୋଗୀ ପ୍ରଥମ ସଂକ୍ରମଣର ୧୦ରୁ ୩୦ ବର୍ଷ ପରେ ପରବର୍ତ୍ତୀ ଲକ୍ଷଣ ଦେଖାନ୍ତି ।[୩] ଏମାନଙ୍କର ହୃତ୍‌ପିଣ୍ଡ ନିଳ‌ୟ ବଡ଼ ହୋଇଯାଇ ୨୦ରୁ ୩୦% ରୋଗୀଙ୍କର ହୃତ୍‌ପିଣ୍ଡ ଫେଲ ହୁଏ ।[୧] ପ୍ରାୟ ୧୦ % ରୋଗୀଙ୍କର ଏସୋଫେଗସ୍ ବଡ଼ ହୋଇଯାଏ କିମ୍ବା କୋଲୋନ ବଡ଼ ହୋଇଯାଏ ।[୧]

ଟି.କ୍ରୁଜି (ଇଂରାଜୀରେT. cruzi) ମଣିଷ ଓ ଅନ୍ୟ ସ୍ତନ୍ୟପାୟୀ ଜୀବଙ୍କ ପାଖକୁ ଟ୍ରାଏଟୋମିନି ସବ୍‌ଫ୍ୟାମିଲିର ରକ୍ତଶୋଷୀ କିସିଙ୍ଗ ବଗଦ୍ୱାରା ବ୍ୟାପେ । [୪] ଏହି କୀଟଗୁଡ଼ିକର ଆନେକ ସ୍ଥାନୀୟ ନାମ ଥାଏ ଯେପରିକି ଭିଞ୍ଛୁଆ ନାମ ଆର୍ଜେଣ୍ଟିନା, ବୋଲିଭିଆ, ଚିଲି ଓ ପାରାଗୁଏ; ବ୍ରାଜିଲରେ ବାର୍ବିରୋ, କୋଲୋମ୍ବିଆରେ ପିଟୋ, ମଧ୍ୟ ଆମେରିକାରେ ଚିଞ୍ଚେ ଓ ଭେନେଜୁଏଲାରେ ଚିପୋ । ରକ୍ତ ଟ୍ରାନ୍‌ସଫ୍ୟୁଜନ, ଅଙ୍ଗ ପ୍ରତିରୋପଣ, ପରଜୀବୀ ଅପମିଶ୍ରିତ ଖାଦ୍ୟ, ମାଆଠାରୁ ଶିଶୁକୁ ଏ ରୋଗ ବ୍ୟାପେ । [୧] ଅଣୁବୀକ୍ଷଣ ଯନ୍ତ୍ରରେ ରକ୍ତ ପରୀକ୍ଷା କରି ପରଜୀବୀ ଦେଖିଲେ ରୋଗ ନିର୍ଣ୍ଣୟ କରିହୁଏ ।[୩] ରକ୍ତରେଟି କ୍ରୁଜି ନିମନ୍ତେ ଆଣ୍ଟିବଡି ମିଳିଲେ କ୍ରନିକ ରୋଗ ନିର୍ଣ୍ଣୟ କରାଯାଏ । [୩]

କିସିଙ୍ଗ ବଗ ମାରିବା ଓ ତାଙ୍କ କାମୁଡ଼ାରୁ ରକ୍ଷା ପାଇବା ଚେଷ୍ଟା କଲେ ରୋଗ ପ୍ରତିରୋଧ କରିହୁଏ । [୧] ଟ୍ରାନ୍‌ସଫ୍ୟୁଜନ ନିମିତ୍ତ ଥିବା ରକ୍ତ ସ୍କ୍ରିନିଙ୍ଗ କରି ପ୍ରତିରୋଧ କରିହୁଏ । [୧] ୨୯୧୩ ମସିହା ପର୍ଯ୍ୟନ୍ତ କୌଣସି ଟିକା ଏହା ନିମନ୍ତେ ବାହାରି ନାହିଁ । [୧] ବେଞ୍ଜିନିଡାଜୋଲ (benznidazole) କିମ୍ବା or ନିଫୁର୍ଟିମୋକ୍‌ସ (nifurtimox) ଔଷଧ ସାହାଯ୍ୟରେ ଏହି ରୋଗ ଆରମ୍ଭରେ ଚିକିତ୍ସା କରାଯାଏ ।[୧] ରୋଗ ଆରମ୍ଭରେ ଔଷଧ ଦେଲେ ରୋଗ ଆରୋଗ୍ୟ ହୁଏ କିନ୍ତୁ ସମୟ ବିତିଗଲେ କମ ଫଳପ୍ରଦ ହୁଏ ।[୧] କ୍ରନିକ ରୋଗରେ ଦେଲେ ପ୍ରାନ୍ତୀୟ ଲକ୍ଷଣ ସମୂହ ହେବାକୁ ଡେରି ଲାଗେ । [୧] ବେଞ୍ଜିନିଡାଜୋଲ ଓ ନିଫୁର୍ଟିମୋକ୍‌ସ ଔଷଧ ଦେଲେ ୪୦ % ରୋଗୀଙ୍କର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ ।[୧] ଏଥିରେ ଚର୍ମ ରୋଗ, ମସ୍ତିଷ୍କ ଅବ୍ୟବସ୍ଥା, ଓ ହଜମ ସିସ୍ଟମ ପ୍ରତିକ୍ରିୟା ଦେଖାଯାଏ ।[୨][୫][୬]

ହିସାବ କରି ଦେଖାଯାଇଛି, ୭ରୁ ୮ ନିୟୁତ ଲୋକ ମଧ୍ୟରୁ ମେକ୍ସିକୋ, ମଧ୍ୟ ଆମେରିକାଦକ୍ଷିଣ ଆମେରିକାରେ ଅଧିକାଂଶ ଲୋକଙ୍କର ଚାଗାସ୍ ରୋଗ ଅଛି । [୧] ଏହା ଯୋଗୁ ୨୦୦୬ ମସିହାରେ ୧୨,୫୦୦ ମୃତ୍ୟୁ ହୋଇଥିଲା ।[୨] ରୋଗ ଭୋଗୁଥିବା ଅଧିକାଂଶ ଲୋକ ଦରିଦ୍ର [୨] ଓ ଅଧିକାଂଶ ଲୋକ ଅନୁଭବ କରିପାରନ୍ତିନି ଯେ ସେମାନଙ୍କର ଏହି ରୋଗ ଅଛି । [୭] ଘନ ଜନବସତି ବୃଦ୍ଧି ପାଉଥିବା ଅଞ୍ଚଳରେ ଚାଗାସ୍ ରୋଗ ହେଉଥିବାରୁ ଅଧୁନା ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ଦେଶମାନଙ୍କରେ ଏହା ଦେଖାଯାଉଛି । [୧] ଏହି ଅଞ୍ଚଳମାନଙ୍କରେ ରୋଗୀ ସଂଖ୍ୟା ୨୦୧୪ ସୁଦ୍ଧା ବଢ଼ୁଛି । [୮] କାର୍ଲୋସ ଚାଗାସ୍ ପ୍ରଥମେ ୧୯୦୯ ମସିହାରେ ଏହି ରୋଗର ବର୍ଣ୍ଣନା କରିଥିଲେ ଯାହାଙ୍କ ନାମ ଅନୁସାରେ ଏହି ରୋଗ ନାମିତ ହୋଇଛି ।[୧] ଏହି ରୋଗ ୧୫୦ରୁ ଉରଦ୍ଧ୍ୱ ପଶୁମାନଙ୍କୁ ଆକ୍ରମଣ କରେ ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ "Chagas disease (American trypanosomiasis) Fact sheet N°340". World Health Organization. March 2013. Retrieved 23 February 2014.
  2. ୨.୦ ୨.୧ ୨.୨ ୨.୩ ୨.୪ Rassi A, Rassi A, Marin-Neto JA (April 2010). "Chagas disease". Lancet. 375 (9723): 1388–402. doi:10.1016/S0140-6736(10)60061-X. PMID 20399979.{{cite journal}}: CS1 maint: multiple names: authors list (link)
  3. ୩.୦ ୩.୧ ୩.୨ ୩.୩ RassiA, Jr; Rassi, A; Marcondes de Rezende, J (June 2012). "American trypanosomiasis (Chagas disease)". Infectious disease clinics of North America. 26 (2): 275–91. doi:10.1016/j.idc.2012.03.002. PMID 22632639.
  4. "DPDx – Trypanosomiasis, American. Fact Sheet". Centers for Disease Control (CDC). Retrieved 12 May 2010.
  5. Bern C, Montgomery SP, Herwaldt BL,; et al. (November 2007). "Evaluation and treatment of chagas disease in the United States: a systematic review". JAMA. 298 (18): 2171–81. doi:10.1001/jama.298.18.2171. PMID 18000201.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  6. Rassi A, Dias JC, Marin-Neto JA, Rassi A (April 2009). "Challenges and opportunities for primary, secondary, and tertiary prevention of Chagas' disease". Heart. 95 (7): 524–34. doi:10.1136/hrt.2008.159624. PMID 19131444.{{cite journal}}: CS1 maint: multiple names: authors list (link)
  7. Capinera, John L., ed. (2008). Encyclopedia of entomology (2nd ed. ed.). Dordrecht: Springer. p. 824. ISBN 9781402062421. {{cite book}}: |edition= has extra text (help)
  8. Bonney, KM (2014). "Chagas disease in the 21st Century: a public health success or an emerging threat?". Parasite. 21: 11. doi:10.1051/parasite/2014012. PMC 3952655. PMID 24626257. open access publication – free to read