Jump to content

ଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ
ବିଭାଗPediatrics
ଆଇସିଡ଼ି-୧୦R95.
ଆଇସିଡ଼ି-୯-ସିଏମ୍798.0
ଓଏମ୍‌ଆଇଏମ୍272120
ରୋଗ ଡାଟାବେସ12633
ମେଡ଼ିସିନ-ପ୍ଲସ001566
ଇ-ମେଡ଼ିସିନemerg/407 ped/2171
Patient UKଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ
MeSHD013398

ଅକସ୍ମାତ ନବଜାତ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ ( ଇଂରାଜୀରେ sudden infant death syndrome (SIDS), ବା cot death ବା crib death) ଏକ ରୋଗ ଯେଉଁଥିରେ ଏକ ବର୍ଷରୁ କମ ବୟସର ଶିଶୁଙ୍କର ଅକାରଣ ଅକସ୍ମାତ ମୃତ୍ୟୁ ହୁଏ ।[] ତନ୍ନ ତନ୍ନ କରି ସମସ୍ତ ପରୀକ୍ଷା କରିସାରିବା ପରେ ଏପରିକି ଅଟୋପ୍ସି ପରେ ମଧ୍ୟ ମୃତ୍ୟୁର କୌଣସି କାରଣ ନ ମିଳିଲେ ଏହି ନାମ ଦିଆଯାଏ ।[] ସଂକ୍ଷେପରେ ଏହାକୁ ଏସ.ଆଇ.ଡି. କୁହାଯାଏ ଓ ଏହି ମୃତ୍ୟୁ ଶୟନ ସମୟରେ ହୁଏ ।[] ସ୍ୱାଭାବିକ ଭାବରେ ଏହି ମୃତ୍ୟୁ 00:00ରୁ 09:00 ଘଣ୍ଟା ସମୟରେ ହୁଏ ।[] ଏଥିରେ କୌଣସି ସଂଘର୍ଷର ଚିହ୍ନ ମିଳେନି ବା କୌଣସି ଶବ୍ଦ ଶୁଣାଯାଇ ନ ଥାଏ ।[]

ଏସ.ଆଇ.ଡି. ରୋଗର କାରଣ ଜଣାଯାଇ ନାହିଁ ।[] କେତେକ ମିଶ୍ରିତ ଉପାଦାନ ଏହି ରୋଗ କରିଥାଇପାରେ ଯେପରିକି ଅନ୍ତର୍ନିହିତ ସ‌ହଜ ଆକ୍ରମଣର ଶିକାର, ନିର୍ଦ୍ଦିଷ୍ଟ ସମୟ ଓ ପରିବେଶ ଚାପ ।[][] ପରିବେଶ ସମ୍ବନ୍ଧୀୟ ଚାପ ମଧ୍ୟରେ ପେଟମାଡ଼ି ବା କଡ଼ମାଡ଼ି ଶୋଇବା, ଅତ୍ୟଧିକ ଉତ୍ତାପ ଓ ସିଗାରେଟ ଧୁମ୍ର ପ୍ରଭାବ ।[] ଗୋଟିଏ ଶେଯରେ ଶୋଇଲେ ଦୁର୍ଘଟଣାକ୍ରମେ ମୃତ୍ୟୁ ହୋଇପାରେ ।[] ୩୯ ସପ୍ତାହ ଗର୍ଭାଧାନ ପୂର୍ବରୁ ଜନ୍ମ ଲାଭ ମଧ୍ୟ ଏକ ସଙ୍କଟ ଜନ‌କ ଅବସ୍ଥା ହୋଇପାରେ [] ମୋଟ ନବଜାତ ଶିଶୁ ମୃତ୍ୟୁର ୮୦ % ଏହି ଏସ.ଆଇ.ଡି. ଯୋଗୁ ହୁଏ ଓ ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣ, ଜେନେଟିକ ବିଶୃଙ୍ଖଳା ଓ ହୃଦରୋଗ ହୋଇପାରେ  ଶିଶୁ ଶାରୀରିକ ଓ ଯୌନ ଉତ୍ପୀଡ଼ନ ଆକାରରେ ଶ୍ୱାସରୁଦ୍ଧ ହୋଇଥିଲେ ଭୂଲକ୍ରମେ ଏସ.ଆଇ.ଡି. ରୋଗ ନିର୍ଣ୍ଣୟ କରିହୋଇଯାଏ ଓ ଏହା ୫ %ରୁ କମ ହୁଏ ।[]

ଏକ ବର୍ଷ ବୟସରୁ କମ ଶିଶୁକୁ ପିଠିପଟେ ଶୁଆଇବା ଏସ.ଆଇ.ଡି. ରୋଗର ସବୁଠାରୁ ପ୍ରଭାବଶାଳୀ ପ୍ରତିଷେଧକ ଉପାୟ ।[] ଯତ୍ନ ନେଉଥିବା ଲୋକଠାରୁ ଦୂରରେ ଟାଣୁଆ ବିଛଣା, ସାମାନ୍ୟ ଥଣ୍ଡା ଆବ‌ହାୱା, ଶାନ୍ତକାରୀ ଔଷଧ ଓ ଧୁଆଁଠାରୁ ଦୂରରେ ରଖିବା ଏହାର ଅନ୍ୟାନ୍ୟ ପ୍ରତିଷେଧ ବ୍ୟବସ୍ଥା ମଧ୍ୟରେ ଯାଏ ।[] ସ୍ତନ୍ୟପାନଟିକାକରଣ ଏହାର ପ୍ରତିଷେଧ କାମ କରିପାରେ ।[][] ଅବସ୍ଥାନ‌କାରୀ ଯନ୍ତ୍ର, ଶିଶୁ ମନିଟର ଓ ପଙ୍ଖା ଚାଳନା ଏହାର ଉପକାରରେ ଆସିବା ପ୍ରମାଣ ନାହିଁ ।[][] ଶିଶୁର କୌଣସି ସାକ୍ଷୀ ନ ଥାଇ, ପରୀକ୍ଷା ନ କରି ହଠାତ ମୃତ୍ୟୁ ହେଉଥିବା ଯୋଗୁ ଶୋକଗ୍ରସ୍ତ ପରିବାରକୁ ଆଶ୍ୱାସନା ଦେବା ନିତାନ୍ତ ଆବଶ୍ୟକ ।[]

ବିକାଶଶୀଳ ଦେଶମାନଙ୍କରେ ଏସ.ଆଇ.ଡି. ରୋଗର ହାର ଏକ ହଜାରରୁ ଦଶ ହଜାରରେ ଗୋଟିଏ ଥାଏ ।[] ପୃଥିବୀରେ ସନ ୧୯୯୦ରେ ୨୨,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୧୫,୦୦୦ ମୃତ୍ୟୁ ହୋଇଛି ।[୧୦] ଆମେରିକାରେ ସନ ୨୦୧୧ରେ ଏକ ବର୍ଷରୁ କମ ଶିଶୁ ମୃତ୍ୟୁରେ ଏସ.ଆଇ.ଡି. ରୋଗ ତୃତୀୟ ସ୍ଥାନ ଅଧିକାର କରିଥିଲା ।[୧୧]ଏକ ମାସରୁ ଏକ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ଏହା ଏକ ସାଧାରଣ କାରଣ ।[] ଛଅ ମାସ ବୟସ ପୂର୍ବରୁ ୯୦ % ମୃତ୍ୟୁ ହୁଏ ଓ ୨ରୁ ୪ ମାସ ମଧ୍ୟରେ ବାରମ୍ବାର ସର୍ବାଧିକ ହୁଏ ।[][] ଝିଅଙ୍କ ଅପେକ୍ଷା ପୁଅମାନଙ୍କର ଏହା ଅଧିକ ହୁଏ ।[]

  1. "Sudden Infant Death Syndrome (SIDS): Overview". www.nichd.nih.gov. 27 June 2013. Retrieved 9 March 2015.
  2. "Centers for Disease Control and Prevention, Sudden Infant Death". Retrieved March 13, 2013.
  3. 1 2 3 4 5 6 7 Kinney HC, Thach BT (2009). "The sudden infant death syndrome". N. Engl. J. Med. 361 (8): 795–805. doi:10.1056/NEJMra0803836. PMC 3268262. PMID 19692691.
  4. Optiz, Enid Gilbert-Barness, Diane E. Spicer, Thora S. Steffensen ; foreword by John M. (2013). Handbook of pediatric autopsy pathology (Second edition. ed.). New York, NY: Springer New York. p. 654. ISBN 9781461467113.{{cite book}}: CS1 maint: multiple names: authors list (link)
  5. Scheimberg, edited by Marta C. Cohen, Irene (2014). The Pediatric and perinatal autopsy manual. p. 319. ISBN 9781107646070. {{cite book}}: |first1= has generic name (help)CS1 maint: multiple names: authors list (link)
  6. 1 2 3 "What causes SIDS?". www.nichd.nih.gov/. 12 April 2013. Retrieved 9 March 2015.
  7. 1 2 3 4 5 "How many infants die from SIDS or are at risk for SIDS?". www.nichd.nih.gov. 19 November 2013. Retrieved 9 March 2015.
  8. 1 2 3 Moon RY, Fu L (July 2012). "Sudden infant death syndrome: an update". Pediatrics in review / American Academy of Pediatrics. 33 (7): 314–20. doi:10.1542/pir.33-7-314. PMID 22753789.
  9. 1 2 "How can I reduce the risk of SIDS?". www.nichd.nih.gov/. 22 August 2014. Retrieved 9 March 2015.
  10. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  11. Hoyert DL, Xu JQ (2012). "Deaths: Preliminary data for 2011" (PDF). National vital statistics reports. National Center for Health Statistics. 61 (6): 8.