ପରଳ

ଉଇକିପିଡ଼ିଆ ରୁ
Jump to navigation Jump to search
ପରଳ
Cataract in human eye.png
ମାନବ ଚକ୍ଷୁ ପରଳର ସ୍ଲିଟ ଲ୍ୟାମ୍ପଦ୍ୱାରା ବିଚ୍ଛୁରିତ ଅଭିବର୍ଦ୍ଧିତ ଦୃଶ୍ୟ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଚକ୍ଷୁରୋଗ ବିଜ୍ଞାନ[*]
ଆଇସିଡ଼ି-୧୦H25.-H26., H28., Q12.0
ଆଇସିଡ଼ି-୯-ସିଏମ୍366
ରୋଗ ଡାଟାବେସ2179
ମେଡ଼ିସିନ-ପ୍ଲସ001001
ଇ-ମେଡ଼ିସିନarticle/1210914

ପରଳ (ଇଂରାଜୀ ଭାଷାରେ କାଟାରାକ୍ଟ/ Catarect) ନାମକରଣ କରାଯାଏ ଚକ୍ଷୁ ମଧ୍ୟରେ ଥିବା ଜୈବିକ ଯବକାଚ ବା ଲେନ୍ସର, ଯେତେବେଳେ ତାହା ମେଘୁଆ ବା ଅସ୍ୱଚ୍ଛ ହୋଇ ଦୃଷ୍ଟିହାନି ହୁଏ । ଏହା ଗୋଟିଏ ଆଖିରେ ବା ଉଭୟ ଆଖିରେ ହୋଇପାରେ । ଏହାର ଲକ୍ଷଣ: ରଙ୍ଗ ଫିକା ଦେଖାଯାଏ, ଦୃଶ୍ୟ ଅସ୍ପଷ୍ଟ ହୁଏ, ଆଲୋକ ଚାରିପଟେ ଉଜ୍ଜ୍ୱଳ ଆଲୋକ ଛଟା (halo) ଦେଖାଯାଏ, ଉଜ୍ଜ୍ୱଳ ଆଲୋକ ଦେଖିବାରେ ଅସୁବିଧା ଓ ରାତିରେ ଦେଖିବା ଅସୁବିଧା ହୁଏ । [୧] ପଢ଼ିବା, ଗାଡ଼ି ଚଲେଇବା ଓ ମୁହଁ ଚିହ୍ନିବାରେ ଅସୁବିଧା ହୁଏ । [୨] ଦୃଷ୍ଟିହାନି ଯୋଗୁ ପଡ଼ିଯିବା ସଙ୍କଟ ରହେ ଓ ଅବସାଦ ହୁଏ । [୩] ସାରା ପୃଥିବୀରେ ପରଳ କାରଣରୁ ମୋଟ ଅନ୍ଧ ଲୋକସଂଖ୍ୟାର ଅଧା ଅଟନ୍ତି ଓ ୩୩ % ଲୋକଙ୍କର ଦୃଷ୍ଟିହାନି ହୁଏ । [୪][୫]

ପରଳ ରୋଗ ବୟସାଧିକ୍ୟ ଯୋଗୁ ହେଲେ ମଧ୍ୟ ଆଘାତ, ରାଡିଏସନ ପ୍ରଭାବ, ଜନ୍ମଗତ ଓ ଆଖିର ଅନ୍ୟ କୌଣସି କାରଣରୁ କରାଯାଇଥିବା ଅପରେଶନ ଯୋଗୁ ହୋଇପାରେ । [୧][୬] ଏହି ରୋଗ ସଙ୍କଟ ସୃଷ୍ଟିକାରୀ ଅନ୍ୟାନ୍ୟ ଅବସ୍ଥାମାନଙ୍କରେ ନାମ: ଡାଏବେଟିସ, ଧୁମ୍ରପାନ, ସୂର୍ଯ୍ୟାଲୋକରେ ଅଧିକ ସମୟ ଅବସ୍ଥାନ ଓ ମଦ୍ୟପାନ ଇତ୍ୟାଦି । ଲେନ୍ସ ମଧ୍ୟରେ କ୍ଷୁଦ୍ର ପ୍ରୋଟିନ ପୁଞ୍ଜ ବା ହଳଦିଆ-ମାଟିଆ ବର୍ଣ୍ଣକଣିକା ଜମା ହୋଇଯିବାଦ୍ୱାରା ଏହା ମାଧ୍ୟମରେ ସଞ୍ଚାରିତ ଆଲୋକ ରଶ୍ମୀ ଡୋଳା ପଛରେ ଥିବା ରେଟିନାରେ କମ ପଡ଼େ । ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୧]

ସୂର୍ଯ୍ୟ ଚଷମା ପିନ୍ଧି ଓ ଧୁମ୍ରପାନ ବର୍ଜନ କରି ଏହି ରୋଗକୁ ପ୍ରତିରୋଧ କରିହୁଏ । ପ୍ରାରମ୍ଭରେ ସୂର୍ଯ୍ୟ ଚଷମା ପିନ୍ଧିଲେ ଲକ୍ଷଣରେ ଉନ୍ନତି ହୁଏ । ଏଥିରେ ଉପକାର ନ ହେଲେ ଅପରେଶନ କରି ଅସ୍ୱଚ୍ଛ ଲେନ୍ସ ବାହାର କରିଦିଆଯାଇ ନୂଆ କୃତ୍ରିମ ଲେନ୍ସ ଲଗେଇବା ଏକ ପ୍ରଭାବଶାଳି ଚିକିତ୍ସା ଅଟେ । ପରଳ ଯଦି ସମସ୍ୟା ସୃଷ୍ଟି କରେ ତାହେଲେ ଅପରେଶନ କରାଯାଏ । [୧] ଅପରେଶନ ସାଧାରଣତଃ ଏକ ଉନ୍ନତ ଜୀବନ ଯାପନର ସ‌ହାୟକ ହୁଏ । [୭] ଅନେକ ଦେଶମାନଙ୍କରେ ସ‌ହଜରେ ପରଳ ଅପରେସନ (କାଟାରାକ୍ଟ ଅପରେଶନ) ଉପଲବ୍ଧ ହୁଏନାହିଁ ବିଶେଷତଃ ମହିଳାମାନଙ୍କ ନିମନ୍ତେ । [୬][୮]

ପରଳ ଯୋଗୁ ପୃଥିବୀର ୨୦ ନିୟୁତ ଲୋକ ଅନ୍ଧ ହୋଇଛନ୍ତି । [୬] ଏହା ଯୋଗୁ ଅମେରିକାରେ ୫ % ଲୋକ ଅନ୍ଧ ଅଟନ୍ତି ଓ ଆଫ୍ରିକା ତ‌ଥା ଦକ୍ଷିଣ ଆମେରିକାରେ ୬୦ % ଲୋକ ଅନ୍ଧ ହୋଇଛନ୍ତି । [୮] ବିକାଶଶୀଳ ଦେଶରେ ପ୍ରତି ଏକ ଲକ୍ଷରେ ୧୦ରୁ ୪୦ ଜଣ ଓ ବିକଶିତ ଦେଶରେ ଏକ ଲକ୍ଷରେ ୧ରୁ ୪ ଜଣ ଅନ୍ଧ ଅଛନ୍ତି । [୯] ବୟସ ବଢ଼ବା ସଙ୍ଗେ ସଙ୍ଗେ ପରଳ ରୋଗୀ ସଂଖ୍ୟା ଅଧିକ ହୁଏ । ଆମେରିକାରେ ୮୦ ବର୍ଷ ବୟସ ସୁଦ୍ଧା ଅର୍ଦ୍ଧେକ ସଂଖ୍ୟକ ଲୋକ ଅନ୍ଧତ୍ୱର ଶିକାର ହୁଅନ୍ତି । [୧]

କାରଣ[ସମ୍ପାଦନା]

ପରଳ ହେବାର ଅନେକ ପ୍ରବର୍ତ୍ତକ ମଧ୍ୟରେ ଅତି ବାଇଗଣି ରଶ୍ମି, ଆୟନ ସୃଷ୍ଟିକାରୀ ବିକିରଣ, ମଧୁମେହ,ଉଚ୍ଚ ରକ୍ତଚାପ, ବୟସାଧିକ୍ୟ ଏବଂ ଆଘାତ ଅନ୍ୟତମ । ଆଖିର ଜୈବ-ଯବକାଚ ଏଥିରେ ଥିବା ନ୍ୟୁକ୍ଲିକ ଅମ୍ଳ ଓ ପ୍ରୋଟିନର ଗଠନର ପରିବର୍ତ୍ତନ ହୋଇଯିବାରୁ ଅସ୍ୱଚ୍ଛ ହୋଇଯାଏ । ପରିବର୍ତ୍ତିତ ଗୁଣସୂତ୍ର ଯୋଗୁ ଆଜନ୍ମ ପରଳ ଥାଏ । ପାରିବାରିକ ପରଳ ଇତିହାସ ଥିଲେ ଏହି ରୋଗ ହେବାର ସମ୍ଭାବନା ରହେ । ଚକ୍ଷୁରେ ଆଘାତ ବା ଆଲର୍ଜି ଥିଲେ ପିଲାମାନଙ୍କର ପରଳ ତ୍ୱରାନ୍ୱିତ ହୋଇଯାଏ[୧୦] । ଆୟୋଡିନ ଅଭାବ ହେଲେ ମଧ୍ୟ ପରଳ ହୁଏ[୧୧]

ଔଷଧ ଜନିତ[ସମ୍ପାଦନା]

କର୍ଟିକୋସ୍ଟିରଏଡ[୧୨] ଓ ମନ ବିକାର ଦୂରୀକରଣ ଭଳି ଔଷଧ ସମୁହ ପରଳ ପ୍ରବର୍ତ୍ତନ କରାଏ ।

ବିକୀରଣ ଜନିତ[ସମ୍ପାଦନା]

ବାୟୁ ମଣ୍ଡଳରେ ଓଜୋନ ସ୍ତର କମିଯିବା ହେତୁ ଅତିବାଇଗଣୀ ରଶ୍ମୀ ଅଧିକା ହୋଇ ପରଳ କରାଇବାର ସମ୍ଭାବନା ଅଛି[୧୩] । ଆଇସ୍‌ଲ୍ୟାଣ୍ଡେୟାର ପାଇଲଟ୍‌ମାନଙ୍କ ଉପରେ ପରୀକ୍ଷା କରି ଦେଖା ଗଲା ଯେ କମର୍ସିଆଲ ପାଇଲଟମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ୩ଗୁଣ ଅଧିକ ପରଳ ଭୋଗିବାର ସମ୍ଭାବନା ଅଛି । ଅତି ଉଚ୍ଚରେ ବାହାର ସ୍ପେସ୍‌ରୁ ଆସୁଥିବା ବିକୀରଣ ଯୋଗୁ କ୍ଷତି ହେଉଛି କିନ୍ତୁ ଆମ ବାୟୁ ମଣ୍ଡଳରେ ଦୁର୍ବଳ ହୋଇଯାଉଛି[୧୪] । ୩୯ ଜଣରୁ ୩୬ ଜଣ ଆସ୍ଟ୍ରୋନଟ ବହୁତ ଶୀଘ୍ର ପରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହା କସ୍‌ମିକ ରଶ୍ମୀ ଯୋଗୁ ଘଟୁଛି[୧୫][୧୬] । ଇନ୍‌ଫ୍ରାରେଡ୍ ଓ ମାଇକ୍ରୋବେଭ ସହ କାମ କରୁଥିବା ଲୋକମାନେ ଶୀଘ୍ର ପରଳ ଆକ୍ରାନ୍ତ ହେଉଛନ୍ତି ।

ସଂଯୁକ୍ତ ରୋଗ ସମଷ୍ଟି[ସମ୍ପାଦନା]

  • ଗୁଣସୂତ୍ର ଅବ୍ୟବସ୍ଥା
    • ୧କ୍ୟୁ୨୧.୧ ଡିଲିସନ୍ ସିଣ୍ଡ୍ରୋମ୍
    • କ୍ରି-ଡୁ-ଚାଟ୍ ସିଣ୍ଡ୍ରୋମ
    • ପାଟାଉ ସିଣ୍ଡୋମ୍
    • ସ୍ମିଡ୍-ଫ୍ରକାରୋ ସିଣ୍ଡୋମ୍
    • ଟ୍ରିସୋମି ୧୮(ଏଡ୍‌ବାର୍ଡ୍ ସିଣ୍ଡ୍ରୋମ୍)
    • ଟର୍ନର ସିଣ୍ଡ୍ରୋମ୍
  • ଏକକ ଜିନ୍ ଅବ୍ୟବସ୍ଥା
    • ଆଲ୍‌ପୋର୍ଟ୍ ସିଣ୍ଡ୍ରୋମ୍
    • କନ୍‌ରାଡି ସିଣ୍ଡ୍ରୋମ୍
    • ମାୟୋଟନିକ୍ ଡିସ୍‌ଟ୍ରଫି
    • ଅଟୋସୋମାଲ୍ ଡୋମିନାଣ୍ଟ କେରାଟୋକୋନସ୍
  • ଶ୍ଳେଷ୍ମ ଝିଲ୍ଲି ଓ ଚର୍ମ ରୋଗ
    • ଆଟୋପିକ୍ ଡର୍ମାଟାଇଟିସ୍
    • ବାସାଲ୍ ସେଲ୍ ନେଭସ୍ ସିଣ୍ଡ୍ରୋମ୍
    • ଇକ୍‌ଥିଓସିସ୍
    • ପେମ୍ଫିଗସ୍
  • ଚୟାପଚୟ (Metabolic Diseases) ଓ ପୋଷକ ରୋଗ
    • ଆମିନୋଏସିଡୁରିଆ
    • ମଧୁମେହ
    • ଫାବ୍ରି ରୋଗ
    • ଗାଲାକ୍ଟୋସେମିଆ
    • ହୋମୋସିସ୍ଟିନୁରିଆ
    • ହାଇପର୍‌ପାରାଥାଇରଏଡିଜ୍ମ
    • ହାଇପର୍‌ଭିଟାମିନୋସିସ୍
    • ହାଇପର‌ଥାଇରଏଡିଜ୍ମ
    • ମ୍ୟୁକୋପଲିସାକାରାଇଡୋସିସ୍
    • ଉଇଲ୍‌ସନ୍ ରୋଗ
  • ସଂକ୍ରାମକ ରୋଗ
    • ଜନ୍ମଗତ
      • ଜନ୍ମଗତ ହର୍‌ପେକ୍ସ ସିମ୍ପ୍ଲେକ୍ସ
      • ଆଜନ୍ମ ସିଫିଲିସ୍
      • ସାଇଟୋମେଗାଲିକ୍ ଇନକ୍ଲୁଜନ ରୋଗ
    • ଅନ୍ୟାନ୍ୟ
      • ସିସ୍ଟିନୁରିଆ
      • କୁଷ୍ଠ
      • ଓକୋସର୍‌ସିଆସିସ୍
      • ଟକ୍ସୋପ୍ଲାଜ୍ମୋସିସ୍
  • ଶରୀରରେ ବିଷାକ୍ତ ପଦାର୍ଥ
    • କର୍ଟିକୋସ୍ଟିରଏଡ୍
    • ହାଲୋପେରିଡଲ୍
    • ମାୟୋଟିକ୍ସ
    • ଟ୍ରିପାରାନଲ୍

ବର୍ଗୀକରଣ[ସମ୍ପାଦନା]

ପରଳ ରୋଗ ସମ୍ପୁର୍ଣ୍ଣ ବା ଅସମ୍ପୁର୍ଣ୍ଣ ହୋଇପାରେ,ସ୍ଥିର ବା ବୃଦ୍ଧି ସମ୍ପର୍ଣ୍ଣ ହୋଇପାରେ କିମ୍ବା ଟାଣ ବା ନରମ ହୋଇପାରେ । ଅନ୍ୟ ବର୍ଗ ମଧ୍ୟରେ ବାହ୍ୟ ବା ନ୍ୟଷ୍ଟି, ପକ୍ୱ ବା ଅତିପକ୍ୱ ହୁଏ । ବୟସାଧିକ୍ୟ ହେଲେ ସମ୍ମୁଖ ଭାଗ, କର୍ଟିଲୋସ୍ଟିରଏଡ୍ଦ୍ୱାରା ହେଲେ ପୃଷ୍ଠ ଭାଗ କ୍ଷତିଗ୍ରସ୍ତ ହୁଏ ।
ନିମ୍ନରେ ବର୍ଗୀକରଣ ପ୍ରଦତ୍ତ ହେଲା କିନ୍ତୁ ଏହି ବ୍ୟତୀତ ଅନ୍ୟ କିଛି ଅସାଧାରଣ ରହିଥାଇ ପାରେ ।

  • କାରଣାତ୍ମକ
    • ବୟସ ଅନୁସାରେ
      • ବାହ୍ୟ ବୟସାଧିକ୍ୟ ପରଳ
        • ଅପରିପକ୍ୱ ବାର୍ଦ୍ଧକ୍ୟ ଜନିତ: ଅସମ୍ପୁର୍ଣ୍ଣ ଅସ୍ୱଚ୍ଛ
        • ପକ୍ୱ ବାର୍ଦ୍ଧକ୍ୟ ଜନିତ ପରଳ: ସମ୍ପୁର୍ଣ୍ଣ ଅସ୍ୱଚ୍ଛ
        • ଅତି ପକ୍ୱ ବାର୍ଦ୍ଧକ୍ୟ ପରଳ:ତରଳିକୃତ ବାହ୍ୟ ଅଂଶ
      • ବାର୍ଦ୍ଧକ୍ୟ ନ୍ୟଷ୍ଟି ପରଳ
        • ପରଳ ବୃନେସେନ୍ସ
        • ପରଳ ନାଇଗ୍ରା
        • ପରଳ ରୁବ୍ରା
    • ଜନ୍ମଗତ ପରଳ
      • ସୁକ୍ରାଲ ପରଳ
      • ଲାମେଲାର ପରଳ
      • ଜୋନ୍ୟୁଲାର ପରଳ
      • ସମ୍ପୁର୍ଣ୍ଣ ପରଳ
    • ସେକେଣ୍ଡାରି ପରଳ
      • ଔଷଧିକୃତ ପରଳ ଯଥା କର୍ଟିକୋସ୍ଟିରଏଡ
    • ଆଘାତ ଜନିତ ପରଳ
      • ଧାରହୀନ ଆଘାତ
      • ଭେଦକାରୀ ଆଘାତ
  • ଅସ୍ୱଚ୍ଛତାର ବର୍ଗୀକରଣ:ଜବକାଚର ବିଭିନ୍ନ ସ୍ଥାନ ବିଶେଷ
    • ସାମନା କର୍ଟିକାଲ ପରଳ
    • ସାମନା ପୋଲାର ପରଳ
    • ସାମନା ସବକାପ୍‌ସ୍ୟୁଲ ପରଳ
    • ନ୍ୟଷ୍ଟି ପରଳ, ଏହା ପରଳର ଦୃଢତା ଓ ଅପରେଶନ କରିବା ବେଳେ ସହଜ ବା କଷ୍ଟସାଧ୍ୟ ସୂଚନା ଦିଏ ।
      • ପାଉଁସିଆ
      • ହଳଦିଆ
      • ଆମ୍ବର(Amber)
      • ମାଟିଆ/କଳା
    • ପୃଷ୍ଠ କର୍ଟିକାଲ ପରଳ
    • ପୃଷ୍ଠ ପୋଲାର ପରଳ
    • ପୃଷ୍ଠ ସବ୍‌କାପ୍‌ସୁଲାର ପରଳ
    • ପି.ସି.ଓ. ପରଳ ରୋଗ ଅପରେଶନ ପରେ କ୍ୟାପ୍‌ସ୍ୟୁଲ ଅସ୍ୱଚ୍ଛତା

ଲକ୍ଷଣ ଓ ଚିହ୍ନ[ସମ୍ପାଦନା]

ଗୋଟିଏ ଛୋଟ ପିଲାର ଆଜନ୍ମ ରୁବେଲା ଯୋଗୁ ଦୁଇଟିଯାକ ଆଖିରେ ପରଳ ହୋଇଛି

ପରଳ ରୋଗ ବୃଦ୍ଧି ସଙ୍ଗେ ସଙ୍ଗେ ଦୃଷ୍ଟି ଶକ୍ତି ହ୍ରାସ ପାଏ । ଭିଜୁଆଲ୍ ଆକୁଇଟି (visual acuity) କମିଯାଏ । କଣ୍ଟ୍ରାସ୍ଟ ସେନ୍ସିଟିଭିଟି କମିଯାଏ । ରଙ୍ଗ, ଛାୟା ଓ କଣ୍ଟୋର (contour) ଦେଖିବା ଶକ୍ତି କମିଯାଏ ।
ରାତିରେ ରାସ୍ତା ଆଲୋକ ଚାରିପଟେ ଜ୍ୟୋତି ଦେଖାଗଲେ ବା ମଧୁମେହ ଥିଲେ ଚିକିତ୍ସକ ଉପଦେଶ ଦରକାର ।
ପରଳର ଲକ୍ଷଣ ଅନ୍ୟ ଏକ ରୋଗ ଅକୁଲାର ସିଟ୍ରୋସିସ୍ ସହ ପ୍ରାୟ ସମାନ ।

ରୋଗ ନିରୋଧ[ସମ୍ପାଦନା]

ପରଳ ପ୍ରତିରୋଧ ନିମନ୍ତେ କୌଣସି ନିର୍ଦିଷ୍ଟ ଉପାୟ ନ ଥିଲେ ମଧ୍ୟ ଅତିବାଇଗଣି ରଶ୍ମି ନିରୋଧି ଚଷମା ବ୍ୟବହାର କଲେ ପରଳ ପ୍ରକ୍ରିୟା ଧୀର ହୋଇଯାଏ[୧୭] [୧୮] । ପ୍ରତି ଦିନ ଭିଟାମିନ୍ ଏ, ସି ଏବଂ ଇ ଭଳି ଆଣ୍ଟିଅକ୍ସିଡାଣ୍ଟ ବ୍ୟବହାର କଲେ ଉପକାର ମିଳେ[୧୯]

ଚିକିତ୍ସା[ସମ୍ପାଦନା]

ମସିହା ୧୯୬୦ରେ ଭ୍ୟାଟୋସ୍ଲାଭ ଫ୍ୟୋଡୋରୋଭ ସର୍ବ ପ୍ରଥମେ ଜବକାଚ ପରିବର୍ତ୍ତନ ଅପରେଶନ କରି ପରଳ ଦୂରିଭୁତ କରିବା ପରେ ଆଧୁନିକ ଚିକିତ୍ସା ଚାଲିଲା ।

ଶଲ୍ୟ ଚିକିତ୍ସା ବିହୀନ[ସମ୍ପାଦନା]

ଏନ୍-ଆସେଟିଲ୍‌କାର୍ନିସିନ ଟୋପା ଆଖିରେ ପକେଇଲେ କିଛି ଦୃଷ୍ଟି ଶକ୍ତି ଫେରିଆସେ[୨୦]

ଶଲ୍ୟ ଚିକିତ୍ସା[ସମ୍ପାଦନା]

ଆଗେ ପରଳ ପରିପକ୍ୱ ହେବା ପରେ ଅପରେଶନ କରାଯାଉଥିଲା[୨୧] । ଆଜିକାଲି ଯେ କୌଣସି ଅବସ୍ଥାରେ ଅପରେଶନ୍ କରା ଯାଉଛି । ସବୁ ଅପରେଶନ ଭଳି ଏହି ଅପରେଶନରେ ବିପଦ ଥିବାରୁ କିଛି ଦୃଷ୍ଟି ଶକ୍ତି ହ୍ରାସ ହେବା ପରେ ଅପରେଶନ କରାଯାଉଛି[୨୧] .[୨୨] । ପ୍ରତି ହଜାରରେ ଜଣେ ଲୋକର ଅପରେଶନ ପରେ ଏଣ୍ଡୋଫ୍‌ଥାଲ୍‌ମାଇଟିସ ହୁଏ[୨୩]

ରୋଗ ଅନୁଶୀଳନ[ସମ୍ପାଦନା]

ସଂସାରରେ ଯେତେ ଅନ୍ଧ ଅଛନ୍ତି ସେମାନଙ୍କ ମଧ୍ୟରୁ ୪୮%,(ପ୍ରାୟ ୧୮ନିୟୁତ)ଲୋକ ପରଳ ଯୋଗୁ ଅନ୍ଧ ହୋଇଛନ୍ତି ।[୨୪] ୨୦୦୪ ମସିହା ହିସାବ ଅନୁସାରେ ୫୩.୮ନିୟୁତ ଲୋକଙ୍କର ମଧ୍ୟମ ଓ ସାଂଘାତିକ ଧରଣର ପରଳ ହୋଇଥିଲା, ଯେଉଁଥିରୁ ୫୨.୨ନିୟୁତ ଲୋକ ଗରିବ ବା ମଧ୍ୟବିତ୍ତ ପରିବାରର ଥିଲେ ।[୨୫]
ଅନେକ ଦେଶମାନଙ୍କରେ ଅପରେଶନ ସୁବିଧା ନ ଥିବା ଯୋଗୁ ପରଳ ଯୋଗୁ ଅଧିକାଂଶ ଅନ୍ଧ ହେଉଛନ୍ତି ।ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ପରଳ ଯୋଗୁ କମ ଦୃଷ୍ଟି ସମ୍ପର୍ଣ୍ଣ ଲୋକ ମଧ୍ୟ ସୃଷ୍ଟି ହୁଅନ୍ତି । ଅପରେଶନ ସୁବିଧା ଥିଲେ ମଧ୍ୟ ଅଧିକ ଖର୍ଚ, ଜ୍ଞାନର ଅଭାବ, ଲମ୍ବା ଧାଡିରେ ରହିବା ଓ ଗମନାଗମନ ଅସୁବିଧା ଯୋଗୁ ଅନେକ ଲୋକ ସ୍ୱଳ୍ପ ଦୃଷ୍ଟି ସମ୍ପର୍ଣ୍ଣ ହୋଇ ରହନ୍ତି ।
ଆମେରିକାରେ ୫୨ରୁ୬୪ବର୍ଷ ବୟସ ମଧ୍ୟରେ ୪୨% ଲୋକଙ୍କର ଜବକାଚ ପରିବର୍ତ୍ତନ ଦେଖାଯାଏ ।[୨୬] ୬୫ରୁ୭୪ ବର୍ଷ ବୟସ ମଧ୍ୟରେ ୬୦% ଲୋକ[୨୭] ଓ ୭୫ରୁ୮୫ ବର୍ଷ ବୟସ ମଧ୍ୟରେ ୯୧% ଲୋକଙ୍କର କମ୍ ଦୃଷ୍ଟି ଥାଏ ।[୨୬]

ଇତିହାସ[ସମ୍ପାଦନା]

ପୁରାତନ ରୋମରେ ଏନ୍‌ସାକ୍ଲୋପିଡିଆ ଲେଖକ ଅଲସ କର୍ନେଲିଅସ୍ ସେଲ୍‌ସସ୍ (Aulus Cornelius Celsus), ଡି ମେଡିସିନ (De Medicinae) ପୁସ୍ତକରେ ସର୍ବ ପ୍ରଥମେ ପରଳ ଓ ତାହାର ଅପରେଶନ ବିଷୟରେ ଲେଖିଥିବାର ପ୍ରମାଣ ମିଳୁଛି ।[୨୮] ରୋମାନମାନେ ସ୍ୱାସ୍ଥ୍ୟ ବିଷୟରେ ବହୁତ ଚିନ୍ତାଶୀଳ ଥିଲେ, ବିଶେଷତଃ ଚକ୍ଷୁ ବିଷୟରେ ।[୨୯]
ଭାରତରେ ସର୍ବ ପ୍ରଥମେ ସଂସ୍କୃତ ଭାଷାରେ ଶୁଶୃତ ପରଳ ଅପରେଶନ ବିଷୟରେ ଲେଖିଥିଲେ[୩୦] ।ଏହି ବିଷୟର ମୂଳ ଲେଖାର ସମ୍ପୂର୍ଣ୍ଣ ଆଲେଖ୍ୟ the Wikipedia entry on Cataract Surgery ପଠନ କରନ୍ତୁ ।
ମୁସଲ୍‌ମାନ୍ ଚକ୍ଷୁ ଚିକିତ୍ସକ ଅମର ଇବ୍ନ ଅଲି ତାଙ୍କ ପୁସ୍ତକରେ (Choice of Eye Diseases) ସିରିଞ୍ଜ ଓ ପରଳ ବାହାର କରିବା ବିଷୟରେ ଲେଖିଛନ୍ତି ।

ଶବ୍ଦ ବ୍ୟୁତ୍ପତ୍ତି[ସମ୍ପାଦନା]

ପରଳ ଶବ୍ଦର ଅର୍ଥ ଲାଟିନ ଭାଷାରେ 'ଝରଣା' ଓ ଗ୍ରୀକ୍ ଭାଷାରେ 'ନିମ୍ନଗାମୀ' ।

ଗବେଷଣା[ସମ୍ପାଦନା]

ଲୁଟିନ ଓ ଜେକ୍ସାନ୍ଥିନ୍ (lutein and zeaxanthin) ବିଷୟରେ ମିଶ୍ରିତ ଓ ସ୍ୱଳ୍ପ ଗବେଷଣା ଚାଲିଛି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Facts About Cataract". September 2009. Retrieved 24 May 2015.
  2. Allen D, Vasavada A (2006). "Cataract and surgery for cataract". BMJ. 333 (7559): 128–32. doi:10.1136/bmj.333.7559.128. PMC 1502210. PMID 16840470.
  3. Gimbel, HV; Dardzhikova, AA (January 2011). "Consequences of waiting for cataract surgery". Current Opinion in Ophthalmology. 22 (1): 28–30. PMID 21076306.
  4. "Visual impairment and blindness Fact Sheet N°282". August 2014. Retrieved 23 May 2015.
  5. GLOBAL DATA ON VISUAL IMPAIRMENTS 2010 (PDF). WHO. 2012. p. 6.
  6. ୬.୦ ୬.୧ ୬.୨ "Priority eye diseases". Retrieved 24 May 2015.
  7. Lamoureux, EL; Fenwick, E; Pesudovs, K; Tan, D (January 2011). "The impact of cataract surgery on quality of life". Current Opinion in Ophthalmology. 22 (1): 19–27. PMID 21088580.
  8. ୮.୦ ୮.୧ Rao, GN; Khanna, R; Payal, A (January 2011). "The global burden of cataract". Current Opinion in Ophthalmology. 22 (1): 4–9. PMID 21107260.
  9. Pandey, Suresh K. (2005). Pediatric cataract surgery techniques, complications, and management. Philadelphia: Lippincott Williams & Wilkins. p. 20. ISBN 9780781743075.
  10. Chen CC, Huang JL, Yang KD, Chen HJ (2000). "Atopic cataracts in a child with atopic dermatitis: a case report and review of the literature". Asian Pac. J. Allergy Immunol. 18 (1): 69–71. PMID 12546060. Unknown parameter |month= ignored (help)CS1 maint: Multiple names: authors list (link)
  11. Buchberger W, Winkler R, Moser M, Rieger G (1991). "Influence of iodide on cataractogenesis in Emory mice". Ophthalmic Res. 23 (6): 303–8. doi:10.1159/000267127. PMID 1803312.CS1 maint: Multiple names: authors list (link)
  12. Spencer R., Andelman S. (1965). "Steroid Cataracts. Posterior Subcapsular Cataract Formation In Rheumatoid Arthritis Patients On Long Term Steroid Therapy". Arch Ophthalmol. 74: 38–41. PMID 14303339.
  13. doi:10.1136/bmj.331.7528.1292-d
    This citation will be automatically completed in the next few minutes. You can jump the queue or expand by hand
  14. Rafnsson, V (2005). "Cosmic radiation increases the risk of nuclear cataract in airline pilots: a population-based case-control study". Arch Ophthalmol. 123 (8): 1102–1105. doi:10.1001/archopht.123.8.1102. PMID 16087845. Unknown parameter |coauthors= ignored (|author= suggested) (help)
  15. See Ms. Irene Schneider on the November 20, 2005 episode of The Space Show.
  16. Barry, Patrick L. "Blinding Flashes". Science.nasa.gov. Retrieved November 25, 2008.
  17. Javitt, JC; Wang, F; West, SK (1996). "Blindness Due to Cataract: Epidemiology and Prevention" (PDF). Annual review of public health. 17: 159–77. doi:10.1146/annurev.pu.17.050196.001111. PMID 8724222. Cited in Five-Year Agenda for the National Eye Health Education Program (NEHEP), p. B-2; National Eye Institute, U.S. National Institutes of Health
  18. Javitt, JC; Wang, F; West, SK (1996). "Blindness Due to Cataract: Epidemiology and Prevention" (PDF). Annual review of public health. 17: 159–77. doi:10.1146/annurev.pu.17.050196.001111. PMID 8724222. Cited in Five-Year Agenda for the National Eye Health Education Program (NEHEP), p. B-2; National Eye Institute, U.S. National Institutes of Health
  19. Age-Related Eye Disease Study Research Group (2001). "A randomized, placebo-controlled, clinical trial of high-dose supplementation with vitamins C and E and beta carotene for age-related cataract and vision loss: AREDS report no. 9". Archives of ophthalmology. 119 (10): 1439–52. doi:10.1001/archopht.119.10.1439. PMC 1472812. PMID 11594943. Unknown parameter |month= ignored (help)
  20. Babizhayev MA, Deyev AI, Yermakova VN; et al. (2001). "N-Acetylcarnosine, a natural histidine-containing dipeptide, as a potent ophthalmic drug in treatment of human cataracts". Peptides. 22 (6): 979–94. doi:10.1016/S0196-9781(01)00407-7. PMID 11390029. Unknown parameter |month= ignored (help); Explicit use of et al. in: |author= (help)CS1 maint: Multiple names: authors list (link)
  21. ୨୧.୦ ୨୧.୧ "Cataracts". RNIB. 2011-06-15. Retrieved 2011-11-22.
  22. Davies, H. E. (25 February 2011). "The risks of radiation exposure related to diagnostic imaging and how to minimise them". BMJ. 342 (feb25 1): d947–d947. doi:10.1136/bmj.d947. Unknown parameter |coauthors= ignored (|author= suggested) (help)
  23. Davies, H. E. (25 February 2011). "The risks of radiation exposure related to diagnostic imaging and how to minimise them". BMJ. 342 (feb25 1): d947–d947. doi:10.1136/bmj.d947. Unknown parameter |coauthors= ignored (|author= suggested) (help)
  24. WHO.int, | Priority eye diseases.
  25. The global burden of disease : 2004 update.. [Online-Ausg.] ed. Geneva, Switzerland: World Health Organization; 2008. ISBN 9789241563710. p. 35.
  26. ୨୬.୦ ୨୬.୧ Sperduto RD, Seigel D., Seigel D. Sperduto RD (1980). "Senile lens and senile macular changes in a population-based sample". Am J Ophthalmol. 90 (1): 86–91. PMID 7395962. Unknown parameter |month= ignored (help)CS1 maint: Multiple names: authors list (link)
  27. Kahn HA, Leibowitz HM, Ganley JP, Kini MM, Colton T, Nickerson RS, Dawber TR (1977). "The Framingham Eye Study. I. Outline and major prevalence findings". Am J Epidemiol. 106 (1): 17–32. PMID 879158. Unknown parameter |month= ignored (help)CS1 maint: Multiple names: authors list (link)
  28. Translation by G. F. Collier, 1831
  29. Elliott, Jane (February 9, 2008). "The Romans carried out cataract ops". BBC News.
  30. P. V. Sharma, Suśruta-Saṃhitā (Varanasi: Caukhambha Visvabharati, 2000), vol. 1, p. iv.

ଅଧିକ ତଥ୍ୟ[ସମ୍ପାଦନା]