Jump to content

ପରଳ

ଉଇକିପିଡ଼ିଆ‌ରୁ
ପରଳ
ମାନବ ଚକ୍ଷୁ ପରଳର ସ୍ଲିଟ ଲ୍ୟାମ୍ପଦ୍ୱାରା ବିଚ୍ଛୁରିତ ଅଭିବର୍ଦ୍ଧିତ ଦୃଶ୍ୟ
ବିଭାଗଚକ୍ଷୁରୋଗ ବିଜ୍ଞାନ[*]
ଆଇସିଡ଼ି-୧୦H25.-H26., H28., Q12.0
ଆଇସିଡ଼ି-୯-ସିଏମ୍366
ରୋଗ ଡାଟାବେସ2179
ମେଡ଼ିସିନ-ପ୍ଲସ001001
ଇ-ମେଡ଼ିସିନarticle/1210914

ପରଳ (ଇଂରାଜୀ ଭାଷାରେ କାଟାରାକ୍ଟ/ Catarect) ନାମକରଣ କରାଯାଏ ଚକ୍ଷୁ ମଧ୍ୟରେ ଥିବା ଜୈବିକ ଯବକାଚ ବା ଲେନ୍ସର, ଯେତେବେଳେ ତାହା ମେଘୁଆ ବା ଅସ୍ୱଚ୍ଛ ହୋଇ ଦୃଷ୍ଟିହାନି ହୁଏ । ଏହା ଗୋଟିଏ ଆଖିରେ ବା ଉଭୟ ଆଖିରେ ହୋଇପାରେ । ଏହାର ଲକ୍ଷଣ: ରଙ୍ଗ ଫିକା ଦେଖାଯାଏ, ଦୃଶ୍ୟ ଅସ୍ପଷ୍ଟ ହୁଏ, ଆଲୋକ ଚାରିପଟେ ଉଜ୍ଜ୍ୱଳ ଆଲୋକ ଛଟା (halo) ଦେଖାଯାଏ, ଉଜ୍ଜ୍ୱଳ ଆଲୋକ ଦେଖିବାରେ ଅସୁବିଧା ଓ ରାତିରେ ଦେଖିବା ଅସୁବିଧା ହୁଏ । [] ପଢ଼ିବା, ଗାଡ଼ି ଚଲେଇବା ଓ ମୁହଁ ଚିହ୍ନିବାରେ ଅସୁବିଧା ହୁଏ । [] ଦୃଷ୍ଟିହାନି ଯୋଗୁ ପଡ଼ିଯିବା ସଙ୍କଟ ରହେ ଓ ଅବସାଦ ହୁଏ । [] ସାରା ପୃଥିବୀରେ ପରଳ କାରଣରୁ ମୋଟ ଅନ୍ଧ ଲୋକସଂଖ୍ୟାର ଅଧା ଅଟନ୍ତି ଓ ୩୩ % ଲୋକଙ୍କର ଦୃଷ୍ଟିହାନି ହୁଏ । [][]

ପରଳ ରୋଗ ବୟସାଧିକ୍ୟ ଯୋଗୁ ହେଲେ ମଧ୍ୟ ଆଘାତ, ରାଡିଏସନ ପ୍ରଭାବ, ଜନ୍ମଗତ ଓ ଆଖିର ଅନ୍ୟ କୌଣସି କାରଣରୁ କରାଯାଇଥିବା ଅପରେଶନ ଯୋଗୁ ହୋଇପାରେ । [][] ଏହି ରୋଗ ସଙ୍କଟ ସୃଷ୍ଟିକାରୀ ଅନ୍ୟାନ୍ୟ ଅବସ୍ଥାମାନଙ୍କରେ ନାମ: ଡାଏବେଟିସ, ଧୁମ୍ରପାନ, ସୂର୍ଯ୍ୟାଲୋକରେ ଅଧିକ ସମୟ ଅବସ୍ଥାନ ଓ ମଦ୍ୟପାନ ଇତ୍ୟାଦି । ଲେନ୍ସ ମଧ୍ୟରେ କ୍ଷୁଦ୍ର ପ୍ରୋଟିନ ପୁଞ୍ଜ ବା ହଳଦିଆ-ମାଟିଆ ବର୍ଣ୍ଣକଣିକା ଜମା ହୋଇଯିବାଦ୍ୱାରା ଏହା ମାଧ୍ୟମରେ ସଞ୍ଚାରିତ ଆଲୋକ ରଶ୍ମୀ ଡୋଳା ପଛରେ ଥିବା ରେଟିନାରେ କମ ପଡ଼େ । ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । []

ସୂର୍ଯ୍ୟ ଚଷମା ପିନ୍ଧି ଓ ଧୁମ୍ରପାନ ବର୍ଜନ କରି ଏହି ରୋଗକୁ ପ୍ରତିରୋଧ କରିହୁଏ । ପ୍ରାରମ୍ଭରେ ସୂର୍ଯ୍ୟ ଚଷମା ପିନ୍ଧିଲେ ଲକ୍ଷଣରେ ଉନ୍ନତି ହୁଏ । ଏଥିରେ ଉପକାର ନ ହେଲେ ଅପରେଶନ କରି ଅସ୍ୱଚ୍ଛ ଲେନ୍ସ ବାହାର କରିଦିଆଯାଇ ନୂଆ କୃତ୍ରିମ ଲେନ୍ସ ଲଗେଇବା ଏକ ପ୍ରଭାବଶାଳି ଚିକିତ୍ସା ଅଟେ । ପରଳ ଯଦି ସମସ୍ୟା ସୃଷ୍ଟି କରେ ତାହେଲେ ଅପରେଶନ କରାଯାଏ । [] ଅପରେଶନ ସାଧାରଣତଃ ଏକ ଉନ୍ନତ ଜୀବନ ଯାପନର ସ‌ହାୟକ ହୁଏ । [] ଅନେକ ଦେଶମାନଙ୍କରେ ସ‌ହଜରେ ପରଳ ଅପରେସନ (କାଟାରାକ୍ଟ ଅପରେଶନ) ଉପଲବ୍ଧ ହୁଏନାହିଁ ବିଶେଷତଃ ମହିଳାମାନଙ୍କ ନିମନ୍ତେ । [][]

ପରଳ ଯୋଗୁ ପୃଥିବୀର ୨୦ ନିୟୁତ ଲୋକ ଅନ୍ଧ ହୋଇଛନ୍ତି । [] ଏହା ଯୋଗୁ ଅମେରିକାରେ ୫ % ଲୋକ ଅନ୍ଧ ଅଟନ୍ତି ଓ ଆଫ୍ରିକା ତ‌ଥା ଦକ୍ଷିଣ ଆମେରିକାରେ ୬୦ % ଲୋକ ଅନ୍ଧ ହୋଇଛନ୍ତି । [] ବିକାଶଶୀଳ ଦେଶରେ ପ୍ରତି ଏକ ଲକ୍ଷରେ ୧୦ରୁ ୪୦ ଜଣ ଓ ବିକଶିତ ଦେଶରେ ଏକ ଲକ୍ଷରେ ୧ରୁ ୪ ଜଣ ଅନ୍ଧ ଅଛନ୍ତି । [] ବୟସ ବଢ଼ବା ସଙ୍ଗେ ସଙ୍ଗେ ପରଳ ରୋଗୀ ସଂଖ୍ୟା ଅଧିକ ହୁଏ । ଆମେରିକାରେ ୮୦ ବର୍ଷ ବୟସ ସୁଦ୍ଧା ଅର୍ଦ୍ଧେକ ସଂଖ୍ୟକ ଲୋକ ଅନ୍ଧତ୍ୱର ଶିକାର ହୁଅନ୍ତି । []

ପରଳ ହେବାର ଅନେକ ପ୍ରବର୍ତ୍ତକ ମଧ୍ୟରେ ଅତି ବାଇଗଣି ରଶ୍ମି, ଆୟନ ସୃଷ୍ଟିକାରୀ ବିକିରଣ, ମଧୁମେହ,ଉଚ୍ଚ ରକ୍ତଚାପ, ବୟସାଧିକ୍ୟ ଏବଂ ଆଘାତ ଅନ୍ୟତମ । ଆଖିର ଜୈବ-ଯବକାଚ ଏଥିରେ ଥିବା ନ୍ୟୁକ୍ଲିକ ଅମ୍ଳ ଓ ପ୍ରୋଟିନର ଗଠନର ପରିବର୍ତ୍ତନ ହୋଇଯିବାରୁ ଅସ୍ୱଚ୍ଛ ହୋଇଯାଏ । ପରିବର୍ତ୍ତିତ ଗୁଣସୂତ୍ର ଯୋଗୁ ଆଜନ୍ମ ପରଳ ଥାଏ । ପାରିବାରିକ ପରଳ ଇତିହାସ ଥିଲେ ଏହି ରୋଗ ହେବାର ସମ୍ଭାବନା ରହେ । ଚକ୍ଷୁରେ ଆଘାତ ବା ଆଲର୍ଜି ଥିଲେ ପିଲାମାନଙ୍କର ପରଳ ତ୍ୱରାନ୍ୱିତ ହୋଇଯାଏ[୧୦] । ଆୟୋଡିନ ଅଭାବ ହେଲେ ମଧ୍ୟ ପରଳ ହୁଏ[୧୧]

ଔଷଧ ଜନିତ

[ସମ୍ପାଦନା]

କର୍ଟିକୋସ୍ଟିରଏଡ[୧୨] ଓ ମନ ବିକାର ଦୂରୀକରଣ ଭଳି ଔଷଧ ସମୂହ ପରଳ ପ୍ରବର୍ତ୍ତନ କରାଏ ।

ବିକୀରଣ ଜନିତ

[ସମ୍ପାଦନା]

ବାୟୁ ମଣ୍ଡଳରେ ଓଜୋନ ସ୍ତର କମିଯିବା ହେତୁ ଅତିବାଇଗଣୀ ରଶ୍ମୀ ଅଧିକା ହୋଇ ପରଳ କରାଇବାର ସମ୍ଭାବନା ଅଛି[୧୩] । ଆଇସ୍‌ଲ୍ୟାଣ୍ଡେୟାର ପାଇଲଟ୍‌ମାନଙ୍କ ଉପରେ ପରୀକ୍ଷା କରି ଦେଖା ଗଲା ଯେ କମର୍ସିଆଲ ପାଇଲଟମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ୩ଗୁଣ ଅଧିକ ପରଳ ଭୋଗିବାର ସମ୍ଭାବନା ଅଛି । ଅତି ଉଚ୍ଚରେ ବାହାର ସ୍ପେସ୍‌ରୁ ଆସୁଥିବା ବିକୀରଣ ଯୋଗୁ କ୍ଷତି ହେଉଛି କିନ୍ତୁ ଆମ ବାୟୁ ମଣ୍ଡଳରେ ଦୁର୍ବଳ ହୋଇଯାଉଛି[୧୪] । ୩୯ ଜଣରୁ ୩୬ ଜଣ ଆସ୍ଟ୍ରୋନଟ ବହୁତ ଶୀଘ୍ର ପରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହା କସ୍‌ମିକ ରଶ୍ମୀ ଯୋଗୁ ଘଟୁଛି[୧୫][୧୬] । ଇନ୍‌ଫ୍ରାରେଡ୍ ଓ ମାଇକ୍ରୋବେଭ ସହ କାମ କରୁଥିବା ଲୋକମାନେ ଶୀଘ୍ର ପରଳ ଆକ୍ରାନ୍ତ ହେଉଛନ୍ତି ।

ସଂଯୁକ୍ତ ରୋଗ ସମଷ୍ଟି

[ସମ୍ପାଦନା]
  • ଗୁଣସୂତ୍ର ଅବ୍ୟବସ୍ଥା
    • ୧କ୍ୟୁ୨୧.୧ ଡିଲିସନ୍ ସିଣ୍ଡ୍ରୋମ୍
    • କ୍ରି-ଡୁ-ଚାଟ୍ ସିଣ୍ଡ୍ରୋମ
    • ପାଟାଉ ସିଣ୍ଡୋମ୍
    • ସ୍ମିଡ୍-ଫ୍ରକାରୋ ସିଣ୍ଡୋମ୍
    • ଟ୍ରିସୋମି ୧୮(ଏଡ୍‌ବାର୍ଡ୍ ସିଣ୍ଡ୍ରୋମ୍)
    • ଟର୍ନର ସିଣ୍ଡ୍ରୋମ୍
  • ଏକକ ଜିନ୍ ଅବ୍ୟବସ୍ଥା
    • ଆଲ୍‌ପୋର୍ଟ୍ ସିଣ୍ଡ୍ରୋମ୍
    • କନ୍‌ରାଡି ସିଣ୍ଡ୍ରୋମ୍
    • ମାୟୋଟନିକ୍ ଡିସ୍‌ଟ୍ରଫି
    • ଅଟୋସୋମାଲ୍ ଡୋମିନାଣ୍ଟ କେରାଟୋକୋନସ୍
  • ଶ୍ଳେଷ୍ମ ଝିଲ୍ଲି ଓ ଚର୍ମ ରୋଗ
    • ଆଟୋପିକ୍ ଡର୍ମାଟାଇଟିସ୍
    • ବାସାଲ୍ ସେଲ୍ ନେଭସ୍ ସିଣ୍ଡ୍ରୋମ୍
    • ଇକ୍‌ଥିଓସିସ୍
    • ପେମ୍ଫିଗସ୍
  • ଚୟାପଚୟ (Metabolic Diseases) ଓ ପୋଷକ ରୋଗ
    • ଆମିନୋଏସିଡୁରିଆ
    • ମଧୁମେହ
    • ଫାବ୍ରି ରୋଗ
    • ଗାଲାକ୍ଟୋସେମିଆ
    • ହୋମୋସିସ୍ଟିନୁରିଆ
    • ହାଇପର୍‌ପାରାଥାଇରଏଡିଜ୍ମ
    • ହାଇପର୍‌ଭିଟାମିନୋସିସ୍
    • ହାଇପର‌ଥାଇରଏଡିଜ୍ମ
    • ମ୍ୟୁକୋପଲିସାକାରାଇଡୋସିସ୍
    • ଉଇଲ୍‌ସନ୍ ରୋଗ
  • ସଂକ୍ରାମକ ରୋଗ
    • ଜନ୍ମଗତ
      • ଜନ୍ମଗତ ହର୍‌ପେକ୍ସ ସିମ୍ପ୍ଲେକ୍ସ
      • ଆଜନ୍ମ ସିଫିଲିସ୍
      • ସାଇଟୋମେଗାଲିକ୍ ଇନକ୍ଲୁଜନ ରୋଗ
    • ଅନ୍ୟାନ୍ୟ
      • ସିସ୍ଟିନୁରିଆ
      • କୁଷ୍ଠ
      • ଓକୋସର୍‌ସିଆସିସ୍
      • ଟକ୍ସୋପ୍ଲାଜ୍ମୋସିସ୍
  • ଶରୀରରେ ବିଷାକ୍ତ ପଦାର୍ଥ
    • କର୍ଟିକୋସ୍ଟିରଏଡ୍
    • ହାଲୋପେରିଡଲ୍
    • ମାୟୋଟିକ୍ସ
    • ଟ୍ରିପାରାନଲ୍

ବର୍ଗୀକରଣ

[ସମ୍ପାଦନା]

ପରଳ ରୋଗ ସମ୍ପୁର୍ଣ୍ଣ ବା ଅସମ୍ପୁର୍ଣ୍ଣ ହୋଇପାରେ,ସ୍ଥିର ବା ବୃଦ୍ଧି ସମ୍ପର୍ଣ୍ଣ ହୋଇପାରେ କିମ୍ବା ଟାଣ ବା ନରମ ହୋଇପାରେ । ଅନ୍ୟ ବର୍ଗ ମଧ୍ୟରେ ବାହ୍ୟ ବା ନ୍ୟଷ୍ଟି, ପକ୍ୱ ବା ଅତିପକ୍ୱ ହୁଏ । ବୟସାଧିକ୍ୟ ହେଲେ ସମ୍ମୁଖ ଭାଗ, କର୍ଟିଲୋସ୍ଟିରଏଡ୍ଦ୍ୱାରା ହେଲେ ପୃଷ୍ଠ ଭାଗ କ୍ଷତିଗ୍ରସ୍ତ ହୁଏ ।
ନିମ୍ନରେ ବର୍ଗୀକରଣ ପ୍ରଦତ୍ତ ହେଲା କିନ୍ତୁ ଏହି ବ୍ୟତୀତ ଅନ୍ୟ କିଛି ଅସାଧାରଣ ରହିଥାଇ ପାରେ ।

  • କାରଣାତ୍ମକ
    • ବୟସ ଅନୁସାରେ
      • ବାହ୍ୟ ବୟସାଧିକ୍ୟ ପରଳ
        • ଅପରିପକ୍ୱ ବାର୍ଦ୍ଧକ୍ୟ ଜନିତ: ଅସମ୍ପୁର୍ଣ୍ଣ ଅସ୍ୱଚ୍ଛ
        • ପକ୍ୱ ବାର୍ଦ୍ଧକ୍ୟ ଜନିତ ପରଳ: ସମ୍ପୁର୍ଣ୍ଣ ଅସ୍ୱଚ୍ଛ
        • ଅତି ପକ୍ୱ ବାର୍ଦ୍ଧକ୍ୟ ପରଳ:ତରଳିକୃତ ବାହ୍ୟ ଅଂଶ
      • ବାର୍ଦ୍ଧକ୍ୟ ନ୍ୟଷ୍ଟି ପରଳ
        • ପରଳ ବୃନେସେନ୍ସ
        • ପରଳ ନାଇଗ୍ରା
        • ପରଳ ରୁବ୍ରା
    • ଜନ୍ମଗତ ପରଳ
      • ସୁକ୍ରାଲ ପରଳ
      • ଲାମେଲାର ପରଳ
      • ଜୋନ୍ୟୁଲାର ପରଳ
      • ସମ୍ପୁର୍ଣ୍ଣ ପରଳ
    • ସେକେଣ୍ଡାରି ପରଳ
      • ଔଷଧିକୃତ ପରଳ ଯଥା କର୍ଟିକୋସ୍ଟିରଏଡ
    • ଆଘାତ ଜନିତ ପରଳ
      • ଧାରହୀନ ଆଘାତ
      • ଭେଦକାରୀ ଆଘାତ
  • ଅସ୍ୱଚ୍ଛତାର ବର୍ଗୀକରଣ:ଜବକାଚର ବିଭିନ୍ନ ସ୍ଥାନ ବିଶେଷ
    • ସାମନା କର୍ଟିକାଲ ପରଳ
    • ସାମନା ପୋଲାର ପରଳ
    • ସାମନା ସବକାପ୍‌ସ୍ୟୁଲ ପରଳ
    • ନ୍ୟଷ୍ଟି ପରଳ, ଏହା ପରଳର ଦୃଢତା ଓ ଅପରେଶନ କରିବା ବେଳେ ସହଜ ବା କଷ୍ଟସାଧ୍ୟ ସୂଚନା ଦିଏ ।
      • ପାଉଁସିଆ
      • ହଳଦିଆ
      • ଆମ୍ବର(Amber)
      • ମାଟିଆ/କଳା
    • ପୃଷ୍ଠ କର୍ଟିକାଲ ପରଳ
    • ପୃଷ୍ଠ ପୋଲାର ପରଳ
    • ପୃଷ୍ଠ ସବ୍‌କାପ୍‌ସୁଲାର ପରଳ
    • ପି.ସି.ଓ. ପରଳ ରୋଗ ଅପରେଶନ ପରେ କ୍ୟାପ୍‌ସ୍ୟୁଲ ଅସ୍ୱଚ୍ଛତା

ଲକ୍ଷଣ ଓ ଚିହ୍ନ

[ସମ୍ପାଦନା]
ଗୋଟିଏ ଛୋଟ ପିଲାର ଆଜନ୍ମ ରୁବେଲା ଯୋଗୁ ଦୁଇଟିଯାକ ଆଖିରେ ପରଳ ହୋଇଛି

ପରଳ ରୋଗ ବୃଦ୍ଧି ସଙ୍ଗେ ସଙ୍ଗେ ଦୃଷ୍ଟି ଶକ୍ତି ହ୍ରାସ ପାଏ । ଭିଜୁଆଲ୍ ଆକୁଇଟି (visual acuity) କମିଯାଏ । କଣ୍ଟ୍ରାସ୍ଟ ସେନ୍ସିଟିଭିଟି କମିଯାଏ । ରଙ୍ଗ, ଛାୟା ଓ କଣ୍ଟୋର (contour) ଦେଖିବା ଶକ୍ତି କମିଯାଏ ।
ରାତିରେ ରାସ୍ତା ଆଲୋକ ଚାରିପଟେ ଜ୍ୟୋତି ଦେଖାଗଲେ ବା ମଧୁମେହ ଥିଲେ ଚିକିତ୍ସକ ଉପଦେଶ ଦରକାର ।
ପରଳର ଲକ୍ଷଣ ଅନ୍ୟ ଏକ ରୋଗ ଅକୁଲାର ସିଟ୍ରୋସିସ୍ ସହ ପ୍ରାୟ ସମାନ ।

ରୋଗ ନିରୋଧ

[ସମ୍ପାଦନା]

ପରଳ ପ୍ରତିରୋଧ ନିମନ୍ତେ କୌଣସି ନିର୍ଦିଷ୍ଟ ଉପାୟ ନ ଥିଲେ ମଧ୍ୟ ଅତିବାଇଗଣି ରଶ୍ମି ନିରୋଧି ଚଷମା ବ୍ୟବହାର କଲେ ପରଳ ପ୍ରକ୍ରିୟା ଧୀର ହୋଇଯାଏ[୧୭][୧୮] । ପ୍ରତି ଦିନ ଭିଟାମିନ୍ ଏ, ସି ଏବଂ ଇ ଭଳି ଆଣ୍ଟିଅକ୍ସିଡାଣ୍ଟ ବ୍ୟବହାର କଲେ ଉପକାର ମିଳେ[୧୯]

ଚିକିତ୍ସା

[ସମ୍ପାଦନା]

ମସିହା ୧୯୬୦ରେ ଭ୍ୟାଟୋସ୍ଲାଭ ଫ୍ୟୋଡୋରୋଭ ସର୍ବ ପ୍ରଥମେ ଜବକାଚ ପରିବର୍ତ୍ତନ ଅପରେଶନ କରି ପରଳ ଦୂରିଭୁତ କରିବା ପରେ ଆଧୁନିକ ଚିକିତ୍ସା ଚାଲିଲା ।

ଶଲ୍ୟ ଚିକିତ୍ସା ବିହୀନ

[ସମ୍ପାଦନା]

ଏନ୍-ଆସେଟିଲ୍‌କାର୍ନିସିନ ଟୋପା ଆଖିରେ ପକେଇଲେ କିଛି ଦୃଷ୍ଟି ଶକ୍ତି ଫେରିଆସେ[୨୦]

ଶଲ୍ୟ ଚିକିତ୍ସା

[ସମ୍ପାଦନା]

ଆଗେ ପରଳ ପରିପକ୍ୱ ହେବା ପରେ ଅପରେଶନ କରାଯାଉଥିଲା[୨୧] । ଆଜିକାଲି ଯେ କୌଣସି ଅବସ୍ଥାରେ ଅପରେଶନ୍ କରା ଯାଉଛି । ସବୁ ଅପରେଶନ ଭଳି ଏହି ଅପରେଶନରେ ବିପଦ ଥିବାରୁ କିଛି ଦୃଷ୍ଟି ଶକ୍ତି ହ୍ରାସ ହେବା ପରେ ଅପରେଶନ କରାଯାଉଛି[୨୧] .[୨୨] । ପ୍ରତି ହଜାରରେ ଜଣେ ଲୋକର ଅପରେଶନ ପରେ ଏଣ୍ଡୋଫ୍‌ଥାଲ୍‌ମାଇଟିସ ହୁଏ[୨୨]

ରୋଗ ଅନୁଶୀଳନ

[ସମ୍ପାଦନା]

ସଂସାରରେ ଯେତେ ଅନ୍ଧ ଅଛନ୍ତି ସେମାନଙ୍କ ମଧ୍ୟରୁ ୪୮%,(ପ୍ରାୟ ୧୮ନିୟୁତ)ଲୋକ ପରଳ ଯୋଗୁ ଅନ୍ଧ ହୋଇଛନ୍ତି ।[୨୩] ୨୦୦୪ ମସିହା ହିସାବ ଅନୁସାରେ ୫୩.୮ନିୟୁତ ଲୋକଙ୍କର ମଧ୍ୟମ ଓ ସାଂଘାତିକ ଧରଣର ପରଳ ହୋଇଥିଲା, ଯେଉଁଥିରୁ ୫୨.୨ନିୟୁତ ଲୋକ ଗରିବ ବା ମଧ୍ୟବିତ୍ତ ପରିବାରର ଥିଲେ ।[୨୪]
ଅନେକ ଦେଶମାନଙ୍କରେ ଅପରେଶନ ସୁବିଧା ନ ଥିବା ଯୋଗୁ ପରଳ ଯୋଗୁ ଅଧିକାଂଶ ଅନ୍ଧ ହେଉଛନ୍ତି ।ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ପରଳ ଯୋଗୁ କମ ଦୃଷ୍ଟି ସମ୍ପର୍ଣ୍ଣ ଲୋକ ମଧ୍ୟ ସୃଷ୍ଟି ହୁଅନ୍ତି । ଅପରେଶନ ସୁବିଧା ଥିଲେ ମଧ୍ୟ ଅଧିକ ଖର୍ଚ, ଜ୍ଞାନର ଅଭାବ, ଲମ୍ବା ଧାଡିରେ ରହିବା ଓ ଗମନାଗମନ ଅସୁବିଧା ଯୋଗୁ ଅନେକ ଲୋକ ସ୍ୱଳ୍ପ ଦୃଷ୍ଟି ସମ୍ପର୍ଣ୍ଣ ହୋଇ ରହନ୍ତି ।
ଆମେରିକାରେ ୫୨ରୁ୬୪ବର୍ଷ ବୟସ ମଧ୍ୟରେ ୪୨% ଲୋକଙ୍କର ଜବକାଚ ପରିବର୍ତ୍ତନ ଦେଖାଯାଏ ।[୨୫] ୬୫ରୁ୭୪ ବର୍ଷ ବୟସ ମଧ୍ୟରେ ୬୦% ଲୋକ[୨୬] ଓ ୭୫ରୁ୮୫ ବର୍ଷ ବୟସ ମଧ୍ୟରେ ୯୧% ଲୋକଙ୍କର କମ୍ ଦୃଷ୍ଟି ଥାଏ ।[୨୫]

ଇତିହାସ

[ସମ୍ପାଦନା]

ପୁରାତନ ରୋମରେ ଏନ୍‌ସାକ୍ଲୋପିଡିଆ ଲେଖକ ଅଲସ କର୍ନେଲିଅସ୍ ସେଲ୍‌ସସ୍ (Aulus Cornelius Celsus), ଡି ମେଡିସିନ (De Medicinae) ପୁସ୍ତକରେ ସର୍ବ ପ୍ରଥମେ ପରଳ ଓ ତାହାର ଅପରେଶନ ବିଷୟରେ ଲେଖିଥିବାର ପ୍ରମାଣ ମିଳୁଛି ।[୨୭] ରୋମାନମାନେ ସ୍ୱାସ୍ଥ୍ୟ ବିଷୟରେ ବହୁତ ଚିନ୍ତାଶୀଳ ଥିଲେ, ବିଶେଷତଃ ଚକ୍ଷୁ ବିଷୟରେ ।[୨୮]
ଭାରତରେ ସର୍ବ ପ୍ରଥମେ ସଂସ୍କୃତ ଭାଷାରେ ଶୁଶୃତ ପରଳ ଅପରେଶନ ବିଷୟରେ ଲେଖିଥିଲେ[୨୯] ।ଏହି ବିଷୟର ମୂଳ ଲେଖାର ସମ୍ପୂର୍ଣ୍ଣ ଆଲେଖ୍ୟ the Wikipedia entry on Cataract Surgery ପଠନ କରନ୍ତୁ ।
ମୁସଲ୍‌ମାନ୍ ଚକ୍ଷୁ ଚିକିତ୍ସକ ଅମର ଇବ୍ନ ଅଲି ତାଙ୍କ ପୁସ୍ତକରେ (Choice of Eye Diseases) ସିରିଞ୍ଜ ଓ ପରଳ ବାହାର କରିବା ବିଷୟରେ ଲେଖିଛନ୍ତି ।

ଶବ୍ଦ ବ୍ୟୁତ୍ପତ୍ତି

[ସମ୍ପାଦନା]

ପରଳ ଶବ୍ଦର ଅର୍ଥ ଲାଟିନ ଭାଷାରେ 'ଝରଣା' ଓ ଗ୍ରୀକ୍ ଭାଷାରେ 'ନିମ୍ନଗାମୀ' ।

ଗବେଷଣା

[ସମ୍ପାଦନା]

ଲୁଟିନ ଓ ଜେକ୍ସାନ୍ଥିନ୍ (lutein and zeaxanthin) ବିଷୟରେ ମିଶ୍ରିତ ଓ ସ୍ୱଳ୍ପ ଗବେଷଣା ଚାଲିଛି ।

  1. 1 2 3 4 5 "Facts About Cataract". September 2009. Retrieved 24 May 2015.
  2. Allen D, Vasavada A (2006). "Cataract and surgery for cataract". BMJ. 333 (7559): 128–32. doi:10.1136/bmj.333.7559.128. PMC 1502210. PMID 16840470.
  3. Gimbel, HV; Dardzhikova, AA (January 2011). "Consequences of waiting for cataract surgery". Current Opinion in Ophthalmology. 22 (1): 28–30. PMID 21076306.
  4. "Visual impairment and blindness Fact Sheet N°282". August 2014. Retrieved 23 May 2015.
  5. GLOBAL DATA ON VISUAL IMPAIRMENTS 2010 (PDF). WHO. 2012. p. 6.
  6. 1 2 3 "Priority eye diseases". Retrieved 24 May 2015.
  7. Lamoureux, EL; Fenwick, E; Pesudovs, K; Tan, D (January 2011). "The impact of cataract surgery on quality of life". Current Opinion in Ophthalmology. 22 (1): 19–27. PMID 21088580.
  8. 1 2 Rao, GN; Khanna, R; Payal, A (January 2011). "The global burden of cataract". Current Opinion in Ophthalmology. 22 (1): 4–9. PMID 21107260.
  9. Pandey, Suresh K. (2005). Pediatric cataract surgery techniques, complications, and management. Philadelphia: Lippincott Williams & Wilkins. p. 20. ISBN 9780781743075.
  10. Chen CC, Huang JL, Yang KD, Chen HJ (2000). "Atopic cataracts in a child with atopic dermatitis: a case report and review of the literature". Asian Pac. J. Allergy Immunol. 18 (1): 69–71. PMID 12546060. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  11. Buchberger W, Winkler R, Moser M, Rieger G (1991). "Influence of iodide on cataractogenesis in Emory mice". Ophthalmic Res. 23 (6): 303–8. doi:10.1159/000267127. PMID 1803312.{{cite journal}}: CS1 maint: multiple names: authors list (link)
  12. Spencer R., Andelman S. (1965). "Steroid Cataracts. Posterior Subcapsular Cataract Formation In Rheumatoid Arthritis Patients On Long Term Steroid Therapy". Arch Ophthalmol. 74: 38–41. PMID 14303339.
  13. doi:10.1136/bmj.331.7528.1292-d
    This citation will be automatically completed in the next few minutes. You can jump the queue or expand by hand
  14. Rafnsson, V; Olafsdottir E, Hrafnkelsson J, Sasaki H, Arnarsson A, Jonasson F (2005). "Cosmic radiation increases the risk of nuclear cataract in airline pilots: a population-based case-control study". Arch Ophthalmol. 123 (8): 1102–1105. doi:10.1001/archopht.123.8.1102. PMID 16087845.{{cite journal}}: CS1 maint: multiple names: authors list (link)
  15. See Ms. Irene Schneider on the November 20, 2005 Archived 2009-02-26 at the Wayback Machine. episode of The Space Show.
  16. Barry, Patrick L. "Blinding Flashes". Science.nasa.gov. Archived from the original on August 26, 2009. Retrieved November 25, 2008.
  17. Javitt, JC; Wang, F; West, SK (1996). "Blindness Due to Cataract: Epidemiology and Prevention" (PDF). Annual review of public health. 17: 159–77. doi:10.1146/annurev.pu.17.050196.001111. PMID 8724222. Archived from the original (PDF) on 2008-04-06. Retrieved 2012-11-28. Cited in Five-Year Agenda for the National Eye Health Education Program (NEHEP), p. B-2; National Eye Institute, U.S. National Institutes of Health
  18. Javitt, JC; Wang, F; West, SK (1996). "Blindness Due to Cataract: Epidemiology and Prevention" (PDF). Annual review of public health. 17: 159–77. doi:10.1146/annurev.pu.17.050196.001111. PMID 8724222. Archived from the original (PDF) on 2008-04-06. Retrieved 2012-11-28. Cited in Five-Year Agenda for the National Eye Health Education Program (NEHEP), p. B-2; National Eye Institute, U.S. National Institutes of Health
  19. Age-Related Eye Disease Study Research Group (2001). "A randomized, placebo-controlled, clinical trial of high-dose supplementation with vitamins C and E and beta carotene for age-related cataract and vision loss: AREDS report no. 9". Archives of ophthalmology. 119 (10): 1439–52. doi:10.1001/archopht.119.10.1439. PMC 1472812. PMID 11594943. {{cite journal}}: Unknown parameter |month= ignored (help)
  20. Babizhayev MA, Deyev AI, Yermakova VN,; et al. (2001). "N-Acetylcarnosine, a natural histidine-containing dipeptide, as a potent ophthalmic drug in treatment of human cataracts". Peptides. 22 (6): 979–94. doi:10.1016/S0196-9781(01)00407-7. PMID 11390029. {{cite journal}}: Unknown parameter |month= ignored (help)CS1 maint: extra punctuation (link) CS1 maint: multiple names: authors list (link)
  21. 1 2 "Cataracts". RNIB. 2011-06-15. Archived from the original on 2011-11-24. Retrieved 2011-11-22.
  22. 1 2 Davies, H. E.; Wathen, C. G.; Gleeson, F. V. (25 February 2011). "The risks of radiation exposure related to diagnostic imaging and how to minimise them". BMJ. 342 (feb25 1): d947–d947. doi:10.1136/bmj.d947.{{cite journal}}: CS1 maint: multiple names: authors list (link)
  23. WHO.int, | Priority eye diseases.
  24. The global burden of disease : 2004 update.. [Online-Ausg.] ed. Geneva, Switzerland: World Health Organization; 2008. ISBN 9789241563710. p. 35.
  25. 1 2 Sperduto RD, Seigel D., Seigel D. Sperduto RD (1980). "Senile lens and senile macular changes in a population-based sample". Am J Ophthalmol. 90 (1): 86–91. PMID 7395962. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  26. Kahn HA, Leibowitz HM, Ganley JP, Kini MM, Colton T, Nickerson RS, Dawber TR (1977). "The Framingham Eye Study. I. Outline and major prevalence findings". Am J Epidemiol. 106 (1): 17–32. PMID 879158. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  27. Translation by G. F. Collier, 1831
  28. Elliott, Jane (February 9, 2008). "The Romans carried out cataract ops". BBC News.
  29. P. V. Sharma, Suśruta-Saṃhitā (Varanasi: Caukhambha Visvabharati, 2000), vol. 1, p. iv.

ଅଧିକ ତଥ୍ୟ

[ସମ୍ପାଦନା]