ପ୍ରାଇମେରୀ ଆଲଡୋଷ୍ଟେରୋନିଜମ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପ୍ରାଇମେରୀ ହାଇପରଆଲଡୋଷ୍ଟେରୋନିଜମ
Aldosterone-2D-skeletal.svg
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି endocrinology[*]
ଆଇସିଡ଼ି-୧୦ E26.0
ଆଇସିଡ଼ି-୯-ସିଏମ୍ 255.1
ରୋଗ ଡାଟାବେସ 3073
ମେଡ଼ିସିନ-ପ୍ଲସ 000330
ଇ-ମେଡ଼ିସିନ med/432
MeSH D006929

ପ୍ରାଇମେରୀ ଆଲଡୋଷ୍ଟେରୋନିଜମ, ବା ପ୍ରାଇମେରୀ ହାଇପରଆଲଡୋଷ୍ଟେରୋନିଜମ ବା କନ ସିଣ୍ଡ୍ରୋମ, ଏକ ରୋଗ ଯେଉଁଥିରେ ଆଡ୍ରେନାଲ ଗ୍ରନ୍ଥିରୁ ଅତ୍ୟଧିକ ଆଲଡୋଷ୍ଟିରନ କ୍ଷରିତ ହୁଏ  ; ଫଳରେ ରେନିନ ମାତ୍ରା କମିଯାଏ । ଏହାଦ୍ୱାରା କେତେକ ଲକ୍ଷଣ ପ୍ରକାଶ ପାଏ । [୧] ଅଧିକାଂଶ ଲୋକଙ୍କର ଉଚ୍ଚ ରକ୍ତଚାପ ହୁଏ, ଦୃଷ୍ଟିଶକ୍ତି କମିଯାଏ ଓ ମୁଣ୍ଡବଥା ହୁଏ । [୧][୨] ବେଳେବେଳେ ମାଂସପେଶୀର ଦୁର୍ବଳତା ଅଥବା ସ୍ପାଜମ ହୁଏ, ଅତ୍ୟଧିକ ପରିସ୍ରା ହୁଏ ଓ ଝିମଝିମ ହୁଏ । [୧] ରୋଗ ଜଟିଳ ହେଲେ ହୃତପିଣ୍ଡ ରକ୍ତନଳୀ ରୋଗ ହୁଏ ଯେପରିକି ଷ୍ଟ୍ରୋକ, ହୃଦଘାତ, ବୃକ୍‌କ ଫେଲଅନିୟମିତ ହୃତ୍ ସ୍ପନ୍ଦନ ହୁଏ । [୩][୪]

ପ୍ରାଇମେରୀ ଆଲଡୋଷ୍ଟେରୋନିଜମ ରୋଗର ଅନେକ ଗୁଡ଼ିଏ କାରଣ ଅଛି । ପ୍ରାୟ ୬୬ % କେଶରେ ଆଡ୍ରେନାଲ ହାଇପରପ୍ଲାସିାଆଡ୍ରେନାଲ ଗ୍ରନ୍ଥି ବଢ଼ିବା ଯୋଗୁ ଓ ୩୩ % କେଶରେ ଆଡ୍ରେନାଲ ଆଡେନୋମା ଯୋଗୁ ହୁଏ ଯେଉଁଥିରେ ଅଧିକ ଆଲଡୋଷ୍ଟିରନ କ୍ଷରଣ ଅଧିକ ହୁଏ । [୧] ଅନ୍ୟାନ୍ୟ ଅସାଧାରଣ କେଶ ମଧ୍ୟରେ ଆଡ୍ରେନାଲ କର୍କଟବଂଶଗତ ଫ୍ୟାମିଲିଆଲ ହାଇପରଆଲଡୋଷ୍ଟେରୋନିଜମ ରୋଗ ହୁଏ । [୫] ଏହି ରୋଗ ଚିହ୍ନଟ ନିମନ୍ତେ ଉଚ୍ଚ ରକ୍ତଚାପ ରୋଗ ଥିବା ରୋଗୀଙ୍କ ଏହି ସଙ୍କଟ ଥିଲେ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରନ୍ତି କିନ୍ତୁ ଅନ୍ୟ କେତେକ ସମସ୍ତ ରୋଗିଙ୍କର ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରନ୍ତି । [୩] ରକ୍ତରେ ଆଲଡୋଷ୍ଟିରନ-ରେନିନ ଅନୁପାତ କରି ତା ପରେ ଅଧିକ ନିର୍ଣ୍ଣୟକ ପରୀକ୍ଷା କରାଯାଏ । ଏକ ଚତୁର୍ଥାଂଶ ଲୋକଙ୍କର କମ ରକ୍ତ ପଟାସିୟମ ଥାଏ । ଅନ୍ତର୍ନିହିତ କାରଣ ଜାଣିବା ନିମନ୍ତେ ମେଡିକାଲ ଇମେଜିଙ୍ଗ କରାଯାଏ । [୧]

ଆଡେନୋମା ଥିଲେ ଅପରେଶନ କରି ବାହାର କରିଦେଲ କେତେକ ରୋଗୀ ଆରୋଗ୍ୟ ହୋଇଯାଆନ୍ତି । [୧] ଗୋଟୋଏ ଆଡ୍ରେନାଲ ବଢ଼ିଥିଲେ ତାହାକୁ ସମ୍ପୁର୍ଣ୍ଣ ଭାବେ କାଢ଼ିଦିଆଯାଏ । [୪] ଦୁଇଟିଯାକ ଆଡ୍ରାନାଲ ବଢ଼ିଥିଲେ ଆଲଡୋଷ୍ଟିରନ ଆଣ୍ଟାଗୋନିସ୍ଟ ଔଷଧ ଯେପରିକି ସ୍ପାରୋନୋଲାକଟୋନ କିମ୍ବା ଏପ୍ଲେରେନୋନ ଦିଆଯାଏ । [୧] ଏହା ସ‌ହିତ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ଓ କମ ଲୁଣ ଖାଇବାକୁ ଉପଦେଶ ଦିଆଯାଏ । [୧][୪] ଫ୍ୟାମିଲିଆଲ ହାଇପରାଅଲଡୋଷ୍ଟିରୋନିଜମ ଥିଲେ ସ୍ଟିରଏଡ ଯେପରିକି ଡେକ୍ସାମେଥାଜୋନ ଦେଇ ଚିକିତ୍ସା କରାଯାଏ । [୧]

ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟରୁ ୧୦ % ରୋଗୀଙ୍କର ପ୍ରାଇମେରୀ ଆଲଡୋଷ୍ଟେରୋନିଜମ ଥାଏ । [୧] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଏହି ରୋଗ ଅଧିକ ହୁଏ । ଏହି ରୋଗ ୩୦ରୁ ୫୦ ବର୍ଷ ବୟସରେ ଆରମ୍ଭ ହୁଏ । [୬] ଆମେରିକାର ଜଣେ ଅନ୍ତସ୍ରାବୀ ବିଶେଷଜ୍ଞ ଜେରୋମ କନ (୧୯୦୭-୧୯୯୪) ପ୍ରଥମେ କନ ସିଣ୍ଡ୍ରୋମ ବିଷୟରେ ଆଲୋକପାତ କରିଥିବାରୁ ତାଙ୍କ ନାମ ଅନୁସାରେ ଏହି ରୋଗର ନାମକରଣ ହୋଇଛି । [୭][୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ Schirpenbach, C; Reincke, M (March 2007). "Primary aldosteronism: current knowledge and controversies in Conn's syndrome.". Nature clinical practice. Endocrinology & metabolism 3 (3): 220–7. PMID 17315030. 
  2. "Primary hyperaldosteronism (Conn's syndrome or aldosterone-producing adrenal tumor)". Retrieved 8 April 2015. 
  3. ୩.୦ ୩.୧ Stowasser, M; Taylor, PJ; Pimenta, E; Ahmed, AH; Gordon, RD (May 2010). "Laboratory investigation of primary aldosteronism.". The Clinical biochemist. Reviews / Australian Association of Clinical Biochemists 31 (2): 39–56. PMID 20498828. 
  4. ୪.୦ ୪.୧ ୪.୨ "Primary hyperaldosteronism (Conn's syndrome or aldosterone-producing adrenal tumor)". Retrieved 8 April 2015. 
  5. "Primary hyperaldosteronism (Conn's syndrome or aldosterone-producing adrenal tumor)". Retrieved 8 April 2015. 
  6. Hubbard, Johnathan G.H.; Inabnet, William B.; Heerden, Chung-Yau Lo (୨୦୦୯). Endocrine surgery principles and practice. London: Springer. p. ୩୬୭. ISBN ୯୭୮୧୮୪୬୨୮୮୮୧୪. 
  7. Conn JW, Louis LH (1955). "Primary aldosteronism: a new clinical entity". Trans. Assoc. Am. Physicians 68: 215–31; discussion, 231–3. PMID 13299331. 
  8. Williams, Gordon H. (୨୦୦୯). Textbook of nephro-endocrinology. Amsterdam: Academic. p. ୩୭୨. ISBN ୯୭୮୦୦୮୦୯୨୦୪୬୭.