ଋତୁସ୍ରାବ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଏହି ବିଷୟ ମାନବ ମହିଳାଙ୍କର ଋତୁସ୍ରାବ ସମ୍ବନ୍ଧରେ ଲିଖିତ । ମନୁଷ୍ୟ ବ୍ୟତୀତ ଅନ୍ୟ ସ୍ତନ୍ୟପାୟୀଙ୍କର ଋତୁସ୍ରାବ ବିଷୟରେ ପଢ଼ିବା ନିମନ୍ତେ ଋତୁସ୍ରାବ (ସ୍ତନ୍ୟପାୟୀ) ଦେଖନ୍ତୁ ।

Figure showing the progression of the menstrual cycle and the different hormones contributing to it.

ଋତୁସ୍ରାବ ବା ମାସିକ ଧର୍ମ ବା ମାସିକିଆ ବା ରଜଃସ୍ରାବ, (ଇଂରାଜୀ ଭାଷାରେ ମେନ୍‌ସ୍ଟୃଏସନ, ପିରିଅଡ଼ ଓ ମନ୍ଥଲି ଯଥାକ୍ରମେ menstruation, period, monthly,[୧] ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ ।[୨] ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ ।[୩] ବ୍ରଣ ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ, ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ । [୪] ୨୦ ରୁ ୩୦ % ମହିଳାଙ୍କର ସାଧାରଣ ଜୀବନ‌ଯାତ୍ରା ଏହା ଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ରଖାଯାଇଛି । ୩ ରୁ ୮ % କେଶରେ ଏହି ସ୍ଥିତି ଗମ୍ଭୀର ହୁଏ । [୩]

ପ୍ରଥମ ଋତୁସ୍ରାବ ୧୨ ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ ରଜୋଦର୍ଶନ (ଇଂରାଜୀ ଭାଷାରେ ମେନାର୍କି/ menarche) କୁହାଯାଏ । [୧] ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ "ସାଧାରଣ" କୁହାଯାଏ । [୨] ବିକଶିତ ଦେଶମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ ବିକାଶଶୀଳ ଦେଶମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତି ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ । [୨][୫] ପ୍ରାୟ ୪୫ ରୁ ୫୫ ବୟସ ମଧ୍ୟରେ ଋତୁବନ୍ଦ ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ । [୬] ଋତୁସ୍ରାବ ସାଧାରଣତଃ ୨ ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ । [୨]

ହରମୋନମାନଙ୍କର ସ୍ତର କମ ବେଶୀ ହେବାଯୋଗୁ ଋତୁଚକ୍ର ହୁଏ । ହରମୋନ ପ୍ରଭାବ ଫଳରେ ଜରାୟୁର ଅନ୍ତଃସ୍ତର ମୋଟା ହୁଏ ଓ ଅଣ୍ଡା କ୍ଷରଣ ହୁଏ ଓ ଏହି ଅଣ୍ଡାକୁ ଗ୍ରହଣ କରି ଜରାୟୁରେ ଗର୍ଭାବସ୍ଥା ହୁଏ । ଋତୁଚକ୍ରର ପ୍ରାୟ ୧୪ତମ ଦିନରେ ଅଣ୍ଡା କ୍ଷରଣ ହୁଏ ଓ ସମ୍ଭାବ୍ୟ ଫିଟସ ଧାରଣ କରି ପୋଷକ ଯୋଗାଣ କରିବାକୁ ସ୍ଥୁଳ ଜରାୟୁ ତିଆରି ହୋଇଥାଏ । ଗର୍ଭାଧାନ ନ ହେଲେ ଜରାୟୁର ବୃଦ୍ଧିପ୍ରାପ୍ତ ସ୍ତର ଭାଙ୍ଗିଯାଏ ଋତୁସ୍ରାବ ହୁଏ । [୨]

ଋତୁସ୍ରାବ ସମୟରେ ଅନେକ ସମସ୍ୟା ଜାତ ହୁଏ । ବ‌ୟସ ୧୫ ସୁଦ୍ଧା ଋତୁସ୍ରାବ ନ ହେଲେ କିମ୍ବା ୯୦ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ନ ହେଲେ ସେହି ଅବସ୍ଥାକୁ ଆମେନୋରିଆ କୁହାଯାଏ । ଗର୍ଭାବସ୍ଥାରେସ୍ତନ୍ୟପାନର ପ୍ରଥମ କିଛି ମାସରେ ଋତୁସ୍ରାବ ହୁଏ ନାହିଁ । ଏହାର ସମସ୍ୟା: ଯନ୍ତ୍ରଣାଦାୟକ ଋତୁସ୍ରାବଅସାଧାରଣ ଋତୁସ୍ରାବ ଯେପରିକି ଋତୁଚକ୍ର ମଝିରେ ହୁଏ ବା ଅତ୍ୟଧିକ ଋତୁସ୍ରାବ ହୁଏ । । [୨] କେତେକ ସ୍ତନ୍ୟପାୟୀ ଜୀବମାନଙ୍କର ମଧ୍ୟ ଋତୁସ୍ରାବ ହୁଏ ଯେପରିକି ବାଦୁଡ଼ିମାଙ୍କଡ଼ ପ୍ରଜାତି । [୭]


ସମ୍ୟକ ଦୃଷ୍ଟିପାତ[ସମ୍ପାଦନା]

ନିୟମିତ ଋତୁସ୍ରାବ ପ୍ରାୟ ୩ ରୁ ୫ ଦିନ ପର୍ଯ୍ୟନ୍ତ ହୁଏ କିନ୍ତୁ ୨ ରୁ ୭ ଦିନ ପର୍ଯ୍ୟନ୍ତ ସାଧାରଣ[୮] ବୋଲି ଧରାଯାଏ । ଋତୁସ୍ରାବର ପ୍ରଥମ ଦିନଠାରୁ ଆରମ୍ଭ କରି ପରବର୍ତ୍ତୀ ଋତୁସ୍ରାବ ଆରମ୍ଭ ପର୍ଯ୍ୟନ୍ତ ସମୟକୁ ଋତୁ ଚକ୍ର (Menstrual cycle) କୁହାଯାଏ । ଏହା ୨୮ ଦିନ ସମୟ ନିଏ କିନ୍ତୁ ୨୧ ରୁ ୩୫ ଦିନ ସମୟକୁ ସାଧାରଣ (Normal) [୯] ବୋଲି ଧରାଯାଏ । କୁଆଁରୀ ସମୟରେ ୨୧ ରୁ ୪୫ ଦିନ ପର୍ଯ୍ୟନ୍ତ ଋତୁ ଚକ୍ର ହୋଇ ପାରେ । ଋତୁସ୍ରାବ ପୂର୍ବରୁ ସ୍ତନ ପୀଡ଼ା ଫୁଲା ଓ ବ୍ରଣ ଇତ୍ୟଦି ଲକ୍ଷଣମାନଙ୍କୁ ଋତୁସ୍ରାବ ପୂର୍ବ ମୋଲିମିନା (Premenstrual molimina)[୧୦] କୁହାଯାଏ ।
ସାଧାରଣତଃ ଋତୁସ୍ରାବ ପରିମାଣ ୩୫ ମିଲି.ଲି (ବଡ଼ ଚା ଚାମଚରେ ୨.୪ ଚାମଚ) ହୋଇଥିଲେ ମଧ୍ୟ ୧୦ ରୁ ୮୦ ମିଲି.ଲି ପରିମାଣକୁ ନର୍ମାଲ ବା ସାଧାରଣ ବୋଲି ଧରାଯାଏ । ଏହି ସ୍ରାବକୁ ଋତୁ ତରଳ ପଦାର୍ଥ କହିବା ଅଧିକ ସମିଚୀନ ହେବ । ଏହି ପଦାର୍ଥରେ କିଛି ପରିମାଣ ରକ୍ତ, ଜରାୟୁ ମୂଖର ଝିଲ୍ଲୀ, ଜୋନୀପଥ ସ୍ରାବ, ଓ ଜରାୟୁର ଭିତର ଆସ୍ତରଣର ତନ୍ତୁ ଥାଏ । ଏହି ସ୍ରାବର ରଙ୍ଗ ବ୍ରାଉନ ଲାଲ ହୁଏ, ଶୀରା ରକ୍ତଠାରୁ ଟିକିଏ ଗାଢ଼ ।

ଶାରୀରିକ ଅନୁଭୁତି[ସମ୍ପାଦନା]

ମହିଳାମାନଙ୍କର ଋତୁଚକ୍ର ସମୟରେ ହରମୋନ କମ ବେଶି ହେବା ଯୋଗୁ କେତେକ ଶାରୀରିକ ଲକ୍ଷଣ ଦେଖାଯାଏ । ଋତୁସ୍ରାବ ସମୟରେ ଓ ପୂର୍ବରୁ ଜରାୟୁର ମାଂସପେଶୀ ସଙ୍କୋଚନ ହେତୁ କ୍ରାମ୍ପ ହୁଏ ଓ ଯନ୍ତ୍ରଣା ହୁଏ । କେତେକ ମହିଳା ଥକ୍କା ଅନୁଭବ କରନ୍ତି, ସ୍ତନ ଦରଜ ହୁଏ, ବାନ୍ତି ଲାଗେ ଓ ଯୌନ ଇଚ୍ଛାରେ ପରିବର୍ତ୍ତନ ହୁଏ । ଜଳୀୟ ଅଂଶ ଅଧିକ ହେବାରୁ ସ୍ତନ ଫୁଲି ଯାଏ ଓ ଅଶ୍ଵସ୍ତି ଲାଗେ । ଏହି ଅନୁଭୁତି ଗୁଡ଼ିକ ବହୁତ କମ ହୁଏ । କମ ପରିମାଣର ଲୁଣ, କେଫିନ ଓ ମଦ୍ୟପାନ କରିବା ସହ ସ୍ଵାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଦ୍ଵାରାଏହି ଲକ୍ଷଣ କମିଯାଏ [୧୧]। ଏହି ଲକ୍ଷଣ ସମୁହ ସବୁ ଋତୁସ୍ରାବ ସମୟରେ ସମାନ ଅନୁଭୁତ ହୁଏ ନାହିଁ ଓ ସବୁ ମହିଳାଙ୍କର ସମାନ ଅନୁଭୁତି ହୁଏ ନାହିଁ । ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟରେ ବାଧା ହେଲେ ତାହାକୁ ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡର ( premenstrual dysphoric disorder) କହନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Women's Gynecologic Health. Jones & Bartlett Publishers. 2011. p. 94. ISBN 9780763756376. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Menstruation and the menstrual cycle fact sheet". December 23, 2014. http://www.womenshealth.gov/publications/our-publications/fact-sheet/menstruation.html. Retrieved 25 June 2015. 
  3. ୩.୦ ୩.୧ Biggs, WS; Demuth, RH (15 October 2011). "Premenstrual syndrome and premenstrual dysphoric disorder.". American family physician 84 (8): 918–24. PMID 22010771. 
  4. "Premenstrual syndrome (PMS) fact sheet". December 23, 2014. http://www.womenshealth.gov/publications/our-publications/fact-sheet/premenstrual-syndrome.html. Retrieved 23 June 2015. 
  5. American Academy of Pediatrics Committee on, Adolescence; American College of Obstetricians and Gynecologists Committee on Adolescent Health, Care; Diaz, A; Laufer, MR; Breech, LL (November 2006). "Menstruation in girls and adolescents: using the menstrual cycle as a vital sign.". Pediatrics 118 (5): 2245–50. PMID 17079600. 
  6. "Menopause: Overview". 2013-06-28. http://www.nichd.nih.gov/health/topics/menopause/Pages/default.aspx. Retrieved 8 March 2015. 
  7. Kristin H. Lopez (2013). Human Reproductive Biology. Academic Press. p. 53. ISBN 9780123821850. 
  8. "Menstruation and the Menstrual Cycle". Womenshealth.gov. November 2002. Archived from the original on 2 Mar 2007. http://web.archive.org/web/20070302205256/http://www.4woman.gov/faq/menstru.htm. Retrieved 11 June 2005. 
  9. American Congress of Obstetricians and Gynecologists. "Menstruation in girls and adolescents: Using the menstrual cycle as a vital sign". ACOG. http://www.acog.org/Resources_And_Publications/Committee_Opinions/Committee_on_Adolescent_Health_Care/Menstruation_in_Girls_and_Adolescents_-_Using_the_Menstrual_Cycle_as_a_Vital_Sign. 
  10. https://en.wiktionary.org/wiki/molimina
  11. "Water retention: Relieve this premenstrual symptom". Mayo Clinic. http://www.mayoclinic.com/health/water-retention/WO00130. Retrieved 20 September 2011.