Jump to content

ସିସ୍ଟିସର୍କୋସିସ

ଉଇକିପିଡ଼ିଆ‌ରୁ
ସିସ୍ଟିସର୍କୋସିସ
ଏକ ନିଉରୋସିସ୍ଟିସର୍କୋସିସ ରୋଗୀର ମସ୍ତିଷ୍କରେ ଅନେକଗୁଡ଼ିଏ ସିସ୍ଟ ଥିବା ଏମ. ଆର. ଆଇ.ରେ ଦେଖାଯାଉଛି ।
ବିଭାଗସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B69.
ଆଇସିଡ଼ି-୯-ସିଏମ୍123.1
ରୋଗ ଡାଟାବେସ3341
ମେଡ଼ିସିନ-ପ୍ଲସ000627
ଇ-ମେଡ଼ିସିନemerg/119 med/494 ped/537
MeSHD003551

ସିସ୍ଟିସର୍କୋସିସ ଏକ ତନ୍ତୁ ସଂକ୍ରମଣ ରୋଗ ଯାହା ଏକ ପ୍ରକାର ଘୁଷୁରୀ ଫିତା କୃମି ଟିନିଆସୋଲିଅମରର ଛୁଆ ବା ଲାର୍ଭା ସିସ୍ଟିସର୍କସଦ୍ୱାରା ହୁଏ ।[][] ବର୍ଷ ବର୍ଷ ଧରି ଏହାର କୌଣସି ଲକ୍ଷଣ ପ୍ରକାଶ ନ ପାଇବା ପରେ ଏହା ଚର୍ମ ଓ ମାଂସପେଶିରେ ୧ରୁ ୨ ସେମି ବିଶିଷ୍ଟ ଯନ୍ତ୍ରଣାବିହୀନ ଟାଣ ଆବୁ ଆକାରରେ ବାହାରେ କିମ୍ବା ଯଦି ମସ୍ତିଷ୍କରେ ଥାଏ ତେବେ ସ୍ନାୟବିକ ଲକ୍ଷଣ ପ୍ରକାଶ ପାଏ ।[][] ମାସାଧିକ ବା ବର୍ଷାଧିକ କାଳ ପରେ ଏହି ଆବୁ ଯନ୍ତ୍ରଣାଦାୟକ ହୁଏ, ଫୁଲିଯାଏ ଓ ତାପରେ ଏହା କମିଯାଏ । ବିକାଶଶୀଳ ଦେଶମାନଙ୍କରେ ବାତ ଅପସ୍ମାର (seizure) ମାରିବାର ଏହା ଏକ ପ୍ରଧାନ କାରଣ ।[]

ଫିତା କୃମିର ଅଣ୍ଡା ଅପମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ସଂକ୍ରମଣ ହୁଏ । ରନ୍ଧା ହୋଇ ନ ଥିବା ପରିବା ଏହାର ଏକ ମୂଖ୍ୟ ଉତ୍ସ ।[] ବୟଃପ୍ରାପ୍ତ କୃମିର ଅଣ୍ଡା ସଂକ୍ରମିତ ଲୋକର ମଳରୁ ବାହାରେ ଯାହାକୁ ଟିନିଆସିସ କ‌ହ‌ନ୍ତି । [][] ଟିନିଆସିସ ଏକ ଅନ୍ୟ ରୋଗ ଯାହା ଭଲରୁପେ ରନ୍ଧା ହୋଇନଥିବା ଘୁଷୁରୀ ମାଂସ ଖାଇଲେ ହୁଏ ।[] ଦେହରେ ଫିତା କୃମି ଥିବା ଲୋକ ସଂସ୍ପର୍ଶରେ ଆସୁଥିବା ଲୋକର ଅଧିକ ରୋଗ ସଙ୍କଟ ଥାଏ ।[] ଏହାର ସିସ୍ଟ ଭିତରୁ ସୁକ୍ଷ୍ମ ଛୁଞ୍ଚି ସାହାଯ୍ୟରେ ବାହାର କରାଯାଇଥିବା ପଦାର୍ଥ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[] ମସ୍ତିଷ୍କ ଭିତରେ ରୋଗ ଥିଲେ ସି.ଟି. ସ୍କାନ ବା ଏମ.ଆର.ଆଇ. ପରୀକ୍ଷାଦ୍ୱାରା ଜଣାଯାଏ । ସି.ଏସ୍.ଏଫ୍. ଓ ରକ୍ତ ପରୀକ୍ଷାରେ ଇଓସିନୋଫିଲ ଥିଲେ ଏହି ରୋଗର ସମ୍ଭାବନା ଥାଏ ।[]

ଏହି ସଂକ୍ରମଣକୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷାପରିମଳ ବ୍ୟବସ୍ଥାଦ୍ୱାରା ପ୍ରତିରୋଧ କରିହୁଏ । ଏହି ବ୍ୟବସ୍ଥାରେ ଭଲରୁପେ ରନ୍ଧା ଘୁଷୁରି ମାଂସ, ସଠିକ ଶୌଚାଳୟ ଓ ବିଶୁଦ୍ଧ ଜଳପାନ‌କୁ ଅଗ୍ରାଧିକାର ଦିଆଯାଏ । ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ଏକାନ୍ତ ଆବଶ୍ୟକ ।[] ମସ୍ତିଷ୍କରେ ରୋଗ ନ ଥିଲେ ଚିକିତ୍ସା ଦରକାର ହୁଏନି ।[] ମସ୍ତିଷ୍କରେ ରୋଗ ଥିଲେ ପ୍ରାଜିକ୍ୱାଣ୍ଟେଲ କିମ୍ବା ଆଲ୍‌ବେଣ୍ଡାଜୋଲ ଔଷଧ ଦିଆଯାଏ । ଏହା ଦୀର୍ଘ ଦିନ ଧରି ଦିଆଯାଏ । ପ୍ରଦାହ ନିମନ୍ତେ ସ୍ଟିରଏଡ୍ ଓ ବାତ ନ ମାରିବା ନିମନ୍ତେ ଔଷଧ ଦରକାର ହୋଇପାରେ । ସିସ୍ଟ ଦେହରୁ ବାହାର କରିବା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ।[]

ଏସିଆ, ସବ୍-ସାହାରା ଆଫ୍ରିକା ଓ ଲାଟିନ ଆମେରିକାରେ ଘୁଷୁରୀ ଫିତାକୃମି ସାଧାରଣତଃ ଦେଖାଯାଏ । [] କେତେକ ସ୍ଥାନରେ ୨୫ % ଲୋକ ସଂକ୍ରମିତ ହେବା ବିଶ୍ୱାସ କରାଯାଏ ।[] ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ । [] ସନ ୧୯୯୦ରେ ୧୨୦୦ ମୃତ୍ୟୁ ଘଟିଥିଲା ବେଳେ ସନ ୨୦୧୦ରେ ଏହା କମିଯାଇ ୭୦୦ ହୋଇଥିଲା ।[] ସିସ୍ଟିସର୍କୋସିସ ରୋଗ ଘୁଷୁରୀ ଓ ଗୋଜାତୀୟ ଜୀବଙ୍କୁ ଆକ୍ରମଣ କରେ କିନ୍ତୁ ଏଗୁଡ଼ିକ ବେଶୀଦିନ ବଞ୍ଚୁ ନ ଥିବାରୁ ଲକ୍ଷଣ ପ୍ରକାଶ ପାଏନି । [] ସମ୍ପୁର୍ଣ୍ଣ ଇତିହାସରେ ଏହି ରୋଗ ଥିବା ଜଣାଯାଏ । [] ଆଉ ମଧ୍ୟ ଏହା ଏକ ହେଳା କରାଯାଉଥିବା ରୋଗ ।[]

  1. Roberts, Larry S.; Janovy, Jr., John (2009). Gerald D. Schmidt & Larry S. Roberts' Foundations of Parasitology (8 ed.). Boston: McGraw-Hill Higher Education. pp. 348–351. ISBN 978-0-07-302827-9.
  2. 1 2 3 4 5 6 "Taeniasis/Cysticercosis Fact sheet N°376". World Health Organization. February 2013. Retrieved 18 March 2014.
  3. 1 2 3 4 5 6 7 8 García HH, Gonzalez AE, Evans CA, Gilman RH (August 2003). "Taenia solium cysticercosis". Lancet. 362 (9383): 547–56. doi:10.1016/S0140-6736(03)14117-7. PMC 3103219. PMID 12932389.{{cite journal}}: CS1 maint: multiple names: authors list (link)
  4. García HH, Evans CA, Nash TE,; et al. (October 2002). "Current consensus guidelines for treatment of neurocysticercosis". Clin. Microbiol. Rev. 15 (4): 747–56. doi:10.1128/CMR.15.4.747-756.2002. PMC 126865. PMID 12364377.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  5. 1 2 "CDC - Cysticercosis".
  6. 1 2 Bobes RJ, Fragoso G, Fleury A,; et al. (April 2014). "Evolution, molecular epidemiology and perspectives on the research of taeniid parasites with special emphasis on Taeniasolium". Infect. Genet.Evol. 23: 150–60. doi:10.1016/j.meegid.2014.02.005. PMID 24560729.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  7. Lozano R, Naghavi M, Foreman K,; et al. (December 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  8. "Neglected Tropical Diseases". cdc.gov. June 6, 2011. Retrieved 28 November 2014.