ସିସ୍ଟିସର୍କୋସିସ

ଉଇକିପିଡ଼ିଆ ରୁ
Jump to navigation Jump to search
ସିସ୍ଟିସର୍କୋସିସ
Neurocysticercosis.gif
ଏକ ନିଉରୋସିସ୍ଟିସର୍କୋସିସ ରୋଗୀର ମସ୍ତିଷ୍କରେ ଅନେକଗୁଡ଼ିଏ ସିସ୍ଟ ଥିବା ଏମ. ଆର. ଆଇ.ରେ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B69.
ଆଇସିଡ଼ି-୯-ସିଏମ୍123.1
ରୋଗ ଡାଟାବେସ3341
ମେଡ଼ିସିନ-ପ୍ଲସ000627
ଇ-ମେଡ଼ିସିନemerg/119 med/494 ped/537
MeSHD003551

ସିସ୍ଟିସର୍କୋସିସ ଏକ ତନ୍ତୁ ସଂକ୍ରମଣ ରୋଗ ଯାହା ଏକ ପ୍ରକାର ଘୁଷୁରୀ ଫିତା କୃମି ଟିନିଆସୋଲିଅମରର ଛୁଆ ବା ଲାର୍ଭା ସିସ୍ଟିସର୍କସଦ୍ୱାରା ହୁଏ ।[୧][୨] ବର୍ଷ ବର୍ଷ ଧରି ଏହାର କୌଣସି ଲକ୍ଷଣ ପ୍ରକାଶ ନ ପାଇବା ପରେ ଏହା ଚର୍ମ ଓ ମାଂସପେଶିରେ ୧ରୁ ୨ ସେମି ବିଶିଷ୍ଟ ଯନ୍ତ୍ରଣାବିହୀନ ଟାଣ ଆବୁ ଆକାରରେ ବାହାରେ କିମ୍ବା ଯଦି ମସ୍ତିଷ୍କରେ ଥାଏ ତେବେ ସ୍ନାୟବିକ ଲକ୍ଷଣ ପ୍ରକାଶ ପାଏ ।[୩][୪] ମାସାଧିକ ବା ବର୍ଷାଧିକ କାଳ ପରେ ଏହି ଆବୁ ଯନ୍ତ୍ରଣାଦାୟକ ହୁଏ, ଫୁଲିଯାଏ ଓ ତାପରେ ଏହା କମିଯାଏ । ବିକାଶଶୀଳ ଦେଶମାନଙ୍କରେ ବାତ ଅପସ୍ମାର (seizure) ମାରିବାର ଏହା ଏକ ପ୍ରଧାନ କାରଣ ।[୩]

ଫିତା କୃମିର ଅଣ୍ଡା ଅପମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ସଂକ୍ରମଣ ହୁଏ । ରନ୍ଧା ହୋଇ ନ ଥିବା ପରିବା ଏହାର ଏକ ମୂଖ୍ୟ ଉତ୍ସ ।[୨] ବୟଃପ୍ରାପ୍ତ କୃମିର ଅଣ୍ଡା ସଂକ୍ରମିତ ଲୋକର ମଳରୁ ବାହାରେ ଯାହାକୁ ଟିନିଆସିସ କ‌ହ‌ନ୍ତି । [୩][୫] ଟିନିଆସିସ ଏକ ଅନ୍ୟ ରୋଗ ଯାହା ଭଲରୁପେ ରନ୍ଧା ହୋଇନଥିବା ଘୁଷୁରୀ ମାଂସ ଖାଇଲେ ହୁଏ ।[୨] ଦେହରେ ଫିତା କୃମି ଥିବା ଲୋକ ସଂସ୍ପର୍ଶରେ ଆସୁଥିବା ଲୋକର ଅଧିକ ରୋଗ ସଙ୍କଟ ଥାଏ ।[୫] ଏହାର ସିସ୍ଟ ଭିତରୁ ସୁକ୍ଷ୍ମ ଛୁଞ୍ଚି ସାହାଯ୍ୟରେ ବାହାର କରାଯାଇଥିବା ପଦାର୍ଥ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୩] ମସ୍ତିଷ୍କ ଭିତରେ ରୋଗ ଥିଲେ ସି.ଟି. ସ୍କାନ ବା ଏମ.ଆର.ଆଇ. ପରୀକ୍ଷାଦ୍ୱାରା ଜଣାଯାଏ । ସି.ଏସ୍.ଏଫ୍. ଓ ରକ୍ତ ପରୀକ୍ଷାରେ ଇଓସିନୋଫିଲ ଥିଲେ ଏହି ରୋଗର ସମ୍ଭାବନା ଥାଏ ।[୩]

ଏହି ସଂକ୍ରମଣକୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷାପରିମଳ ବ୍ୟବସ୍ଥାଦ୍ୱାରା ପ୍ରତିରୋଧ କରିହୁଏ । ଏହି ବ୍ୟବସ୍ଥାରେ ଭଲରୁପେ ରନ୍ଧା ଘୁଷୁରି ମାଂସ, ସଠିକ ଶୌଚାଳୟ ଓ ବିଶୁଦ୍ଧ ଜଳପାନ‌କୁ ଅଗ୍ରାଧିକାର ଦିଆଯାଏ । ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ଏକାନ୍ତ ଆବଶ୍ୟକ ।[୨] ମସ୍ତିଷ୍କରେ ରୋଗ ନ ଥିଲେ ଚିକିତ୍ସା ଦରକାର ହୁଏନି ।[୩] ମସ୍ତିଷ୍କରେ ରୋଗ ଥିଲେ ପ୍ରାଜିକ୍ୱାଣ୍ଟେଲ କିମ୍ବା ଆଲ୍‌ବେଣ୍ଡାଜୋଲ ଔଷଧ ଦିଆଯାଏ । ଏହା ଦୀର୍ଘ ଦିନ ଧରି ଦିଆଯାଏ । ପ୍ରଦାହ ନିମନ୍ତେ ସ୍ଟିରଏଡ୍ ଓ ବାତ ନ ମାରିବା ନିମନ୍ତେ ଔଷଧ ଦରକାର ହୋଇପାରେ । ସିସ୍ଟ ଦେହରୁ ବାହାର କରିବା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ।[୨]

ଏସିଆ, ସବ୍-ସାହାରା ଆଫ୍ରିକା ଓ ଲାଟିନ ଆମେରିକାରେ ଘୁଷୁରୀ ଫିତାକୃମି ସାଧାରଣତଃ ଦେଖାଯାଏ । [୩] କେତେକ ସ୍ଥାନରେ ୨୫ % ଲୋକ ସଂକ୍ରମିତ ହେବା ବିଶ୍ୱାସ କରାଯାଏ ।[୩] ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ । [୬] ସନ ୧୯୯୦ରେ ୧୨୦୦ ମୃତ୍ୟୁ ଘଟିଥିଲା ବେଳେ ସନ ୨୦୧୦ରେ ଏହା କମିଯାଇ ୭୦୦ ହୋଇଥିଲା ।[୭] ସିସ୍ଟିସର୍କୋସିସ ରୋଗ ଘୁଷୁରୀ ଓ ଗୋଜାତୀୟ ଜୀବଙ୍କୁ ଆକ୍ରମଣ କରେ କିନ୍ତୁ ଏଗୁଡ଼ିକ ବେଶୀଦିନ ବଞ୍ଚୁ ନ ଥିବାରୁ ଲକ୍ଷଣ ପ୍ରକାଶ ପାଏନି । [୨] ସମ୍ପୁର୍ଣ୍ଣ ଇତିହାସରେ ଏହି ରୋଗ ଥିବା ଜଣାଯାଏ । [୬] ଆଉ ମଧ୍ୟ ଏହା ଏକ ହେଳା କରାଯାଉଥିବା ରୋଗ ।[୮]

ଆଧାର[ସମ୍ପାଦନା]

  1. Roberts, Larry S.; Janovy, Jr., John (2009). Gerald D. Schmidt & Larry S. Roberts' Foundations of Parasitology (8 ed.). Boston: McGraw-Hill Higher Education. pp. 348–351. ISBN 978-0-07-302827-9.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Taeniasis/Cysticercosis Fact sheet N°376". World Health Organization. February 2013. Retrieved 18 March 2014.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ García HH, Gonzalez AE, Evans CA, Gilman RH (August 2003). "Taenia solium cysticercosis". Lancet. 362 (9383): 547–56. doi:10.1016/S0140-6736(03)14117-7. PMC 3103219. PMID 12932389.CS1 maint: Multiple names: authors list (link)
  4. García HH, Evans CA, Nash TE; et al. (October 2002). "Current consensus guidelines for treatment of neurocysticercosis". Clin. Microbiol. Rev. 15 (4): 747–56. doi:10.1128/CMR.15.4.747-756.2002. PMC 126865. PMID 12364377. Explicit use of et al. in: |author= (help)CS1 maint: Multiple names: authors list (link)
  5. ୫.୦ ୫.୧ "CDC - Cysticercosis".
  6. ୬.୦ ୬.୧ Bobes RJ, Fragoso G, Fleury A; et al. (April 2014). "Evolution, molecular epidemiology and perspectives on the research of taeniid parasites with special emphasis on Taeniasolium". Infect. Genet.Evol. 23: 150–60. doi:10.1016/j.meegid.2014.02.005. PMID 24560729. Explicit use of et al. in: |author= (help)CS1 maint: Multiple names: authors list (link)
  7. Lozano R, Naghavi M, Foreman K; et al. (December 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604. Explicit use of et al. in: |author= (help)CS1 maint: Multiple names: authors list (link)
  8. "Neglected Tropical Diseases". cdc.gov. June 6, 2011. Retrieved 28 November 2014.