ଫୁସଫୁସ କର୍କଟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଫୁସଫୁସ କର୍କଟ
LungCACXR.PNG
ଛାତି ଏକ୍ସ ରେରେ ଦେଖାଯାଇଥିବା ଫୁସଫୁସରେ ହୋଇଥିବା ଅର୍ବୁଦ ବା ଟ୍ୟୁମର ତୀର ଚିହ୍ନ ଦ୍ୱାରା ଦେଖା‌ଯାଇଛି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Q162555[*]
ଆଇସିଡ଼ି-୧୦ C33.-C34.
ଆଇସିଡ଼ି-୯-ସିଏମ୍ 162
ରୋଗ ଡାଟାବେସ ଛାତି ଏକ୍ସ‌-ରେ: ଫୁସଫୁସ ଭିତରେ ତୀର ଚିହ୍ନିତ ଅଂଶରେ କର୍କଟ ରୋଗ ଦେଖାଉଛି ।.htm 7616 ଛାତି ଏକ୍ସ‌-ରେ: ଫୁସଫୁସ ଭିତରେ ତୀର ଚିହ୍ନିତ ଅଂଶରେ କର୍କଟ ରୋଗ ଦେଖାଉଛି ।
ମେଡ଼ିସିନ-ପ୍ଲସ 007194
ଇ-ମେଡ଼ିସିନ med/1333 med/1336 emerg/335 radio/807 radio/405 radio/406
Patient UK ଫୁସଫୁସ କର୍କଟ
MeSH D002283

ଫୁସଫୁସ କର୍କଟ, (ଇଂରାଜୀ ଭାଷାରେ ଲଙ୍ଗସ୍ କ୍ୟାନସର ବା ଲୁଙ୍ଗସ କାର୍ସିନୋମା),[୧] ରୋଗ ଏକ ମାଲିଗନାଣ୍ଟ ଅର୍ବୁଦ ଯେଉଁଥିରେ ଫୁସଫୁସ ତନ୍ତୁରେ ଥିବା ଜୀବକୋଷମାନଙ୍କର ସଂଖ୍ୟାର ଅଦମନୀୟ ବୃଦ୍ଧି ଘଟେ ।[୨] ଚିକିତ୍ସା ନ ହେଲେ ଏହି ବୃଦ୍ଧି ଫୁସଫୁସ ପାର ହୋଇ ନିକଟସ୍ଥ ତନ୍ତୁକୁ ଓ ଏହାର କିଛି ଅଂଶ ଦୂରବର୍ତ୍ତୀ ଅଙ୍ଗମାନଙ୍କୁ ସ୍ଥାନାନ୍ତରିତ ବା ମେଟାସ୍ଟାସିସ (Metastasis) ହୋଇପାରେ ।[୩] ଫୁସଫୁସରେ ହେଉଥିବା କର୍କଟ ମଧ୍ୟରୁ ଅଧିକାଂଶ ପ୍ରାଥମିକ କର୍କଟ ଶ୍ରେଣୀର ଓ ଏପିଥେଲିଅମ୍ ଜାତୀୟ ଜୀବକୋଷରୁ ବୃଦ୍ଧି ହୁଏ ।[୪] ମୂଖ୍ୟ ଫୁସଫୁସ କର୍କଟ ଦୁଇ ପ୍ରକାର ଥାଏ: କ୍ଷୁଦ୍ର କୋଷ ଫୁସଫୁସ କର୍କଟ (SCLC) ଓ ଅଣକ୍ଷୁଦ୍ର କୋଷ ଫୁସଫୁସ କର୍କଟ(NSCLC) ।[୫] କାଶ, ରକ୍ତମିଶା କଫ, ଓଜନ ହ୍ରାସ ଓ କଷ୍ଟଦାୟକ ଶ୍ଵାସ କ୍ରିୟା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ । ଏହା ବ୍ୟତିତ ଅନ୍ୟ ଅଙ୍ଗର କର୍କଟ କୋଷ ମଧ୍ୟ ରକ୍ତରେ ପ୍ରବାହିତ ହୋଇ ଫୁସଫୁସରେ କର୍କଟ ସୃଷ୍ଟି କରନ୍ତି ।[୬]

ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଲା ଦୀର୍ଘକାଳୀନ ଧୂମ୍ର ପାନ କରିବା ଯାହାଦ୍ଵାରା ୮୫% କର୍କଟ ହୁଏ ।[୧] ୧୦ ରୁ ୧୫ % କର୍କଟ ରୋଗୀ ଜୀବନରେ କେବେ ବି ଧୁମ୍ର ପାନ କରିନଥାଆନ୍ତି ।[୭] ଏମାନେ ଗୁଣସୂତ୍ର ଅସୁବିଧା, ରାଡନ ଗ୍ୟାସ, ଆଜ୍‌ବେସ୍ଟସ, ସେକଣ୍ଡ ହ୍ୟାଣ୍ଡ ଧୂମ୍ର ତଥା ବାୟୁ ପ୍ରଦୂଷଣ ଯୋଗୁ ରୋଗ ଭୋଗିବା ବିଶ୍ଵାସ କରାଯାଏ ।[୮][୯] [୧୦][୧୧] ଛାତି ଏକ୍ସ-ରେସି.ଟି.ସ୍କାନ ଦ୍ଵାରା ଏହି ରୋଗ ଜଣାପଡେ ।[୧] ବ୍ରୋଙ୍କୋସ୍କୋପି ବା ସି.ଟି ଗାଇଡାନ୍ସ ମାଧ୍ୟମରେ ବାୟୋପ୍ସି କରି ଏହି ରୋଗ ନିଧାର୍ଯ୍ୟ ଭାବେ ନିର୍ଣ୍ଣୟ କରାଯାଏ ।[୧୨][୧୩]

ଧୁମ୍ରପାନ ଓ ବାୟୁ ପ୍ରଦୂଷଣ ଏହାର ମୂଖ୍ୟ କାରଣ ହୋଇଥିବାରୁ ଏହାଠାରୁ ଦୂରରେ ରହିଲେ ରୋଗ ପ୍ରତିଷେଧ ହୁଏ ।[୧୪] ଏହି ରୋଗର ଚିକିତ୍ସା କର୍କଟର ସ୍ଟେଜ, ଟାଇପ ଓ ରୋଗୀର ସାଧାରଣ ସ୍ଵାସ୍ଥ୍ୟ ଉପରେ ନିର୍ଭର କରେ: ଏହା ଉପରେ ରୋଗର ଚିକିତ୍ସା ଓ ଫଳାଫଳ ନିର୍ଭର କରେ । [୧] ଅଧିକାଂଶ ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[୫] ସାଧାରଣ ଚିକିତ୍ସାରେ ଅପରେଶନ, କେମୋଥେରାପିରାଡିଏସନ ଥେରାପି ଦିଆଯାଏ ।[୧] ଅଣକ୍ଷୁଦ୍ର କୋଷ ଫୁସଫୁସ କର୍କଟ(NSCLC) ରୋଗ ବେଳେ ବେଳେ ଅପରେଶନ ଦ୍ଵାରା କରାଯାଏ ଓ କ୍ଷୁଦ୍ର କୋଷ ଫୁସଫୁସ କର୍କଟ (SCLC) ରୋଗ ଚିକିତ୍ସା କେମୋଥେରାପିରେଡିଓଥେରାପି ଦ୍ଵାରା କରାଯାଏ ।[୧୫]

ସନ ୨୦୧୨୨ରେ ସାରା ପୃଥିବୀରେ ପ୍ରାୟ ୧.୮ ନିୟୁତ ଲୋକଙ୍କୁ ଫୁସଫୁସ କର୍କଟ ହୋଇଥିବା ଫଳରେ ୧.୬ ନିୟୁତ ମୃତ୍ୟୁ ହୋଇଥିଲା ।[୪] କର୍କଟ ସମ୍ପର୍କୀୟ ମୃତ୍ୟୁରେ ପୁରୁଷଙ୍କ ମଧ୍ୟରେ ଏହା ପ୍ରଥମ ଓ ମହିଳାଙ୍କ ମଧ୍ୟରେ ଏହା ସ୍ତନ କର୍କଟ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।[୧୬] ରୋଗ ନିର୍ଣ୍ଣିତ ହେବା ବୟସ ପ୍ରାୟ ୭୦ ବର୍ଷ । ଯୁକ୍ତରାଷ୍ଟ୍ର ଆମେରିକାରେ ୧୭.୪% ଫୁସଫୁସ କର୍କଟ ରୋଗୀ ରୋଗ ନିର୍ଣ୍ଣୟ ପରଠାରୁ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି, [୧୭] ଯେତେବେଳେ କି ବିକାଶଶୀଳ ଦେଶମାନଙ୍କରେ ଏହାର ଫଳ ଅତି ନିରୁତ୍ସାହ ଜନ‌କ ।[୧୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Lung Carcinoma: Tumors of the Lungs". Merck Manual Professional Edition, Online edition. Retrieved 15 August 2007. 
  2. "Non-Small Cell Lung Cancer Treatment –Patient Version (PDQ®)". NCI. May 12, 2015. Retrieved 5 March 2016. 
  3. "Non-Small Cell Lung Cancer Treatment –Patient Version (PDQ®)". NCI. May 12, 2015. Retrieved 5 March 2016. 
  4. ୪.୦ ୪.୧ World Cancer Report 2014. World Health Organization. 2014. pp. Chapter 5.1. ISBN 9283204298. 
  5. ୫.୦ ୫.୧ "Lung Cancer—Patient Version". NCI. Retrieved 5 March 2016. 
  6. Horn, L; Lovly, CM; Johnson, DH (2015). "Chapter 107: Neoplasms of the lung". In Kasper, DL; Hauser, SL; Jameson, JL; Fauci, AS; Longo, DL; Loscalzo, J. Harrison's Principles of Internal Medicine (19th ed.). McGraw-Hill. ISBN 978-0-07-180216-1. 
  7. Thun MJ, Hannan LM, Adams-Campbell LL et al. (September 2008). "Lung cancer occurrence in never-smokers: an analysis of 13 cohorts and 22 cancer registry studies". PLoS Medicine 5 (9): e185. doi:10.1371/journal.pmed.0050185. PMC 2531137. PMID 18788891. 
  8. O'Reilly, KM; Mclaughlin AM; Beckett WS; Sime PJ (March 2007). "Asbestos-related lung disease". American Family Physician 75 (5): 683–688. PMID 17375514. 
  9. Alberg, AJ; Samet, JM (2010). "Chapter 46". Murray & Nadel's Textbook of Respiratory Medicine (5th ed.). Saunders Elsevier. ISBN 978-1-4160-4710-0. 
  10. Carmona, RH (27 June 2006). "The Health Consequences of Involuntary Exposure to Tobacco Smoke: A Report of the Surgeon General". U.S. Department of Health and Human Services. Secondhand smoke exposure causes disease and premature death in children and adults who do not smoke.  Retrieved 2014-06-16
  11. "Tobacco Smoke and Involuntary Smoking" (PDF). IARC Monographs on the Evaluation of Carcinogenic Risks to Humans (WHO International Agency for Research on Cancer) 83. 2004. There is sufficient evidence that involuntary smoking (exposure to secondhand or 'environmental' tobacco smoke) causes lung cancer in humans. ... Involuntary smoking (exposure to secondhand or 'environmental' tobacco smoke) is carcinogenic to humans (Group 1). 
  12. Lu C, Onn A, Vaporciyan AA et al. (2010). "78: Cancer of the Lung". Holland-Frei Cancer Medicine (8th ed.). People's Medical Publishing House. ISBN 978-1-60795-014-1. 
  13. Collins, LG; Haines C; Perkel R; Enck RE (January 2007). "Lung cancer: diagnosis and management". American Family Physician (American Academy of Family Physicians) 75 (1): 56–63. PMID 17225705. 
  14. "Lung Cancer Prevention–Patient Version (PDQ®)". NCI. November 4, 2015. Retrieved 5 March 2016. 
  15. Chapman, S; Robinson G; Stradling J; West S (2009). "Chapter 31". Oxford Handbook of Respiratory Medicine (2nd ed.). Oxford University Press. ISBN 978-0-19-954516-2. 
  16. World Cancer Report 2014. World Health Organization. 2014. pp. Chapter 1.1. ISBN 9283204298. 
  17. "Surveillance, Epidemiology and End Results Program". National Cancer Institute. Retrieved 5 Mar 2016. 
  18. Majumder, edited by Sadhan (2009). Stem cells and cancer (Online-Ausg. ed.). New York: Springer. p. 193. ISBN 978-0-387-89611-3.