ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡ଼ର୍ସ
ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡ଼ର୍ସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Pediatrics, toxicology |
ଆଇସିଡ଼ି-୧୦ | Q86.0 |
ଆଇସିଡ଼ି-୯-ସିଏମ୍ | 760.71 |
ରୋଗ ଡାଟାବେସ | 32957 |
ମେଡ଼ିସିନ-ପ୍ଲସ | 000911 |
ଇ-ମେଡ଼ିସିନ | ped/767 |
MeSH | D005310 |
ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡ଼ର୍ (ଏଫଏଏସଡି) ଏକ ପ୍ରକାର ରୋଗର ଦଳ, ଯାହା ପିଲାଙ୍କର ହୁଏ ଓ ଯାହାର ମାଆ ଗର୍ଭାବସ୍ଥାରେ ଆଲକୋହୋଲ/ ମଦ୍ୟପାନ କରନ୍ତି । [୧] ପିଲାର ଅସ୍ୱାଭାବିକ ଆକୃତି, ଅଳ୍ପ ଉଚ୍ଚତା, ଅଳ୍ପ ଶାରୀରିକ ଓଜନ, ଛୋଟ ମୁଣ୍ଡ, ସମନ୍ୱୟର ଅଭାବ, କମ୍ ବୁଦ୍ଧିମତା, ବ୍ୟବହାରିକ ସମସ୍ୟା ଓ ଶ୍ରବଣ ସମସ୍ୟା ବା ଦୃଷ୍ଟି ସମସ୍ୟା ଦେଖାଯାଏ । [୧] ଏ ଭଳି ଲୋକଙ୍କର ସ୍କୁଲରେ ସମସ୍ୟା ହୁଏ, ନିୟମ ମାନିବାରେ ସମସ୍ୟା ହୁଏ, ବାରମ୍ବାର ଜେଲ ଯାଆନ୍ତି, ସଙ୍କଟଦାୟକ ଯୌନ କାରବାରରେ ଲିପ୍ତ ରହନ୍ତି ଓ ଆଲକୋହୋଲ ବା ଅନ୍ୟାନ୍ୟ ଡ୍ରଗ ନେବାରେ ସମସ୍ୟା ହୁଏ । [୨] ଏହି ଦଳର ସବୁଠାରୁ ଗମ୍ଭୀର ଧରଣର ରୋଗ ନାମ ଫିଟାଲ ଆଲକୋହୋଲ ସିଣ୍ଡ୍ରୋମ ।[୧] ଅନ୍ୟ ରୋଗମାନଙ୍କ ନାମ ପାର୍ସିଆଲ ଫିଟାଲ ଆଲକୋହୋଲ ସିଣ୍ଡ୍ରୋମ (ପିଏଫଏଏସ), ଆଲକୋହୋଲ ରିଲେଟେଡ ନିଉରୋଡେଭଲପମେଣ୍ଟାଲ ଡିଜଅର୍ଡ଼ର (ଏଆରଏନଡି) ଓ ଆଲକୋହୋଲ ରିଲେଟେଡ ବାର୍ଥ ଡିଫେକ୍ଟ (ଏଆରବିଡି) । [୧][୩]
ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡ଼ର୍ ରୋଗ ଗର୍ଭାବସ୍ଥାରେ ଆଲକୋହୋଲ ପାନ କଲେ ହୁଏ । [୧] ଆମେରିକାର ଏକ ସର୍ଭେ ଅନୁସାରେ ୧୦ % ଗର୍ଭିଣୀମାନେ ବିଗତ ଏକ ମାସ ମଧ୍ୟରେ ଓ ୨୦ରୁ ୩୦ % ଗର୍ଭିଣୀ ଗର୍ଭାବସ୍ଥାର କୌଣସି ସମୟରେ ମଦ୍ୟପାନ କରିଥିଲେ । [୪] ପ୍ରାୟ ୪ % ଗର୍ଭିଣୀ ମହିଳାଙ୍କର [[[ଆଲକୋହୋଲ ଯୁଜ ଡିଜଅର୍ଡ଼ର ଥିଲା]] । [୫] ଗର୍ଭାବସ୍ଥାରେ ପାନ କରିଥିବା ମଦର ପରିମାଣ, ଗର୍ଭାବସ୍ଥାର ସମୟ ଓ କେତେ ସମୟ ଅନ୍ତରରେ ପାନ କରନ୍ତି ତାହା ଉପରେ ରୋଗ ସଙ୍କଟ ନିର୍ଭର କରେ । [୪] ଅଧିକ ବୟସର ମହିଳା, ଧୁମ୍ରପାନ ଓ ଦୁର୍ବଳ ସ୍ୱାସ୍ଥ୍ୟ ଥିବା ଗର୍ଭିଣୀଙ୍କର ରୋଗ ସଙ୍କଟ ଅଧିକ ଥାଏ । [୪] ଗର୍ଭାବସ୍ଥାରେ ବିପଦମୁକ୍ତ ସମୟ ବା ପରିମାଣ ଅଜ୍ଞାତ । [୧] ସ୍ୱଳ୍ପ ପରିମାଣ ଆଲକୋହୋଲ ସେବନରେ ବାହ୍ୟ ପରିବର୍ତ୍ତନ ହୁଏ ନାହିଁ କିନ୍ତୁ ବ୍ୟବହାରିକ ସମସ୍ୟା ହୋଇପାରେ । [୫] ଆଲକୋହୋଲ ବ୍ଲଡ଼ ବ୍ରେନ ବାରିଅର ପାର କରିପାରେ ଓ ବିକାଶଲାଭ କରୁଥିବା ଶିଶୁ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ପକାଏ । [୬] ରୋଗୀର ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧]
ଆଲକୋହୋଲ ପାନ ନ କଲେ ଏହି ରୋଗ ପ୍ରତିରୋଧ କରିହେବ । [୭] ଏହି କାରଣରୁ ଡାକ୍ତରୀ ଅନୁସ୍ଠାନ ଗର୍ଭାବସ୍ଥାରେ ମଦ୍ୟପାନ ବାରଣ କରନ୍ତି । [୮][୯][୧୦] ଏହି ରୋଗ ସ୍ଥାୟୀ ହେଲେ ମଧ୍ୟ ଉପଚାରଦ୍ୱାରା ଫଳ ଉନ୍ନତ ହୋଇପାରେ । [୧] ପିତାମାତା-ଶିଶୁ ବାର୍ତ୍ତାଳାପ, ବ୍ୟବହାର ବଦଳ ପ୍ରଚେଷ୍ଟା ଓ ଔଷଧ ସାହାଯ୍ୟରେ ଚିକିତ୍ସା କରାଯାଏ । [୧୧]
ଆମେରିକା ଓ ଦକ୍ଷିଣ ୟୁରୋପରେ ୨ରୁ ୫ % ଲୋକଙ୍କୁ ଏଫଏଏସଡି ରୋଗ ହୋଇଥାଏ । [୧୨] ପ୍ରତି ଏକ ହଜାରରେ ୦.୨ରୁ ୯ ଜଣଙ୍କୁ ଏଫଏଏସ ରୋଗ ହୁଏ । [୧୨] ଦକ୍ଷିଣ ଆଫ୍ରିକାରେ କେତେକ ସ୍ଥାନରେ ଏହା ୯ % ହୋଇପାରେ । [୩] ପୁରାତନ କାଳରୁ ଆଲକୋହୋଲର ଖରାପ ପ୍ରଭାବ ବର୍ଣ୍ଣନା କରାହୋଇଆସିଛି । [୩] ସନ ୨୦୦୨ର ଏକ ଆକଳନ ଅନୁସାରେ ଜଣେ ଏଫଏଏସ ରୋଗୀର ସାରା ଜୀବନର ରୋଗ ନିମନ୍ତେ ଖର୍ଚ୍ଚ ପ୍ରାୟ ୨ ନିୟୁତ ଆମେରିକିୟ ଡଲାର । [୧୨] ସନ ୧୯୭୩ରେ ପ୍ରଥମେ ଫିଟାଲ ଆଲକୋହୋଲ ସିଣ୍ଡ୍ରୋମ ନାମ ବ୍ୟବହୃତ ହୋଇଥିଲା । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Facts about FASDs". April 16, 2015. Retrieved 10 June 2015.
- ↑ Coriale, G; Fiorentino, D; Di Lauro, F; Marchitelli, R; Scalese, B; Fiore, M; Maviglia, M; Ceccanti, M (2013). "Fetal Alcohol Spectrum Disorder (FASD): neurobehavioral profile, indications for diagnosis and treatment". Rivista di psichiatria. 48 (5): 359–69. PMID 24326748.
- ↑ ୩.୦ ୩.୧ ୩.୨ ୩.୩ Riley, EP; Infante, MA; Warren, KR (June 2011). "Fetal alcohol spectrum disorders: an overview". Neuropsychology review. 21 (2): 73–80. PMID 21499711.
- ↑ ୪.୦ ୪.୧ ୪.୨ "Fetal Alcohol Exposure". April 2015. Retrieved 10 June 2015.
- ↑ ୫.୦ ୫.୧ McHugh, RK; Wigderson, S; Greenfield, SF (June 2014). "Epidemiology of substance use in reproductive-age women". Obstetrics and gynecology clinics of North America. 41 (2): 177–89. PMID 24845483.
- ↑ Fetal Alcohol Spectrum Disorder: Management and Policy Perspectives of FASD. John Wiley & Sons. 2011. pp. 73–75. ISBN 9783527632565.
- ↑ "Alcohol Use in Pregnancy". April 17, 2014. Retrieved 10 June2015.
{{cite web}}
: Check date values in:|accessdate=
(help) - ↑ Vice Admiral Richard H. Carmona (2005). "A 2005 Message to Women from the U.S. Surgeon General" (PDF). Retrieved 12 June 2015.
- ↑ Committee to Study Fetal Alcohol Syndrome, Division of Biobehavioral Sciences and Mental Disorders, Institute of Medicine (1995). Fetal alcohol syndrome : diagnosis, epidemiology, prevention, and treatment. Washington, D.C.: National Academy Press. ISBN 0-309-05292-0.
{{cite book}}
: CS1 maint: multiple names: authors list (link) - ↑ "Australian Government National Health and Medical Research Council". Archived from the original on 5 November 2012. Retrieved 4 November 2012.
- ↑ Roszel, EL (13 April 2015). "Central nervous system deficits in fetal alcohol spectrum disorder". The Nurse practitioner. 40 (4): 24–33. PMID 25774812.
- ↑ ୧୨.୦ ୧୨.୧ ୧୨.୨ "Data & Statistics Prevalence of FASDs". Center for Disease Control and Prevention. April 16, 2015. Retrieved 10 June 2015.