ଓଷ୍ଟିଓପୋରୋସିସ

ଉଇକିପିଡ଼ିଆ‌ରୁ
ଓଷ୍ଟିଓପୋରୋସିସ
ଓଷ୍ଟିଓପୋରୋସିସ ରୋଗ‌ଗ୍ରସ୍ତ ବୟସ୍କା ମହିଳାଙ୍କର ମେରୁଅସ୍ଥି ଚିପା ଅସ୍ଥିଭଗ୍ନ ଯୋଗୁ ପିଠି ବଙ୍କା ହୋଇଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିRheumatology
ଆଇସିଡ଼ି-୧୦M80.-M82.
ଆଇସିଡ଼ି-୯-ସିଏମ୍733.0
ଓଏମ୍‌ଆଇଏମ୍166710
ରୋଗ ଡାଟାବେସ9385
ମେଡ଼ିସିନ-ପ୍ଲସ000360
ଇ-ମେଡ଼ିସିନmed/1693 ped/1683 pmr/94 pmr/95
Patient UKଓଷ୍ଟିଓପୋରୋସିସ
MeSHD010024

ଓଷ୍ଟିଓପୋରୋସିସ ଏକ ରୋଗ ଯେଉଁଥିରେ ହାଡ଼ର ଶକ୍ତି କମିଯାଇ ଅଧିକ ଅସ୍ଥିଭଗ୍ନ ସମ୍ଭାବନା ରହେ । ବୃଦ୍ଧ ବୟସରେ ଅସ୍ଥିଭଗ୍ନର ଏହା ସର୍ବାଧିକ ସାଧାରଣ କାରଣ ।[୧] ଅସ୍ଥି ଭଗ୍ନର ସାଧାରଣ ସ୍ଥାନ: ପିଠି ହାଡ଼, ପ୍ରବାହୁ (forearm) ଓ ହିପ[୨] ଅସ୍ଥି ଭଗ୍ନ ନ ହେଲା ପର୍ଯ୍ୟନ୍ତ ଏହାର ସାଧାରଣତଃ ଲକ୍ଷଣ ନ ଥାଏ । ଏହି ରୋଗରେ ଅସ୍ଥି ଏତେ ଦୁର୍ବଳ ହୁଏ ଯେ ସାମାନ୍ୟ ଚାପ ବା କୌଣସି ଚାପ ନ ଥାଇ ମଧ୍ୟ ଆପେ ଆପେ ଭାଙ୍ଗିଯାଏ । ଅସ୍ଥି ଭଗ୍ନ ପରେ ଦୈନନ୍ଦିନ କର୍ମ ସମ୍ପାଦନ କରିବାରେ ଅସୁବିଧା ହୁଏ କ୍ରନିକ ଯନ୍ତ୍ରଣା ହୁଏ ।[୧] ଓଡ଼ିଆରେ ଏହି ରୋଗର ପ୍ରତିଶବ୍ଦ: ହାଡ଼ପୋରିଆ, ପୋଲା ହାଡ଼ ରୋଗ, ଛିଦ୍ରାଳ ଅସ୍ଥି ରୋଗ ।

ଓଷ୍ଟିଓପୋରୋସିସ ରୋଗରେ ସାଧାରଣ ପିକ ବୋନ ମାସ ଅପେକ୍ଷା କମ କ୍ଷୟ ଓ ସାଧାରଣ ଅସ୍ଥି କ୍ଷୟ ଅପେକ୍ଷା ବେଶୀ କ୍ଷୟ ହୁଏ । ଏସ୍ଟ୍ରୋଜେନ ସ୍ତର ମେନୋପଜ ବା ଋତୁବନ୍ଦ ପରେ କମିଯିବାରୁ ଅସ୍ଥି କ୍ଷୟ ହୁଏ । ଅନେକ ରୋଗ ଓ ଚିକିତ୍ସା ପଦ୍ଧତିରେ ଅସ୍ଥିକ୍ଷୟ ହୁଏ ଯେପରିକି ମଦ୍ୟାସକ୍ତି, ଆନୋରେକ୍ସିଆ ନର୍ଭୋସା, ହାଇପରଥାଇରଏଡିଜ୍ମ, ଉଫୋରେକଟୋମିବୃକ୍‌କ ରୋଗବାତଔଷଧ (ଆଣ୍ଟିସିଜର ମେଡିକେସନ), କେମୋଥେରାପି, ପ୍ରୋଟୋନ ପମ୍ପ ଇନହିବିଟର, ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟରସ୍ଟେରଏଡ ଔଷଧ ନେଲେ ଅସ୍ଥିକ୍ଷୟ ଅଧିକ ହୁଏ । ବ୍ୟାୟାମ ଅଭାବ ଓ ଧୁମ୍ରପାନ ମଧ୍ୟ ରୋଗ ସଙ୍କଟ ହୋଇପାରେ ।[୧] ଅସ୍ଥି ସାନ୍ଦ୍ରତା ବା ବୋନ ଡେନସିଟି ଯୁବ ବୟସ୍କର ୨.୫ ଏସଡି ତଳକୁ ଥିଲେ ଓଷ୍ଟିଓପୋରୋସିସ ରୋଗ ନିର୍ଣ୍ଣୟ କରାଯାଏ ।[୩] ଡୁଆଲ ଏନର୍ଜି ଏକ୍ସ-ରେ ଆବସର୍ପସିଓମେଟ୍ରିଦ୍ୱାରା ହିପରେ ଏହି ମାପ କରାଯାଏ ।[୩]

କ୍ଷତିକାରକ ଔଷଧ ଦୂର କରି ଓ ଉପ‌ଯୁକ୍ତ ଖାଦ୍ୟ ଗ୍ରହଣ କରି ଏହି ରୋଗକୁ ପ୍ରତିରୋଧ କରାଯାଏ । ଉପ‌ଯୁକ୍ତ ଖାଦ୍ୟ, ବ୍ୟାୟାମ ଓ ନ ପଡ଼ିଯିବା ନିମନ୍ତେ ଚେଷ୍ଟିତ ହେଲେ ଅସ୍ଥିଭଗ୍ନ ପ୍ରତିରୋଧ କରିହେବ । ଜୀବନ‌ଚର୍ଯ୍ୟାରେ ପରିବର୍ତ୍ତନ, ଧୁମ୍ରପାନ ନିଷେଧ ଓ ଆଲକୋହୋଲ ପାନ ବନ୍ଦ ଇତ୍ୟାଦି ବ‌ହୁତ ସାହାଯ୍ୟ କରେ ।[୧] ପୂର୍ବରୁ ଓଷ୍ଟିଓପୋସୋସିସ ଜନିତ ଅସ୍ଥିଭଗ୍ନ ଥିଲେ ବାଇଫସଫୋନେଟ ଔଷଧ ଦେଲେ ଉପକାର ମିଳେ,[୪][୫] କିନ୍ତୁ କେବଳ ଓଷ୍ଟିଓପୋରୋସିସ ଥିଲେ କମ କାର୍ଯ୍ୟକାରୀ ହୁଏ ।[୪][୫][୬] ଅନ୍ୟ କେତେକ ଔଷଧ ମଧ୍ୟ ଉପକାରୀ ହୁଏ ।[୧][୭]

ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଓଷ୍ଟିଓପୋରୋସିସ ଏକ ସାଧାରଣ ରୋଗ ହୋଇଯାଏ ।[୧] ପଚାଶ ଦଶକର ଲୋକଙ୍କ ମଧ୍ୟରୁ୧୫ % (ଗୋରା ଲୋକ) ଓ ୮୦ ବର୍ଷ ବୟସ ପରେ ୭୦ % ଏହି ରୋଗ ଭୋଗନ୍ତି ।[୮] ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ରୋଗ ହୁଏ ।[୧] ବିକଶିତ ଦେଶମାନଙ୍କରେ ରୋଗ ନିର୍ଣ୍ଣୟ ପଦ୍ଧତି ଅନୁସାରେ ୨ରୁ ୮ % ପୁରୁଷ ଓ ୯ରୁ ୩୮ % ମହିଳାଙ୍କୁ ଏହି ରୋଗ ହୁଏ ।[୯] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ଜଣାଯାଇ ନାହିଁ ।[୧୦] ସନ ୨୦୧ରେ ୟୁରୋପ ୟୁନିଅନରେ ୨୨ ନିୟୁତ ମହିଳା ଓ ୫.୫ ନିୟୁତ ପୁରୁଷଙ୍କୁ ଏହି ରୋଗ ହୋଇଥିଲା ।[୧୧] ଆମେରିକାରେ ସେହି ବର୍ଷ (୨୦୧୦) ୮ ନିୟୁତ ମହିଳା ଓ ୧ରୁ ୨ ନିୟୁତ ପୁରୁଷଙ୍କୁ ଏହି ରୋଗ ହୋଇଥିଲା ।[୯][୧୨] ଗୋରା ଲୋକ ଓ ଏସିଆ ଲୋକଙ୍କର ରୋଗ ସଙ୍କଟ ଅଧିକ ଥାଏ ।[୧] ଗ୍ରୀକ ଶବ୍ଦ ପୋରସ ହାଡ଼ରୁ ଏହି ଓଷ୍ଟିଓପୋରୋସିସ ନାମ ଆସିଛି ।[୧୩]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Handout on Health: Osteoporosis". August 2014. Retrieved 16 May 2015.
  2. Golob, AL; Laya, MB (May 2015). "Osteoporosis: Screening, Prevention, and Management". The Medical clinics of North America. 99 (3): 587–606. PMID 25841602.
  3. ୩.୦ ୩.୧ WHO Scientific Group on the Prevention and Management of Osteoporosis (2000 : Geneva, Switzerland) (2003). "Prevention and management of osteoporosis : report of a WHO scientific group" (PDF). p. 7, 31. ISBN 9241209216.{{cite web}}: CS1 maint: numeric names: authors list (link)
  4. ୪.୦ ୪.୧ Wells, GA; Cranney, A; Peterson, J; Boucher, M; Shea, B; Robinson, V; Coyle, D; Tugwell, P (23 January 2008). "Alendronate for the primary and secondary prevention of osteoporotic fractures in postmenopausal women". The Cochrane database of systematic reviews (1): CD001155. PMID 18253985.
  5. ୫.୦ ୫.୧ Wells, G; Cranney, A; Peterson, J; Boucher, M; Shea, B; Robinson, V; Coyle, D; Tugwell, P (23 January 2008). "Risedronate for the primary and secondary prevention of osteoporotic fractures in postmenopausal women". The Cochrane database of systematic reviews (1): CD004523. PMID 18254053.
  6. Wells GA, Cranney A, Peterson J, Boucher M, Shea B, Robinson V, Coyle D, Tugwell P (Jan 23, 2008). "Etidronate for the primary and secondary prevention of osteoporotic fractures in postmenopausal women". Cochrane Database of Systematic Reviews (1): CD003376. doi:10.1002/14651858.CD003376.pub3. PMID 18254018.{{cite journal}}: CS1 maint: multiple names: authors list (link)
  7. "Screening for Osteoporosis: Systematic Review to Update the 2002 U.S. Preventive Services Task Force Recommendation [Internet]". Agency for Healthcare Research and Quality. 2010. PMID 20722176. {{cite journal}}: Cite uses deprecated parameter |authors= (help)
  8. "Chronic rheumatic conditions". World Health Organization. Retrieved 18 May 2015.
  9. ୯.୦ ୯.୧ Wade, SW; Strader, C; Fitzpatrick, LA; Anthony, MS; O'Malley, CD (2014). "Estimating prevalence of osteoporosis: examples from industrialized countries". Archives of osteoporosis. 9 (1): 182. PMID 24847682.
  10. Handa, R; Ali Kalla, A; Maalouf, G (August 2008). "Osteoporosis in developing countries". Best practice & research. Clinical rheumatology. 22 (4): 693–708. PMID 18783745.
  11. Svedbom, A; Hernlund, E; Ivergård, M; Compston, J; Cooper, C; Stenmark, J; McCloskey, EV; Jönsson, B; Kanis, JA; EU Review Panel of, IOF (2013). "Osteoporosis in the European Union: a compendium of country-specific reports". Archives of osteoporosis. 8 (1–2): 137. PMID 24113838.
  12. Willson, T; Nelson, SD; Newbold, J; Nelson, RE; LaFleur, J (2015). "The clinical epidemiology of male osteoporosis: a review of the recent literature". Clinical epidemiology. 7: 65–76. PMID 25657593.
  13. King, Tekoa L.; Brucker, Mary C. (2011). Pharmacology for women's healt. Sudbury, Mass.: Jones and Bartlett Publishers. p. 1004. ISBN 9780763753290.