Jump to content

ହାଇପରଥାଇରଏଡିଜମ

ଉଇକିପିଡ଼ିଆ‌ରୁ
ହାଇପରଥାଇରଏଡିଜମ
ବିଭାଗEndocrinology
ଆଇସିଡ଼ି-୧୦E05.
ଆଇସିଡ଼ି-୯-ସିଏମ୍242.90
ରୋଗ ଡାଟାବେସ6348
ମେଡ଼ିସିନ-ପ୍ଲସ000356
ଇ-ମେଡ଼ିସିନmed/1109
Patient UKହାଇପରଥାଇରଏଡିଜମ
MeSHD006980

ହାଇପରଥାଇରଏଡିଜମ, ଅନ୍ୟ ନାମ over active thyroidହାଇପରଥାଇରିଓସିସ, ଏକ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥିରୁ ଅତ୍ୟଧିକ ଥାଇରଏଡ ହରମୋନ ନିର୍ଗତ ହୁଏ । [] ଯେ କୌଣସି କାରଣରୁ ଅତ୍ୟଧିକ ଥାଇରଏଡ ହରମୋନ ସ୍ରାବ ହେଲେ ଥାଇରୋଟକ୍ସିକୋସିସ ରୋଗ ହୁଏ ଓ ହାଇପରଥାଇରଏଡିଜମ ଏହାର ଅନ୍ତର୍ଭୁକ୍ତ । [] ଏହି ଦୁଇ ନାମକୁ ଅନେକ ଇଚ୍ଛାନୁଯାୟୀ ବ୍ୟବ‌ହାର କରନ୍ତି । [] ଲୋକ ଅନୁସାରେ ଚିହ୍ନ ଓ ଲକ୍ଷଣ ବିବିଧ ହୁଏ । ଏହି ଲକ୍ଷଣ ଗୁଡ଼ିକ: ମାଂସପେଶୀ ଦୁର୍ବଳତା, ଶୋଇବା ଅସୁବିଧା, ଦୃତ ହୃତ୍ ସ୍ପନ୍ଦନ, ଉତ୍ତାପ ଅସ‌ହିଷ୍ଣୁତା, ତରଳ ଝାଡ଼ା, ବର୍ଦ୍ଧିଷ୍ଣୁ ଥାଇରଏଡ ଗ୍ରନ୍ଥି ଓ ଓଜନ ହ୍ରାସ । ବୟସ୍କ ଲୋକ ଓ ଗର୍ଭାବସ୍ଥାରେ ଏହି ରୋଗ ଲକ୍ଷଣ କମ ଦେଖାଯାଏ । [] ଏକ ଅସାଧାରଣ ଜଟିଳତାର ନାମ ଥାଇରଏଡ ଝଡ଼ ଯେଉଁଥିରେ ସଂକ୍ରମଣ ହୋଇ ମାନସିକ ଦ୍ୱନ୍ଦ ଓ ଉଚ୍ଚ ଉତ୍ତାପ ହୁଏ ଓ ଶେଷରେ ମୃତ୍ୟୁ ହୁଏ । [] ଏହି ରୋଗର ଏକ ବିପରୀତ ଅବସ୍ଥା ହେଉଛି ହାଇପୋଥାଇରଏଡିଜମ ଯେଉଁଥିରେ ସ୍ୱଳ୍ପ ଥାଇରଏଡ ହରମୋନ ସ୍ରାବ ହୁଏ । []

ଆମେରିକାରେ ହେଉଥିବା ହାଇପରଥାଇରଏଡିଜମ ରୋଗର କାରଣ ମଧ୍ୟରୁ ୫୦ %ରୁ ୮୦% କେବଳ ଗ୍ରେଭସ ଡିଜିଜ[][] ଅନ୍ୟାନ୍ୟ କାରଣ: ମଲ୍ଟିନୋଡ୍ୟୁଲାର ଗଏଟର, ଟକସିକ ଆଡେନୋମା, ଥାଇରଏଡ ପ୍ରଦାହ ଓ ଅତ୍ୟଧିକ ଆୟୋଡିନ ଖାଦ୍ୟ ବା ସିନଥେଟକ ଥାଇରଏଡ ହରମୋନ ଖାଇଲେ ଏହି ରୋଗ ହୁଏ । [][] ଅସାଧାରଣ କେଶ ମଧ୍ୟରେ ପିଟୁଇଟାରି ଆଡେନୋମା ସମ୍ଭବ । ଚିହ୍ନ ଓ ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା ଆବଶ୍ୟକ । ରକ୍ତ ପରୀକ୍ଷାରେ କମ ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ଓ ଅଧିକ ଟି କିମ୍ବା ଟି ଥାଏ ।. ଥାଇରଏଡର ରେଡିଓଆୟୋଡିନ ଅପଟେକ, ଥାଇରଏଡ ସ୍କାନ, ଓ ଟିଏସଆଇ ଆଣ୍ଟିବଡି ପରୀକ୍ଷା ରୋଗ କାରଣ ନିର୍ଣ୍ଣୟରେ ସାହାଯ୍ୟ କରନ୍ତି । []

ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ଏହା ନିମନ୍ତେ ତିନି ପ୍ରକାର ଚିକିତ୍ସା ଉପଲବ୍ଧ ଯଥା ରେଡିଓଆୟୋଡିନ ଥେରାପି, ଔଷଧ ଓ ଥାଇରଏଡ ଅପରେଶନ । ରେଡିଓଆୟୋଡିନ ଥେରାପିରେ ପାଟିବାଟେ ଆୟୋଡିନ-୧୩୧ ଦିଆଯାଏ ଯାହା ଥାଏରଏଡ ଗ୍ରନ୍ଥିରେ ଗାଢ଼ ହୋଇ ତାହାକୁ କିଛି ସପ୍ତାହରୁ କିଛ ମାସ ମଧ୍ୟରେ ନଷ୍ଟ କରିଦିଏ । ଏହା ଫଳରେ ଜାତ ହେଉଥିବା ହାଇପୋଥାଇରଏଡିଜମ ରୋଗକୁ କୃତ୍ରିମ ଥାଇରଏଡ ହରମୋନ ଦେଇ ଚିକିତ୍ସା କରାଯାଏ । ବିଟା ବ୍ଲକରଦ୍ୱାରା ଲକ୍ଷଣ ନିୟନ୍ତ୍ରଣ କରାଯାଏ ଓ ଆଣ୍ଟିଥାଇରଏଡ ଔଷଧ ଯେପରିକି ମେଥିମାଜୋଲ ଦେଇ ଉପରୋକ୍ତ ଚିକିତ୍ସାର ଫଳ ଆସିବା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀ କାଳୀନ ଚିକିତ୍ସା କରାଯାଏ । ଅପରେଶନ କରି ଥାଇରଏଡ ଗ୍ରନ୍ଥି ବାହାର କରିଦେବା ଆଉ ଏକ ପନ୍ଥା । କର୍କଟ ସଙ୍କଟ ଥିଲେ ବା ଅତି ବଡ଼ ଥାଇରଏଡ ହୋଇଥିଲେ ଏହି ଚିକିତ୍ସା କରାଯାଏ । [] ଜନସଂଖ୍ୟାର ୧.୨ % ଲୋକଙ୍କୁ ଆମେରିକାରେ ଏହି ରୋଗ ହୁଏ । [] ମହିଳାଙ୍କର ୨ରୁ ୧୦ ଗୁଣ ଅଧିକ ପୁରୁଷମାନଙ୍କୁ ଏହି ରୋଗ ହୁଏ । [] ଏହି ରୋଗ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ । [] ୬୦ ବର୍ଷ ବୟସ ପରେ ଏହି ରୋଗ ସାଧାରଣ ହୋଇଯାଏ । []

  1. 1 2 3 Bahn Chair, RS; Burch, HB; Cooper, DS; Garber, JR; Greenlee, MC; Klein, I; Laurberg, P; McDougall, IR; Montori, VM; Rivkees, SA; Ross, DS; Sosa, JA; Stan, MN (June 2011). "Hyperthyroidism and other causes of thyrotoxicosis: management guidelines of the American Thyroid Association and American Association of Clinical Endocrinologists". Thyroid : official journal of the American Thyroid Association. 21 (6): 593–646. PMID 21510801.
  2. Erik D Schraga (May 30, 2014). "Hyperthyroidism, Thyroid Storm, and Graves Disease". Retrieved 20 April 2015.
  3. 1 2 3 4 5 6 7 "Hyperthyroidism". www.niddk.nih.gov. July 2012. Archived from the original on 2015-04-04. Retrieved 2015-04-02.
  4. 1 2 3 Devereaux, D.; Tewelde, SZ. (May 2014). "Hyperthyroidism and thyrotoxicosis". Emerg Med Clin North Am. 32 (2): 277–92. doi:10.1016/j.emc.2013.12.001. PMID 24766932.
  5. NIDDK (March 13, 2013). "Hypothyroidism". Archived from the original on 5 March 2016. Retrieved 20 April 2015.
  6. Brent, Gregory A. (Jun 12, 2008). "Clinical practice. Graves' disease". The New England Journal of Medicine. 358 (24): 2594–2605. doi:10.1056/NEJMcp0801880. ISSN 1533-4406. PMID 18550875.