ଡାଉନ ସିଣ୍ଡ୍ରୋମ
ଡାଉନ ସିଣ୍ଡ୍ରୋମ | |
---|---|
Down's syndrome | |
![]() ଏକ ଡାଉନ ସିଣ୍ଡ୍ରୋମ ରୋଗୀ ବହି ଥାକ ତିଆରି କରୁଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Medical genetics, pediatrics |
ଆଇସିଡ଼ି-୧୦ | Q90. |
ଆଇସିଡ଼ି-୯-ସିଏମ୍ | 758.0 |
ଓଏମ୍ଆଇଏମ୍ | 190685 |
ରୋଗ ଡାଟାବେସ | 3898 |
ମେଡ଼ିସିନ-ପ୍ଲସ | 000997 |
ଇ-ମେଡ଼ିସିନ | ped/615 |
Patient UK | ଡାଉନ ସିଣ୍ଡ୍ରୋମ |
MeSH | D004314 |
ଡାଉନ ସିଣ୍ଡ୍ରୋମ (ଡିଏସ୍ ବା ଡିଏନଏସ), ଅନ୍ୟ ନାମ ଟ୍ରାଇସୋମି ୨୧, ଏକ ଜେନେଟିକ ବେମାରୀ ଯେଉଁଥିରେ କ୍ରୋମୋଜୋମ ୨୧ ତୃତୀୟ କପିର ସମସ୍ତ ବା ଆଂଶିକ ଉପସ୍ଥିତିଦ୍ୱାରା ହୁଏ ।[୧] ଏହାଦ୍ୱାରା ଶାରୀରିକ ବୃଦ୍ଧି ବିଳମ୍ବ ହୁଏ, ସ୍ୱାଭାବିକ ମୁଖ ଆକୃତି ଓ ସାମାନ୍ୟରୁ ମଧ୍ୟମ ବୁଦ୍ଧିମତ୍ତା ବିକଳାଙ୍ଗ ଦେଖାଯାଏ ।[୨] ଡାଉନ ସିଣ୍ଡ୍ରୋମ ଥିବା ଯୁବ ବୟସ୍କର ଆଇକ୍ୟୁ ୫୦ ଥାଏ ଯାହା ୮ରୁ ୯ ବର୍ଷିୟ ପିଲାର ମାନସିକ ବୟସ ସଙ୍ଗେ ସମାନ । [୩]
ଡାଉନ ସିଣ୍ଡ୍ରୋମ ରୋଗୀର ପିତାମାତା ସ୍ୱାଭାବିକ ଭାବରେ ଜେନେଟିକାଲି ସାଧାରଣ ଥାଆନ୍ତି ।[୪] ଅତିରିକ୍ତ କ୍ରୋମୋଜୋମଟି ଘଟଣାକ୍ରମେ (by chance) ତିଆରି ହୁଏ ।[୫] ଅନ୍ୟ କୌଣସି ବ୍ୟବହାରିକ ବା ପରିବେଶଗତ ସଙ୍କଟ ଏହି ପରିବର୍ତ୍ତନ ଆଣିବା ଜଣାଯାଇ ନାହିଁ ।[୫] ଗର୍ଭାବସ୍ଥାରେ ବି ଏହି ରୋଗ ପିତାମାତାଙ୍କ ସ୍କ୍ରୀନିଙ୍ଗ, ନିର୍ଣ୍ଣୟାତ୍ମକ ପରୀକ୍ଷା ବା ଶିଶୁ ଜନ୍ମ ପରେ ଜେନେଟିକ ପରୀକ୍ଷା ଓ ଅବଲୋକନ କରି ଚିହ୍ନଟ କରାଯାଇପାରେ ।[୬] ସ୍କ୍ରୀନିଙ୍ଗ ଲାଗୁ ହେବା ପରଠାରୁ ଗର୍ଭାବସ୍ଥାରେ ଏହି ରୋଗ ନିର୍ଣ୍ଣୟ ହେଲେ ଗର୍ଭପାତ କରିଦିଆଯାଉଛି ।[୭][୮] ଏହି ରୋଗରେ ନିୟମିତ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିବାରୁ ସାରା ଜୀବନ ରୋଗୀର ମେଡିକାଲ ପରୀକ୍ଷା କରିବାକୁ ପଡ଼େ ।[୩]
ଡାଉନ ସିଣ୍ଡ୍ରୋମ ରୋଗ ଆରୋଗ୍ୟ ହୁଏନାହିଁ ।[୯] ଉପଯୁକ୍ତ ଶିକ୍ଷା ଓ ଯତ୍ନ ସାହାଯ୍ୟରେ ଜୀବନ ଗୁଣବତ୍ତା ଉନ୍ନତ ହୁଏ ।[୧୦] ଏହି ରୋଗଗ୍ରସ୍ତ କେତେକ ପିଲା ସ୍ୱାଭାବିକ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିଲେ ମଧ୍ୟ ଅନ୍ୟ କେତେକ ବିଶେଷ ବିଦ୍ୟାଳୟ ଆବଶ୍ୟକ କରନ୍ତି ।[୧୧] ଏହିପରି କେତେକ ପିଲା ହାଇସ୍କୁଲ ପାସ୍ ଓ ଅନ୍ୟ କେତେକ ପରବର୍ତ୍ତୀ ଶିକ୍ଷା (post-secondary education) ଲାଭ କରିପାରିଥିବା ଜଣାଯାଏ ।[୧୨] ଯୁକ୍ତରାଷ୍ଟ୍ର ଆମେରିକାରେ ବୟଃପ୍ରାପ୍ତ ଏହି ରୋଗୀଙ୍କ ମଧ୍ୟରୁ କେତେକ ଲୋକ ଦରମାପ୍ରାପ୍ତ କାମ କରିବା ଜଣାଯାଏ[୧୩] ଓ ଅନ୍ୟ କେତେକ ଅଧୀନସ୍ଥ ପର୍ଯ୍ୟବେକ୍ଷଣ ଲବ୍ଧ କାମ କରନ୍ତି ।[୧୧] ଏମାନଙ୍କର ଅର୍ଥନୈତିକ ଓ ନ୍ୟାୟିକ ସାହାଯ୍ୟ ଅଧିକାଂଶ ସମୟରେ ଆବଶ୍ୟକ ହୁଏ ।[୧୪] ଉପଯୁକ୍ତ ସ୍ୱାସ୍ଥ୍ୟ ଯତ୍ନ ନେଲେ ବିକଶିତ ଦେଶମାନଙ୍କରେ ଏମାନଙ୍କର ଆୟୁଷ ୫୦ ବର୍ଷ ପର୍ଯ୍ୟନ୍ତ ହୋଇପାରେ ।[୩][୧୪]
ଡାଉନ ସିଣ୍ଡ୍ରୋମ ମାନବର ଅସାଧାରଣ କ୍ରୋମୋଜୋମ ରୋଗ ମଧ୍ୟରେ ସବୁଠାରୁ ସାଧାରଣ ରୋଗ ।[୩] ପ୍ରତିବର୍ଷ ଜନ୍ମ ହେଉଥିବା ୧୦୦୦ ଶିଶୁଙ୍କ ମଧ୍ୟରେ ପ୍ରାୟ ଜଣକୁ ଏହି ରୋଗ ହୋଇଥାଏ ।[୨] ସନ ୧୯୯୦ରେ ଏହି ରୋଗ ଯୋଗୁ ୪୩,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୮.୫ ନିୟୁତ ଡାଉନ ସିଣ୍ଡ୍ରୋମ ରୋଗୀଙ୍କ ମଧ୍ୟରୁ ୩୬,୦୦୦ମୃତ୍ୟୁ ହୋଇଥିଲା ।[୧୫][୧୬] ସନ ୧୮୬୬ରେ ଏହି ରୋଗର ବିଶଦ ବିବରଣୀ ଲେଖିଥିବା ବ୍ରିଟିଶ ଡାକ୍ତର ଜନ୍ ଲାଙ୍ଗଡନ ଡାଉନଙ୍କ ନାମାନୁସାରେ ଏହି ରୋଗର ନାମକରଣ କରାଯାଇଛି ।[୧୭] ଏହି ରୋଗର କେତେକ ଦିଗ ଉପରେ ସନ ୧୮୩୮ରେ ଜିନ-ଏଟିଏନ ଏସକୁଇରୋ (Jean-Étienne Dominique Esquirol) ଓ ସନ ୧୯୪୪ରେ ଏଡୱାର୍ଡ ସେଗୁଇନ (Édouard Séguin) ଆଲୋକପାତ କରିଥିଲେ ।[୧୮] ଏଥିରେ ରୋଗୀର ଏକ ଅତିରିକ୍ତ କ୍ରୋମୋଜୋମ ୨୧ ଥିବା କଥା ଫରାସୀ ଗବେଷକମାନେ ସନ ୧୯୫୯ରେ ଚିହ୍ନଟ କରିଥିଲେ ।[୧୭]
ଆଧାର[ସମ୍ପାଦନା]
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୨.୦ ୨.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୩.୦ ୩.୧ ୩.୨ ୩.୩ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Hammer, edited by Stephen J. McPhee, Gary D. (2010). "Pathophysiology of Selected Genetic Diseases". Pathophysiology of disease : an introduction to clinical medicine (6th ed.). New York: McGraw-Hill Medical. pp. Chapter 2. ISBN 978-0-07-162167-0.
{{cite book}}
:|first=
has generic name (help) - ↑ ୫.୦ ୫.୧ "What causes Down syndrome?". 2014-01-17. Retrieved 6 January 2016.
- ↑ "How do health care providers diagnose Down syndrome?". Eunice Kennedy Shriver National Institute of Child Health and Human Development. 2014-01-17. Retrieved 4 March 2016.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Down Syndrome: Other FAQs". 2014-01-17. Retrieved 6 January 2016.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୧୧.୦ ୧୧.୧ "Facts About Down Syndrome". National Association for Down Syndrome. Retrieved 20 March 2012.
- ↑ Steinbock, Bonnie (2011). Life before birth the moral and legal status of embryos and fetuses (2nd ed.). Oxford: Oxford University Press. p. 222. ISBN 978-0-19-971207-6.
- ↑ Szabo, Liz (May 9, 2013). "Life with Down syndrome is full of possibilities". USA Today. Retrieved 7 February 2014.
- ↑ ୧୪.୦ ୧୪.୧ Kliegma, Robert M. (2011). "Down Syndrome and Other Abnormalities of Chromosome Number". Nelson textbook of pediatrics (19th ed.). Philadelphia: Saunders. pp. Chapter 76.2. ISBN 1-4377-0755-6.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୧୭.୦ ୧୭.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Evans-Martin, F. Fay (2009). Down syndrome. New York: Chelsea House. p. 12. ISBN 978-1-4381-1950-2.