ଚର୍ମ ପ୍ରଦାହ
ଚର୍ମ ପ୍ରଦାହ | |
---|---|
![]() ହାତରେ ଚର୍ମ ପ୍ରଦାହ ଦେଖାଯାଉଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Dermatology |
ଆଇସିଡ଼ି-୧୦ | L20.-L30. |
ଆଇସିଡ଼ି-୯-ସିଏମ୍ | 692 |
ଓଏମ୍ଆଇଏମ୍ | 603165 |
ମେଡ଼ିସିନ-ପ୍ଲସ | 000853 |
ଇ-ମେଡ଼ିସିନ | Derm/38 Ped/2567 |
MeSH | D004485 |
ଚର୍ମ ପ୍ରଦାହ,ଏକ ପ୍ରକାର ରୋଗର ଗୋଷ୍ଠୀ (ଏକଜିମା ଏହି ଗୋଷ୍ଠୀର ଏକ ରୋଗ) ଯେଉଁଥିରେ ମାନବ ଚର୍ମର ପ୍ରଦାହ ହୁଏ ।[୧] ଏହି ରୋଗମାନଙ୍କରେ ଚମରେ ଗଲୁ ହୁଏ ଓ ଲାଲ ଚର୍ମ (red skin) ହୁଏ ।[୧] ସ୍ୱଳ୍ପକାଳୀନ ରୋଗରେ ଫୋଟକା ହୁଏ ଓ ଦୀର୍ଘକାଳୀନ ରୋଗରେ ଚର୍ମ ମୋଟା ହୋଇଯାଏ ।[୧] ଏହି ରୋଗ ଅଳ୍ପ ଚର୍ମ ସ୍ଥାନରେ ହୋଇପାରେ ବା ସମୁଦାୟ ଶରୀରରେ ହୋଇପାରେ ।[୨][୧]
ଚର୍ମ ପ୍ରଦାହ ରୋଗ ଗୋଷ୍ଠୀରେ ଆଟୋପିକ ଡର୍ମାଟାଇଟିସ (atopic dermatitis), ଆଲର୍ଜିକ ସ୍ପର୍ଷ ଚର୍ମ ପ୍ରଦାହ (allergic contact dermatitis), ଉତ୍ତେଜକ ସ୍ପର୍ଷ ଚର୍ମ ପ୍ରଦାହ (ଇରିଟାଣ୍ଟ କଣ୍ଟାକ୍ଟ ଡର୍ମାଟାଇଟିସ)/ (irritant contact dermatitis) ଓ ସ୍ଟାସିସ ଡର୍ମାଟାଇଟିସ (stasis dermatitis) ରୋଗମାନ ଅନ୍ତର୍ଭୁକ୍ତ ।[୧][୨] ଏହି ରୋଗମାନଙ୍କର ସଠିକ କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[୨] ଉତ୍ତେଜକ, ଆଲର୍ଜି ଓ ଶିରା ରକ୍ତ ପୁନର୍ଗମନ (poor venous return) ଇତ୍ୟାଦିରେ କିଛି ଅସୁବିଧା ଥିବା ଯୋଗୁ ଏହି ରୋଗମାନ ହେବା ବିଶ୍ୱାସ କରାଯାଏ । ରାସ୍ର ସ୍ଥାନ ଓ ରୋଗର ଇତିହାସ ନେଇ ରୋଗର ପ୍ରକାର ନିର୍ଦ୍ଧାରଣ କରାଯାଏ । ଉଦାହରଣ ସ୍ୱରୁପ ହାତ ବାରମ୍ବାର ଓଦା ରହିଲେ ଉତ୍ତେଜକ ସ୍ପର୍ଷ ଚର୍ମ ପ୍ରଦାହ ରୋଗ ହୁଏ । ଅନ୍ୟ ପକ୍ଷରେ କୌଣସି ସମ୍ବେଦନଶୀଳ ପଦାର୍ଥ ସଂସ୍ପର୍ଶରେ ଅଳ୍ପ ସମୟ ଧରି ଆସିଲେ କଣ୍ଟାକ୍ଟ ଡର୍ମାଟାଇଟିସ ହୁଏ ।[୧]
ଆଟୋପିକ ଡର୍ମାଟାଇଟିସ ବା ଏକଜିମାରେ ସ୍ଟିରଏଡ କ୍ରିମ୍ ଓ ନରମ କ୍ରିମ (moisturizers) ଦେଇ ଚିକିତ୍ସା କରାଯାଏ । [୩] ମଧ୍ୟମରୁ ଉଚ୍ଚ ଶକ୍ତି ସମ୍ପନ୍ନ ସ୍ଟିରଏଡ କ୍ରିମ ଦୁଇ ସପ୍ତାହରୁ କମ୍ ସମୟ ପର୍ଯ୍ୟନ୍ତ ଦିଆଯାଏ; ପାର୍ଶ୍ୱ ପ୍ରତିକ୍ରିୟା ନ ହେବା ନିମନ୍ତେ ।[୪] ଚର୍ମ ସଂକ୍ରମଣ ହୋଇଥିଲେ ଆଣ୍ଟିବାୟୋଟିକ (Antibiotic) ଦିଆଯାଏ ।[୨] କଣ୍ଟାକ୍ଟ ଡର୍ମାଟାଇଟିସ ହୋଇଥିଲେ ଉତ୍ତେଜକ ଓ ଆଲର୍ଜେନ ବ୍ୟବହାର ବନ୍ଦ କରିବାକୁ ଉପଦେଶ ଦିଆଯାଏ ।[୫][୬] ରାତିରେ ଗଲୁ ନ ହେବା ନିମନ୍ତେ ଆଣ୍ଟିହିସ୍ଟାମିନ (Antihistamine) ଦେଲେ ନିଦ୍ରାରେ ସାହାଯ୍ୟ ହୁଏ ।[୨]
ସନ ୨୦୧୩ରେ ପୃଥିବୀରେ ପ୍ରାୟ ୩୩୪ ନିୟୁତ ଲୋକଙ୍କୁ ଚର୍ମ ପ୍ରଦାହ ରୋଗ ହୋଇଥିଲା ।[୭] ଆଟୋପିକ ଚର୍ମ ପ୍ରଦାହ ଏମାନଙ୍କ ମଧ୍ୟରେ ସର୍ବାଧିକ ସାଧାରଣ ରୋଗ ଓ ଏହା ପିଲାଦିନୁ ଆରମ୍ଭ ହୁଏ ।[୧][୨] ଯୁକ୍ତରାଷ୍ଟ୍ର ଆମେରିକାରେ ଜନସଂଖ୍ୟାର ୧୦ରୁ ୩୦% ଲୋକଙ୍କୁ ଏହି ରୋଗ ହୁଏ ।[୨] ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କଣ୍ଟାକ୍ଟ ଡର୍ମାଟାଇଟିସ ଅଧିକ ହୁଏ ।[୮] ୭% ଲୋକଙ୍କୁ ଜୀବନରେ କେତେବେଳେ ହେଲେ ଆଲର୍ଜିକ କଣ୍ଟାକ୍ଟ ଡର୍ମାଟାଇଟିସ ହୁଏ ।[୯] ଇରିଟାଣ୍ଟ କଣ୍ଟାକ୍ଟ ଡର୍ମାଟାଇଟିସ ରୋଗର ହାର ଜଣାନାହିଁ କିନ୍ତୁ କେତେକ ନିର୍ଦ୍ଦିଷ୍ଟ କାମ କରୁଥିବା ଲୋକଙ୍କର ଏହା ଏକ ସାଧାରଣ ରୋଗ ।[୧୦]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Nedorost, Susan T. (2012). Generalized Dermatitis in Clinical Practice (in ଇଂରାଜୀ). Springer Science & Business Media. p. 1-3,9,13-14. ISBN 9781447128977. Retrieved 29 July 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Handout on Health: Atopic Dermatitis (A type of eczema)". NIAMS. May 2013. Retrieved 29 July 2016.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Habif (2015). Clinical Dermatology (6 ed.). Elsevier Health Sciences. p. 171. ISBN 9780323266079. Retrieved 5 July 2016.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Adkinson, N. Franklin (2014). Middleton's allergy : principles and practice (8 ed.). Philadelphia: Elsevier Saunders. p. 566. ISBN 9780323085939.
- ↑ "128.4". Rook's Textbook of Dermatology, 4 Volume Set (9 ed.). John Wiley & Sons. 2016. ISBN 9781118441176. Retrieved 29 July 2016.
- ↑ Frosch, Peter J. (2013). Textbook of Contact Dermatitis (2 ed.). Berlin, Heidelberg: Springer Berlin Heidelberg. p. 42. ISBN 9783662031049.