ବୁରୁଲି ଘାଆ

ଉଇକିପିଡ଼ିଆ ରୁ
Jump to navigation Jump to search
ବୁରୁଲି ଘାଆ
Buruli ulcer left ankle EID.jpg
Buruli ulcer on the ankle of a person from Ghana.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A31.1 (ILDS A31.120)
ଆଇସିଡ଼ି-୯-ସିଏମ୍031.1
ରୋଗ ଡାଟାବେସ8568
Patient UKବୁରୁଲି ଘାଆ
MeSHD009165

ବୁରୁଲି ଘାଆ ଅନ୍ୟ ନାମରେ ଜଣାଶୁଣା ଯଥା ବେର୍ନସଡେଲ ଘାଆ (Bairnsdale ulcer), ସର୍ଲ ଘାଆ (‌Searls ulcer) କିମ୍ବା ଡେନ୍‌ଟ୍ରି ଘାଆ (Daintree ulcer)[୧][୨][୩]) ଏକ ସଂକ୍ରମଣକାରୀ ରୋଗ ଯାହା ମାଇକୋବ୍ୟାକ୍ଟେରିଅମ ଅଲସରାନ୍‌ସ (Mycobacterium ulcerans) ଜୀବାଣୁଦ୍ୱାରା ହୁଏ ।.[୪] ପ୍ରାରମ୍ଭ କାଳରେ ଏହା ଏକ ନୋଡ୍ୟୁଲ ବା ଆବୁ ବା ଏକ ଫୁଲିଥିବା ସ୍ଥାନ ଆକାରରେ ବାହାରେ ।[୪] ଏହି ଆବୁ ଏକ ଘାଆରେ ପରିବର୍ତ୍ତୀତ ହୁଏ ।[୪] ଚର୍ମରେ ଦେଖାଯାଉଥିବା ଘାଆ ଅପେକ୍ଷା ଭିତରେ ଏହା ଅଧିକ ବଡ଼ ଥାଏ [୫] ଓ ଏହା ଚାରିପଟ ଫୁଲିଥାଏ ।[୫] ରୋଗ ବଢ଼ିଗଲେ ହାଡ଼ ସଂକ୍ରମିତ ହୋଇପାରେ । [୪] ଏହି ଘାଆ ସାଧାରଣତଃ ବାହୁ ଓ ଗୋଡ଼କୁ ସଂକ୍ରମଣ କରେ;[୪] ଓ ଏଥିରେ ଜ୍ୱର ହୁଏ । [୪]

ମାଇକୋବ୍ୟାକ୍ଟେରିଅମ ଅଲସରାନ୍‌ସ ଏକ ବିଷାକ୍ତ ପଦାର୍ଥ ମାଇକୋଲାକ୍‌ଟୋନ୍ (mycolactone) ପରିତ୍ୟାଗ କରେ ଯାହା ଦେହର ପ୍ରତିରୋଧ ଶକ୍ତି କମେଇଦେବା ଫଳରେ ଅସମୟ ତନ୍ତୁ ମୃତ୍ୟୁ ହୁଏ ।[୪] ଏହି ଜୀବାଣୁ ମାଇକୋବାକ୍‌ଟେରିଅମ ଦଳର ଅନ୍ତର୍ଭୁକ୍ତ ଯେଉ ଦଳର ଜୀବାଣୁ ଯକ୍ଷ୍ମା ଓ କୁଷ୍ଠ ରୋଗ କରାନ୍ତି । [୪] ଏହି ରୋଗ ବ୍ୟାପିବା ପ୍ରଣାଳୀ ଜଣାଯାଇନାହିଁ । [୪] ଏହା ବ୍ୟାପିବାରେ ଜଳ ଉତ୍ସର ଏକ ଭୂମିକା ଥାଇପାରେ । [୫] ୨୦୧୩ ମସିହା ସୁଦ୍ଧା ଏହି ରୋଗ ନିମନ୍ତେ କୌଣସି ଟିକା ବାହାରିନାହିଁ । [୪][୬]

ତୁରନ୍ତ ଚିକିତ୍ସାରେ ୮୦% ରୋଗୀଙ୍କୁ ୮ ସପ୍ତାହର ଆଣ୍ଟିବାୟୋଟିକ ପ୍ରଭାବଶାଳୀ ହୁଏ ।[୪] ସ୍ଟ୍ରେପ୍‌ଟୋପମାଇସିନ ବଦଳରେ ବେଳେ ବେଳେ କ୍ଲାରିଥ୍ରୋମାଇସିନ କିମ୍ବା ମୋକ୍‌ସିଫ୍ଲୋକ୍‌ସାସିନ (moxifloxacin) ବ୍ୟବ‌ହାର କରାଯାଏ ।[୪] ଅନ୍ୟ ଚିକିତ୍ସା କ୍ରମେ ଅପରେଶନ ଦରକାର ହୁଏ ।[୪][୭] ଶୁଖିଗଲା ପରେ ଗୋଟିଏ କ୍ଷତଦାଗ (ସ୍କାର) ରହିଯାଏ ।[୬]

ଅଧିକାଂଶ ବୁରୁଲି ଘାଆ ସବ୍ ସାହାରା ଅନ୍ତର୍ଗତ କୋଟ ଡି ଇଭେର ସ୍ଥାନରେ ହୁଏ, କିନ୍ତୁ ଏହା ଏସିଆ, ପଶ୍ଚିମ ପାସିଫିକ ଓ ଆମେରିକାରେ ହୋଇପାରେ ।[୪] ଏହା ୩୨ରୁ ଅଧିକ ଦେଶରେ ଦେଖାଯାଏ । [୫] ପ୍ରତିବର୍ଷ ୫ରୁ ଛଅ ହଜାର ରୋଗି ହୁଅନ୍ତି । [୪] ମାନବ ଅତିରିକ୍ତ ଅନେକ ପ୍ରକାରର ପଶୁଙ୍କୁ ମଧ୍ୟ ଏହି ରୋଗ ହୁଏ ।[୪] ଆଲ୍‌ବର୍ଟ ରସ୍କିନ କୁକ (Albert Ruskin Cook) ୧୮୯୭ ମସିହାରେ ପ୍ରଥମେ ଏହି ରୋଗ ବର୍ଣ୍ଣନା କରିଥିଲେ । [୫]

ଆଧାର[ସମ୍ପାଦନା]

  1. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 340. ISBN 0-7216-2921-0. Explicit use of et al. in: |author= (help)CS1 maint: Multiple names: authors list (link)
  2. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. Chapter 74. ISBN 1-4160-2999-0.CS1 maint: Multiple names: authors list (link)
  3. Lavender CJ, Senanayake SN, Fyfe JA; et al. (January 2007). "First case of Mycobacterium ulcerans disease (Bairnsdale or Buruli ulcer) acquired in New South Wales". Med. J. Aust. 186 (2): 62–3. PMID 17223764. Explicit use of et al. in: |author= (help)CS1 maint: Multiple names: authors list (link)
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ ୪.୧୫ "Buruli ulcer (Mycobacterium ulcerans infection) Fact sheet N°199". World Health Organization. June 2013. Retrieved 23 February 2014.
  5. ୫.୦ ୫.୧ ୫.୨ ୫.୩ ୫.୪ Nakanaga, K; Yotsu, RR; Hoshino, Y; Suzuki, K; Makino, M; Ishii, N (2013). "Buruli ulcer and mycolactone-producing mycobacteria". Japanese journal of infectious diseases. 66 (2): 83–8. PMID 23514902.
  6. ୬.୦ ୬.୧ Einarsdottir T, Huygen K (November 2011). "Buruli ulcer". Hum Vaccin. 7 (11): 1198–203. doi:10.4161/hv.7.11.17751. PMID 22048117.
  7. Sizaire V, Nackers F, Comte E, Portaels F (2006). "Mycobacterium ulcerans infection: control, diagnosis, and treatment". Lancet Infect Dis. 6 (5): 288–296. doi:10.1016/S1473-3099(06)70464-9. PMID 16631549.CS1 maint: Multiple names: authors list (link)