କେଶହାନୀ

ଉଇକିପିଡ଼ିଆ‌ରୁ
କେଶହାନୀ
୩୩ ବର୍ଷ ବୟସ୍କ ଲୋକର କେଶହାନୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିDermatology
ଆଇସିଡ଼ି-୧୦L65.9
ଆଇସିଡ଼ି-୯-ସିଏମ୍704.09
ରୋଗ ଡାଟାବେସ14765
ମେଡ଼ିସିନ-ପ୍ଲସ003246
Patient UKକେଶହାନୀ
MeSHD000505

କେଶହାନୀ, (ଇଂରାଜୀ ଭାଷାରେ ଆଲୋପେସିଆ/ alopecia ବା ଚନ୍ଦାପଣ/ baldness), କ‌ହିଲେ ଶରୀରର ମଥା ବା ଯେ କୌଣସି ଅଂଶରୁ କେଶ କ୍ଷୟକୁ ବୁଝାଏ ।[୧] ଏଥିରେ ଅତି କମ୍‌ରେ ମୁଣ୍ଡରୁ କେଶହାନୀ ହୁଏ ।[୨] ଦେହର ଗୋଟିଏ ଛୋଟ ସ୍ଥାନ ବା ସମୁଦାୟ ଶରୀରରୁ କେଶ ଝଡ଼ିପାରେ ।[୩] ଏଥିରେ ପ୍ରଦାହ ବା କ୍ଷତ ଦାଗ (ସ୍କାର) ହୁଏନାହିଁ ।[୨] କେଶହାନୀ ଯୋଗୁ କେତେକ ଲୋକଙ୍କର ମାନସିକ କଷ୍ଟ ହୁଏ । [୪]

ସାଧାରଣ କାରଣମାନ: ପୁରୁଷାକୃତି କେଶହାନୀ, ମହିଳାକୃତି କେଶହାନୀ, ଆଲୋପେସିଆ ଏରିଆଟାଟେଲୋଜେନ ଇଫ୍ଲୁଭିଅମ (କେଶ ଘନତ୍ୱ କମିଯିବା) । ଜେନେଟିକପୁରୁଷ ହରମୋନ କାରଣ ଯୋଗୁ ପୁରୁଷାକୃତି କେଶହାନୀ ହୁଏ, ମହିଳା କେଶହାନୀ କାରଣ ଅସ୍ପଷ୍ଟ ଅଛି, ଅଟୋଇମ୍ମ୍ୟୁନ କାରଣ ଯୋଗୁ ଆଲୋପେସିଆ ଏରିଆଟା ହୁଏ ଓ ଶାରୀରିକ ତ‌ଥା ମାନସିକ ଚାପ‌ଯୁକ୍ତ ଘଟଣା ଯୋଗୁ ଟେଲୋଜେନ ଇଫ୍ଲୁଭିଅମ କେଶହାନୀ ହୁଏ । ଗର୍ଭାବସ୍ଥା ପରେ ଟେଲୋଜେନ ଇଫ୍ଲୁଭିଅମ ହେବା ସାଧାରଣତଃ ଦେଖାଯାଏ ।[୨]

କେଶ ଟଣା, କେମୋଥେରାପି ଭଳି କେତେକ ଔଷଧ, ଥାଇରଏଡ ହରମୋନ କମ ରହିବା ଯୋଗୁ, ଏଚଆଇଭି/ଏଡ୍‌ସଲୌହ ଖାଦ୍ୟାଭାବ ତ‌ଥା କୁପୋଷଣ ଇତ୍ୟାଦି ଯୋଗୁ ମଧ୍ୟ କେଶହାନୀ ହୁଏ । ପ୍ରଦାହ ଓ ସ୍କାର ଯୋଗୁ ହେଉଥିବା କେଶହାନୀ କାରଣମାନ: କବକ ସଂକ୍ରମଣ, ଲୁପସ୍ ଏରିଦେମାଟୋସସ୍, ରାଡିଏସନ ଥେରାପିସାର୍କଏଡୋସିସ୍[୨][୪] ରୋଗ ନିର୍ଣ୍ଣୟ ଆଂଶିକ ଭାବରେ କେଶହାନୀର ସ୍ଥଳ ଦେଖି କରାଯାଏ ।[୨]

ପ୍ୟାଟର୍ନ କେଶହାନୀ (ପୁରୁଷାକୃତି କେଶହାନୀ ଓ ମହିଳାକୃତି କେଶହାନୀ) ଅବସ୍ଥାକୁ ମାନିନେବାକୁ ପଡ଼େ ।[୨] ଚିକିତ୍ସା କରିବାକୁ ହେଲେ ମିନୋଡିକ୍ସିଲ (minoxidil) ବା ଫିନାସ୍ଟେରାଇଡ (finasteride) ଔଷଧ ଦିଆଯାଏ ଓ କେଶ ପ୍ରତିରୋପଣ କରାଯାଏ ।[୫][୬] ଆଲୋପେସିଆ ଏରିଆଟା ନିମନ୍ତେ ପ୍ରଭାବିତ ସ୍ଥାନରେ ସ୍ଟିରଏଡ ଇଞ୍ଜେକସନ ଦିଆଯାଏ, କିନ୍ତୁ ଏହା ସମୟକ୍ରମେ ବାରମ୍ବାର ଦେବାକୁ ପଡ଼େ । କେଶହାନୀ ଏକ ସାଧାରଣ ସମସ୍ୟା । ପ୍ୟାଟର୍ଣ୍ଣ କେଶହାନୀ ୫୦ବର୍ଷ ବୟସ ବେଳକୁ ୫୦ % ପୁରୁଷଙ୍କର ଓ ୨୫% ମହିଳାଙ୍କର ଦେଖାଯାଏ । ଆଲୋପେସିଆ ଏରିଆଟା ଜୀବନର ଯେ କୌଣସି ସମୟରେ ୨% ଲୋକଙ୍କର ହୁଏ ।[୨]

ଆଧାର[ସମ୍ପାଦନା]

  1. "Hair loss". NHS Choices. Retrieved 22 September 2013.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Vary JC, Jr (November 2015). "Selected Disorders of Skin Appendages--Acne, Alopecia, Hyperhidrosis". The Medical clinics of North America. 99 (6): 1195–211. PMID 26476248.
  3. "Hair loss". DermNet. Archived from the original on 2016. Retrieved 2016-08-03. {{cite web}}: Check date values in: |archivedate= (help)
  4. ୪.୦ ୪.୧ Nalluri, R; Harries, M (February 2016). "Alopecia in general medicine". Clinical medicine (London, England). 16 (1): 74–8. PMID 26833522.
  5. McElwee, K. J.; Shapiro, J. S. (2012). "Promising therapies for treating and/or preventing androgenic alopecia". Skin therapy letter. 17 (6): 1–4. PMID 22735503.
  6. Leavitt, M. (2008). "Understanding and Management of Female Pattern Alopecia". Facial Plastic Surgery. 24 (4): 414–427. doi:10.1055/s-0028-1102905. PMID 19034818.