Jump to content

ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ

ଉଇକିପିଡ଼ିଆ‌ରୁ
ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ
ବିଭାଗGynecology
ଆଇସିଡ଼ି-୧୦N94.3{{{2}}}.{{{3}}}
ଆଇସିଡ଼ି-୯-ସିଏମ୍625.4
Patient UKପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ

ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ (ଇଂରାଜୀ ଭାଷାରେ ପ୍ରିମେନସ୍ଟ୍ରୁଆଲ ସିଣ୍ଡ୍ରୋମ ବା ପିଏମଏସ ଯଥାକ୍ରମେ premenstrual syndrome ବା PMS) ମହିଳାଙ୍କର ମାସିକ ଧର୍ମ ଆରମ୍ଭର ୧ରୁ ୨ ସପ୍ତାହ ପୁର୍ବରୁ ଦେଖାଯାଉଥିବା ଶାରୀରିକ ଓ ମାନସିକ ଲକ୍ଷଣମାନଙ୍କୁ କୁହାଯାଏ । ଏଥିରେ ଭିନ୍ନ ଭିନ୍ନ ଧରଣର ଲକ୍ଷଣ ଦେଖାଯାଏ ଓ ଋତୁସ୍ରାବ ଆରମ୍ଭ ହେବା ବେଳକୁ ଉପଶମ ହୋଇଯାଏ । ବ୍ରଣ, ସ୍ତନ ଦରଜ ଓ ଫୁଲା, ଥକ୍କା ଲାଗିବା, ବିରକ୍ତିଭାବ ଓ ପରିବର୍ତ୍ତିତ ମନୋଦଶା ଇତ୍ୟାଦି ଲକ୍ଷଣମାନ ଏଥିରେ ଦେଖାଯାଏ । ଅଧିକାଂଶ ସମୟରେ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଏହି ଲକ୍ଷଣ ଲାଗିରହେ । ସମୟକ୍ରମେ ମହିଳାଙ୍କର ଲକ୍ଷଣରେ ପରିବର୍ତ୍ତନ ହୁଏ । [] ଗର୍ଭାବସ୍ଥାରେଋତୁବନ୍ଦ ପରେ ଏହି ଲକ୍ଷଣ ପ୍ରକାଶ ପାଏ ନାହିଁ । []

ଡିମ୍ବକ୍ଷରଣ (ovulation) ପୂର୍ବରୁ ସମାନ ଧାରାର ଶାରୀରିକ ଓ ଭାବଗତ ଲକ୍ଷଣମାନ ସାଧାରଣ ଜୀବନ ଯାତ୍ରା ବ୍ୟାହତ କଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଭାବଗତ ଲକ୍ଷଣମାନ ଋତୁଚକ୍ର ଆରମ୍ଭ ବେଳକୁ ନ ଥିବା ଆବଶ୍ୟକ । [] କିଛି ମାସଧରି ଦୈନ‌ନ୍ଦିନ ଲକ୍ଷଣମାନଙ୍କୁ ସୂଚିବଦ୍ଧ କଲେ ରୋଗନିର୍ଣ୍ଣୟରେ ସାହାଯ୍ୟ ହୁଏ । ରୋଗ ନିର୍ଣ୍ଣୟ ପୂର୍ବରୁ ଅନ୍ୟାନ୍ୟ ରୋଗମାନଙ୍କର ଅନୁପସ୍ଥିତି ସିଦ୍ଧ କରିବାକୁ ପଡ଼େ । []

ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜର କାରଣ ଅଦ୍ୟାବଧି ଅଜ୍ଞାତ । ଉଚ୍ଚ ଲୁଣ‌ଯୁକ୍ତ ଖାଦ୍ୟ, ଆଲକୋହୋଲକେଫିନ ଏହାର ଲକ୍ଷଣ‌ଗୁଡ଼ିକୁ ଆହୁରି ଖରାପ କରାଏ । ହରମୋନ ସ୍ତରର ପରିବର୍ତ୍ତନ ଯୋଗୁ ଏହା ହେବା ବିଶ୍ୱାସ କରାଯାଏ । [] ସାମାନ୍ୟ ଲକ୍ଷଣ‌ ଥିଲେ ଲୁଣ ଓ କେଫିନ କମ ଖାଇବାକୁ, ମାନସିକ ଚାପ କମେଇବାକୁ ଓ ବ୍ୟାୟାମ କରିବାକୁ ଉପଦେଶ ଦିଆଯାଏ । [] କ୍ୟାଲସିୟମ ଓ ଭିଟାମିନ ପୂରକ ଖାଦ୍ୟ ଉପକାରୀ ହୋଇପାରେ । [] ଶାରୀରିକ କଷ୍ଟ ହେଉଥିଲେ ଆଣ୍ଟିଇନଫ୍ଲାମେଟରି ଔଷଧ ଯେପରିକି ନାପ୍ରୋକ୍ସେନ ଦେଲେ ଉପକାରି ହୋଇପାରେ । [] ଅଧିକ ଲକ୍ଷଣ ଥିଲେ ଜନ୍ମ ନିରୋଧ ବଟିକା, ସ୍ପାରିନୋଲାକ୍ଟିନ ଭଳି ମୂତ୍ରକାରକ ଉପକାରୀ ହୋଇପାରେ । [][]

ଋତୁସ୍ରାବ ପୂର୍ବରୁ ୮୦ % ମହିଳାଙ୍କର କିଛି ନା କିଛି ଲକ୍ଷଣ ପ୍ରକାଶ ପାଏ । ଏମାନଙ୍କ ମଧ୍ୟରୁ କେବଳ ୨୦ରୁ ୩୦ % ମହିଳାଙ୍କର ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ଥାଏ । [] ଏମାନଙ୍କ ମଧ୍ୟରୁ ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡ଼ର (ପିଏମଡିଡି) ଅଧିକ ମାନସିକ ପ୍ରଭାବ ଦେଖାଏ । [][] ପ୍ରାୟ ୮ % ମହିଳାଙ୍କର ପିଏମଡିଡି ହୁଏ । [] ପିଏମଡିଡିରେ ଅନ୍ୟାନ୍ୟ ଔଷଧ ସହିତ ଆଣ୍ଟିଡୋପ୍ରେସାଣ୍ଟ ସିଲେକଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଦେଲେ ଉପକାର ମିଳେ । []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Biggs, WS; Demuth, RH (15 October 2011). "Premenstrual syndrome and premenstrual dysphoric disorder". American family physician. 84 (8): 918–24. PMID 22010771.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Premenstrual syndrome (PMS) fact sheet". Office on Women's Health. December 23, 2014. Archived from the original on 28 June 2015. Retrieved 23 June 2015.
  3. Dickerson, Lori M.; Mazyck, Pamela J.; Hunter, Melissa H. (2003). "Premenstrual Syndrome". American Family Physician. 67 (8): 1743–52. PMID 12725453. Archived from the original on 2008-05-13. Retrieved 2015-10-03.