ଗର୍ଭାଶୟ ଗ୍ରୀବା କର୍କଟ

ଉଇକିପିଡ଼ିଆ ରୁ
Cervical Cancer
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

Histopathologic image (H&E stain) of carcinoma in situ, stage 0.
ICD-10 C53.
ICD-9 180
OMIM 603956
ରୋଗ ଡାଟାବେସ 2278
MedlinePlus 000893
eMedicine med/324 radio/140
MeSH D002583

ପ୍ରତିଶବ୍ଦ - ଜରାୟୁ ମୁଖ କର୍କଟ, ସର୍ଭାଇକାଲ କର୍କଟ (Cervical cancer)
ଜରାୟୁ ମୁଖ କର୍କଟ ଏକ ଦୁର୍ଦ୍ଦମ () କର୍କଟ । ଏହା ଜରାୟୁର ଏକ ଅଂଶ ଯାହାକୁ ମୁଖ/ ଗ୍ରୀବା/ ଇଂରାଜୀରେ ସର୍ଭିକ୍ସ (Cervix) କହନ୍ତି, ସେହି ଅଂଶରୁ ଜାତ ହୁଏ । ଅଧିକାଂଶ ରୋଗୀ ଯୋନୀ ପଥରୁ ରକ୍ତ ସ୍ରାବ ହେବା କହନ୍ତି, କିନ୍ତୁ କେତେକ ରୋଗୀଙ୍କର ଶେଷ ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ରକ୍ତ ସ୍ରାବ ହୁଏ ନାହିଁ । ଅଳ୍ପ ମାତ୍ରାର ରୋଗକୁ ଅପରେଶନ ଦ୍ଵାରା କାଢି ଦିଆଯାଏ । ଅଧିକ ଆଗେଇ ଥିବା କର୍କଟକୁ କେମୋଥେରାପି ଓ/କିମ୍ବା ରେଡିଓ ଥେରାପି ଦ୍ଵାରା ଚିକିତ୍ସା କରାଯାଏ ।
ଜରାୟୁ ମୁଖ କର୍କଟ ଆରମ୍ଭ ବେଳୁ ଚିହ୍ନଟ କରିବା ନିମନ୍ତେ ଜରାୟୁ ମୁଖ ଓ ତାହା ଭିତରୁ କିଛି କୋଷ ସଂଗ୍ରହ କରି ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଏ ଓ ରୋଗ ନିର୍ଣ୍ଣୟ କରାଯାଏ । ଏହାକୁ ପାପ୍ ସ୍ମିୟର (Papanicolaou test also called Pap smear, Pap test, cervical smear, or smear test) କହନ୍ତି । ମହିଲାମାନଙ୍କର ବିସ୍ତୃତ ଅନୁସନ୍ଧାନ ଦ୍ଵାରା ବିକଶିତ ଦେଶମାନଙ୍କରେ ଏହି ସ୍ମିୟରକୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖି ଆଗେଇ ଯାଇଥିବା ରୋଗର ଚିକିତ୍ସା କରିବା ଦ୍ଵାରା ଉତ୍ତମ ଫଳ ମିଳିଛି । ଏହା ଫଳରେ ରୋଗ ଆଗେଇବା କମି ଯାଇଛି ।
ଅଧିକାଂଶ (୯୦+ %) ଜରାୟୁ ମୁଖ କର୍କଟ ହେବା ପୂର୍ବରୁ ହ୍ୟୁମ୍ୟାନ୍ ପାପିଲୋମା ଭୁତାଣୁ (Human papillomavirus ବା HPV) ସଂକ୍ରମଣ ହୋଇଥାଏ[୧] । ପ୍ରାୟ ୭୦% ଜରାୟୁ ମୁଖ କର୍କଟର କାରଣ ରୁପେ ଚିହ୍ନିତ ଏହି ଭୁତାଣୁର ଦୁଇ ପ୍ରଜାତି ଦ୍ଵାରା ନିମନ୍ତେ ଟିକା ଦେବକୁ ଲାଇସେବ୍ସ ବିଭିନ୍ନ ଦେଶମାନଙ୍କୁ ଦିଆ ସରିଲାଣି[୨][୩] । ଟିକା ନେବା ପରେ ମଧ୍ୟ ପାପ୍ ସ୍ମିୟର କରାଇନେବା ଉଚିତ[୪] କାରଣ ଟିକା ସମସ୍ତ ଭୁତାଣୁ ନିମନ୍ତେ ନୁହେଁ ।
ଯୋନୀ ପଥ ଓ ଜରାୟୁର ସଂଗମ ସ୍ଥଳକୁ ଜରାୟୁ ଗ୍ରୀବା ବା ସର୍ଭିକ୍ସ କହନ୍ତି । ଏହି ସ୍ଥାନରେ ସ୍କ୍ଵାମସ କୋଷ (Sqamous epithelial call) ଥାଏ, ତେଣୁ ଏଠାରେ ସ୍କ୍ଵାମସ କୋଷ କର୍କଟ ହୁଏ । ଗ୍ରନ୍ଥିମାନଙ୍କରୁ ଉର୍ପନ୍ନ କର୍କଟକୁ ଆଡେନୋ କର୍କଟ କହନ୍ତି ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Walboomers JM, Jacobs MV, Manos MM, et al (1999). "Human papillomavirus is a necessary cause of invasive cervical cancer worldwide". J. Pathol. 189 (1): 12–9. doi:10.1002/(SICI)1096-9896(199909)189:1<12::AID-PATH431>3.0.CO;2-F. PMID 10451482. 
  2. "FDA Licenses New Vaccine for Prevention of Cervical Cancer". U.S. Food and Drug Administration. 2006-06-08. http://www.fda.gov/bbs/topics/NEWS/2006/NEW01385.html. Retrieved 2007-12-02. 
  3. Lowy DR, Schiller JT (2006). "Prophylactic human papillomavirus vaccines". J. Clin. Invest. 116 (5): 1167–73. doi:10.1172/JCI28607. PMC 1451224. PMID 16670757. 
  4. "Human Papillomavirus (HPV) Vaccines: Q & A". National Cancer Institute. http://www.cancer.gov/cancertopics/factsheet/risk/HPV-vaccine. Retrieved 2008-07-18.