ମିଳିମିଳା

ଉଇକିପିଡ଼ିଆ‌ରୁ
ମିଳିମିଳା
ଚାରି ଦିନ ଧରି ମିଳିମିଳା ଭୋଗୁଥିବା ଜଣେ ପିଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B05.
ଆଇସିଡ଼ି-୯-ସିଏମ୍055
ରୋଗ ଡାଟାବେସ7890
ମେଡ଼ିସିନ-ପ୍ଲସ001569
ଇ-ମେଡ଼ିସିନderm/259 emerg/389 ped/1388
Patient UKମିଳିମିଳା
MeSHD008457
ମିଳିମିଳା ଭିଡିଓ

ମିଳିମିଳା (ଇଂରାଜୀରେ ମିଜିଲ୍‌ସ ବା ରୁବିଓଲା ବା ରେଡ ମିଜିଲ୍‌ସ ଯଥାକ୍ରମେ Measles, morbilli, rubeola, or red measles), ଏକ ଅତୀବ ସଂକ୍ରାମକ ରୋଗ ଯାହା ମିଳିମିଳା ଭୁତାଣୁଦ୍ୱାରା ହୁଏ । [୧][୨] ପ୍ରାରମ୍ଭିକ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର (ଅଧିକାଂଶ ସମୟରେ ୪୦ସେ.ରୁ ଅଧିକ), କାଶ, ନାକରୁ ପାଣି ବୋହିବା ଓ ଆଖି ଲାଲ ଦେଖାଯାଏ । [୧][୩] ଏହି ଲକ୍ଷଣ ସମୂହ ଆରମ୍ଭ ହେବାର ୨ ଦିନ ପରେ ପାଟିର ଭିତର ପାଖରେ ଧଳା ଦାଗ ଦେଖାଯାଏ ଯାହାକୁ କପଲିକ ଦାଗ/Koplik's spots କୁହାଯାଏ । ସାଧାରଣତଃ ଗୋଟିଏ ଚେପଟା ଲାଲ ଦାଗ (ରାସ) ମୁହଁରେ ଆରମ୍ଭ ହୁଏ ଓ ୩ରୁ ୫ ଦିନ ମଧ୍ୟରେ ସାରା ଦେହକୁ ମାଡ଼ିଯାଏ । [୩] ଗୋଟିଏ ରୋଗୀ ସଂସ୍ପର୍ଶରେ ଆସିବାର ୧୦ରୁ ୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ପର୍ଯ୍ୟନ୍ତ ରହେ । [୪][୫] ପ୍ରାୟ ୩୦ % କେଶ ଜଟିଳ ହୁଏ ଓ ତରଳ ଝାଡ଼ା, ଅନ୍ଧତ୍ୱ, ମସ୍ତିଷ୍କ ପ୍ରଦାହନିମୋନିଆ ଆଦି ହୁଏ । [୪][୬] ରୁବେଲା ବା ଜର୍ମାନ ମିଳିମିଳା (German measles) ଓ ରୋଜିଓଲା (Roseola) ଦୁଇଟି ଭିନ୍ନ ରୋଗ । [୭]

ମିଳିମିଳା ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ବ୍ୟାପେ । ଲାଳ ଓ ନାକରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଧ୍ୟ ବ୍ୟାପେ । [୪] ଏହି ରୋଗ ପ୍ରତି ଇମ୍ମ୍ୟୁନିଟି ନ ଥିବା ପ୍ରତି ୧୦ ଜଣରେ ୯ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ରାସ ବା ଚର୍ମ ଲକ୍ଷଣ ପ୍ରକାଶ ପାଇବାର ୪ ଦିନ ପୂର୍ବରୁ ଓ ୪ ଦିନ ପର ପର୍ଯ୍ୟନ୍ତ ରୋଗୀ ସଂକ୍ରମଣକ୍ଷମ ରହେ । [୬] ଲୋକମାନେ ସାଧାରଣତଃ ଥରେ ଏହି ରୋଗ ଭୋଗନ୍ତି । [୪] ଜନ ସ୍ୱାସ୍ଥ୍ୟ ପ୍ରଚେଷ୍ଟାରେ କୌଣସି ରୋଗୀକୁ ମିଳିମିଳା ସନ୍ଦେହ କଲେ ତାହାର ଭୁତାଣୁ ପରୀକ୍ଷା କରାଯାଏ । [୬]

ମିଳିମିଳା ପ୍ରତିଷେଧ ନିମନ୍ତେ ମିଳିମିଳା ଟିକା ଅତି ଫଳପ୍ରଦ । ଟିକାକରଣଦ୍ୱାରା ସନ ୨୦୦୦ରୁ ୨୦୧୩ ମଧ୍ୟରେ ମିଳିମିଳା ଜନିତ ମୃତ୍ୟୁ ହାର ୭୫ % କମିଛି ଓ ସାରା ପୃଥିବୀରେ ୮୫ % ପିଲାଙ୍କୁ ଟିକା ଦିଆହୋଇଛି । ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ସାହାଯ୍ୟକାରୀ ଯତ୍ନ କଲେ ଫଳାଫଳ ଉନ୍ନତ ହୁଏ । [୪] ପାଟି ଜଳ‌ଯୋଜନ ନିମନ୍ତେ ସାମାନ୍ୟ ମିଠା ଓ ଲୁଣିଆ ତରଳ ପଦାର୍ଥ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦିଆଯାଏ, ଜ୍ୱର ନିୟନ୍ତ୍ରଣ ନିମନ୍ତେ ଔଷଧ ଦିଆଯାଏ । [୪][୫] ନିମୋନିଆ ଭଳି ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଇପାରେ । ବିକାଶଶୀଳ ଦେଶରେ ଭିଟାମିନ ଏ ଦିଆଯାଏ । [୪]

ଏହି ରୋଗ ବାର୍ଷିକ ୨୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ, [୧] ଅଧିକ ଭାବେ ଆଫ୍ରିକା ଓ ଏସିଆ ମହାଦେଶରେ । [୪] ଟିକା ପ୍ରତିଷେଧକ ଥିବା ରୋଗ ଭିତରେ ସର୍ବାଧିକ ମୃତ୍ୟୁ ଏହି ରୋଗ ଯୋଗୁ ହୁଏ । [୮] ସନ ୧୯୯୦ରେ ୫୪୫,୦୦୦ ମୃତ୍ୟୁ ଏହି ରୋଗ ଯୋଗୁ ହୋଇଥିବା ବେଳେ ସନ ୨୦୧୩ରେ ୮୬,୦୦୦ ମୃତ୍ୟୁ ହୋଇଥିଲା । [୯] ସନ ୧୯୮୦ରେ ବାର୍ଷିକ ୨.୬ ନିୟୁତ ମୃତ୍ୟୁ ହେଉଥିଲା । [୬] ଅଧିକାଂଶ ସଂକ୍ରମିତ ଓ ମୃତ ରୋଗୀ ୫ ବର୍ଷ ବୟସରୁ କମ । [୪] ସଂକ୍ରମିତ ଲୋକଙ୍କ ମଧ୍ୟରୁ ୦.୨ % ଲୋକଙ୍କ ମୃତ୍ୟ ସଙ୍କଟ ଥାଏ, [୬] କିନ୍ତୁ କୁପୋଷଣ ଥିଲେ ୧୦ % ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ । [୪] ଅନ୍ୟ ପଶୁମାନଙ୍କୁ ଏହି ରୋଗ ହେବା ବିଶ୍ୱାସ କରାଯାଏ ନାହିଁ । [୪]

ରୋଗର ଲକ୍ଷଣ [୧୦][୧୧][୧୨][ସମ୍ପାଦନା]

ଏହାର ଲକ୍ଷଣଗୁଡିକ ଭୁତାଣୁ ଶରୀରରେ ପ୍ରବେଶ କରିବାର ପାଖାପାଖି ୧୦ରୁ ୧୪ ଦିନ ପରେ ଜଣା ପଡିଥାଏ।

ପୂର୍ବତଥ୍ୟ ଅନୁଯାୟୀ ଚାରି ଦିନ ଜ୍ୱର, କାଶ, ଥଣ୍ଡା ହୋଇ ମୁଣ୍ଡ ବିନ୍ଧା, ଛିଙ୍କ , ନାଲି ଆଖି, ଚର୍ମରେ ଦାଗ ପଡ଼ିବା ସହିତ ଜ୍ୱର ଲାଗିରହିଥାଏ ।

ଜ୍ୱର ସାଧାରଣତଃ ଗୋଟିଏ ସପ୍ତାହ ଧରି ଲାଗିରହିଥାଏ । ଜ୍ୱର ବଢ଼ିବଢ଼ି ୪୦ ଡ଼ିଗ୍ରୀ ମଧ୍ୟ ହୋଇପାରେ ।

ପାଟି ଭିତରେ ଗାଲରେ ଧଳା ଚିହ୍ନ ମଧ୍ୟ ମିଳିମିଳାର ଲକ୍ଷଣ ଅଟେ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Caserta, MT, ed. (September 2013). "Measles". Merck Manual Professional. Merck Sharp & Dohme Corp. Retrieved 23 March 2014.
  2. "Measles (Red Measles, Rubeola)". www.health.gov.sk.ca/. Retrieved 10 February 2015.
  3. ୩.୦ ୩.୧ "Measles (Rubeola) Signs and Symptoms". cdc.gov. November 3, 2014. Retrieved 5 February 2015.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ "Measles Fact sheet N°286". who.int. November 2014. Retrieved 4 February 2015.
  5. ୫.୦ ୫.୧ Conn's Current Therapy 2015: Expert Consult - Online. Elsevier Health Sciences. 2014. p. 153. ISBN 9780323319560.
  6. ୬.୦ ୬.୧ ୬.୨ ୬.୩ ୬.୪ Atkinson, William (2011). Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 301–323. ISBN 9780983263135. Retrieved 5 February 2015.
  7. Marx, John A. (2010). Rosen's emergency medicine : concepts and clinical practice (7th ed. ed.). Philadelphia: Mosby/Elsevier. p. 1541. ISBN 9780323054720. {{cite book}}: |edition= has extra text (help)
  8. Kabra, SK; Lodhra, R (14 August 2013). "Antibiotics for preventing complications in children with measles". Cochrane Database of Systematic Reviews. 8: CD001477. doi:10.1002/14651858.CD001477.pub4. PMID 23943263.
  9. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–171. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  10. https://www.cdc.gov/measles/about/signs-symptoms.html
  11. http://rmhealthy.com/10-signs-symptoms-measles/
  12. "ଆର୍କାଇଭ୍ କପି". Archived from the original on 2018-06-14. Retrieved 2018-06-08. {{cite web}}: Cite has empty unknown parameter: |1= (help)