ଅବଧିପୂର୍ବ ପ୍ରସବ

ଉଇକିପିଡ଼ିଆ‌ରୁ
ଅବଧିପୂର୍ବ ପ୍ରସବ
ଟ୍ୟୁବ ସଂଯୁକ୍ତ ଅବଧିପୂର୍ବ ଶିଶୁର ଇନ‌କ୍ୟୁବେଟରରେ ଅବସ୍ଥାନ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics, pediatrics
ଆଇସିଡ଼ି-୧୦O60.1, P07.3
ଆଇସିଡ଼ି-୯-ସିଏମ୍644, 765
ରୋଗ ଡାଟାବେସ10589
ମେଡ଼ିସିନ-ପ୍ଲସ001562
ଇ-ମେଡ଼ିସିନped/1889
MeSHD047928

ଅବଧିପୂର୍ବ ପ୍ରସବ (ଇଂରାଜୀରେ Preterm birth, ବା premature birth), ନାମ ଦିଆଯାଏ ଯେଉଁ ଶିଶୁ ୩୭ ସପ୍ତାହ ଗର୍ଭ ସମୟ ପୂର୍ବରୁ ଜନ୍ମ ହୁଏ ।[୧] ଏହି ଶିଶୁମାନଙ୍କୁ ଇଂରାଜୀରେ ପ୍ରୀମିଜ (preemies) ବା ପ୍ରେମ୍ମିଜ (premmies) କୁହାଯାଏ ।[୧] ଅବଧିପୂର୍ବ ପ୍ରସବ ଲକ୍ଷଣ: ଜରାୟୁ ସଙ୍କୋଚନ ପ୍ରତି ଦଶ ମିନିଟ ପୂର୍ବରୁ ହୁଏ କିମ୍ବା ଯୋନୀପଥରୁ ତରଳ ପଦାର୍ଥ କ୍ଷରିତ ହୁଏ ।[୨] ଅପରିପକ୍ୱ ଶିଶୁର ସେରେବ୍ରାଲ୍ ପାଲ୍‌ସି, ବିକାଶ ବିଳମ୍ବ, ଶ୍ରବଣ ସମସ୍ୟାଦୃଷ୍ଟି ସମସ୍ୟା ସଙ୍କଟ ହୋଇପାରେ । ଯେତେ ଶୀଘ୍ର ଶିଶୁ ଜନ୍ମ ହେବ ସେତେ ସଙ୍କଟ ସମ୍ଭାବନା ରହିବ ।[୧]

ଏ ପ୍ରକାର ପ୍ରସବର କାରଣ ଜଣାଯାଇ ନାହିଁ ।[୩] କେତେକ ସଙ୍କଟ ଜନ‌କ ଅବସ୍ଥାମାନଙ୍କର ନାମ: ଡାଏବେଟିସ, ଉଚ୍ଚ ରକ୍ତଚାପ, ଗର୍ଭରେ ଏକାଧିକ ଶିଶୁ, ମୋଟାପଣ ବା ସ୍ୱଳ୍ପ ଓଜନ ବିଶିଷ୍ଟ, ଯୋନୀପଥ ସଂକ୍ରମଣ, ଧୂମ୍ରପାନମାନସିକ ଚାପ[୩][୪] କୌଣସି ଗର୍ଭାବସ୍ଥାକୁ ଡାକ୍ତରୀ କାରଣ ନ ଥାଇ ୩୯ ସପ୍ତାହ ପୂର୍ବରୁ ଡାକ୍ତରୀ ପ୍ରସବ କରାଇବା ଅନୁଚିତ । ସିଜରିଆନ ସେକସନ ମଧ୍ୟ ସେହି କାରଣରୁ ସୁପାରିସ ଯୋଗ୍ୟ ନୁହେଁ ।[୩] କେବଳ ପ୍ରି-ଏକ୍ଲାମ୍ପସିଆ ରୋଗ ହେଲେ ପ୍ରସବ କରାଯାଇ ପାରେ ।[୫]

ସଙ୍କଟାବସ୍ଥା ଥିଲେ ଗର୍ଭାବସ୍ଥାରେ ପରୋଜେସ୍ଟେରନ ହରମୋନ ଦେଲେ ଅବଧିପୂର୍ବ ପ୍ରସବ ପ୍ରତିରୋଧ କରାଯାଇପାରେ । ବିଛଣା ବିଶ୍ରାମର ଉପକାରୀତା ବିଷୟରେ ପ୍ରମାଣ ମିଳୁନି ।[୬][୭] ହିସାବରୁ ଜଣାଯାଏ; ଉପ‌ଯୁକ୍ତ ଚିକିତ୍ସା ପାଇଲେ ଅବଧିପୂର୍ବଜାତ ଶିଶୁଙ୍କ ମଧ୍ୟରୁ ୭୫ % ବଞ୍ଚିଯାଆନ୍ତି ।[୩] ୨୪ରୁ ୩୪ ସପ୍ତାହ ମଧ୍ୟରେ ପ୍ରସବ ହେବା ସମ୍ଭାବନା ଥିଲେ କର୍ଟିକୋସ୍ଟିରଏଡ ଦେଇ ଉନ୍ନତ ଫଳାଫଳ ମିଳେ ।[୮] ନିଫେଡିପିନ ଭଳି ଅନେକ ଔଷଧ ଅଛି ଯାହା ଦେଲେ ପ୍ରସବ ଡେରି କରେଇ ହେବ ଓ ଉନ୍ନତ ଚିକିତ୍ସାଳୟକୁ ନିଆଯାଇ ପାରିବ ଯେଉଁଠାରେ ଅଧିକ ଯତ୍ନ ଉପଲବଧ ଥାଏ ଓ କର୍ଟିକୋସ୍ଟିରଏଡ ଦେଇ ଅଧିକ ଉପକାର ମିଳିପାରିବ ।[୯] ଶିଶୁ ଜନ୍ମ ହେବା ପରେ ତାକୁ ଉଷୁମ ରଖାଯିବ, ସାହାଯ୍ୟକାରୀ ସ୍ତନ୍ୟପାନ ଦିଆଯିବ, ସଂକ୍ରମଣ ଚିକିତ୍ସା କରାଯିବ ଓ ଶ୍ୱାସକ୍ରିୟା ଯତ୍ନ ନିଆଯିବ ।[୩]

ପୃଥିବୀରେ ନବଜାତ ଶିଶୁ ମୃତ୍ୟୁ କାରଣ ମଧ୍ୟରେ ଅବଧିପୂର୍ବ ପ୍ରସବ ଏକ ଅତି ସାଧାରଣ କାରଣ ।[୧] ପ୍ରତି ବର୍ଷ ପ୍ରାୟ ୧୫ ନିୟୁତ (ସମସ୍ତ ପ୍ରସବର ୫ %ରୁ ୧୮ %) ଅବଧିପୂର୍ବ ପ୍ରସବ ହୁଏ । ଅନେକ ଦେଶରେ ୧୯୯୦ରୁ ୨୦୧୦ ମସିହା ମଧ୍ୟରେ ଏହି ବୃଦ୍ଧି ପାଇଛି ।[୩] ଏପରି ପ୍ରସବର ଜଟିଳତା ଯୋଗୁ ସନ ୧୯୯୦ରେ ୧.୫୭ ନିୟୁତ ମୃତ୍ୟୁ ହୋଇଥିଲା ବେଳେ ୨୦୧୩ରେ ଏହା କମିଯାଇ ୦.୭୪ ହୋଇଛି ।[୧୦] ୨୩ ସପ୍ତାହ ପୂର୍ବରୁ ପ୍ରସବ ହୋଇଥିଲେ ବଞ୍ଚିବା ଆଶା ପ୍ରାୟ ୦ ହୋଇଥିଲା ବେଳେ ୨୩ ସପ୍ତାହରେ ଏହି ଆଶା ୧୫ %, ୨୪ ସପ୍ତାହରେ ୫୫ %, ୨୫ ସପ୍ତାହରେ ୮୦% ଥାଏ ।[୧୧] କୌଣସି ଦୀର୍ଘକାଳୀନ ଅସୁବିଧା ନ ଥାଇ ବଞ୍ଚିବା ଆଶା କମ ।[୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Preterm Labor and Birth: Condition Information". www.nichd.nih.gov. 03/11/2014. Retrieved 7 March 2015. {{cite web}}: Check date values in: |date= (help)
  2. "What are the symptoms of preterm labor?". www.nichd.nih.gov/. 11/06/2013. Retrieved 7 March 2015. {{cite web}}: Check date values in: |date= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ World Health Organization (November 2014). "Preterm birth Fact sheet N°363". who.int. Retrieved 6 Mar 2015.
  4. "What are the risk factors for preterm labor and birth?". www.nichd.nih.gov/. 03/11/2014. Retrieved 7 March 2015. {{cite web}}: Check date values in: |date= (help)
  5. "What causes preterm labor and birth?". www.nichd.nih.gov. 03/11/2014. Retrieved 7 March 2015. {{cite web}}: Check date values in: |date= (help)
  6. "What treatments are used to prevent preterm labor and birth?". www.nichd.nih.gov. 03/11/2014. Retrieved 7 March 2015. {{cite web}}: Check date values in: |date= (help)
  7. Sosa, CG; Althabe, F; Belizán, JM; Bergel, E (30 March 2015). "Bed rest in singleton pregnancies for preventing preterm birth". The Cochrane database of systematic reviews. 3: CD003581. doi:10.1002/14651858.CD003581.pub3. PMID 25821121.
  8. "What treatments can reduce the chances of preterm labor & birth?". www.nichd.nih.gov. 11/06/2013. Retrieved 7 March 2015. {{cite web}}: Check date values in: |date= (help)
  9. Haram, K; Mortensen, JH; Morrison, JC (3 July 2014). "Tocolysis for acute preterm labor: does anything work". The journal of maternal-fetal & neonatal medicine : the official journal of the European Association of Perinatal Medicine, the Federation of Asia and Oceania Perinatal Societies, the International Society of Perinatal Obstetricians. 28: 1–8. doi:10.3109/14767058.2014.918095. PMID 24990666.
  10. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–171. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  11. Cloherty, John P. (2012). "Care of the Extremely Low Birth Weight Infant". Manual of neonatal care (7th ed. ed.). Philadelphia: Wolters Kluwer Health/Lippincott Williams & Wilkins. p. 146. ISBN 9781608317776. {{cite book}}: |edition= has extra text (help)
  12. Jarjour, IT (February 2015). "Neurodevelopmental Outcome After Extreme Prematurity: A Review of the Literature". Pediatric neurology. 52 (2): 143–152. doi:10.1016/j.pediatrneurol.2014.10.027. PMID 25497122.