ଜିଆ ରୋଗ

ଉଇକିପିଡ଼ିଆ ରୁ
Jump to navigation Jump to search
ଜିଆ ରୋଗ
Ascaris lumbricoides.jpeg
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B77.
ଆଇସିଡ଼ି-୯-ସିଏମ୍127.0
ଓଏମ୍‌ଆଇଏମ୍604291
ରୋଗ ଡାଟାବେସ934
ମେଡ଼ିସିନ-ପ୍ଲସ000628
ଇ-ମେଡ଼ିସିନarticle/212510
MeSHD001196

ଜିଆ ରୋଗ ଏକ ପ୍ରକାର ପରଜୀବୀ ରୋଗ ଯାହା ଜିଆ ବା ଗୋଲକୃମିଦ୍ୱାରା ହୁଏ ଓ ତାହାର ବୈଜ୍ଞାନିକ ନାମ ଆସ୍କାରିସ୍ ଲୁମ୍ବ୍ରିକଏଡିସ୍/ Ascarislumbricoides[୧] ଶତକଡ଼ା ୮୫% ଲୋକଙ୍କର ସଂକ୍ରମଣ ଥାଇ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ, ବିଶେଷତଃ ଯଦି ସେମାନଙ୍କର ସଂଖ୍ୟା ଅତି କମ୍ ଥାଏ ।[୧] ଜିଆ ସଂଖ୍ୟା ବଢ଼ିଲେ ଲକ୍ଷଣ ବଢ଼ି ପ୍ରଥମେ ଛୋଟ ଶ୍ୱାସ କ୍ରିୟା ଓ ଜ୍ୱର ହୁଏ । [୧] ପରେ ପରେ ପେଟ ଫୁଲିଯାଏ, ପେଟରେ ଯନ୍ତ୍ରଣା ହୁଏ ଓ ତରଳ ଝାଡ଼ା ହୁଏ । [୧] ପିଲାମାନେ ସାଧାରଣତଃ ସଂକ୍ରମିତ ହୁଅନ୍ତି ଓ ଏହା ଯୋଗୁ ସ୍ୱଳ୍ପ ହାରରେ ଓଜନ ବୃଦ୍ଧି, କୁପୋଷଣ (malnutrition) ଓ ଶିକ୍ଷାଲାଭ ଅସୁବିଧା ହୁଏ । [୧][୨][୩]

ମଳରେ ଥିବା ଜିଆର ଅଣ୍ଡା ଖାଦ୍ୟ ଓ ପାନୀୟରେ ମିଶି ଅପମିଶ୍ରିତ ହୋଇଥିବା ଖାଦ୍ୟ ଖାଇଲେ ଏହି ସଂକ୍ରମଣ ହୁଏ । [୨] ଅଣ୍ଡାଗୁଡ଼ିକ ଫୁଟିବା ପରେ ଲାର୍ଭା ହୋଇ ସେଗୁଡ଼ିକ ମାନବ ଅନ୍ତନଳୀ କାନ୍ଥ କଣା କରି ରକ୍ତରେ ମିଶିଯାଆନ୍ତି ଓ ଏଠାରୁ ଯାଇ ଫୁସ୍‌ଫୁସ୍‌ରେ ପ‌ହ‌ଞ୍ଚିଯାଆନ୍ତି ।[୨] ସେଠାରେ ଆଲ୍‌ଭିଓଲାଇ ଭାଙ୍ଗି ଟ୍ରାକିଆକୁ ଚାଲିଯାଆନ୍ତି, ଯେଉଁଠାରେ କାଶ ହୋଇ ଗିଳି ହୋଇଯାଆନ୍ତି ।[୨] ତାପରେ ଲାର୍ଭା ଯାଇ ପାକସ୍ଥଳୀ ଦେଇ ଆଉ ଥରେ ଅନ୍ତନଳୀରେ ପ‌ହ‌ଞ୍ଚେ ଯେଉଁଠାରେ ସେଗୁଡ଼ିକ ବୟଃପ୍ରାପ୍ତ ହୁଅନ୍ତି ।[୨] ଉନ୍ନତ ପରିମଳ ବ୍ୟବସ୍ଥାରେ ପାଇଖାନା ବ୍ୟବ‌ହାର ଓ ମଳ ଦୁରୀକରଣଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଇପାରେ । [୧][୪] ସାବୁନ ବ୍ୟବ‌ହାର କରି ହାତଧୁଆଦ୍ୱାରା ସୁରକ୍ଷା ମିଳେ ।[୫] ଯେଉଁ ଅଞ୍ଚଳରେ ଲୋକସଂଖ୍ୟାର ୨୦% ସଂକ୍ରମିତ ହୋଇଥାଆନ୍ତି ସେଠାରେ ପ୍ରତ୍ୟେକ ବ୍ୟକ୍ତିକୁ ନିୟମିତ ଅନ୍ତରରେ ଚିକିତ୍ସା କରିବା ଆବଶ୍ୟକ ହୁଏ । [୨][୬] ଏହା ନିମନ୍ତେ କୌଣସି ଟିକା ବାହାରି ନାହିଁ ।[୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଚିକିତ୍ସା ନିର୍ଦ୍ଦେଶ ଦେଇ ଆଲବେଣ୍ଡାଜୋଲ, ମେବେଣ୍ଡାଜୋଲ, ଲେଭାମିସୋଲ ଓ ପାଇରେଣ୍ଟେଲ ଖାଇବାକୁ ପରାମର୍ଶ ଦେଇଛି । [୨] ଅନ୍ୟ କ୍ରିୟାଶୀଳ ଔଷଧ ମଧ୍ୟରେ ଟ୍ରାଇବେଣ୍ଡିମିଡିନ ଓ ନିଟାଜୋକ୍ସାମାଇଁ ଅନ୍ୟତମ ।[୨]

ପୃଥିବୀରେ ପ୍ରାୟ ୦.୬ରୁ ୧.୨ ବିଲିଅନ (ଏକ ବିଲିଅନ= ୧୦୦ କୋଟି) ଲୋକ ସଂକ୍ରମିତ ଅଛନ୍ତି ଓ ଏହାର ଏକ ସିଂହଭାଗ କେବଳ ସବ୍ ସାହାରା ଆଫ୍ରିକା, ଲାଟିନ ଆମେରିକା ଓ ଏସିଆରେ ଅଛନ୍ତି । [୧][୭][୮] ମୃତ୍ତିକା ସଞ୍ଚାରିତ ଅନ୍ତ୍ରକୃମି ମଧ୍ୟରେ ଜିଆ ଅତି ସାଧାରଣ ପରଜୀବୀ ।[୭] ୨୦୧୦ ମସିହାରେ ଏହାଦ୍ୱାରା ୨୭୦୦ ମୃତ୍ୟୁ ହୋଇଥିବା ବେଳେ ୧୯୯୦ ମସିହାରେ ୩୪୦୦ ମୃତ୍ୟୁ ହୋଇଥିଲା ।[୯] ଅନ୍ୟ ଏକ ପ୍ରକାର ଜିଆଦ୍ୱାରା ଘୁଷୁରି ସଂକ୍ରମିତ ହୁଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Dold, C; Holland, CV (Jul 2011). "Ascaris and ascariasis". Microbes and infection / InstitutPasteur. 13 (7): 632–7. doi:10.1016/j.micinf.2010.09.012. PMID 20934531.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Hagel, I; Giusti, T (Oct 2010). "Ascarislumbricoides: an overview of therapeutic targets". Infectious disorders drug targets. 10 (5): 349–67. doi:10.2174/187152610793180876. PMID 20701574.
  3. "Soil-transmitted helminth infections Fact sheet N°366". World Health Organization. June 2013.
  4. Ziegelbauer, K; Speich, B; Mäusezahl, D; Bos, R; Keiser, J; Utzinger, J (Jan 2012). "Effect of sanitation on soil-transmitted helminth infection: systematic review and meta-analysis". PLoSmedicine. 9 (1): e1001162. doi:10.1371/journal.pmed.1001162. PMC 3265535. PMID 22291577.
  5. Fung, IC; Cairncross, S (Mar 2009). "Ascariasis and handwashing". Transactions of the Royal Society of Tropical Medicine and Hygiene. 103 (3): 215–22. doi:10.1016/j.trstmh.2008.08.003. PMID 18789465.
  6. Jia, TW; Melville, S; Utzinger, J; King, CH; Zhou, XN (2012). "Soil-transmitted helminth reinfection after drug treatment: a systematic review and meta-analysis". PLoS neglected tropical diseases. 6 (5): e1621. doi:10.1371/journal.pntd.0001621. PMC 3348161. PMID 22590656.
  7. ୭.୦ ୭.୧ Keiser, J; Utzinger, J (2010). "The drugs we have and the drugs we need against major helminthinfections". Advances in parasitology. 73: 197–230. doi:10.1016/s0065-308x(10)73008-6. PMID 20627144.
  8. Fenwick, A (Mar 2012). "The global burden of neglected tropical diseases". Public health. 126 (3): 233–6. doi:10.1016/j.puhe.2011.11.015. PMID 22325616.
  9. Lozano, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.