ତରଳ ଝାଡ଼ା

ଉଇକିପିଡ଼ିଆ‌ରୁ
ତରଳ ଝାଡ଼ା
An electron micrograph of rotavirus, the cause of nearly 40% of hospitalizations from diarrhea in children under five.[୧]
ICD-10A09., K59.1
ICD-9787.91
DiseasesDB3742
MedlinePlus003126
eMedicineped/583
MeSHD003967

ତରଳ ଝାଡ଼ା (ଇଂରାଜୀରେ Diarrhea କିମ୍ବା diarrhoea) ରୋଗର ସଂଜ୍ଞା ଅନୁସାରେ ପ୍ରତ୍ୟେକ ଦିନ ଅତି କମ୍‌ରେ ତିନି ଥର ତରଳ ଝାଡ଼ା ହେବା ଆବଶ୍ୟକ । ଏହା ସାଧାରଣତଃ କିଛି ଦିନ ନିମନ୍ତେ ରହିପାରେ, ଫଳରେ ଦେହର ଜଳୀୟ ଅଂଶ ହ୍ରାସ (ନିର୍ଜଳନ) ହୁଏ । ଚର୍ମର ଇଲାସ୍ଟିସିଟି କମିଯିବା ଓ ରୋଗିର ବ୍ୟକ୍ତିତ୍ୱ ପରିବର୍ତ୍ତନ ହେଉଛି ନିର୍ଜଳନର ଚିହ୍ନ । ପରିସ୍ରା ପରିମାଣ କମିଯାଏ, ଚର୍ମ ଶେତା ଦେଖାଯାଏ, ନାଡ଼ି ଦୃତ ହୁଏ ଓ ଗମ୍ଭୀର ଅବସ୍ଥା ହେଲେ ଚେତନ ଅବସ୍ଥା କମେ ତ‌ଥା ସମ୍ବେଦନହୀନ ହୁଏ । ପାଣିଆ ଝାଡ଼ା ସ୍ତନ୍ୟପାନ କରୁଥିବା ପିଲାଙ୍କର ଝାଡ଼ା ପତଳା ହେଲେ ମଧ୍ୟ ତାହା ସାଧାରଣ । [୨]

ଭୁତାଣୁ, ଜୀବାଣୁ, ପରଜୀବୀ କିମ୍ବା ଗାସ୍ଟ୍ରୋଏଣ୍ଟେରାଇଟିସ ରୋଗ ଯୋଗୁ ଅନ୍ତନଳୀରେ ପ୍ରଦାହ ସୃଷ୍ଟି ହୋଇ ତରଳ ଝାଡ଼ା ହୁଏ । ମଳ ଅପମିଶ୍ରିତ ଖାଦ୍ୟ ବା ଜଳ ଗ୍ରହଣ କଲେ ଏହି ସଂକ୍ରମଣ ହୁଏ । ଏହି ରୋଗକୁ ତିନି ଭାଗରେ ବିଭକ୍ତ କରାଯାଏ ଯଥା ସ୍ୱଳ୍ପକାଳୀନ ଜଳୀୟ ଝାଡ଼ା, ସ୍ୱଳ୍ପ କାଳୀନ ରକ୍ତ ମିଶ୍ରିତ ପତଳା ଝାଡ଼ା ଓ ଦୁଇ ସପ୍ତାହରୁ ଅଧିକ ହେଲେ ଲଗାଏତ ଝାଡ଼ା । ସ୍ୱଳ୍ପ କାଳୀନ ଜଳୀୟ ଝାଡ଼ା କଲେରା ଯୋଗୁ ହୋଇପାରେ । ଝାଡ଼ାରେ ରକ୍ତ ପଡ଼ିଲେ ଡିସେଣ୍ଟେରି କୁହାଯାଏ । [୨] ସଂକ୍ରମଣ-ବିହୀନ କାରଣ ମଧ୍ୟରେ ହାଇପରଥାଇର‌ଡିଜ୍ମ, ଲାକ୍ଟୋଜ ଇନ୍‌ଟୋଲେରାନ୍ସ, ଇନଫ୍ଲାମେଟରି ବାୱେଲ ଡିଜିଜ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଓ କେତେକ ଔଷଧ ଉଲ୍ଲେଖ‌ଯୋଗ୍ୟ । [୩] ନିର୍ଦ୍ଦିଷ୍ଟ କାରଣ ଜାଣିବା ନିମନ୍ତେ ଝାଡ଼ା କଲଚର ଆବଶ୍ୟକ ନୁହେଁ । [୪]

ଉନ୍ନତ ପରିମଳ ବ୍ୟବସ୍ଥା, ବିଷୁଦ୍ଧ ପାନୀୟ ଜଳହସ୍ତ ପ୍ରକ୍ଷାଳନ ସାହାଯ୍ୟରେ ସଂକ୍ରମଣକ୍ଷମ ତରଳ ଝାଡ଼ା ପ୍ରତିଷେଧ କରାଯାଏ । ଶିଶୁମାନଙ୍କୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରେଇବା ଓ ରୋଟା ଭୁତାଣୁ ଟିକା ଦେବା ଆବଶ୍ୟକ । ପାଟିବାଟେ ପୁନଃଜଳ‌ଯୋଜନ ଦ୍ରବଣ (Oral rehydration solution ବା ORS), ଅର୍ଥାତ ପରିଷ୍କାର ଜଳରେ କିଛି ଲୁଣ ଓ ଚିନି ବା ଗ୍ଲୁକୋଜ ମିଶେଇ ପିଇବାକୁ ଦେବା ପସନ୍ଦ ଯୋଗ୍ୟ ଉତ୍ତମ ଚିକିତ୍ସା । ଜିନ୍କ ଥିବା ବଟିକା ବା ଖାଦ୍ୟ (Zinc tablets) ଖାଇବାକୁ ପରାମର୍ଶ ଦିଆଯାଏ । [୨] ବିଗତ ୨୫ ବର୍ଷ ମଧ୍ୟରେ ଏହି ଚିକିତ୍ସାଦ୍ୱାରା ୫୦ ନିୟୁତ ପିଲାଙ୍କୁ ବଞ୍ଚେଇ ଦିଆଯାଇପାରିଛି ।[୧] ରୋଗ ସମୟରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ଓ ପିଲାଙ୍କୁ ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । [୨] ବ୍ୟବସାୟିକ ଓ ଆର ଏସ ନ ମିଳିଲେ ଘରୋଇ ଦ୍ରବଣ କରି ବ୍ୟବ‌ହାର କରିବା କଷ୍ଟକର ନୁହେଁ । [୫] ସାଂଘାତିକ ନିର୍ଜଳନ ବା ଡିହାଇଡ୍ରେସନ ଥିଲେ ଶିରାମାଧ୍ୟମ ତରଳପଦାର୍ଥ ଦରକାର ହୁଏ । [୨] ଅଧିକାଂଶ କେଶରେ ପାଟିରେ ଏହି ତରଲ ପଦାର୍ଥ ଦେଇ ଚିକିତ୍ସା କରିହେବ । [୬] ଆଣ୍ଟିବାୟୋଟିକ କ୍ୱଚିତ ଦରକାର ହୁଏ, ବିଶେଷତଃ ଝାଡ଼ାରେ ରକ୍ତ ପଡ଼ିଲେ, ଉଚ୍ଚମାତ୍ରା ଜ୍ୱର ଥିଲେ, ପରିଭ୍ରମଣ ବେଳେ ଝାଡ଼ା ହେଲେ ବା କେତେକ ନିର୍ଦ୍ଦିଷ୍ଟ ଜୀବାଣୁ ଓ ପରଜୀବୀ ମଳ ପରୀକ୍ଷାରେ ବାହାରିଲେ । [୪] ଲୋପେରାମାଇଡ ଔଷଧ ଦେଲେ ଝାଡ଼ା ଯିବା ସଂଖ୍ୟା କମିଯାଏ, କିନ୍ତୁ ଏହା ଗମ୍ଭୀର ରୋଗରେ ଦେବାକୁ ଉପଦେଶ ଦିଆଯାଏ ନାହିଁ । [୪]

ବାର୍ଷିକ ୧.୭ରୁ ୫ ବିଲିଅନ ତରଳ ଝାଡ଼ା ରୋଗ ହୁଏ ।[୨][୩] ବିକାଶଶୀଳ ଦେଶମାନଙ୍କରେ ଏ ରୋଗ ଅତି ସାଧାରଣ ଯେଉଁଠି ପିଲାମାନଙ୍କୁ ପ୍ରତି ବର୍ଷ ପ୍ରାୟ ୩ ଥର ଏହି ରୋଗ ହୁଏ । [୨] ସନ ୨୦୧୨ରେ ପୃଥିବୀରେ ୫ ବର୍ଷ ବୟସରୁ କମ ପିଲାଙ୍କ ମୃତ୍ୟୁ ସଂଖ୍ୟାରେ (deaths in children) ଏହା ୨ୟ ସ୍ଥାନ (0.୭୬ ନିୟୁତ ବା ୧୧%) ଅଧିକାର କରିଥିଲା । [୨][୭] ବାରମ୍ବାର ତରଳ ଝାଡ଼ା ହେଲେ ଅପ‌ପୁଷ୍ଟି ବା ମାଲନୟୁଟ୍ରିସନ ହୁଏ ଓ ଏହା ୫ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଅତି ସାଧାରଣ କାରଣ । [୨] ଶାରୀରିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେବା ସମ୍ଭାବନା ଥାଏ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "whqlibdoc.who.int" (PDF). World Health Organization.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Diarrhoeal disease Fact sheet N°330". World Health Organization. April 2013. Retrieved 18 June 2014.
  3. ୩.୦ ୩.୧ Doyle, edited by BasemAbdelmalak, D. John (2013). Anesthesia for otolaryngologicsurgery. Cambridge: Cambridge University Press. pp. 282–287. ISBN 1107018676. {{cite book}}: |first1= has generic name (help)CS1 maint: multiple names: authors list (link)
  4. ୪.୦ ୪.୧ ୪.୨ DuPont, HL (Apr 17, 2014). "Acute infectious diarrhea in immunocompetent adults". The New England journal of medicine. 370 (16): 1532–40. doi:10.1056/nejmra1301069. PMID 24738670.
  5. Prober, edited by Sarah Long, Larry Pickering, Charles G. (2012). Principles and practice of pediatric infectious diseases (4th ed.). Edinburgh: Elsevier Saunders. p. 96. ISBN 9781455739851. {{cite book}}: |first1= has generic name (help)CS1 maint: multiple names: authors list (link)
  6. ACEP. "Nation's Emergency Physicians Announce List of Test and Procedures to Question as Part of Choosing Wisely Campaign". Choosing Wisely. Retrieved 18 June 2014.
  7. ୭.୦ ୭.୧ "Global Diarrhea Burden". CDC. January 24, 2013. Retrieved 18 June 2014.