କୁସିଙ୍ଗ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Cushing's syndrome
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E24.
ଆଇସିଡ଼ି-୯-ସିଏମ୍255.0
ମେଡ଼ିସିନ-ପ୍ଲସ000410
ଇ-ମେଡ଼ିସିନarticle/117365
Patient UKକୁସିଙ୍ଗ ସିଣ୍ଡ୍ରୋମ
MeSHD003480

କୁସିଙ୍ଗ ସିଣ୍ଡ୍ରୋମ ବା ହାଇପରକର୍ଟିସୋଲିଜ୍ମ ବା ଇତସେଙ୍କୋ-କୁସିଙ୍ଗ ସିଣ୍ଡ୍ରୋମ ବା ହାଇପର ଆଡ୍ରେନୋକର୍ଟିସିଜ୍ମ, (ଇଂରାଜୀରେ Cushing's syndrome, also known as hypercortisolism, Itsenko-Cushing syndrome, and hyperadrenocorticism, କ‌ହିଲେ କେତେକ ଲକ୍ଷଣ ଓ ଚିହ୍ନର ସମାହାରକୁ ବୁଝାଏ ଯାହା ବ‌ହୁତ ଦିନ ଧରି କର୍ଟିସୋଲ ସଂସ୍ପର୍ଶରେ ଆସିଲେ ହୁଏ ।[୧][୨] ଏହାର ଲକ୍ଷଣ: ଉଚ୍ଚ ରକ୍ତଚାପ,ସ୍ଥୁଳ ଉଦର କିନ୍ତୁ ହାତ ଗୋଡ଼ ସରୁ, ଲାଲଟଣାଦାଗ, ଗୋଲମୁହଁଦୁଇ କାନ୍ଧ ମଝିରେ ଚର୍ବିଗଦା, ଦୂର୍ବଳ ମାଂସପେଶୀ, ଦୂର୍ବଳ ହାଡ଼, ମୁଖବ୍ରଣ, ଭଙ୍ଗୁର ଚର୍ମ ଯାହା ସ‌ହଜରେ ଶୁଖେନାହିଁ । ମହିଳାମାନଙ୍କର ଅଧିକ ବାଳ ଉଠିପାରେ ଓ ଅନିୟମିତ ଋତୁଚକ୍ର ହୋଇପାରେ । ବେଳେ ବେଳେ ମିଜାଜ ପରିବର୍ତ୍ତନ ହୁଏ, ମୁଣ୍ଡବଥା ଓ କ୍ରନିକ ଥକ୍କା ଲାଗେ ।[୩]


ଅତ୍ୟଧିକ କର୍ଟିଜୋଲ ସମ୍ବନ୍ଧୀୟ ଔଷଧ ଯେପରିକି ପ୍ରେଡନିସୋନ ଗ୍ରହଣ କଲେ ବା କୌଣସି ଅର୍ବୁଦ ଯାହା ନିଜେ ଅତ୍ୟଧିକ କର୍ଟିଜୋଲ ତିଆରି କଲେ ବା ଆଡ୍ରେନାଲଦ୍ୱାରା ତିଆରି କଲେ କୁସିଙ୍ଗ ସିଣ୍ଡ୍ରୋମ ହୁଏ ।[୪] ପିଟୁଇଟାରି ଆଡେନୋମା (ପିଟୁଇଟାରି ଗ୍ରନ୍ଥିରେ ଆଡେନୋମା ଅର୍ବୁଦ) ଯୋଗୁ କୁସିଙ୍ଗ ରୋଗ ହୁଏ । ଏହା ଯୋଗୁ ଔଷଧ ପରେ ଦ୍ୱିତୀୟ ସର୍ବାଧିକ କୁସିଙ୍ଗ ସିଣ୍ଡ୍ରୋମ ହୁଏ । [୧] ଅନ୍ୟ ଅନେକ ଅର୍ବୁଦ ଯୋଗୁ ମଧ୍ୟ କୁସିଙ୍ଗ ସିଣ୍ଡ୍ରୋମ ହୁଏ ।[୧][୫] ଏମାନଙ୍କ ମଧ୍ୟରୁ କେତେକ ଉତ୍ତରେଧିକାର ସୂତ୍ରରେ ହୁଏ ଯଥାମଲ୍ଟିପ୍ଲ ଏଣ୍ଡୋକ୍ରାଇନ ନିଓପ୍ଲାସିଆ ଟାଇପ ୧ ଓ କାର୍ନେ କମ୍ପ୍ଲେକ୍ସ । [୬] ଅନେକ ଗୁଡ଼ିଏ ସୋପାନ ଦେଇ ରୋଗ ନିର୍ଣ୍ଣୟ କରାଯାଏ । ପ୍ରଥମ ସୋପାନରେ ରୋଗୀ କି ଔଷଧ ନେଉଛି, ଜାଣିବାକୁ ହୁଏ । ଦ୍ୱିତୀୟ ସୋପାନ: ଡେକ୍ସାମେଥାଜୋନ ଦେବାପରେ ଲାଳ, ରକ୍ତପରିସ୍ରାରେ କର୍ଟିଜୋଲ ସ୍ତର ବା ପରିମାଣ ନିର୍ଣ୍ଣୟ କରାଯାଏ । ଏହି ଟେଷ୍ଟରେ କିଛି ଅସାଧାରଣ ଦେଖିଲେ ଗଭୀର ରାତିରେ କର୍ଟିଜୋଲ ପରୀକ୍ଷା କରାଯାଏ । କର୍ଟିଜୋଲ ଅଧିକ ରହିଲେ ଓ ପିଟୁଇଟାରିରେ କିଛି ହୋଇଥିବା ସନ୍ଦେହ ହେଲେ ଏସିଟିଏଚ ନିମନ୍ତେ ରକ୍ତ ପରୀକ୍ଷା କରାଯାଏ । [୭]

ଅଧିକାଂଶ ରୋଗୀଙ୍କର ଚିକିତ୍ସା କରିହୁଏ ଓ ଆରୋଗ୍ୟ ମଧ୍ୟ ହୁଅନ୍ତି । .[୮] ଔଷଧଦ୍ୱାରା ରୋଗ ହେଉଥିଲେ ଉକ୍ତ ଔଷଧ ଧୀରେ ଧୀରେ ବନ୍ଦ କରିଦିଆଯାଏ [୯] ଅର୍ବୁଦ‌ଦ୍ୱାରା ହେଉଥିଲେ ତାହାକୁ ମିଶ୍ରିତ ଚିକିତ୍ସା କରାଯାଏ ଯେପରିକି ଅପରେଶନ, କେମୋଥେରାପିରାଡିଏସନ ଇତ୍ୟାଦି । ପିଟୁଇଟାରି ଆକ୍ରାନ୍ତ ହୋଇଥିଲେ ଔଷଧଦ୍ୱାରା ଏହାର କମିଥିବା କାର୍ଯ୍ୟକାରୀତାକୁ ଫେରସ୍ତ ଅଣାଯାଇପାରେ । ପ୍ରତିବର୍ଷ ଏହି ରୋଗରେ ପ୍ରତି ନିୟୁତ ଲୋକରେ ୨ ବା ୩ ଲୋକ ଆକ୍ରାନ୍ତ ହୁଅନ୍ତି । [୬] ସାଧରଣତଃ ୨୦ରୁ ୫୦ ବର୍ଷ ବୟସର ଲୋକଙ୍କୁ ଏହି ରୋଗ ହୁଏ । [୧] ମହିଳା ଅପେକ୍ଷା ପୁରୁଷ ରୋଗୀ ସଂଖ୍ୟା ୩ ଗୁଣ ଅଧିକ ଥାଏ । [୬] କର୍ଟିଜୋଲ ପରିମାଣ ସାମାନ୍ୟ ଅଧିକ ଥାଇ କୌଣସି ଲକ୍ଷଣ ନ ରହିବା ଏକ ସାଧାରଣ କଥା । [୧୦] ସନ ୧୯୩୨ରେ ହାର୍ଭେ କୁସିଙ୍ଗ ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [୧୧] ବିଲେଇ, କୁକୁର ଓ ଘୋଡ଼ାମାନଙ୍କୁ ମଧ୍ୟ ଏହି କୁସିଙ୍ଗ ସିଣ୍ଡ୍ରୋମ ରୋଗ ହୋଇପାରେ । [୧୨][୧୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Cushing's Syndrome". National Endocrine and Metabolic Diseases Information Service (NEMDIS). July 2008. Archived from the original on 10 February 2015. Retrieved 16 March 2015.
  2. Forbis, Pat (2005). Stedman's medical eponyms (2nd ed. ed.). Baltimore, Md.: Lippincott Williams & Wilkins. p. 167. ISBN 9780781754439. {{cite book}}: |edition= has extra text (help)
  3. "What are the symptoms of Cushing's syndrome?". 2012-11-30. Retrieved 16 March 2015.
  4. "What causes Cushing's syndrome?". 2012-11-30. Retrieved 16 March 2015.
  5. Nieman, LK (December 2005). "Evaluation and treatment of Cushing's syndrome". The American Journal of Medicine. 118 (12): 1340–6. doi:10.1016/j.amjmed.2005.01.059. PMID 16378774. {{cite journal}}: Unknown parameter |au2= ignored (help)
  6. ୬.୦ ୬.୧ ୬.୨ "How many people are affected by or at risk for Cushing's syndrome?". 2012-11-30. Retrieved 16 March 2015.
  7. "How do health care providers diagnose Cushing's syndrome?". 2012-11-30. Retrieved 16 March 2015.
  8. "Is there a cure for Cushing's syndrome?". 2012-11-30. Retrieved 16 March 2015.
  9. "What are the treatments for Cushing's syndrome?". 2012-11-30. Retrieved 16 March 2015.
  10. Steffensen, C; Bak, AM; Rubeck, KZ; Jørgensen, JO (2010). "Epidemiology of Cushing's syndrome". Neuroendocrinology. 92 Suppl 1: 1–5. PMID 20829610.
  11. "Cushing Syndrome: Condition Information". 2012-11-30. Retrieved 16 March 2015.
  12. Etienne Cote (2014). Clinical Veterinary Advisor: Dogs and Cats (3 ed.). Elsevier Health Sciences. p. 502. ISBN 9780323240741.
  13. McCue, PM (December 2002). "Equine Cushing's disease". The Veterinary clinics of North America. Equine practice. 18 (3): 533–43, viii. PMID 12516933.