ହୃଦ୍‌ପାତ

ଉଇକିପିଡ଼ିଆ ରୁ
Jump to navigation Jump to search
ହୃଦ୍‌ପାତ
Heartfailure.jpg
ହୃଦ୍‌ପାତ ରୋଗର ମୂଖ୍ୟ ଚିହ୍ନ ଓ ଲକ୍ଷଣ ସମୂହ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିcardiology[*]
ଆଇସିଡ଼ି-୧୦I50.
ଆଇସିଡ଼ି-୯-ସିଏମ୍428.0
ରୋଗ ଡାଟାବେସ16209
ମେଡ଼ିସିନ-ପ୍ଲସ000158
Patient UKହୃଦ୍‌ପାତ
MeSHD006333

ହୃଦ୍‌ପାତ ବା ହାର୍ଟ ଫେଲ (ଇଂରାଜୀରେ Heart failure ସଂକ୍ଷିପ୍ତରେ HF), ରୋଗ କ‌ହିଲେ କ୍ରନିକ ହାର୍ଟ ଫେଲ ବା ଦୀର୍ଘସ୍ଥାୟୀ ହୃଦ୍‌ପାତ ରୋଗ ବୁଝାଏ ଯେଉଁଥିରେ ଶରୀରର ଆବଶ୍ୟକତା ଅନୁଯାୟୀ ରକ୍ତ ସଞ୍ଚାଳନ କରିବାକୁ ହୃତ୍‌ପିଣ୍ଡ ଅକ୍ଷମ ହୁଏ ।[୧][୨][୩] ଏହାକୁ କଞ୍ଜେସ୍ଟିଭ ହାର୍ଟ ଫେଲ୍ୟୁର (ସଂକ୍ଷିପ୍ତରେ CHF) ବା କଞ୍ଜେସ୍ଟିଭ କାର୍ଡିଆକ ଫେଲ୍ୟୁର (ସଂକ୍ଷିପ୍ତରେ CCF) ମଧ୍ୟ କୁହାଯାଏ ।[୪] ଏହାର ମୂଖ୍ୟ ଲକ୍ଷଣ ସମୂହ; ଛୋଟ ଶ୍ୱାସକ୍ରିୟା, ଅତ୍ୟଧିକ ଥକ୍କାଣପ୍ରାନ୍ତୀୟ ଇଡିମା ବା ଗୋଡ଼ ଫୁଲା ଦେଖାଯାଏ । [୫] ଛୋଟ ଶ୍ୱାସକ୍ରିୟା ହେବା ସମୟ:- ରୋଗୀ ବ୍ୟାୟାମ ବା ସମାନ୍ୟ ପରିଶ୍ରମ କଲେ, ଲମ୍ବ ଭାବରେ ଚିତ୍ ହୋଇ ଶୋଇଲେ ଯାହାକୁ ଅର୍ଥୋପ୍ନିଆ (ଇଂରାଜୀରେ orthopnea) କୁହାଯାଏ ଓ ରାତିରେ ଶୋଇଥିବା ବେଳେ ହୁଏ ଯାହାକୁ ପାରୋକ୍ସିସମାଲ ନୋକଚରନାଲ ଡିସନିଆ (ଇଂରାଜୀରେ breathing trouble at night while sleeping) କୁହାଯାଏ ।[୫] ଉପ‌ଯୁକ୍ତ ଚିକିତ୍ସା କରାଯାଉଥିଲେ ମଧ୍ୟ ରୋଗୀର ଶ୍ରମଶକ୍ତି କମିଯାଏ । [୬]

ହାର୍ଟ ଫେଲ୍‌ର କାରଣମାନଙ୍କ ମଧ୍ୟରେ କରୋନାରି ଧମନୀ ରୋଗ, ପୁର୍ବତନ ହୃଦ୍‌ଘାତ ବା ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ, ଆଟ୍ରିଆଲ ଫିବ୍ରିଲେସନ, ଭାଲ୍‌ଭ୍ୟୁଲାର ହାର୍ଟ ରୋଗକାର୍ଡିଓମାୟୋପାଥି ସାଧାରଣତଃ ଦେଖାଯାଏ ।[୫][୭] ଏହି ରୋଗ‌ଗୁଡ଼ିକ ହୃତ୍‌ପିଣ୍ଡର ଗଠନ କିମ୍ବା କର୍ମମାନଙ୍କୁ ବଦଳେଇ ଦେବାରୁ ହୃଦ୍‌ପାତ ହୁଏ । [୫] ଦୁଇ ପ୍ରକାର ହୃଦ୍‌ପାତ ଦେଖାଯାଏ: ପ୍ରଥମଟି ଭେଣ୍ଟ୍ରିକୁଲାର ଅପକର୍ମ, ଦ୍ୱିତୀୟଟି ବାମ ନିଳୟ ସଙ୍କୋଚନ ଶକ୍ତି କମିବା ବା ହୃତ୍‌ପିଣ୍ଡ ବିଶ୍ରାନ୍ତକ (relaxation) ଶକ୍ତି କମିବା ସ‌ହ ସାଧାରଣ ରକ୍ତ ନିଷ୍କାସନ ଥାଏ । [୫] ବ୍ୟାୟାମ ଶକ୍ତି କମିବା ସ୍ତରକୁ ନେଇ ଏହାର ଗ୍ରେଡ ନିର୍ଣ୍ଣୟ କରାଯାଏ । [୮] ହୃଦ୍‌ପାତ ସ‌ହ ହୃଦ୍‌ଘାତ ସମାନ ନୁହେଁ, ଦ୍ୱିତୀୟ ରୋଗରେ ହୃତ୍‌ପିଣ୍ଡ ମାଂସପେଶୀ ମରିଯାଏ ବା ହୃତ୍‌ପିଣ୍ଡ ବନ୍ଦ ହୋଇଯାଇ ରକ୍ତ ସଞ୍ଚାଳନ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ ।[୯][୧୦]ଏହି ହୃଦ୍‌ପାତ ଲକ୍ଷଣ ଭଳି ଅନ୍ୟ କେତେକ ରୋଗରେ ପ୍ରାୟ ସମାନ ଧରଣର ଲକ୍ଷଣ ଦେଖାଯାଏ, ସେମାନଙ୍କର ନାମ: ମୋଟାପଣ, ବୃକ୍‌କ ରୋଗ, ଯକୃତ ରୋଗ, ଆନିମିଆଥାଇରଏଡ ରୋଗ ।[୮]

ଲକ୍ଷଣ ଇତିହାସ ଓ ଶାରୀରିକ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଓ ଇ.ସି.ଜି. (electrocardiogram) ପରୀକ୍ଷା ଫଳକୁ ନେଇ ନିଷ୍ପତ୍ତି ନିଆଯାଏ । [୧୧] ରକ୍ତ ପରୀକ୍ଷା, ଇ.ସି.ଜି.ଛାତି ଏକ୍‌ସ-ରେ ପରୀକ୍ଷା କଲେ ରୋଗର ଅନ୍ତର୍ନିହିତ କାରଣ ଜଣାଯାଏ । [୧୧] ରୋଗର ଗମ୍ଭୀରତା ଓ କାରଣ ଉପରେ ଚିକିତ୍ସା ନିର୍ଭର କରେ ।[୧୧] କ୍ରନିକ ରୋଗୀ ସ୍ଥିତାବସ୍ଥାରେ ଥିଲେ ଜୀବନ ଧାରଣ ଧାରା ପରିବର୍ତ୍ତନ କରାଯାଏ, ଯେପରିକି ଧୁମ୍ରପାନ ନିଷେଧ,[୧୨] ବ୍ୟାୟାମ,[୧୩] ଓ ଖାଦ୍ୟ ପରିବର୍ତ୍ତନ ତ‌ଥା ଔଷଧ ସେବନ ।[୧୨] ବାମ ନିଳୟ ଅପକର୍ମ ଥିଲେ ବିଟା ବ୍ଲକରଆଞ୍ଜିଓଟେନସିନ କନଭର୍ଟିଙ୍ଗ ଏଞ୍ଜାଇମ ଦିଆଯାଏ । [୧୧] ସାଂଘାତିକ ରୋଗ ହୋଇଥିଲେ ଆଲ୍‌ଡୋସ୍ଟେରନ ଆଣ୍ଟାଗୋନିସ୍ଟ, ଆଞ୍ଜିଓଟେନସିନ ରିସେପ୍ଟର ବ୍ଲକର କିମ୍ବା ହାଇଡ୍ରାଲାଜିନ ସ‌ହ ନାଇଟ୍ରେଟ ବ୍ୟବ‌ହାର କରାଯାଏ । [୧୧] ରକ୍ତ ନିଷ୍କାସନ ସଠିକ ଥିଲେ ସ୍ୱାସ୍ଥ୍ୟାବସ୍ଥାକୁ ଚିକିତ୍ସା କରାଯାଏ । [୧୧] ଜଳୀୟ ଅଂଶ ଜମିଯାଇଥିଲେ ଡାଇୟୁରେଟିକ ଦିଆଯାଏ ।[୧୨] ଅବସ୍ଥା ଅନୁଯାୟୀ ଦେହରେ ଇମ୍ପ୍ଲାଣ୍ଟ (ପେସ ମେକର ଅଥବା ଇମ୍ପ୍ଲାଣ୍ଟେବ୍ଲ କାର୍ଡିଆକ ଡିଫିବ୍ରିଲେଟର) ଲଗାଯାଏ । [୧୧] ବିଭିନ୍ନ ଚିକିତ୍ସା ସତ୍ୱେ ଯଦି ଉପକାର ନ ମିଳେ ତେବେ ହୃତ୍‌ପିଣ୍ଡ ଡିଫିବ୍ରିଲେଟର କିମ୍ବା ଭେଣ୍ଟ୍ରିକ୍ୟୁଲାର ଆସିସ୍ଟ ଡିଭାଇସ ଲଗାଯାଏ ।[୧୨]

ହୃଦ୍‌ପାତ ଏକ ସାଧାରଣ, ଖର୍ଚ୍ଚାନ୍ତକାରୀ ଓ ମାରାତ୍ମକ ରୋଗ ।[୭] ବିକଶିତ ଦେଶମାନଙ୍କରେ ୨ % ବୟଃପ୍ରାପ୍ତ ଲୋକ ଓ ବୟସ ୬୫ ଉପରେ ଥିଲେ ୬-୧୦ % ଲୋକ ଏହି ରୋଗ ଭୋଗନ୍ତି ।[୭][୧୪] ରୋଗ ନିର୍ଣ୍ଣୟ ହେବାପରେ ମୃତ୍ୟୁ ସଙ୍କଟ ୩୫% ଥାଏ ଯାହା ପ୍ରତିବର୍ଷ ୧୦ % କମିଯାଏ । [୫] ଅନେକ ପ୍ରକାର କର୍କଟ ରୋଗମାନଙ୍କର ସଙ୍କଟ ସ‌ହ ଏହା ପ୍ରାୟ ସମାନ ।[୫] ଇଂଲଣ୍ଡରେ ଆପାତକାଳୀନ ଆଡମିସନ ନେଉଥିବା ରୋଗୀମାନଙ୍କ ମଧ୍ୟରୁ ୫% ଲୋକଙ୍କର ଏହି ମୃତ୍ୟୁ ସଙ୍କଟ ଥାଏ ।[୫] ଖ୍ରୀ:ପୂ: ୧୫୫୦ ମସିହାରେ ଲିଖିତ ଏବର୍‌ସ ପାପିରସରେ ଏହି ରୋଗ ବିଷୟରେ ଲେଖାଥିବାରୁ ଏହା ପୁରାତନ କାଳରୁ ଥିବା ଜଣାଯାଏ ।[୬]

ଆଧାର[ସମ୍ପାଦନା]

  1. "heart failure" at Dorland's Medical Dictionary
  2. "Heart failure". Health Information. Mayo Clinic. 23 December 2009. DS00061.
  3. "Definition of Heart failure". Medical Dictionary. MedicineNet. 27 April 2011.
  4. "Living Well With Chronic Heart Failure" (PDF). Heart Foundation. p. 18. Retrieved 25 May 2014.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ "Chronic Heart Failure: National Clinical Guideline for Diagnosis and Management in Primary and Secondary Care: Partial Update". National Clinical Guideline Centre: 19–24. Aug 2010. PMID 22741186.
  6. ୬.୦ ୬.୧ McDonagh, Theresa A. (2011). Oxford textbook of heart failure. Oxford: Oxford University Press. p. 3. ISBN 9780199577729.
  7. ୭.୦ ୭.୧ ୭.୨ McMurray JJ, Pfeffer MA (2005). "Heart failure". Lancet. 365 (9474): 1877–89. doi:10.1016/S0140-6736(05)66621-4. PMID 15924986.
  8. ୮.୦ ୮.୧ "Chronic Heart Failure: National Clinical Guideline for Diagnosis and Management in Primary and Secondary Care: Partial Update". National Clinical Guideline Centre: 38–70. Aug 2010. PMID 22741186.
  9. Willard &Spackman's occupational therapy (12th ed. ed.). Philadelphia: Wolters Kluwer Health/Lippincott Williams & Wilkins. 2014. p. 1124. ISBN 9781451110807.CS1 maint: Extra text (link)
  10. Eyal Herzog (2012). The Cardiac Care Unit Survival Guide. Lippincott Williams & Wilkins. p. 98. ISBN 9781451177466.
  11. ୧୧.୦ ୧୧.୧ ୧୧.୨ ୧୧.୩ ୧୧.୪ ୧୧.୫ ୧୧.୬ "Chronic Heart Failure: National Clinical Guideline for Diagnosis and Management in Primary and Secondary Care: Partial Update". National Clinical Guideline Centre: 34–47. Aug 2010. PMID 22741186.
  12. ୧୨.୦ ୧୨.୧ ୧୨.୨ ୧୨.୩ "Chronic Heart Failure: National Clinical Guideline for Diagnosis and Management in Primary and Secondary Care: Partial Update". National Clinical Guideline Centre: 71–153. Aug 2010. PMID 22741186.
  13. Taylor, RS; Sagar, VA; Davies, EJ; Briscoe, S; Coats, AJ; Dalal, H; Lough, F; Rees, K; Singh, S (Apr 27, 2014). "Exercise-based rehabilitation for heart failure". The Cochrane database of systematic reviews. 4: CD003331. doi:10.1002/14651858.CD003331.pub4. PMID 24771460.
  14. Dickstein K, Cohen-Solal A, Filippatos G; et al. (October 2008). "ESC Guidelines for the diagnosis and treatment of acute and chronic heart failure 2008: the Task Force for the Diagnosis and Treatment of Acute and Chronic Heart Failure 2008 of the European Society of Cardiology. Developed in collaboration with the Heart Failure Association of the ESC (HFA) and endorsed by the European Society of Intensive Care Medicine (ESICM)". Eur. Heart J. 29 (19): 2388–442. doi:10.1093/eurheartj/ehn309. PMID 18799522.CS1 maint: Explicit use of et al. (link) CS1 maint: Multiple names: authors list (link)